Ashis Kumar Swain

Abstract Others

5.0  

Ashis Kumar Swain

Abstract Others

ଚିଠି

ଚିଠି

1 min
529


ଯୋଗାଯୋଗ ସମ୍ପର୍କ ସ୍ଥାପନର ମାଧ୍ୟମ ।କେତେବେଳେ ସୁଖ ଓ ଦୁଃଖର ସୁସଜ୍ଜିତ ବାକ୍ୟକୁ ନେଇକି ପହଞ୍ଚେ ...... ଚିଠି । ପ୍ରକୃତିର ତାଣ୍ଡବ ପ୍ରାକୃତିକ ବିକ୍ଷୋଭମୟ ଦୁର୍ବିପାକ ଫଣି ଧନ ଜୀବନକୁ ଅସ୍ତବ୍ୟସ୍ତ କରିପକେଇଥିଲା। ସେହି ସମୟରେ ମୋର ବନ୍ଧୁଙ୍କ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଫଣି ପୂର୍ବରୁ ତାଙ୍କ ସହ ପ୍ରତିଟି ମୁହୂର୍ତ୍ତ ମୁଁ କାଟିଛି ପ୍ରତିଦିନ । ଫଣିର ଦଶଦିନ ପରେ ଏକ ଚିଠିଟିଏ ଆସିଲା ମୋ ପାଖକୁ । ମୁଁ ଯେତେବେଳେ ଚିଠିଟିର ଲଫାପାକୁ ଦେଖିଲି ଖୁସିରେ ଆତ୍ମହରା ହୋଇଗଲି । କାରଣ କଣ ଜାଣିଛନ୍ତି ? ସେହି ଲଫାପା ଉପରେ ମୋର ବନ୍ଧୁଙ୍କ ନା ଲେଖାଥିଲା । ଆନନ୍ଦ ଅଶ୍ରୁ ଭରା ନୟନରେ ଖୋଲି ଦେଖେ ଲେଖା ହୋଇଛି । ତୁମ ବିନା ପ୍ରତିଟି ମୁହୂର୍ତ୍ତ ମୁଁ ଦୀପ ପରି ଜଳୁଛି । ତୁମ କଥା ମନେ ପଡୁଛି । ମୁଁ ତୁମକୁ ବହୁତ ଭଲ ପାଏ । ମୁଁ କେବଳ ବନ୍ଧୁର ବନ୍ଧୁ କେବଳ ମୋର । ମୋ ବନ୍ଧୁଙ୍କ ସେଇ ଚିଠି ଏବେବି ସାଇତା ହୋଇ ଅଛି । ଜାଣିଛନ୍ତି କୋଉଠି ? ମୋ ହୃଦ ସ୍ପନ୍ଦନରେ... ।


Rate this content
Log in

Similar oriya story from Abstract