ଚା ଝଡ଼
ଚା ଝଡ଼


ଚା' ଝଡ଼..
"ରୀମି କାହିଁ..?"ଘରେ ପାଦ ଦେଉ ଦେଉ ପଚାରିଲେ ସଞ୍ଜୟ..
"ଥିବ ତା ରୁମ୍ ରେ.."ସୁନନ୍ଦା ମ୍ୟାଗାଜିନ ପଢୁ ପଢୁ କହିଲେ..
ମୁଣ୍ଡ ହଲେଇଲେ ସଞ୍ଜୟ..।ତେବେ ମା ଝିଅଙ୍କ ଭିତରେ ଆଜି ପୁଣି ଏକ ମତଭେଦ ହୋଇଛି!!ପ୍ରତିଥର ପରି ଆଜି ମଧ୍ୟ ସୁନନ୍ଦା କିଛି କହିବେନି...ଅଗତ୍ୟା ରିମି ହିଁ ଯାହା ଜଣେଇବ..!!
ଖଟ ଉପରେ ମୁହଁ ମାଡ଼ି ଶୋଇଥିଲା ରୀମୀ।
"ଏ ମା..ଋଷିଛୁ କି..!!??"କହି ତା ପାଖରେ ବସିଲେ ସଞ୍ଜୟ…
ଏତିକି ଡାକରେ ତାଙ୍କ କୋଳରେ ମୁଣ୍ଡ ଦେଇ ରିମୀ ମୁହଁ ମୋଡ଼ି କହିଲା..
"ଆଉ ପାରିବିନି ପା ମୁଁ.. ମିମି ପାଗଳ ପରି ହେଉଛି।"
"ଆରେ କଣ ହେଇଛି କହ ତ.. "ରିମିର ମୁଣ୍ଡ ଆଉଁସି ପଚାରିଲେ ସଞ୍ଜୟ..
"ଆଜି ସକାଳୁ ତାର ଗୋଟିଏ ଜିଦ୍..ପୁଲକିତ ଫ୍ୟାମିଲି କାଲି ଆସିଲା ବେଳେ ମୁଁ କୁଆଡେ ଚା କରି ସେମାନଙ୍କ ପାଇଁ ନେଇକି ଯିବି।କହିଲ ପା.. ମୀମୀ କେଉଁ ଜମାନା ରେ ରହୁଛି??ଆଜିକାଲି ଆଉ ଏ ସିଷ୍ଟମ୍ ଅଛି କି..!!??ତା ଛଡା ସେମାନେ ଜାଣିଛନ୍ତି ମୁଁ ରୋଷେଇ ଘରେ ପାଦ ଦିଏନି।ଆଉ ସେଇଥି ପାଇଁ ଅଲରେଡି ଜଣେ କୁକ୍ ତାଙ୍କ ଘରେ ରଖି ସାରିଲେଣି।ଆଉ ମୀମି ଏବେ ଏମିତି କହୁଛି…!!"
"ଦେଖ ମା.."ବୁଝେଇ କହିଲେ ସଞ୍ଜୟ.."କହିଲୁ ଦେଖି ତୁ ପିଲା ଦିନରୁ ଯାହା ଚାହିଁଛୁ ତାହା କରିଛୁ ନା ନାହିଁ..!!??ମନ ପସନ୍ଦ ପୋଷାକ ପିନ୍ଧିବା ହେଉ କି ତୋ କ୍ୟାରିଅର ଚୟନ।କିମ୍ବା କହ ତୋ ହଷ୍ଟେଲରେ ରହିବା ନିଷ୍ପତ୍ତି...କିମ୍ବା ଆଉ କିଛି ଦିନ ପରେ ହଷ୍ଟେଲ ଛାଡ଼ି ଘରକୁ ଆସିବା କଥା..କେଉଁ ବିଷୟରେ ମୁଁ ତୋତେ ସହମତି ଦେଇନି ..!!??"
"ହଁ ପା..ତମେ ସବୁବେଳେ ମୋତେ ସପୋର୍ଟ କରିଛ.."କହିଲା ରିମି..
"ଖାଲି ସପୋର୍ଟ ନୁହଁରେ ମା..ତୋ ମିମୀକୁ ବି ବୁଝେଇଛି।ଆଉ ପୁଲକିତ ସହ ତୋ ବିବାହ ପରି ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ପାଇଁ ମଧ୍ୟ ମୁଁ ତୋ ସହ ଅଛି ନା..??"
"ହୁଁ.."କହିଲା
ରିମି।
"କାହିଁକି ଜାଣୁ.?.କାରଣ ତୁ ଏ ସବୁ ଠିକ୍ କହିଛୁ।ଆଉ ତୋ ମିମୀ କହିବା ପରି ତୋତେ ଘର ପାଖ ଟିଉସନ ଦେବା ହେଉ କି ତୋ ଜନ୍ମଦିନରେ ପ୍ରତିବର୍ଷ କିଛି ଗହଣା ତିଆରି କରେଇବା.. କିମ୍ବା ପ୍ରତିଦିନ ମନ୍ଦିର ଯିବାକୁ କହିବା.. ଏସବୁ ପାଇଁ ତୋତେ ମନେଇଛି.."
"ହୁଁ.."ପୁଣି କହିଲା ରିମି।
"କାରଣ ଏ ସବୁ ବିଷୟରେ ତୋ ମୀମି ଠିକ୍ କହିଛି।ଆଜି ମଧ୍ୟ ମା' ରେ ତା କଥା ଠିକ୍।ତୋ ବିଷୟ ପୁଲକିତ ଘରେ ସମସ୍ତେ ଜାଣିଛନ୍ତି ।କିନ୍ତୁ ମା.. ଆମ ଝିଅ ସର୍ବଗୁଣସମ୍ପନ୍ମା। ଆଉ ତୋ ମିମି ମଧ୍ୟ ତୋ ବାହାଘର ପାଇଁ କିଛି ସ୍ବପ୍ନ ଦେଖିଥିବ ନା..ତା ଝିଅକୁ ସେଥିପାଇଁ ସେ କହି ଦେଇଥିବ.. ଚା କରିବା ଶିଖିଦେବା କିଛି ବହୁତ ବଡ଼ ଚାଲେଞ୍ଜ ନୁହେଁ ତୋ ପାଇଁ।କିନ୍ତୁ ପୁଅଘର ପ୍ରଥମ କରି ଆସିବା ବେଳେ ଟିକେ ଚା କରି ଦେଇପାରିଲେ ଯଦି ତୋ ମିମୀ ଖୁସି ହୋଇଯିବ..ସେତେ କ୍ଷତି ହେବନି ନା..!!??"
"ପା ତୁମେ ଠିକ୍ ଜାଣିଛ ମୋ ଠୁ କେମିତି କାମ କରେଇନେବ …!!??"ହସି ହସି କହିଲା ରୀମି ଆଉ ଆଗେଇ ଗଲା ସୁନନ୍ଦାଙ୍କ ପାଖକୁ।
'ଓହୋ..ମଣିଷ ବଞ୍ଚିଗଲା..'ଏକ ପାରିଲା ପଣିଆ ସହ ପରବର୍ତ୍ତୀ ଖୁସି ମୁହୂର୍ତ୍ତ ଉପଭୋଗ କରିବାକୁ ଡ୍ରଇଂ ରୁମ୍ କୁ ଆସିଲେ ସଞ୍ଜୟ…
"କହିଲି ନା..କିଛି ଦରକାର୍ ନାହିଁ।ମୁଁ ଏତେ ବି ମରହଟ୍ଟି ଚିନ୍ତାଧାରା ରଖିନି।ତୋ ଶାଶୁଘର ଲୋକେ ଯଦି ସବୁ ଜାଣିଛନ୍ତି ତୁ କାହିଁକି ଚା ତିଆରି କରିବା ଶିଖିବୁ??କିଛି ଆବଶ୍ୟକ ନାହିଁ ସେସବୁ.."ସୁନନ୍ଦା କହୁଥିଲେ…
"ଆରେ ମୀମି..କହିଲି ନା..ଚା ଶିଖିବାକୁ ମୋର ଅବଜେକ୍ସନ ନାହିଁ।ତୁ କାହିଁକି ମନା କରୁଛୁ ଯେ.."?କହୁଥିଲା ରିମି..
"ଆରେ.. କହିଲି ନା..ଜୀବନ ସାରା ଏ ରୋଷେଇଘର ସମ୍ଭାଳି ସମ୍ଭାଳି ବିତିଯିବ।ଆଉ ଏବେ ଯେତେ ଦିନ ତୋତେ ରିଲାକ୍ସ୍ ମିଳୁଛି ମନା କାହିଁକି..!!??"....
"ମିମି...ଶିଖେଇ ଦେ ତ ପ୍ଲିଜ୍.."
"ରିମି.. ନୋ ବେବୀ… ନଟ୍ ନିଡେଡ୍…"
ହେ ଭଗବାନ୍..!!ଦୁଇ ଜଣ ଏକା ଥରେ ଚୁପ୍ ହୋଇ କାହିଁକି ଏମିତି ଦେଖୁଛନ୍ତି ସଞ୍ଜୟଙ୍କ ଆଡ଼କୁ…!!??
ଆଉ ସଞ୍ଜୟ….!!??