STORYMIRROR

Sadananda Sahoo

Inspirational

2.7  

Sadananda Sahoo

Inspirational

ବର୍ଷା ଆଖିରେ ଲୁହ

ବର୍ଷା ଆଖିରେ ଲୁହ

2 mins
15.1K


କାହିଁକି କେଜାଣି ଆଜି ଜମା ଭଲ ଲାଗୁ ନାହିଁ ; ମନଟା ଗୋଲେଇ ଘାଣ୍ଟି ହଉଛି ! ସତେ ଯେମିତି ଦୁନିଆଁର ସବୁ ବୋଝ ମୋ ମୁଣ୍ଡ ଉପରେ ଲଦା ହୋଇଛି ! ଆଜି ସକାଳୁ ପହରୁ ଡାମରା କାଉଟା ଘର ମଥାନ ଉପରେ ବସି ରାଉ ରାଉ ହଉଛି !! ସତେ କି ବିପଦ ମାଡ଼ିଆସୁଛି !! ନୟନ ପିତୁଳୀ ଏକୋଇ ର ବାଳୀ ବର୍ଷା ଆଜି ଘରକୁ ଆସିବାର ଥିଲା !! ତା'ମାଆ ଆକାଶୀ ଫେରିବା ବାଟ କୁ ଅପଲକ ନୟନ ରେ ଚାହିଁ ରହିଛି ; ଝିଅ ଆସିବ ବୋଲି ମାଆ ତା'ପାଇଁ ଆରିଶା କାକରା ଗଢିଛି ; ଝିଅ ଟି ଉଚଶିକ୍ଷା ସାରି ଘରକୁ ଫେରିବ ବୋଲି ପାଞ୍ଚ ଖଣ୍ଡ ମୌଜା ର ଲୋକମାନେ ବଡ ଅଶା ବାନ୍ଧି ବସି ଛନ୍ତି !! କାହିଁକିନା ସେ ଜଣେ ଡାକ୍ତରାଣୀ ଭାବେ ଆମ ଅଞ୍ଚଳ ରେ ଥିବା ଚିକିତ୍ସାଆଳୟ ରେ ନିଯୁକ୍ତି ପାଇବେ ବୋଲି ଖୋଦ୍ ରାଜନେତା ମାନେ ଗ୍ରାମ ସଭାରେ ଘୋଷଣା କରିଛନ୍ତି ! କିନ୍ତୁ ଦୁଃର୍ଦ୍ଦଶାର ଚିତ୍ର ଏମିତି ପ୍ରତିତ ହେଲା ଯେ କହାରି ତୁଣ୍ଡ ଖୋଲିଲାନାହିଁ ;

ଝଡ଼ି ବର୍ଷା ଲାଗି ରହିଥାଏ ; ଚାରିଆଡେ ଅନ୍ଧକାର ; ଵାଟ ଘାଟ କିଛି ଦୃଶ୍ୟ ହେଉନାହିଁ ; ଏମିତି ବରଷା କେଵେ ଆଗରୁ ହୋଇନଥିଲା !! ଝିଅ ଫେରିବା ର ଆଶା କ୍ଷୀଣ ହୋଇଗଲା ବାଦଲ ବାବୁଙ୍କର !!

ମାଆ ଆକାଶୀ ବପା ବାଦଲ ବ୍ୟସ୍ତ ବିବ୍ରତ ହୋଇ ହୋଇ

ଶେଷରେ ରେଳ ଷ୍ଟେସନ ଆଡ଼କୁ ଅଗ୍ରସର ହେଲେ !!

ବରଷାରେ ଭିଜି ଭିଜି ବହୁ ପଥ ଅତିକ୍ରାନ୍ତ କରି ଇନ୍ଦ୍ରପୁରି ରେଳଷ୍ଟେସନରେ ଯାଇ ପହଞ୍ଚିଲେ ! ,ସେଠି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାଇଲେ ନାହିଁ ! ଝିଅ ଚାରିପଟେ ଅସଂଖ୍ୟ ଲୋକ ଘେରି ଯାଇଛନ୍ତି ; ଏ ଦୃଶ୍ୟ ଦେଖି ପାଦତଳୁ ମାଟି ଖସିପଡିଲା ! ଏହାର କାରଣ କଣ ;? ଏମିତି କଣ ଘଟିଛି ? କିଏ ଜାଣିଛ ଆମକୁ କୁହ ; ଜଣେ ସହୃଦୟ ବ୍ୟକ୍ତି କହିଲେ ବର୍ଷା ରାତିର ସୁଯୋଗ ନେଇ ବର୍ଷା ଦିଦିଙ୍କୁ ଦୁର୍ବୁତ୍ତ ମାନେ ଦୁଃସ୍କର୍ମକରିଛନ୍ତି ;ବର୍ଷା ମାମ୍ କାନ୍ଦୁଛି ;!! ପୋଲିସ୍ ଥାନାକୁ ଖବର ଯାଇଛି ; ପୋଲିସ ଆସିବ !! ବାଦଲ ବାବୁ ମୁକ ପାଲିଟ୍ ଗଲେ ! ଆକାଶୀ ମାଆ ପାଗଳୀ ହୋଇଗଲେ !

ଏଇ କଣ ପରିଣିତି ନା ବିଡମ୍ବନା !!

ସଦାନନ୍ଦ ସାହୁ ; କାରାକର୍ମଚାରୀ ;

କେନ୍ଦ୍ରୀୟ କାରାଗାର କଟକ ;ଚୌଦ୍ୱାର


Rate this content
Log in

Similar oriya story from Inspirational