Trupti Paikaray

Comedy

3  

Trupti Paikaray

Comedy

ଚାଇନା ଭୂତ (ଭାଗ-୧) ଦଶ ବର୍ଷ ପୂର୍ବେ ଚାଇନା ଭୂତ ଆତଙ୍କ ଉପରେ ଆଧାରିତ

ଚାଇନା ଭୂତ (ଭାଗ-୧) ଦଶ ବର୍ଷ ପୂର୍ବେ ଚାଇନା ଭୂତ ଆତଙ୍କ ଉପରେ ଆଧାରିତ

3 mins
7.6K


ଚାଇନା ଭୂତ (ଭାଗ-୧)

       ଦଶ ବର୍ଷ ପୂର୍ବେ ଚାଇନା ଭୂତ ଆତଙ୍କ ଉପରେ ଆଧାରିତ

 

କିଓ ବାଳବ୍ରହ୍ମଚାରୀ ଭାଇନା କଣ ଘରଦ୍ୱାର ଏମିତି ଅନ୍ଧାର କରି ବସିଛ ଯେ, ମୁଁ ତୁମକୁ ଦେଖାକରିବାକୁ ଆସି କଚଡ଼ା ଖାଇ ମୋ ପ୍ରାଣବାୟୁ ଉଡିବା ଉପରେ I

କୁହନା....କୁହନା ପ୍ରେମାନନ୍ଦ, ଆଉ କଣ କରିବି?

ଏଣିକି ଅନ୍ଧାରରେ ଏମିତି ବସିବାକୁ ପଡିବ I ଛାଡ ଛାଡ କଣ ଆଉ କରିବି? ଏ ଯୋଉ ଚାଇନା ମିଟର ନା' ଘରେ ଘରେ ବସୁଛି, ମୋତେ ଅଧମରା କରିସାରିଲାଣି I ଖାଲି କଣ ହୁ ହୁ ହେଇ ଇଲେକ୍ଟ୍ରିକ ବିଲ ବଢି ଚାଲିଛି I ମୋ ଲୁଗାପଟା ତ ଆଉ ସଫା ହେଉନି I ୱାଶିଂମେସିନ ଚଲେଇବା ବନ୍ଦ, ମାସେ ହେଲା ଗୋଟିଏ ଲୁଗା ପିନ୍ଧି ପିନ୍ଧି ଗନ୍ଧ ଛାଡ଼ିଲାଣି I ଟିଭି ଦେଖିବା ବନ୍ଦ I ଛାଡ ସେ ଦୁଃଖ I

ଏ ମାର୍କଣ୍ଡ ମାଆ ପ୍ରେମାନନ୍ଦଙ୍କ ପାଇଁ କଣ ଟିକେ ଖାଇବାକୁ ନେଇଆସ I

ହଁ, ହଁ କହି ଖାଇବା ଥାଳି ଧରି ପହଞ୍ଚିଗଲେ ମାର୍କଣ୍ଡ ମାଆ I ଥାକେ ପୁରୀ ସହିତ ଆଳୁଦମ ଟିକେ ନେଇ I ପ୍ରେମାନନ୍ଦ ତେଣେ ଗୋଡହାତ ଟେକି ଅନ୍ଧାର ଘରେ ଖାଇବାକୁ ପ୍ରସ୍ତୁତ I ପାଟିରେ ଥରଟିଏ ନେଇଛନ୍ତି କି ନାହିଁ, କହି ପକାଇଲେ, ଏଁ ବାଳବ୍ରହ୍ମଚାରୀ ଭାଇନା ତାରକାରୀର କଣ କିଛି ସ୍ୱାଦ ନାହିଁ I

ତା' ପରେ ବ୍ଳାବ୍ରହ୍ମଚାରୀ ଭାଇନା କହିଉଠିଲେ, ଇଏ ଆଉ ଏକ କାରଣ I ଆମ ମାର୍କଣ୍ଡ ମାଆ, ପାଖ ପଡୋଶୀଘର ସ୍ତ୍ରୀଲୋକଙ୍କ ଠାରୁ ଦେଖି ଦେଖି ଜିଦି ଧରି ବସୁଛି ଯେ, ମୁଁ ସେ ଏତେ ବଡ ବଡ ଚାଇନା ରସୁଣ କିଣିବି I କିଣି ସିନା ଆଣୁଛି, ହେଲେ ଏକରୁ ଅଧିକ ରସୁଣ ବାଟିବାକୁ ତା ହାତ ଯାଉନି, ଆଉ ଗୋଟିଏ ରସୁଣ ପକାଇଲେ ତାରକାରୀର ଏମିତି ଗୁରୁଚଣ୍ଡାଳ ଅବସ୍ଥା I ତା' ପରେ ପ୍ରେମାନନ୍ଦଙ୍କ ପାଳି ଆସିଲା ପ୍ଲେଟ ଖାଲି କରିବାର I

କଷ୍ଟେମଷ୍ଟେ ପ୍ଲେଟ ସଫା କରି ପଚାରିଲେ, ଝିଅ ଦୁର୍ଗେଶ୍ୱରୀ କାହିଁ ଦିଶୁନି I ଓଃ....ଦୁର୍ଗେଶ୍ୱରୀ, ମୋ'ଠାରୁ ଦୁଇ ତିନିଟା ଶକ୍ତ ଚାପୁଡ଼ା ଖାଇ, ଆର ଅନ୍ଧାରଘରେ ବସି ରଡି ଛାଡୁଥିବା I ପ୍ରେମାନନ୍ଦ କହି ଉଠିଲେ ଯେ, ଏତେ ବଡ ବୁଢା ମଣିଷଟିଏ ହେଲଣି ବୁଦ୍ଧି ହେଉନି ତମର ହୋ I କାହିଁକି ଝିଅଟାକୁ ମାରୁଛ ?

ମାରିବିନି ତା କଣ ଆଉ ପୂଜା କରିବି? ଯେତେବେଳେ ମଣିଷ ଟିକେ ଶାନ୍ତିରେ ବସିଥିବ, ଦାନ୍ତ ନେଫେଡ଼େଇ ନେଫେଡ଼େଇ ପଳେଇ ଆସିବ ଆଉ କହିବ, "ବାପା ଆଉ ଟଙ୍କା ଦିଅ, ଚାଇନା ବ୍ୟାଟ୍ରି ଆଣି ଗୀତ ଶୁଣିବି ୱାକମାନରେ ପୁରାଇ I

ଆଉ ସେମିତି ବଡପୁଅ ମାର୍କଣ୍ଡ, କି' ଘର ଗୋଟେ ତିଆରି କରିଛି ଯେ, ସହରରେ? ଗୋଟା ପଇସା ତା ପକେଟରୁ ବାହାର କରୁନି, ଚାକିରୀବାକିରି କରି ମଧ୍ୟ ପଇସା ନବାକୁ ମୋ ପାଖରେ ହାଜର I କଣ ନା ବାପା ପଇସା ଦିଅ, ମୋ ଘରର ଫାଟକ ବନ୍ଦ କରି ନୂଆ ଦିଗରେ କରିବି, କାରଣ ଚାଇନା ବାସ୍ତୁଶାସ୍ତ୍ର ବାଲା କହିଛନ୍ତି I ଏହା କଲେ ମୋର ଶୁଭହେବ I ତାର ଶୁଭ କରିକରି ମୋ ପକେଟ ପୁରା ସଫା କରିସାରିଲାଣି I ପୁଣି କଣ ଫେଙ୍ଗଶୁଇ କହୁଛନ୍ତି ତାକୁ I

ଆଉ ସାନପୁଅ ଗୋବରା, ତା କଥା ଛାଡ, ଫାଡୁଟାଏ ସିଏ I ପାଠପଢିବାକୁ ବାହାରକୁ ପଠେଇଲି ଯେ, ପାଠ କଣ ପଢ଼ିବ, ଗୋଟେ ଚାଇନା ଟେରିକୁ କୋଉଠୁ ଉଠାଇ ଆଣିଛି I ପୁଣି କଣ କହୁଛି ନା' ସେ ମୋ ସ୍ତ୍ରୀ I ତା ନାଁ ପୁଣି କଣ ଚେଁଗିପା I ସିଏ ପୁଣି କଣ ୨୪ ଘଣ୍ଟା ଖାଲି ଚିଂଚ୍ୟାଙ୍ଗ ପିଂପ୍ୟାଙ୍ଗ ହେଉଛି ଯେ ଆମକୁ ଧମକାଇ ଦେଉଛି I ମତେ ଆଉ ମାର୍କଣ୍ଡ ମାଆକୁ ଘରୁ ବାହାର କରିବାକୁ ବସିଲାଣି I ଖାଲି କଣ ଘୋଡା ପରି ଏପଟ ସେପଟ ହେଉଛି ଓ ମୁଁ ଯେତେ ଲାଇଟ ବନ୍ଦ କଲେ ବୁଲିବୁଲି ସେ ଯାଇ ସବୁ ଘରେ ଲାଇଟ ଲଗେଇଦେଉଛି I

ଏବେ ଶୋଇଛି ବୋଲି ମୁଁ ଶାନ୍ତିରେ ସବୁ ଲାଇଟ ଲିଭେଇ ବସିଛି I କୁହନା କୁହନା ପ୍ରେମାନନ୍ଦ, ମତେ "ଚାଇନା ଭୂତ" ପୁରାପୁରି ଗ୍ରାସ କରିସାରିଲାଣି I ଆଉ ଅଳ୍ପଦିନ ପରେ ମୁଁ ମନ୍ଦିର ସାମ୍ନାରେ ବସି ଭିକ ମାଗିବି ବୋଧେ I


Rate this content
Log in

Similar oriya story from Comedy