STORYMIRROR

Basanti Pattnaik

Tragedy Action Inspirational

3  

Basanti Pattnaik

Tragedy Action Inspirational

" ଚାହାଣି"

" ଚାହାଣି"

2 mins
302


        ବହୁ ଦିନ ପରେ ମୋର ଜଣେ ପଡୋଶୀ ପୁତ୍ର ଙ୍କୁ ରାସ୍ତା ଉପରେ କିଛି ଜଳଖିଆ ବିକ୍ରି କରୁଥିବାର ଦେଖିଲି, ଗାଡ଼ି ଅଟକାଇ ପାଖକୁ ଗଲି.. ସେ ମୋତେ ଦେଖି ଖୁସି ରେ ଗଦ୍ ଗଦ୍ ହୋଇ ମୁଣ୍ଡିଆ ମାରିଲା.. ମୁଁ ତା ମଥାକୁ ଆଉଁଶି ଆଶ୍ରିବାଦ ଦେଲି ଓ କହିଲି ପୁଅ ତୋର ମଙ୍ଗଳ ହେଉ,ସେ ମୋତେ ଗୋଟିଏ ଖଲି ପତ୍ର ରେ ପରଟା,ଆଳୁକଷା, ଅଣ୍ଡା ଆମ୍ଲେଟ ବଢାଇ ଦେଲା, ରବିବାର ଥାଏ... ମୁଁ ଖୁସି ରେ ଖାଇ ୧୦୦ଟଙ୍କା ବଢାଇ ଦେଲି..ସେ ମୋ ହାତକୁ ଜାବୁଡ଼ି ଧରି ଟପ୍ ଟପ୍ କାନ୍ଦିଲା.. କହିଲା ମୁଁ ତୁମଠୁ ପ‌ଇସା ଏଇଥର ରଖବିନି .. ଆରଥରକୁ ରଖିବି କହି ମୋ ମୁହଁକୁହତାଶ ଭରା ଚାହାଣି ରେ ଚାହିଁଲା... ଏହି ଚାହାଣି ଭିତରେ ମୁଁ ଅନେକ କଥା ପଢିବାକୁ ଚେଷ୍ଟା କରୁଥିଲି...ଏକା ଲୟରେ ତା ଛୋଟ ଜଳଖିଆ ଷ୍ଟଲ କୁ ଦେଖୁଥିଲି,ମୋ ଆଖି ଆଗରେ ତାର ବାଲ୍ୟକାଳ ନାଚି ଉଠିଲା ।

             ରମେଶ ଚନ୍ଦ୍ର ମହାନ୍ତିଙ୍କ ଛ‌ଅ ପୁଅ ଓ ଦୁଇ ଝିଅ, ବହୁତ ବଡ଼ ପରିବାର ଓ ଆଭିଜାତ୍ୟର ପୂର୍ଣ୍ଣ କାରଣ ପିତା ଜଣେ ଆଇଏସ୍ ଅଫିସର ଓ ତୃତୀୟ ପୂତ୍ରକୁ ଛାଡି ଦେଲେ ସମସ୍ତେ ବିଭିନ୍ନ କ୍ଷେତ୍ରରେ ସରକାରୀ ଉଚ୍ଚ ପଦବୀରେ ଅଧିଷ୍ଠିତ, ଝିଅ ମାନେ ମଧ୍ୟ ଉଚ୍ଚ ଘର ଓ ଉଚ୍ଚ ପଦାଧିକାରୀ ସ୍ବାମୀ ପ୍ରାପ୍ତ ।


          ତୃତୀୟ ପୁତ୍ରଟି ମାନସିକ ବିକାର ଗ୍ରସ୍ତ....ଧନିଘର ପୁତ୍ର ବୋଲି ତାକୁ ଗ୍ରାମ ର ଅପାଠୁଆ ଗରିବ ଘରର ସୁନ୍ଦରି ଝିଅ କୁ ତା ବାପା ବିବାହ କରିଦେଲେ, କିଛି ଦିନ ପରେ ଏହି ଦମ୍ପତି ଙ୍କର ପୁତ୍ର ଟିଏ କୋଳକୁ ଆସିଥିଲା, ପିଲା ଟି ଶଶିକଳା ପରି ବଢି ଶୈଶବ ରେ ପଦାର୍ପଣ କଲାପରେ ମାଆ ର ଉଦାସୀନତାକୁ ବୁଝି ପାରିଲା ଓ ନିଜେ ଆସ୍ତେ ଆସ୍ତେ ସମସ୍ତ ହସଖୁସିଠୁ ନିଜକୁ ଦୂରେଇ ରଖୁଥିଲା, ଏହି ଏକାତ୍ବ ତାକୁ ନିଶାଡି ବନେଇଦେଲା... ଯାହା ତାର ମାଆ ର ଦୁଃଖ କଷ୍ଟ କୁ ଆହୁରି ବଢେଇ ଦେଲା, ସ୍ବାମୀ ଓ ପୁତ୍ରର ଏଭଳି ଅବସ୍ଥା କୁ ନାରୀ ଟି ସହି ନପାରି ମାନସିକ ଓ ଶାରିରୀକ ସ୍ତରରେ ରୁଗ୍ଣ ହୋଇ ଗଲା, ଦିନେ ଖବର ପାଇଲି ସୁନି ମାଉସୀ ହୃଦଘାତରେ ଚାଲିଗଲେ, ମାତ୍ର ଅଠଚାଳିଶ ବର୍ଷ ହୋଇଥିଲା,ମୁଁ କାହିଁକି କେଜାଣି ଏହି ଖବର ରେ ଦୁଃଖି ହୋଇ ପାରୁ ନଥିଲି ବରଂ ମନେ ମନେ ଭାବୁଥିଲି ଯାହା ହେଉ ଏହିଭଳି ଜୀବନ ଠୁ ମୁକ୍ତି ପାଇଗଲେ କାରଣ ପୁଅ କୋଡ଼ିଏ ବର୍ଷର ଯୁବକ ପାଲଟି ଯାଇଥିଲା... ନିଜକୁ ଓ ତାର ପିତା କୁ ସମ୍ଭାଳି ପାରିବାର ଭାର ବହନ କରି ପାରିବ.. ଏହି ଚିନ୍ତା ମୋ ମନକୁ ଆସୁଥିଲା ।


           ବହୁ ଦିନ ପରେ ତାକୁ ସ୍ବାବଲମ୍ବୀ ଭାବରେ ଦେଖି ଜଳଖିଆ କୁ ଅତି ଖୁସିରେ ଖାଇଥିଲି ଓ ସେ ପାଉଣା ଆଉଥରେ ଖାଇଲେ ରଖିବ ବୋଲି ମୋତେ ପ୍ରତିଶ୍ରୁତି ଦେଲା... କିନ୍ତୁ ତାର ଉଦାସିଆ ଅଧା ହସ ଚାହାଣି ମୋତେ ବହୁତ କିଛି କହୁଥିଲା ମୁଁ ପଢ଼ିବାକୁ ଚେଷ୍ଟା କରି ବୁଝି ପାରୁନଥିଲି ।


         ରାତ୍ରିରେ ଶୋଇଲା ବେଳେ ଭାବୁଥିଲି କୋଟିପତି ଘରର ଛୁଆ ରାଜରାସ୍ତାରେ ସ୍ବାବଲମ୍ବୀ ହୋଇ ଯଦି ଜଳଖିଆ ବିକ୍ରି କରୁଛି ଓ ତାଙ୍କ ପରିବାରର ସଦସ୍ୟମାନେ ଆଲିସାନ ବଙ୍ଗଳା ଓ ଗାଡି ଚଢୁଛନ୍ତି ସେଥିପାଇଁ ସେ ନିଜେ ଦାୟି ନା ଭାଗ୍ୟ???? ତାର ଏହି ସ୍ବାବଲମ୍ବୀ କାର୍ଯ୍ୟ ପାଇଁ ଗର୍ବ କରିବି ନା ଭାଗ୍ୟକୁ ଦୋଷ ଦେଇ ଦୁଃଖ ଅନୁଭବ କରିବି ?




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy