STORYMIRROR

Amit Bal

Abstract Classics Inspirational

3  

Amit Bal

Abstract Classics Inspirational

ବ୍ୟୋମକେଶ ବକ୍ସି

ବ୍ୟୋମକେଶ ବକ୍ସି

3 mins
170

  

     ଦୁନିଆକୁ ଜାଣିବା ଚିହ୍ନିବାର ପଥ ଉନ୍ମୋଚନ କରିଥାଏ ପୁସ୍ତକ , ଖବର କାଗଜ , ଟେଲିଭିଜନ ଏବଂ ଆଜିକାଲିର ମୋବାଇଲ ପରି ମାଧ୍ୟମ । ମଣିଷ ଏଇ ସମସ୍ତ ମାଧ୍ୟମରୁ ସମାଜ ବିଷୟରେ ଅନେକ କିଛି ଜାଣିବାକୁ ପାଇଥାଏ । କିଛି ବାସ୍ତବ କିଛି କାଳ୍ପନିକ । ଧିରେ ଧିରେ କିଛି ଚରିତ୍ର ପ୍ରତି ଆକର୍ଷଣ ବଢେ । କାହାକୁ ପ୍ରେମ କାହାଣୀ ଭଲଲାଗେ , କାହାକୁ ଭ୍ରମଣ କାହାଣୀ । କେହି କେହି ଜାସୁସି ବା ଗୁପ୍ତଚର ଆଧାରିତ କାହାଣୀ ଭଲପାଆନ୍ତି ।

      ଏମିତି ଦେଖିବାକୁ ଗଲେ ପ୍ରାୟ ସମସ୍ତେ ସାନବେଳୁ ଜାସୁସୀ କାହାଣୀ ,ଉପନ୍ୟାସ ବା ଜାସୁସୀ ସିନେମା ପସନ୍ଦ କରନ୍ତି । ବ୍ୟୋମକେଶ ବକ୍ସି ମଧ୍ୟ ସେହି ଭଳି ଏକ ଚରିତ୍ର । ଜାଣିବାକୁ ମିଳେ , ୧୯୩୦ ମସିହାରେ ପ୍ରଥମ ଥର ପାଇଁ ବ୍ୟୋମକେଶ ବକ୍ସି ର ଚରିତ୍ର ଲୋକ ଲୋଚନକୁ ଆସେ । କଥାକାର ଶରଦେନ୍ଦୁ ବନ୍ଦୋପାଧ୍ଯାୟଙ୍କ ମାନସ ସନ୍ତାନ ହେଉଛି ଏକ ଚରିତ୍ର । ଏହା ଡିଟେକ୍ଟିଭ ଦୁନିଆରେ ଏକ ଚିର ପରିଚିତ ନାଁ । କେବଳ ପଶ୍ଚିମ ବଙ୍ଗରେ ନୁହେଁ ସମଗ୍ର ଭାରତରେ ଏହା ଏକ ଜଣାଶୁଣା ଚରିତ୍ର ।

        ବ୍ୟୋମକେଶ ବକ୍ସି କାହାଣୀକୁ ନେଇ ଅନେକ ପୁସ୍ତକ , ସିନେମା , ନାଟକ , ଟେଲିଭିଜନ ସିରିଏଲ ବିଭିନ୍ନ ସମୟରେ ନିର୍ମିତ ହୋଇ ଆସିଛି । ଚରିତ୍ରଟି ଖୁବ୍ ପ୍ରଶଂସିତ ମଧ୍ୟ ହୋଇଛି । ଯେତେ ଦେଖିଲେ ମଧ୍ୟ ଲୋକ ବାରମ୍ବାର ସେ ଚରିତ୍ର ପ୍ରେମରେ ପଡିଛନ୍ତି । ତା'ର କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଛନ୍ତି ଏବଂ ନିଜେ ବି ସେ କାହାଣୀ ଓ ଚରିତ୍ର ଭିତରେ ବେଳେ ବେଳେ ପଶି ଯାଇଛନ୍ତି ।

        ବ୍ୟୋମକେଶ ବକ୍ସି କାହାଣୀରେ ମୁଖ୍ୟତଃ ଦୁଇଟି ଚରିତ୍ର । ନିଜେ ବ୍ୟୋମକେଶ ଏବଂ ତାଙ୍କ ବନ୍ଧୁ ବା ସହଯୋଗୀ ଅଜିତ ବାବୁ । ପ୍ରତ୍ୟେକ କାହାଣୀରେ ଦୁଇ ଜଣ ଦୋଷୀକୁ ଚିହ୍ନଟ କରିବା ପାଇଁ ସାଥି ହୋଇ ଯାଇଥାନ୍ତି ।

       ଏ କାହାଣୀ ମଧ୍ୟ ସେମିତି ଜଣେ କଲିକତାରେ ରହୁଥିବା ଧନୀ ବ୍ଯକ୍ତିଙ୍କର । ସେ ନିଜର ସ୍ତ୍ରୀ ପିଲାଙ୍କୁ ନେଇ ବସବାସ କରୁଥାନ୍ତି । ବ୍ୟବସାୟ ଖୁବ୍ ଭଲ ଚାଲିଥାଏ । ସମୟ ଗଡି ଚାଲିଲା ଧିରେ ଧିରେ ସେ ନିଶା ଜାତୀୟ ଦ୍ରବ୍ୟର ସେବନ ଆରମ୍ଭ କଲେ । ଫଳରେ ଦେହ ଅସୁସ୍ଥ ହେବାକୁ ଆରମ୍ଭ କଲା । ବ୍ୟବସାୟ ରେ କ୍ଷତି ହେଲା । ସେ ଶେଷରେ ଅଧିକ ଅସୁସ୍ଥ ହୋଇ ଘରେ ଶୋଇ ରହିଲେ ।

       ଏଥର ପୁଅମାନେ ତାଙ୍କର ବ୍ୟବସାୟର ଦେଖାଶୁଣା କଲେ । ଦିନ ବିତିଲା କିନ୍ତୁ ବ୍ୟବସାୟୀଙ୍କ ଦେହ ସୁସ୍ଥ ହେଲା ନାହିଁ । ସେ ଅସୁସ୍ଥ ରହି ମଧ୍ୟ ନିଶାକୁ ଛାଡି ପାରିଲେ ନାହିଁ । ପୁଅ ମାନେ ବ୍ୟସ୍ତ ହୋଇ ବହୁ ବଡ଼ ବଡ଼ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଇଲେ । ମାତ୍ର ଲାଭ କିଛି ମଧ୍ୟ ହେଲା ନାହିଁ । ଡାକ୍ତର ଯେତେ ମନାକଲେ ବି ସେ ନିଶା କଲେ ।

       ପୁଅମାନେ ଏତେ ସତର୍କତାର ସହିତ ତାଙ୍କର ଦେଖାଶୁଣା କରିବା ସତ୍ତ୍ୱେ ତାଙ୍କୁ କିଏ ନଶା ଜାତୀୟ ଦ୍ରବ୍ୟ ଯୋଗାଇ ଦେଉଥିଲା ସେମାନେ କିଛି ଜାଣି ପାରୁନଥିଲେ । ପିତାଙ୍କ ସ୍ବାସ୍ଥ୍ୟକୁ ନେଇ ସେମାନେ ଦିନକୁ ଦିନ ଖୁବ୍ ବ୍ୟସ୍ତ ହୋଇ ପଡୁଥିଲେ । ସତ୍ଯା ସତ୍ୟ ଜାଣିବା ନିମନ୍ତେ ତାଙ୍କ ପାଖରେ କୈାଣସି ଉପାୟ ନଥିଲା ।

       ହଠାତ୍ ଦିନେ ‌‌‌‌‌‌‌‌‌କେହି ଜଣେ ଭଦ୍ରବ୍ୟକ୍ତି ଡିଟେକ୍ଟିଭ ବ୍ୟୋମକେଶ ବାବୁଙ୍କ ଠିକଣା ତାଙ୍କୁ ଦେଲା ଏବଂ କହିଲା ଆପଣ ଏହି ଲୋକଙ୍କୁ ଦେଖା କରି ସମସ୍ୟାର ସମାଧାନ କରିପାରିବେ ।

     ଯୋଗାଯୋଗ ପରେ ବ୍ୟୋମକେଶ ବକ୍ସି ତାଙ୍କ ଘରେ ପହଞ୍ଚି ଘଟଣା ବିଷୟରେ ଟିକି ନିଖି ଖବର ସଂଗ୍ରହ କଲେ ଏବଂ ଦୁଇ ଦିନ ମଧ୍ୟରେ ନିଶା ଦ୍ରବ୍ୟ ଦେଉଥିବା ଦୋଷୀ ଧରାପଡ଼ିଲା ।

 

      ଘଟଣା ଅନୁସାରେ ଭଦ୍ରବ୍ୟକ୍ତି କାହାଣୀ ଲେଖା ଲେଖି କରୁଥିଲେ । ଏଥିପାଇଁ ପୋଷ୍ଟରେ ସେ ବାହାରୁ କାଗଜ ମଗାଉଥିଲେ ଏବଂ ଟଙ୍କା ମଧ୍ୟ କାଗଜ କିଣିବାକୁ ପୋଷ୍ଟରେ ହିଁ ପଠାଉଥିଲେ । ଏହି କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ମାସ ପୋଷ୍ଟ ପିଅନ ଘରକୁ ଆସୁଥିଲା । କାଗଜ ଦେଇ ଟଙ୍କା ନେଇ ସେ ଚାଲିଯାଉଥିଲା ।ତା' ବ୍ୟତୀତ ଅନ୍ୟ କୌଣସି ବାହାର ଲୋକ ତାଙ୍କ ରୁମ୍ କୁ ଯାଉନଥିଲେ । ବ୍ୟୋମକେଶ ବକ୍ସି ଯେତେବେଳେ ଭଲ ଭାବରେ ଘଟଣାର ତର୍ଜମା କଲେ,ଜଣା ପଡିଲା ସେଇ ପୋଷ୍ଟ ପିଅନ ହିଁ ପ୍ରକୃତ ଦୋଷୀ । ସେ ହିଁ ଗୋଟିଏ ଝର କଲମରେ ନିଶା ଜାତୀୟ ଦ୍ରବ୍ୟକୁ କାଳି ଆକାରରେ ଯୋଗାଇ ଦେଉଥିଲା । କାଗଜ ଆଣିବା କେବଳ ବାହାନା ଥିଲା । ଅସଲରେ ସେ ନିଶା ଦ୍ରବ୍ୟର ଟଙ୍କା ହିଁ ନେବା ପାଇଁ ଆସୁଥିଲା ଏବଂ ଗୋଟିଏ କଲମ ବଦଳାଇ ଆଉ ଗୋଟିଏ କଲମ ଦେଇ ଯାଉଥିଲା । ଏପଟେ ଭଦ୍ର ବ୍ଯକ୍ତି ଲେଖିବା ବାହାନାରେ ନିଶାଦ୍ରବ୍ୟ ଖୁବ୍ ଆରାମରେ ସମସ୍ତ ଅଗୋଚରରେଙ୍କ ସେବନ କରି ଚାଲିଥିଲେ । ଯେତେ ବେଳେ ମନ ହେଉଥିଲା ସେ କଲମକୁ ଖୋଲି ଚୁଚୁମି ଦେଉଥିଲେ ଏବଂ ଆଉ ଏକ କଲମରେ ଏଣୁତେଣୁ ଲେଖି ଗପ ଲେଖିବାର ବାହାନା କରୁଥିଲେ ।

       ଏହି ପରି ଅନେକ ରୋମାଞ୍ଚକର କାହାଣୀକୁ ବ୍ୟୋମକେଶ ବକ୍ସିଙ୍କ ଗୁପ୍ତଚର କାହାଣୀରେ ପଢିବାକୁ ଦେଖିବାକୁ ମିଳିଥାଏ । କାହାଣୀ ପଢୁ ପଢୁ ଲାଗି ଥାଏ , ସତେ ଯେପରି ବ୍ୟୋମକେଶ ବକ୍ସି କୈାଣସି କାଳ୍ପନିକ କାହାଣୀ ନୁହେଁ । ଆମ ସମାଜରେ ଥିବା ଏକ ଜୀବନ୍ତ ଚରିତ୍ର । ଯିଏ ଖୁବ୍ ବିଚକ୍ଷଣ ବୁଦ୍ଧିର ଅଧିକାରୀ । ପ୍ରତ୍ୟେକ ଘଟଣାର ସମାଧାନ ଯେପରି ତାଙ୍କ ପାଖରେ ରହିଛି । ଆଖି ପିଛୁଳାକେ ସେ ତା'ର ସମାଧାନ କରି ଦେଇ ପାରିବେ ।

       ବ୍ୟୋମକେଶ ବକ୍ସି ଚରିତ୍ର ବୋଧହୁଏ ଊଣାଅଧିକେ ସବୁରି ପ୍ରିୟ ଡିଟେକ୍ଟିଭ୍ ଚରିତ୍ର । ଦୀର୍ଘ ବର୍ଷ ଧରି ଆଜିବି ଏ ଚରିତ୍ର , ପ୍ରତ୍ୟେକ ଜାସୁସୀ ପ୍ରେମୀ ପାଠକର ଦର୍ଶକର ହୃଦୟରେ ନିଜର ହୋଇ ରହିଛି । ସମୟ ଅନୁସାରେ ତା'ର ରୂପ ପରିବର୍ତ୍ତନ ହୋଇ ଚାଲିଛି କିନ୍ତୁ ଲୋକଙ୍କ ମନରେ ଏବେ ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ନିଜ ପାଇଁ ସେ ବଜାୟି ରଖିଛି । 


Rate this content
Log in

Similar oriya story from Abstract