Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Santanu Bisoi

Inspirational

3.5  

Santanu Bisoi

Inspirational

ଚିଠି

ଚିଠି

2 mins
213


ପ୍ରିୟ ଆତ୍ମନ,

     ସମୃଦ୍ଧ ମାନବ ସମ୍ବଳ ହିଁ, ଗ୍ରାମ, ଜିଲ୍ଲା, ରାଜ୍ୟ ଓ ଦେଶ ବିକାଶ ର ପ୍ରମୁଖ ମେରୁଦଣ୍ଡ। ଆପଣମାନେ ସେହି ଉତ୍ତର ପିଢ଼ି ହୋଇ ଇତିହାସରେ ଜାଜୁଲ୍ୟମାନ ହେବେ ଯିଏ କି, ନୋଭେଲ କରୋନା19 ସହ ଲଢ଼ି ଏକ ସୁସ୍ଥ ସମାଜ ଭବିଷ୍ୟତକୁ ଉପହାର ଦେଇ ପାରେ। ଆପଣ, ଆପଣଙ୍କ ପରିବାର ଓ ବନ୍ଧୁବର୍ଗ ଆମପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

ଆପଣ ଆପଣଙ୍କ ପରିବାର ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ , ଆପଣଙ୍କ ପରିବାର ଓ ବନ୍ଧୁବର୍ଗ ଆପଣଙ୍କୁ ମଧ୍ୟ ତା'ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି। ଆଜିର ଏଇ #COCID19 ଘଡିସନ୍ଧି ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଆହ୍ୱାନ ବା ରଣହୁଙ୍କାର ଭଳି ପର୍ବତର ରୂପ ନେଇ ଠିଆ ହୋଇଛି।

"କରୋନା" ମହାମାରୀ ଆଗରେ ବିଜ୍ଞାନ ସଂଘର୍ଷରତ, ଡାକ୍ତରୀ ବିଦ୍ୟା ସଂଘର୍ଷରତ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟ ସଂଘର୍ଷରତ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ଏହାର କୌଣସି ସମାଧାନର ସୂତ୍ର ଖୋଜି ପାଇନାହାନ୍ତି। ଆପଣମାନେ ଚାହିଁଲେ ଏହାକୁ ନିର୍ଦ୍ୱନ୍ଦରେ ମୁକାବିଲା କରିପାରିବେ। ଏଥିନିମିତ୍ତ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡିବନି, ଶ୍ରମ ଦାନ କରିବାକୁ ପଡିବ ନାହିଁ। କେବଳ ସତର୍କତା ଅବଲମ୍ବନ କରିବାକୁ ପଡିବ। ବାହାରେ ନ ବୁଲି ଘରେ ନିଜେ ନିଜକୁ ଗୃହବନ୍ଧି କରି ରଖିବେ। ନିହାତି ଆବଶ୍ୟକ ପଡ଼ିଲେ ବାହାରକୁ ବାହାରିବେ। ବାହାର କାର୍ଯ୍ୟ ସମ୍ପାଦନ ସମୟରେ ଅନ୍ୟ ବ୍ୟକ୍ତି ଠାରୁ ସାମାଜିକ ଦୂରତା ରକ୍ଷାକରିବେ। ସ୍ୱଚ୍ଛତା ରଖିବେ।କୌଣସି ବସ୍ତୁକୁ ହାତ ଲଗେଇ ଛୁଇଁଥିଲେ ହାତ ଧୋଇବେ। ସ୍ୱଚ୍ଛତା ଅବଲମ୍ବନ ପାଇଁ ଦରକାରୀ ସରଞ୍ଜାମ( sanitize Element) ବହୁଳ ଭାବରେ ଆପଣେଇବେ। ଆଖି ଓ ନାକ ସୂକ୍ଷ୍ମ ରନ୍ଧ୍ରଯୁକ୍ତ ଇନ୍ଦ୍ରିୟ ହୋଇଥିବାରୁ ବାରମ୍ବାର ହସ୍ତ ଚାଳନା କରିବେ ନାହିଁ। ତେବେ ଯାଇ ବିଜ୍ଞାନ, ଡାକ୍ତରୀ ବିଦ୍ୟା କୁ ପଛରେ ପକାଇ ଆପଣ ହିଁ "କରୋନା" ସଂଗ୍ରାମର ଜଣେ ବିଜୟୀ ସୈନିକ ହୋଇ ଠିଆ ହୋଇ ପାରିବେ।

ବିଗତ ଦିନମାନଙ୍କରେ ଆମ ପ୍ରିୟ ଜିଲ୍ଲାପାଳ ମହୋଦୟା ଡକ୍ଟର ପୋମାଟୁଡୁ ଆପଣମାନଙ୍କୁ "କରୋନା"ର ଭୟାବହତା ବିଷୟରେ ସୂଚନା ଦେଇଥିଲେ। ସେଥିପାଇଁ ଆମେ ଯତ୍ନବାନ ହେବା ଜରୁରି ଅଟେ।

ଆମ ପ୍ରିୟ କୃଷିମନ୍ତ୍ରୀ ତଥା ନୟାଗଡ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଭିଡ଼ିଓ ବାର୍ତ୍ତା ଜରିଆରେ ସତର୍କତା ଅବଲମ୍ବନ ଓ ମିଥ୍ୟା କଥାରେ ପ୍ରଭାବିତ ନ ହେବାପାଇଁ ବାର୍ତ୍ତା ପ୍ରେରଣ କରିଥିଲେ। ଆସନ୍ତୁ ଆମେ ସମସ୍ତେ ଅରୁଣ ବାବୁଙ୍କ ଆହ୍ୱାନରେ ନିଜପାଇଁ ନିଜେ ସତର୍କ ହେବା।

ଓଡ଼ିଶା ତଥା ଭାରତ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଶପଥ ପାଠ ବାର୍ତ୍ତାରେ ଉଦ୍'ବୁଦ୍ଧ ହୋଇ ସମସ୍ତେ ନିଜ ନିଜ ପରିବାର ନାଁ ରେ ସପଥ ନେଇ ଘରେ ଗୃହବନ୍ଦୀ ହୋଇ ନୋଭେଲ କରୋନା19 କୁ ପ୍ରତିହତ କରାଇବାରେ ମୁଖ୍ୟ ଭୂମିକା ନିର୍ବାହ କରିବା। ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ୧୪୪ ଧାରା ଓ ତାଲା ବନ୍ଦକୁ ସଫଳ କରାଇ ନିଜେ ନିଜର ହିତାକାଂକ୍ଷି ସାଜିବା।

।ଇତି।

             ଆପଣଙ୍କର ଶୁଭାକାଂକ୍ଷି।


ନିଜେ ନିଜଦ୍ୱାରା ଗୃହବନ୍ଧି ହେବା, ଅର୍ଥ #COVID19 ସହ ଘମାଘୋଟ ଲଢେଇ କରିବା।

               

         


Rate this content
Log in

More oriya story from Santanu Bisoi

Similar oriya story from Inspirational