Satyabati Swain

Inspirational

3  

Satyabati Swain

Inspirational

ବ୍ରତ

ବ୍ରତ

5 mins
12.5K


ବ୍ରତ


ମେଡିକାଲ୍ ପଢି ପାରିଲା ନାହିଁ ବୋଲି ସେ ହସିବା ବି ଭୁଲି ଗଲା।ସବୁବେଳେ ଉଦାସ ଭାଵ ତା ମୁହଁରେ।


ସେତିକି ବେଳେ ତା ମୁହଁରେ ଟିକେ ପ୍ରସନ୍ନ ରେ ଝଲକେ ଯେତେବେଳେ ଖଣ୍ଡେ ଖଣ୍ଡେ କାଗଜ ତା ହାତରେ ଥାଏ।


ସେ ମୋ ପୁଅ ବୀଜନ୍;ବିଜୁ।


ହସିବା ଭୁଲି ଯାଇଛି କେତେ ଦିନ ଆଗରୁ।ପିଲା ଦିନୁ ଅନ୍ୟର ସେବା ଯତ୍ନ କରିବା ତାର ଗୋଟେ ଖୁସିର କାରଣ ଥିଲା।ମୋ ଶଶୁର ଯେତେବେଳେ ଶଯ୍ୟାଶାୟୀ ହୋଇ ସେଇଠି ଝାଡା ,ପରିସ୍ରା କରି ଦେଉଥିଲେ,ବିଜୁ ସେତେବେଳେକୁ ନଅ ବର୍ଷର ପିଲା।ମୋର ଗନ୍ଧ ଆଲାର୍ଜି।ସାମାନ୍ୟ ସ୍ତରରୁ ଟିକେ କମ୍ କି ଅଧିକ ହେଲେ ଅତ୍ୟଧିକ ବାନ୍ତି ହୁଏ।ଏତେ ପରିମାଣରେ ବାନ୍ତି ହୁଏ ଯେ ବେଳେ ବେଳେ ପିତ ବାନ୍ତି ହୋଇ ବେହୋସ୍ ହୋଇଯାଏ।


ଏଇ ଖରାପ ଗୁଣ ଟି ମୋର ପିଲାଦିନୁ ନଥିଲା।ମାତ୍ର ସ୍କୁଲ ସାରି ଦିନେ ଫେରିଲା ବେଳେ ମୋର ଗୋଟିଏ ଦୁର୍ଘଟଣା ହୋଇଥିଲା।ମୁଣ୍ଡ ଫାଟି ଦି ଫାଳ।ଛଅ ମାସ ବେହୋସ୍ ଅବସ୍ଥାରେ ଥିଲି।ସମସ୍ତେ ଆଶା ଛାଡି ଦେଇଥିଲେ।ଅଜୁ ମୋ ସାନ ପୁଅକୁ ମାତ୍ର ଦିନି ମାସ ପୁରିଥାଏ ମୋ ଦୁଃର୍ଘଟଣା ବେଳକୁ।।ତିନି ବର୍ଷ ପରେ ମୁଁ ସ୍ୱାଭାବିକ ହେଲି।କିନ୍ତୁ ଅତ୍ୟଧିକ ଆଲୋକ,ପାଟିତୁଣ୍ଡ କି ଗନ୍ଧ ହେଲେ ମୋ ମୁଣ୍ଡ କଣ ହୋଇ ବାନ୍ତି ହୁଏ ଓ ବେହୋସ୍ ହୋଇଯାଏ।ଡାକ୍ତର କହିଛନ୍ତି ଏପରି ହେବ।କାରଣ ମୁଣ୍ଡରେ ଛେଚି ହୋଇଯାଇଥିବା ଗୋଟିଏ ଶିର ପୁରୁ ନାହିଁ।ଜଗି ରଖି ଚଳିବାକୁ ପଡିବ।ଏପରି ଅବସ୍ଥା ଭଲ ହେବାକୁ ତିନି ମାସ,ବର୍ଷ ଲାଗି ପାରେ।ଏମିତି ବି ହୋଇ ପାରେ ସାରା ଜୀବନ ଭଲ ହେବାକୁ ଲାଗି ଯାଇ ପାରେ; ନ ହୋଇ ପାରେବି।ଷ୍ଟ୍ରେସ୍ ନେବେ ନାହିଁ ନଚେତ ବାନ୍ତି ହୋଇ ବେହୋସ୍ କରି ଦେଇ ପାରେ।


ଏଣୁ ଶଶୁର ଯେତେବେଳେ ଅଚଳ ହୋଇ ପଡ଼ି ରହିଲେ,ତାଙ୍କ ସେବା ଶୁଶ୍ରୁଷା କରିବା ମୋ ପାଇଁ ବହୁ କଷ୍ଟ ଦାୟକ ଥିଲା।ବାପା ଶୋଇଥିବା ଘରକୁ ମୁଁ ମୁହଁରେ ସାତ ପରସ୍ତ ଗାମୁଛା ଗୁଡେଇ ଯାଏ ଓ ତାଙ୍କ କାମ କରେ।ଦିନେ ଦିନେ ବାପା ଝାଡା ଚାରି ଆଡେ ବୋଲି ଦେଇଥାନ୍ତି।ସେଦିନ ମୋ ଅବସ୍ଥା ସଙ୍କଟାପନ୍ନ ହୋଇଯାଏ।ନ କଲେ ନ ହେବ।ଚାକିରୀ ,ପିଲା, ମୋ ବାନ୍ତି ,ସାଙ୍ଗକୁ ବାପାଙ୍କ ସେବା ମୋତେ ବହୁତି କଷ୍ଟ ଦେଇଛି।


ଶାଶୁ ନଥିଲେ।ମିଷ୍ଟର୍ ବାହାରେ ଚାକିରୀରେ।ଦିଅର ଅବିବାହିତ।କିଏ ଆଉ କରନ୍ତା ବାପାଙ୍କ କାମ।ଚାକିରି ପାଇଁ ସମୟ ଜଗି ପିଲା ଛୁଆ ଜଞ୍ଜାଳ ସହ ବାପାଙ୍କ କାମ ମୋ ଦୁର୍ଘଟଣା ଗ୍ରସ୍ତ ମୁଣ୍ଡ ସମ୍ଭାଳି ପାରେ ନାହିଁ।ନଣନ୍ଦ ଆସି ରହିଲେ।କିନ୍ତୁ ସେ ବାପାଙ୍କ ଘରକୁ ଟିପ ପକାନ୍ତି ନାହିଁ।ପିଲାଙ୍କ କାମ ସହ ରୋଷେଇ ବାସ କରି ଦିଅନ୍ତି।ଏତିକି ମୋ ପାଇଁ ବି ଯଥେଷ୍ଟ।ଦିଅର ଓ ଛୁଆ ତ ଅବହେଳାରୁ ବଂଚିଯିବେ।ବେଶୀ କଷ୍ଟ ହୁଏ ଶନିବାର ସ୍କୁଲ ଦିନ।ଭୋଗ ଲଗାଇଲା ପରି ଦାନ୍ତ ପତ୍ର ବାପାଙ୍କ ଘଷି ଦେଇ ଫଳ ଯୁସ୍ ଟିକେ ପିଆଇ ଦେଇ ସ୍କୁଲ ଯାଏ।ସେଦିନ ଆସିଲା ବେଳକୁ ବାପା ତାଙ୍କ ଘର ସାରା ଚକ୍ରି ପରି ବୁଲି ଝାଡା ପରିସ୍ରାରେ ଲଟ୍ ପଟ ହୋଇଥାନ୍ତି।ପୁରା ଘର ସେଦିନ ଡେଟଲରେ ପୋଛି ବାପାଙ୍କ ଦେହ ଗରମ ପାଣିରେ ଘଷି,ତାପରେ କ୍ୟାଣ୍ଡିଡ୍ ପାଉଡର୍ ଦେହ ଓ ବେଡ୍ ସାରା ପକେଇବାକୁ ପଡେ।ବୋତଲ ବୋତଲ ସେଣ୍ଟ ସ୍ପ୍ରେ କରାଯାଏ। ବାସନା ଧୂପ କାଠି ଦିନ ରାତି ଲାଗାଇଲେ ବି ଗନ୍ଧ ଯାଏନି।ମୋତେ ଲାଗେ ବାପା ଯନ୍ତ୍ରଣା ଭୋଗୁ ନାହାନ୍ତି ମରୁଛି ମୁଁ।


ଦିନେ ଶନିବାରଆ ସ୍କୁଲକୁ ଡି ଇ ଓ ଆସି ଥାଆନ୍ତି।ସେ ନ ଗଲେ ମୁଁ ସ୍କୁଲ ଛାଡି ପାରୁ ନଥାଏ।ବାପା କଣ କରୁଥିବେ।ଖାଇ ନଥିବେ ଭାବି ଭାବି ଅତିଷ୍ଠ ହୋଇ ପଡୁଥାଏ।ନଣନ୍ଦ ଙ୍କୁ ଫୋନ୍ କଲି ମୋର ଫେରିବା ଡେରି ହେବ ବୋଲି।ସେ କହିଲେ ମୁଁ ପିଲାଙ୍କ କଥା ବୁଝି ଦେବି ଭାଉଜ ତୁମେ ଆସିଲେ ବାପାଙ୍କ କାମ କରିବ।ବାପା ଆଜି ପତଳା ଝାଡା ହୋଇ ଗାଧୋଇ ପଡି ଶୋଇଛନ୍ତି।ଘରେ ପଶି ହେଉ ନାହିଁ।ଅଜୁ ବାପାଙ୍କ ଘରକୁ ବାରମ୍ବାର ଯାଇ ଦେହ ଅପରିଷ୍କାର କରୁଛି।ଦୁଇ ଥର ଗାଧୋଇ ଦେଲେଣି ତାକୁ।ଦେହଟି କାଇଁକି ଉଷୁମ ଲାଗୁଛି ତାର।


ଶୁଣି ବ୍ୟସ୍ତ ଲାଗିଲା।ଅଜୁ ଟି ରୋଗିଣାଟା। ସେ ଅତି ସାନକୁ ମୋର ଦୁଃର୍ଘଟଣା।ନା ମୋ କ୍ଷୀର ଖାଇଛି ନା ମୁଁ ତା ଯତ୍ନ ନେଇ ପାରିଛି।ସେଇ ନଣନ୍ଦ ତାକୁ ବଞ୍ଚାଇଛି ଜାଣ।ଅଜୁ ବି ନଣନ୍ଦଙ୍କୁ ଭଲ ଆଦରି ଯାଇଛି।କଣ କରିବି ଭାବି ଭାବି ମୋ ମୁଣ୍ଡ ଏତେ ଟେନ୍ସନ ହୋଇ ଗଲା ଯେ ସ୍କୁଲରେ ବାନ୍ତି ହୋଇଗଲା ମୋର।ଆମ ହେଡ ସାର୍ କହିଲେ ରୋଗୀ ଲୋକ,ସେଥିରେ ପୁଣି ଶଶୁରଙ୍କ ସେବା ଜାହ୍ନବୀ ଦିଦିଙ୍କୁ ମାରି ସାରିଲାଣି।ସେ ଘରକୁ ଯାଆନ୍ତୁ ବୋଲି ଡ଼ି ଇ ଓ ମାମ୍ ଙ୍କୁ ଅନୁରୋଧ କଲେ ।ଡି ଇ ଓ ସ୍କୁଲରୁ ଯାଇ ନଥାନ୍ତି ମୋତେ ଘରକୁ ଯିବାକୁ ଅନୁମତି ଦେଲେ।


ସମୟ ସାଢେ ବାର। ସ୍କୁଲରୁ ଯାଇ ଯାହା ଦେଖିଲି ଆଶ୍ଚର୍ଯ୍ୟ ହୋଇ ଗଲି।ମୋ ନଅ ବର୍ଷର ପୁଅ ବିଜୁସେଦିନ ସ୍କୁଲରୁ ଆସି ବାପାଙ୍କୁ ଗାଧୋଇ,ଖୁଆଇବା ପାଇଁ ଚେଷ୍ଟା କରୁଥାଏ।କୁନି କୁନି ହାତ ଗୋଡ଼ରେ ଗ୍ଲୋଭସ ପିନ୍ଧି ଘର ଦ୍ୱାର ସବୁ ସଫା କରିଛି।ନଣନ୍ଦ ମୋ ସାନ ପୁଅକୁ ଧରି ଶୋଇ ଘୁଙ୍ଗୁଡ଼ି ପେଲୁଛନ୍ତି।ବିଜୁ ବାପାଙ୍କୁ ଖୁଆଇ ଦେବ ବୋଲି ଉଠାଇ ନ ପାରି ଆଣ୍ଟି ଆଣ୍ଟି କହି କାନ୍ଦୁଛି।ମୋତେ ଦେଖି ଭୋ ଭୋ କାନ୍ଦି କହିଲା ମାମା ଜେଜେଙ୍କୁ ଉଠାଇ ପାରୁନାହିଁ।ତାଙ୍କୁ ଭୋକ ହେବଣି।କେମିତି ଖୁଆଇବି?


ମୁଁ ଲୁଗା ପଟା ବଦାଳିବି କଣ?ବିଜୁକୁ କୁଣ୍ଢାଇ କାନ୍ଦି ପକାଇଲି ବହେ।ଭାବିଲି ଚାକିରୀ ଛାଡ଼ିଦେଵି।ଦୁଃର୍ଘଟଣା ପାଇଁ ତିନି ବର୍ଷ ଛୁଟି ନେଇ ସାରିଛି।ଚାକିରି ଛାଡିଲେ ଆଉ କଣ ମିଳିବ?ଏମିତି ଏଗାର ମାସ କାଳ ବାପା ଝାଡା ପରିସ୍ରା ରେ ପଡି ପଡି ଆଖି ବୁଜିଲେ।ମୋ ବିଜୁ ଯଦି ଟିକିଏ ଠେକ ହୋଇଥାନ୍ତା ମୋତେ ଆଦୌ ବ୍ୟସ୍ତ ହେବାକୁ ପଡି ନଥାନ୍ତା ବାପାଙ୍କ ପାଇଁ।ଅଧାଧିକ କାମ ବାପାଙ୍କର ବିଜୁ ହିଁ କରୁଥିଲା।ବିଜୁ ପାଇଁ ମୁଁ ବଞ୍ଚି ଗଲି ଜାଣ।


ମୁଁ ଯଦି କୁହେ ତୋତେ ଅସନା ଲାଗୁନାହିଁ ବିଜୁ ଘୁଅ ମୁତରେ କାମ କରିବାକୁ?


ସେ ହସି ହସି କୁହେ ନାଁ ତ ମାମା ବରଂ ମୋତେ ଖୁସି ଲାଗୁଛି।ତା ଛଡ଼ା ତୁମେ ବି ଅସୁସ୍ଥ।ଦେଖିଲଣି ଗନ୍ଧ ପାଇଁ ନଖାଇ ନ ପିଇ ତୁମେ କେମିତି ହୋଇ ଗଲଣି।ସେଥିରେ ପୁଣି ବାରମ୍ବାର ବେହୋସ୍ ହୋଇ ଯାଉଛ।ତୁମେ ପରେ ଏ କାମ ଆଉ କିଏ କରିବ?ଆଣ୍ଟି ତ ଅଜୁ କାମ କରୁଛନ୍ତି।ସେ ଅପରିଷ୍କାର ହେଲେ ଅଜୁକୁ ଇନ୍ ଫେକ୍ସନ ହୋଇଯିବ।ଏଣୁ ମୁଁ ତୁମକୁ ସାହଯ୍ୟ ନ କଲେ ହେବ କି?


ହେ ଭଗବାନ!ସାତ ସାନ ଛୁଆଟି,କଣ କହୁଛି?ଲୁହ ଲହୁ ପିଇ ମୁଁ କୁହୁଳି ଉଠେ।


ଖାଲି ବାପାଙ୍କର ନୁହେଁ ପଡିଶା ଘରେ କେହି ବେମାର ପଡିଲେ ବିଜୁ ଜଗିକି ଯାଇ ବସୁଥିଲା।କେତେବେଳେ କେଉଁ ଔଷଧ ଖାଇବ ବତାଇ ଦେଉଥିଲା।।ଦେହ ଆଉଁସା ଘଷା କରୁଥିଲା


ସମସ୍ତେ କୁହନ୍ତି ଜହ୍ନ; ମୋ ଡାକ ନାଁ ଜହ୍ନ; ଲୋ ତୋ ଅଜୁଟି ସାକ୍ଷାତ ଭଗବାନ। ଦେଖିଲ ବକଟେ ଛୁଆ କି ସେବା ଧର୍ମ କରୁଛି।ବଡ଼ ହେଲେ ସେ ଜଣେ ଡାକ୍ତର ହେବ।


ବିଜୁ ବି ତା ଖାତା ବହି ଘର କାନ୍ଥ,କବାଟ ସବୁଆଡେ ଲେଖେ ଡଃ ବିଜନ୍ ଷଡ଼ଙ୍ଗି।


କିନ୍ତୁ ଦୁଇ ଦୁଇ ଥର ମେଡିକାଲ୍ ଏଣ୍ଟ୍ରାନସ୍ ଦେଇ ମଧ୍ୟ ସେ ଅକୃତକାର୍ଯ୍ୟ ହେଲା।ଭାରି ମନ ଥିଲା ତାର ଡାକ୍ତରଟିଏ ହେବ।କିନ୍ତୁ ଏଣ୍ଟ୍ରାନସ୍ ତ ପାଇଁ ପାରୁନି,ଡ଼ାକ୍ତର ପଢିଲେ ସିନା ଡ଼ାକ୍ତରଟିଏ ହେବ?

 

ଦିନେ ଆସି କହିଲା ମାମା ମୋ ରୁମ୍ ମେଣ୍ଟ୍ ଦୁଇଶହ ଅଶୀ ନମ୍ବର ରଖି ଏସ୍ ସି ପିଲା ବୋଲି ମେଡିକାଲ୍ ପାଇଲା କିନ୍ତୁ ମୁଁ ଚାରିଶହ ତିରିଶି ନମ୍ବର ରଖି ଜେନେ

ରାଲ ପିଲା ବୋଲି ମେଡିକାଲ୍ ପାଇଲି ନାହିଁ।ବହୁତ ଭାଙ୍ଗି ପଡ଼ିଥିଲା ବିଜୁଟି ମୋର।ଆମେ ବି ଷାଠିଏ ଲକ୍ଷ ଟଙ୍କା ଦେଇ ତାକୁ ପ୍ରାଇଭେଟ୍ କଲେଜ ରେ ମେଡିକାଲ୍ ପଡ଼େଇ ପାରିଲୁ ନାହିଁ।ଖାଲି ପୁଅର ନୁହଁ,ଆମର ବି ସାରା ଜୀବନକୁ ଅବଶୋଷ ରହିଗଲା ବିଜୁ ଆମର ଡାକ୍ତରଟିଏ ହୋଇ ପାରିଲା ନାହିଁ।


ସେବେଠାରୁ ବିଜୁ ସବୁବେଳେ ଚୁପ୍ ଚାପ୍ ରହିଲା।ଆଉ ମେଡିକାଲ୍ ଏଣ୍ଟ୍ରା ନ୍ସ୍ ବି ଦେବ ନାହିଁ ନିଷ୍ପତ୍ତି ନେଲା ।"ମୁଁ ତ ବ୍ରାହ୍ମଣ ଘର ପିଲା ଅତି ଭଲ ନମ୍ବର ନ ରଖିଲେ କିଛି ଭଲ ମୋ ଭାଗ୍ୟରେ ନାହିଁ"କହି ଅଭିମାନ କଲା ନିଜ ଉପରେ।ହସିବା ଭୁଲି ଗଲା ଯେମିତି।ମୁଁ ତାକୁ ବୁଝାଇଲି ଖାଲି ଡାକ୍ତର କଣ ସେବା କରନ୍ତି।ଆଉରି କେତେ କର୍ମଚାରୀ ଅଛନ୍ତି ଯେଉଁମାନେ ପ୍ରକୃତରେ ସେବା କରନ୍ତି ରୋଗୀଙ୍କର।ତୁ ସେମିତି ଗୋଡେ କୋର୍ସ ରେ ଆଡମିଶନ୍ ନେଇ ଯା।


ଗୋଟିଏ ବର୍ଷ ପାଗଳ ପରି ହେଲା।କେଉଁଠି ନାମ ଲେଖାଇଲା ନାହିଁ କି ପଢିଲା ନାହିଁ।ବହୁତ ବୁଝା ବୁଝି କଲା ପରେ ପିଲାଟି ମୋର ନିଜ ମନକୁ ବୁଝାଇ ଫିଜିଓ ଥେରାପି ପଢିଲା ଓ ଟପ୍ ବି ହେଲା ।ଏଵେ ସେ ଡାକ୍ତରଟିଏ ଓଲଟ ପୁରରେ ହୋଇଛି।


ରୋଗୀ ସେବାକୁ ସେ ଜୀବନର "ବ୍ରତ "କରି ନେଇଛି।ପିଲାଦିନୁ ସେବା ଭାଵ ଆମେ ଦେଖି ଆସିଛୁ ତାର।ନାଁ କୁ ସିନା ସେ ଫିଜିଓ ଥେରାପି ଡାକ୍ତର;ଅସଲରେ ସେ ସବୁ ବିଷୟରେ ଡାକ୍ତର କାମ କରେ।ଦୁଇ ବର୍ଷ ଚାକିରି ଅବଧି ହୋଇ ନାହିଁ;କିନ୍ତୁ ସବୁ ଡାକ୍ତରଙ୍କ ପ୍ରିୟ ସେ।ବ୍ଲଡ଼ କ୍ୟାମ୍ପ ଠାରୁ ଆରମ୍ଭ କରି ଡାକ୍ତରଖାନା ତରଫରୁ ଯେତେ କ୍ୟାମ୍ପ ଆୟୋଜନ ହୁଏ ସବୁଥିରେ ବିଜନ ଖୁସି ଖୁସି ଯାଏ।ତାର ନିଃସ୍ୱାର୍ଥ ସେବା ମନୋବୃତ୍ତି ପାଇଁ ବେଳେବେଳେ ଖଣ୍ଡେ ଖଣ୍ଡେ ସାର୍ଟିଫିକେଟ ମିଳେ ତାକୁ।


ଆଜି ବି ଖଣ୍ଡିଏ କାଗଜ ଆଣି କହୁଛି ଦେଖ୍ ମାମା ମୋତେ ବେଷ୍ଟ କରୋନା ଯୋଦ୍ଧା ଆୱାର୍ଡ ମିଳିଛି।ମୁହଁରେ ତାର ପ୍ରସନ୍ନ ଭାଵ।


ମୋର କିନ୍ତୁ ଭାରି ଡର ସେ ଯେମିତି ରୋଗୀଙ୍କ ସେବା କରେ ;କାଳେ ନିଜେ କରୋନା ରୋଗୀ ହୋଇ ଯିବନି ତ!ହେ ପ୍ରଭୁ ସେବାକୁ ଜୀବନ "ବ୍ରତ" କରିଥିବା ଅଜୁକୁ ମୋର ଘଣ୍ଟ ଘୋଡେଇ ରଖିଥାଅ ପ୍ରଭୁ।





Rate this content
Log in

Similar oriya story from Inspirational