STORYMIRROR

Sunanda Mohanty

Tragedy Fantasy Thriller

4  

Sunanda Mohanty

Tragedy Fantasy Thriller

ଚାରିପୁଅର ବାପା

ଚାରିପୁଅର ବାପା

3 mins
246



ଚାରିପୁଅ ବାପାଙ୍କ ଅନ୍ତେ ଆଲୋଚନା ପର୍ଯ୍ୟାଲୋଚନା କରିଚାଲିଲେ ଯେ କୋଉ ଭୁଲ ପାଇଁ ବାପା ତାଙ୍କ ପ୍ରତି ଏତେ କଠୋର ହୋଇପାରିଲେ! ନିଜ ସହକର୍ମୀ ଏତେ ଆପଣାର ହେଲେ ଅଥଚ ଆମେ ଚାରି ଚାରିଟା ପୁଅ ଥାଉ ଥାଉ ଆମକୁ ଏତେ ପର କରି ଦେଲେ କିପରି?

ବଡ଼ପୁଅ ଭାବୁଥିଲା ବାପା ଥରେ ବୋଉକୁ ନେଇ ତାଙ୍କ ପାଖକୁ ଆସିଥିଲା ତ ସେଇଟା ଥିଲା ଶୀତ ଦିନ. ଶୀତ ପଡିଲେ ବାପା ଖୁଁ ଖୁଁ ହୁଅନ୍ତି. ରିତା ତାଙ୍କ ସ୍ତ୍ରୀ କହିଥିଲେ ବାପାଙ୍କ କାଶର ଶବ୍ଦ ପୁରା ବୁଲାକୁକୁରଙ୍କ ଭୁକିବା ଶବ୍ଦ ଭଳି. ଏମିତି ଯଦି କାଶୁଥିବେ ତେବେ ଫକୀରମୋହନ ଲେଖିଥିବା ଗଳ୍ପ ଡାକମୁନସୀର ବାପା ତେବେ ପୁଅର କି ଭୁଲ ବାପାଙ୍କୁ ଘରୁ ବାହାର କରିଦେବା କୁହ?ରିତାଙ୍କ ପାଟିରେ ହାତ ଦେଇ ବଡ଼ପୁଅ ସିନା ଚୁପ କରିଦେଲେ ସେ ରାତିଟା କିନ୍ତୁ ସକାଳୁ ବାପା ବୋଉ ସହ ବାହାରିଥିଲେ ଘରକୁ. ବଡ଼ପୁଅ ପଚାରିବାକୁ ସାହାସ କରିନଥିଲା କି କାହିଁକି ବାପା, ଛୁଟି ତ ଢେର ଦିନ ବାକି ଅଛି, ପରେ ଫ୍ଲାଇଟରେ ଯାଇଥିଲେ ଦିଲ୍ଲୀରୁ ଭୁବନେଶ୍ୱର ମାତ୍ର ଦୁଇଘଣ୍ଟାର ରାସ୍ତା. କିନ୍ତୁ ଶୁଣିନଥିଲେ ବାପା. ବୋଉ ପ୍ରତିବାଦ କରିବାରୁ କହିଥିଲେ ତୁମେ ଥାଅ ପରେ ଫ୍ଲାଇଟରେ ଯିବ. ଆଗତ୍ୟା ବୋଉ ବି ଚୁପଚାପ ବାହାରି ଯାଇଥିଲା.

  ତା ତଳ ପୁଅ ଭାବୁଥିଲା ବାପାଙ୍କର ଗୁଡ଼ାଖୁ ଘଷିବା ଓ ପାନ ଖାଇବା ଅଭ୍ୟାସ ଅଛି. ସେ ଯେବେ ସେବର୍ଷ ଶୀତରେ ତା ପାଖକୁ ଆସିଥିଲେ ଗୁଡ଼ାଖୁ ଡବା ନେବାକୁ ଭୁଲିଯାଇଥିଲେ. ବଡ଼ ବିବ୍ରତ ହୋଇ ପୁଅକୁ ପଚାରିଥିଲେ ଓଡିଶାର ସାଙ୍ଗମାନଙ୍କ ବାପା ବୋଉ କେହି ତାଙ୍କ ପାଖ ପଡୋଶୀରେ ଥିବେ ଓ ଗୁଡ଼ାଖୁ ଘସୁଥିବେ ଟିକେ ମାଗିଆଣନ୍ତୁ ପୁଅ ତ ପୁଅ କିଛି କହିବା ପୂର୍ବରୁ ବୋହୁ କହିଥିଲା ଓଡିଶାର ବୁଢା ବୁଢ଼ୀଙ୍କର ଏଇ ପାନ, ଗୁଡ଼ାଖୁ ଭଳି ଗୁଟଖା ଖାଇବା ଅଭ୍ୟାସ ପାଇଁ କେହି ତାଙ୍କ ବାପା ମାଆଙ୍କୁ ପାଖରେ ରଖି ନାହାଁନ୍ତି. ସେତେବେଳକୁ ବୋଉ ତାର ଓଡିଶା ପ୍ରତିବେଶୀ ମହିଳାଙ୍କ ଠାରୁ ଗୁଡ଼ାଖୁ ଯୋଗାଡ଼ କରିସାରିଥିଲା. ଆଉ ସେଇଦିନ ରାତିରେ ପୁଅ ବୋହୁ ତାଙ୍କ ସାଙ୍ଗ ସାଥି ମାନଙ୍କ ସହ ପେଗ ପରେ ପେଗ ଚିଅର୍ସ କହି ଉଡାଇ ଚାଲିଥିଲେ ଫରେନ ପାନୀୟ ତ ତା ପରଦିନ ବାପା ବୋଉକୁ ନେଇ ବାହାରିଥିଲେ ଘରକୁ ଯଦିଓ ଛୁଟି ସରିନଥିଲା. କାରଣ କଣ ସାହାସ କରି ପଚାରିଦେଇଥିଲା ପୁଅ ତ ବାପା କହିଥିଲେ ଆଭିଜାତ୍ୟ ସହରର ଗୁଟଖା ଅପେକ୍ଷା ଗାଁର ଗୁଟଖା ଢେର ଭଲ.ନହେଲେ ମଧ୍ୟ କୁଅଭ୍ୟାସ ଛାଡିଲା ପରେ ଆସିବି ତୋ ପାଖକୁ.

  ତା ପର ପୁଅ ଭାବୁଥିଲା. ସେଦିନ ରାତିରେ ବାପା ବୋଉ ତା ପାଖରୁ ଫେରିବା ପାଇଁ ବେଡିଙ୍ଗ ବାନ୍ଧୁଥିଲା ବେଳେ ସେ ଯେବେ ବାପାଙ୍କର ବହୁଦିନର ଆକାଂକ୍ଷିତ ଓଭରକୋର୍ଟଟିକୁ ନେଇ ଦେବାକୁ ଯାଏ ପଛରୁ ସ୍ତ୍ରୀ ଅନିନ୍ଦିତା ଭିଡ଼ିଧରିଥିଲା ସ୍ୱାମୀଙ୍କୁ

. ବାପା ଗାଁରେ ସେ ଓଭରକୋର୍ଟ ପିନ୍ଧିଲେ ଜୋକର ଭଳି ଦିଶିବେ. ଚୁପ ଚୁପ କହି ଅନିନ୍ଦିତାଙ୍କ ମୁହଁ ବନ୍ଦ କରିବା ପୂର୍ବରୁ ପାଖ ରୋଷେଇ ଘରୁ ବୋଉ ବାପାଙ୍କ ପାଇଁ ଗରମ ପାଣି କରିନେଉଥିବା ବେଳେ ସବୁ ଶୁଣିଥିଲା. ପୁଅ ଯେବେ ଓଭରକୋର୍ଟ ନେଇ ବାପାଙ୍କ ଟ୍ରଲିରେ ରଖୁଥିଲା, ବୋଉ ନିଜେ ସେଇଟି କାଢି ତୋ ଆଧୁନିକ ଶଶୁରଙ୍କୁ ଦେବୁ ସେ କ୍ଲବରେ ପିଙ୍ଗପଙ୍ଗ ଓ ବାସକେଟ ବଲ ଖେଳିଲାବେଳେ ପିନ୍ଧିବେ କହିଥିଲା . ବାପା ଏଇଟା କଣ କରିବେ ବରଂ ଜୋକରଙ୍କ ଭଳି ଦିଶିବେ.

  ଏଥର ସବା ସାନ ପୁଅ ଭାବୁଥିଲା.ବାପା ତା ଆଗରେ ଉପର ତିନିଭାଇଙ୍କ ଘରେ ରହିବାର ତିକ୍ତ ଅନୁଭୂତି କହି ଦେଇଥିଲେ ତ ସବା ସାନ ପୁଅ କହିଥିଲା ଯୁଗ ପରିବର୍ତ୍ତନଶୀଳ ବାପା. ତୁମେ ସେଇ ପୁରୁଣା କଥାକୁ ଘାଣ୍ଟି ଜମା ବ୍ୟସ୍ତ ହୁଅନାହିଁ ବରଂ ସାଲିସ କରି ପୁଅ ବୋହୁଙ୍କ ସଙ୍ଗେ ଚଳିବାକୁ ଚେଷ୍ଟା କର. ବାପା ଚାହିଁଥିଲେ ପୁଅ ମୁହଁକୁ କହିଥିଲେ ତୁମ ଚାରିଜଣଙ୍କୁ ମଣିଷ କରିବା ପାଇଁ ଖୁବ ଅଳ୍ପ ଖର୍ଚ୍ଚରେ ଆମେ ଦୁହେଁ ଆଜିଯାଏଁ ଚଳି ଆଧୁନିକତାର ବହୁ ଦୂରରେ. ଆଜି ତୁମେ ଚାରିଜଣ ଖୁବ ଭଲରେ ଅଛ ଏବଂ ଭଗବାନଙ୍କ କରୁଣାରେ ଏମିତି ହସ ଖୁସିରେ ରୁହ. ଏଣିକି ତୁମ ମାଆ ସହ ମୁଁ ମଧ୍ୟ ଆଧୁନିକ ହେବାକୁ ଚେଷ୍ଟା କରିବି.

  ମାଆ ଚାଲିଗଲା ବେଳେ ଚାରିପୁଅ ପହଞ୍ଚିଥିଲେ ସତ ହେଲେ ଗୋଟେ ବି ପଇସା ଦେଇନଥିଲେ କେହି.ବଡ଼ ପୁଅ ଦିଲ୍ଲୀରେ ଘର ତୋଳୁଥିଲା, ତା ତଳ ପୁଅ କହିଥିଲା ତା ସ୍ତ୍ରୀ ନାଚିବା ପାଇଁ କାଲିଫର୍ଣ୍ଣିଆ ଯାଉଛି ତ ତା ପାଖରେ ପଇସା ନାହିଁ, ତା ତଳ ପୁଅ କହିଥିଲା ନାତିକୁ ତୁମର ଡାକ୍ତରୀ ପଢ଼ାଇବା ପାଇଁ ମତେ ବରଂ ଗାଁର ଭାଗ କିଛି ଦରକାର. ତା ପର ସବା ସାନ ପୁଅ କହିଥିଲା ବାପା ଚାକିରୀ କରିଛନ୍ତି, ତାଙ୍କର ଜି. ପି. ଏଫ ଅଛି. ପୁଣି ତାଙ୍କ ସହକର୍ମୀମାନେ ତାଙ୍କର ଖୁବ ନିକଟତର. ସେ କଣ ବୋଉ ଶୁଦ୍ଧି ଘର କରିପାରିବେନି ଯେ ତୁମେ ସବୁ ସଫେଇ ଦେଉଛ!

  ଏହା ପରେ ଯେବେଠୁଁ ବାପା ବୃନ୍ଦାବନବାବୁ ଆଇ. ସି. ୟୁରୁ ଫେରିଲେ ନିଜ ବାଲ୍ୟବନ୍ଧୁ ଜଗବନ୍ଧୁଙ୍କ ହାତ ଧରି ପକେଇ ଅନୁରୋଧ କରିଥିଲେ ତାଙ୍କ ଶେଷ ସମୟ ଉପସ୍ଥିତ ଜାଣି ଡାକ୍ତର ତାଙ୍କୁ ଗାଁକୁ ଫେରିଯିବାକୁ କହିଛନ୍ତି. ତେଣୁ କୋଉ ଦିନ ତାଙ୍କର କଣ ଯେ ଘଟିବ କହିହେବନି କିନ୍ତୁ ମୋ ମୃତ୍ୟୁପରେ ମୋ ପୁଅମାନଙ୍କୁ କାହାକୁ ନଡାକି ତୁମେମାନେ ସବୁ କରିବ ବୋଲି ଥର ଥର ହାତରେ ଲେଖିଯାଇଥିବା ଚିଠି ସହ ବ୍ୟାଙ୍କ ବାଲାନ୍ସ ସବୁ ଜଗବନ୍ଧୁଙ୍କ ନାମରେ କରି ଅନାଥାଶ୍ରମର ବାଳୁତ ଅକ୍ଷମ ପିଲାମାନଙ୍କୁ ଦେବାକୁ ଲେଖି ଯାଇଥିଲେ. କୌଣସି ସୂତ୍ରରୁ ଖବର ପାଇ ଚାରିପୁଅ ଆସି ବାପାଙ୍କ ଶୁଦ୍ଧିଘରେ ଗରିବଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରିବା ହାସ୍ୟାସ୍ପଦ ଲାଗୁଥିଲେ ବି କଥାଟା ସତ ଥିଲା.


Rate this content
Log in

Similar oriya story from Tragedy