Suvram Prusty

Abstract Comedy Inspirational

3  

Suvram Prusty

Abstract Comedy Inspirational

ବୁଲା କୁକୁର

ବୁଲା କୁକୁର

2 mins
194


ରାତିରେ ଶାନ୍ତି ରେ ଶୋଇ ଦେଉନାହିଁନ୍ତି। ଖାଲି ଓଉ . . ଓ..ଉ..

ହଁ, ଏଇ ଆମ ଗାଁ ବୁଲା କୁକୁର ଗୁଡ଼ାକ ମ !

ଦିନକୁ ଦିନ ସଂଖ୍ଯା ବୃଦ୍ଧି କରି ଚାଲିଛନ୍ତି ଆଉ ଲୋକ ମାନଙ୍କୁ ହଇରାଣ ବି କରି ଚାଲିଛନ୍ତି । କେତେବେଳେ କାହାକୁ କାମୁଡୁଛନ୍ତି, ତ' କେତେବେଳେ ଗାଡ଼ି ଆଗରେ ପସିଆସି ଦୁର୍ଘଟଣା ଘଟାଉଛନ୍ତି । ନା' ଏମାନଙ୍କୁ ଆଉ ପାରିହଵନି ।

ଦୁଇ ସାହି କୁକୁର ମଧ୍ୟରେ ସବୁବେଳେ କଳି । କଳିର କାରଣ ଟା ବି ଟିକେ ଭିନ୍ନ । ଏ ସାହିର ଅଣ୍ଡିରା କୁକୁର ସେ ସାହିର ମାଇ କୁକୁରକୁ ଯାଇକି କମେଣ୍ଟ ମାରିଦେଇ ଆସିଛି । ସେଥିରୁ ଆରମ୍ଭ ହୋଇଯାଏ କଳି । ଲାଗିବ ସତେକି ୱାର୍ଲ୍ଡ ୱାର୍ ଚାଲିଛି।ଖାଲି ସାହି ସାହି ଭିତରେ କାହିଁକି ନିଜ ସାହି କୁକୁର ମାନଙ୍କ ମଧ୍ୟରେ ବି କଳି ହୁଏ । ଏ କଳି ସେ କଳି ଠୁ ଟିକେ ଭିନ୍ନ, ଏଠି ଝଗଡ଼ା ଛିଣ୍ଡାକନା କୁ ନେଇକି କିମ୍ବା ସତେଜ ମଳକୁ ନେଇକି ହୁଏ ।କୌଣସି ପରିଷ୍କାର ସ୍ଥାନ ଦେଖିଲେ ଏମାନେ ସେଇଠି ହିଁ ମୂତ୍ର ବିସର୍ଜନ କରିଦେବେ ।

ଗାଁ ଜଳଖିଆ ଦୋକାନ କିମ୍ବା କାହା ଘରେ ଜଦି ଆମିଷ ହୋଇଥିବ ସେଠାରେ ଏମାନେ ଭିଡ଼ ଜମେଇ ଦେବେ । ଭିଡ ତ ଜମେଇବେ ଯାହା ସେ ସ୍ଥାନକୁ କବ୍ଜା ବି କରିନେବେ ।

ସେ ଯାହାବି ହେଉ ପ୍ରତିଦିନ ଗାଡି ଦୁର୍ଘଟଣା ରେ ଶହ ଶହ କୁକୁରଙ୍କ ଜୀବନ ଯାଉଛି । ଏବେ କିଛି ଦିନ ପୂର୍ବରୁ ଗଣମାଧ୍ଯମ ରେ ପ୍ରକାଶିତ ଖବର ଅନୁଯାୟି ଜଣେ ମିଠା ବ୍ୟବସାୟୀଙ୍କ ଦୋକାନ ଆଗରେ କିଛି କୁକୁର ପ୍ରତିଦିନ ମଳତ୍ୟାଗ କରିବାରୁ ଖାଦ୍ୟରେ ବିଷ ଦେଇଦେଲେ । ଏ ନିରିହ କୁକୁର ମାନେ ମଣିଷର କୂଟିଳତା ବୁଝି ନପାରି ତାକୁ ଖାଇ ମରିଗଲେ ।

ସେମାନେ ତ' ପଶୁ ଆଜ୍ଞା ! ଆମେ ତ' ମଣିଷ, ଆମ ପାଖରେ ବୁଦ୍ଧି ବିବେକ ସବୁ କିଛି ଅଛି । କିନ୍ତୁ ଆମେ ଆମ ମଣିଷ ପଣିଆ ହରେଇ ପିଶାଚ କାମ କରୁଛେ । କଥାରେ ଅଛି ନା ଆମକୁ କୁକୁର କାମୁଡିଲେ ଆମେ କ'ଣ କୁକୁର କୁ କାମୁଡ଼ିବା । ପୋଷା କୁକୁର କୁ ଘରେ ରଖି ଆମେ ଆମ ଆଭିଜାତ୍ୟ ର ପ୍ରମାଣ ଦେଉଛେ କିନ୍ତୁ ବୁଲା କୁକୁର କୁ ଆମେ ଘୃଣା କରୁଛେ । ପୋଷା କୁକୁର ଆମେ ଦାମିକିଆ ଖାଦ୍ୟ କିଣି ଆଣି ଦେଉଛେ ହେଲେ ବୁଲା କୁକୁରକୁ ରୁଟି ଖଣ୍ଡେ ଦେବାର ସାମର୍ଥ୍ୟ ଆମ ପାଖରେ ନାହିଁ । ଏହା ହେଉଛି ଆମ ଋଗ୍ଣ ମାନସିକତା । "ସେମାନଙ୍କ ସୁରକ୍ଷା ଆମ ଦାୟିତ୍ଵ । ସଚେତନ ହେବା, ସୁରକ୍ଷା ଦେବା" ।

                      


Rate this content
Log in

Similar oriya story from Abstract