ଛୁରୀ ଉପାଖ୍ୟାନ
ଛୁରୀ ଉପାଖ୍ୟାନ
ସେଦିନ ସୁନେଲି ସକାଳୁ ସକାଳୁ ପୂଜା ପୂଜି ସାରି, ସକାଳ ଜଳଖିଆ କରି, ସବୁଦିନ ପରି ଲେଖାଲେଖି କରୁଥାନ୍ତି ଆଦ୍ରା ନାତୁଣୀ କୁ ନେଇ ଝିଅ ପହଞ୍ଚିଗଲା ଶାଶୁ ଘରୁ. ଏମିତି ସରପ୍ରାଇଜ ଭିଜିଟରେ ଆସିଲୁ ଯେ ଝିଅ ମୋ ନାତୁଣୀ ପାଇଁ କିଛି ତ ରଖିନି ଭଲ ଜିନିଷ!ତ ଆଦ୍ରାଙ୍କ କଥା ଛଡେଇ ଝିଅ ତାଙ୍କର କହୁଥିଲା ତୁ ବସ ମାଆ କିଛି ବ୍ୟସ୍ତ ହୁଅନା ମୁଁ ବୁଝିବି ସବୁ କହି ରୋଷେଇ ବାସ ଜଳଖିଆ ପତ୍ର ସବୁ କରିଚାଲିଥିଲା ଝିଅ. ବାପା ମଧ୍ୟ ଯୋଗେଇ ଚାଲିଥିଲେ ସବୁକିଛି ତ ଝିଅ ବ୍ୟସ୍ତ ବିବ୍ରତ ହୋଇ କହୁଥିଲା ସବୁ ପରିବା ପତ୍ର ମାଛ ଶାଗ, ତଥା ପଇଡ଼ ତୋଳା, ଘରେ କୋଉଠି ଜାଫ୍ରି ଲାଗିବ, ରଙ୍ଗ ହେବ, ପ୍ଳାଏରେ କୋଉଠି ଝରକା କି ଦୁଆର ହେବ ସବୁ ବୁଝୁଛ ବାପା ହେଲେ ମାଆ କୁ ଡାକ୍ତର ଦେଖେଇ ପାରୁନ!ମାଆର ଦେହ ଖରାପ ରହୁଥିବା ଶୁଣି ମୁଁ ଆସିଛି ଚାଲ ଚାଲ ମାକୁ ହସ୍ପିଟାଲ ନେବା ତ ବାପା କହୁଥିଲେ ମାଆ କଥା କହନା କହୁଛି ତାର ପ୍ରଭୁ ଅଛନ୍ତି ସେ କୁଆଡେ ଯିବନି. ବାପା ଝିଅଙ୍କ କଥା ଶୁଣୁ ଶୁଣୁ ଓ ନାତୁଣୀ ସଙ୍ଗେ ଖେଳୁ ଖେଳୁ ଆଦ୍ରା ଲକ୍ଷ କଲେ ଝିଅ ପରିବା ପତ୍ର ସବୁକୁ ପନିକିରେ କାଟି ଚାଲିଛି ଓ ଛୁରୀ ମିଳୁନି ହଜିଯାଇଛି କହୁଛି. ପଇଡ଼ ପିଇସାରି ଫାଳ କରି ନାଳି ବା ତା ଭିତର ଶସ କାଢିବାକୁ ଚାମଚରେ ଚଳେଇ ନେଉଛି ଝିଅ ତ ଉଠିଲେ ଆଦ୍ରା ଖୋଜିଲେ ଘର ଦ୍ୱାର, ଅନ୍ଧି ସନ୍ଧି ହେଲେ ଛୁରୀଟା ଯେମିତି ଗାଏବ ହୋଇ ପବନରେ ମିଳେଇ ଯାଇଛି କୁଆଡେ. ତୁ ବ୍ୟସ୍ତ ହୋଇ ଖୋଜେନା ସେ ହଜିଥିବା ଛୁରୀକୁ, ସେଇଟା ଖୁବ ଧାରୁଆ କହି କଟା କଟି ପନିକିରେ କରି ଖାଇବାକୁ ଦେଉ ଦେଉ ଝିଅ ଯିବାକୁ ବାହାରିଲା. ବାପା ଆଣିଥିବା ଓ ଭାଇ ପଠେଇଥିବା ଜିନିଷ ପତ୍ର ସହ ବାପା ଓ ମାଆ ମଧ୍ୟ ଗଲେ ଝିଅକୁ ତା ଶାଶୁଘରେ ଛାଡି ଆସିବାକୁ ତଥା ମାଆ ଓ ବାପାଙ୍କୁ ସେଠିକା ଡାକ୍ତର ଦେଖେଇବାକୁ ଝିଅର ଏକା ଜିଦ ଯୋଗୁଁ.
ସେଠାରେ ପହଁଞ୍ଚି ମାଆ ଆଦ୍ରା ଆଶ୍ଚର୍ଯ୍ୟ ହେଲେ କି ଘରେ ମିଳୁନଥିବା ଛୁରୀଟି ଝିଅ ବ୍ୟାଗରେ ଅଛି. ଭାବିଲେ ନାତୁଣୀ ଛୋଟ ପିଲା ହୋଇଥିବାରୁ ରଖି ନେଇଥିବ କିନ୍ତୁ ଝିଅ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଆଦ୍ରା କାରଣ ଝିଅ ଜାଣି ଜାଣି ଛୁରୀଟିକୁ ନେଇଆସିଥିଲା. କହୁଥିଲା ଅବସର ପରେ ସ୍ୱାମୀ ଓ ସ୍ତ୍ରୀ ନିଜ ନିଜ ଭିତରେ ଝଗଡା ଝାଟି, ମାନ ମନାନ୍ତର ସବୁ ଛାଡି ଦୁଇ ବନ୍ଧୁ ଭଳି ରହିବା କଥା ହେଲେ ବାପା ଓ ତୋ ଭିତରେ ବନ୍ଧୁତା ବଦଳରେ କ୍ରୁରତା ବଢୁଛି. ପରସ୍ପର ଯୁକ୍ତି ତର୍କ କରି ଯିଏ ଯାହା ବାଟରେ ରହୁଛ. ଏସବୁ ଶୁଣି ଆଦ୍ରା କହୁଥିଲେ ତୁ ଜାଣିନୁ କି ଝିଅ ଏସବୁ ଦାମ୍ପତ୍ୟ କଳି ନଥିଲେ ପରସ୍ପର ଭିତରେ ପ୍ରେମ ନଥାଏ. ଝିଅ କହୁଥିଲା ଉଠମ. ବାପାଙ୍କୁ ରଗାଇଲେ ସେ ଯେବେ ତତେ ଠେଲି ଦିଅନ୍ତି ତୁ ଜୀବନ ପାଇବୁନି. ଆରେ ନାହିଁ ବାପଙ୍କ ମୋ ଭିତରେ ଅତୁଟ ପ୍ରେମ ସେ କଳି.
ଝିଅ ସେଦିନ ସ୍କୁଲ ଚାଲିଗଲା ପରେ ଝିଅ ବ୍ୟାଗରୁ ଛୁରୀଟିକୁ ଆଣିବାକୁ ଯାଇ ଛୁରୀ ଗୁଡା ଯାଇଥିବା ପେପର ପଢି ସ୍ତବ୍ଧ ହୋଇଗଲେ ଆଦ୍ରା. କାରଣ ସେହି ଖବର କାଗଜରେ ଜୈନିକ ଅବସରପ୍ରାପ୍ତ ଅଫିସର ତାଙ୍କ ସ୍ତ୍ରୀଙ୍କୁ ଛୁରୀ ସାହାଯ୍ୟରେ ଖଣ୍ଡ ଖଣ୍ଡ କାଟି ଫ୍ରିଜରେ ରଖିବା ଘଟଣା ବର୍ଣ୍ଣିତ ହେବା ସହ ଏହାର କାରଣ ଏବେବି ରହସ୍ୟାବୃତ୍ତ ଥିଲା ବୋଲି ଲେଖା ଥିଲା. ଏସବୁ ପଢି ସ୍ୱାମୀ କହୁଥିଲେ ଓଃ ଏଇଥି ପାଇଁ ତେବେ ଟିକି ଝିଅ ନାତୁଣୀକୁ ଧରି ନାଇଟ କୋଚ ବସରେ ଏକୁଟିଆ ଯାଇ ଝିଅ ଅନୁସନ୍ଧାନ କରୁଥିଲା ବାପା ମାଆ କେମିତି ଚଳୁଛନ୍ତି. ତେବେ ଗୋଟେ କାମ କର ଛୁରୀଟି ଯୋଉଠି ଥିଲା ସେଇଠି ରଖି ଦେଇ ଚାଲ ଏଥର ଫେରିଯିବା ଘରକୁ. ଝିଅ ବୁଝିଯିବ ଦାଢୁଆ ଛୁରୀ ଟା ଘରୁ ନେଇଆସି ସେ ମାଆ ଜୀଵନ ପ୍ରତି ଥିବା ବିପଦ ଟାଳି ଦେଇଛି. ଆଦ୍ରା ଫେରିଲା ବେଳେ ଝିଅ କାନେ କାନେ କହିଥିଲା ମାଆ ତୋ ପିଲାଦିନେ ତୋ ସାର ଠିକ କହିଥିଲେ ପନିକି ଖୁବ ଭଲ. ତୁ ଏଣିକି ପନିକିରେ ହିଁ କଟାକଟି କରିବୁ. ଛୁରୀ ଭାରି ଦାଢୁଆ ତ କେତେବେଳେ କୋଉକଥା. ମନକଥା ମନରେ ରଖି ପିତା ମାତା ଫେରିଥିଲେ ଔଷଧ ପତ୍ର ସହ ସତ ହେଲେ ବୋହୁ ଘରକୁ ଆସିବା ପରେ ଛୁରୀଟା କୁଆଡେ ହଜିଗଲା ମାଆ ପଚାରି ପଚାରି ବ୍ୟସ୍ତ କରିପକେଇଲା ବେଳେ ଆଦ୍ରା କହୁଥିଲେ ତୁ ତୋର ବିଦେଶରେ ଥିଲା ବେଳେ ଏଣିକି ପନିକି ବ୍ୟବହାର କରେ କହି ସେହି ଖବର କହିଥିଲେ ବୋହୁକୁ ତ ବୋହୁ କହୁଥିଲା ଛୁରୀ ହଜିଗଲେ ବା ହଜାଇଦିଆଗଲେ ବି ଯାହା ଘଟିବାର ଥିବ ତାହା ହେବ ମାଆ.ତଥାପି ସତର୍କ ରହିବା ଉଚିତ ନା ନାହିଁ!ବୋହୁ କଣ ବୁଝିଲା କେଜାଣି ଆଦ୍ରା କିନ୍ତୁ ଭାବୁଥିଲେ ସେହି ଷଷ୍ଠ ଶ୍ରେଣୀ ପଢ଼ା ବେଳ କଥା. ଛୁରୀ ବୋଲି ନାମ ଦେଇଥିବା ପୁଅଟିକୁ ସାର ସବୁବେଳେ କହୁଥିଲେ ବିଛୁଆତି ଖଣ୍ଡେତ.ପରବର୍ତ୍ତୀ ସମୟରେ ସେହି ଛାତ୍ର ତାଙ୍କ ସହପାଠୀକୁ ଛୁରୀ ଦେଖାଇ ଡକାଏତି କରୁ କରୁ ପୋଲିସ ହାବୁଡରେ ପଡି ଜେଲ ଯାଇଥିଲା.ସତରେ ଗୁରୁମାନେ ଜାଣିଦିଅନ୍ତି କିଏ କୋଉଭଳି ଚରିତ୍ରର ହେବ ତ ସେହି ଅନୁସାରେ ନାମ ଦେଇଥାନ୍ତି କି କଣ. ବୋହୁ କହୁଥିଲା ହଜିଥିବା ଛୁରୀ ପାଇଲି ମାଆ. ଆଦ୍ରା ଦେଖୁଥିଲେ ବୋହୁ ହାତର ଛୁରୀଟାକୁ.ଝିଅ ଗୋଟେ ନେଲେ କଣ ହେବ ସେହି ଭଳି ତ ଅନେକ ଅଛି ଘରେ. କାହିଁକି କେଜାଣି ସେଦିନ କବାଡିବାଲାକୁ ଦନ୍ଥଡା କହି ସବୁ ଛୁରୀ ଦେଇଦେଇଥିଲେ ଆଦ୍ରା.
