ଚାକିରି
ଚାକିରି
କଟକରୁ ଗାଁ, ଗାଁରୁ କଟକ, ବିନୀ ସହ ଲୁଚାଛପା କଥାବାର୍ତା ମଧ୍ୟରେ କେତେବେଳେ ୫ ବର୍ଷ ବିତିଯାଇଥିଲା, ମୋତେ ଜଣାପଡିଲାନି । ବିନୀ ସଦାବେଳେ ପଛେ ପଛେ ରହି ସବୁ କ୍ଷେତ୍ରରେ ସାହାଯ୍ୟ କରୁଥିଲା । କିଛିଦିନ ପରେ ଡାକ ବିଭାଗରେ ପୋଷ୍ଟ ମାଷ୍ଟର ପଦବୀରେ ଚାକିରୀ କରିବାକୁ ନିଯୁକ୍ତି ପତ୍ର ଆସିଲା । ନିଜ ଗାଁ ଠାରୁ ୩ କି.ମି ଦୂରରେ ମୁଁ ଚାକିରୀରେ ଜଏନ୍ କଲି । ବିନୀର ସାହାଯ୍ୟ, ସହଯୋଗ, ପ୍ରେରଣା ଓ ତା’ ରୁମାଲ ଖଣ୍ଡିକ ସତେ ଯେମିତି ମୋତେ ପ୍ରତି ମୁହୁର୍ତରେ ଆଗକୁ ଆଗକୁ ବଢିବା ପାଇଁ ପଥ ପ୍ରଦର୍ଶକ ସାଜିଥିଲା ।
ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ମୋ ଉପରେ ପରିବାରର ଚାପ ପଡୁଥିଲା । ବାହାଘର କରିବା ପାଇଁ ମୋ ବେକରେ ଦୁଇ ଦୁଇଟି ଭଉଣୀ ବନ୍ଧା ହୋଇଥିଲେ । ଭଉଣୀଙ୍କୁ ବାହାଦେଇ ସାରିବା ପରେ ମୁଁ ବିବାହ କରିବି ବୋଲି ମନେ ମନେ ନିଷ୍ପତି ନେଇଥିଲି ।