STORYMIRROR

Seetaram Dash

Inspirational

2  

Seetaram Dash

Inspirational

ଚାଷ ଏବଂ ଚାଷୀ

ଚାଷ ଏବଂ ଚାଷୀ

1 min
338


    ଧାନ ସବୁ କଟା ହୋଇ ବିଲରେ ପଡ଼ିଛି। ବର୍ଷା ପବନ ତ ଶତ୍ରୁ ସାଜିଛି ପ୍ରତି ବର୍ଷ। ପହଲା ଭାଇ ଧାଇଁଲେ ଛକ ମୁଣ୍ଡକୁ କାମୁଆ ଦୁଇ ଚାରିଟା ହେଲେ ଛ ମାସର ପରିଶ୍ରମ ରହିଯିବ।

ଚାଷର ଯେଉଁ ଆବସ୍ତା ଆଉ ଚଳି ହେବନି, ବର୍ଷକ ବାରମାସ ଲଘୁଚାପ ଆଉ ବାତ୍ୟା। ବୁଲି ବୁଲି କାମୁଆଟିଏ ମିଳିଲାନି। ଯେଉଁ ମାନେ ରାତି ପାହିଲେ କାମ ଆଉ ପେଟ ଚିନ୍ତା କରୁଥିଲେ, ସେମାନେ ଏବେ ତାସ ପାଲିରେ ବେସ୍ତ । ଆଉ କିଛି ମଦ ନିଶାରେ।


ଯେଉଁ ବୀର ଜାତି ନିଜର ଗଭୀର ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ, ଅସୀମ ଧର୍ଯ୍ୟ ଏବଂ ଅସାଧାରଣ ସାଧନା ବଳରେ ଦେଶ ବିଦେଶରେ ନାଁ କରିଥିଲେ ସେ ଆଜି ଟଙ୍କିକିଆ ଚାଉଳ ଏବଂ ପାଞ୍ଚ ଟଙ୍କା ଆହାର ଉପରେ ନିର୍ଭରଶୀଳ। ରାଜ୍ୟର ଅଧିକାଂଶ ପରିବାର ତିନି ପୁରୁଷରୁ ବିପିଏଲ କାର୍ଡର ଅଧିକାରୀ। ଏମାନଙ୍କ ଠୁ ପରିବର୍ତ୍ତନ ଆଶା କାଟିବା ବୃଥା। ଶେଷରେ ନିରାଶ ହୋଇ ଫେରିଲେ ପହଲା ଭାଇ। ଏକୁଟିଆ ମଣିଷ, ଆର ବର୍ଷକୁ ଚାଷ ଛାଡି ଅନ୍ୟ କିଛି କରିବାକୁ ଚିନ୍ତା କରୁଥିଲେ ମନେ ମନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational