STORYMIRROR

Satyanarayan Sahoo

Abstract Action Inspirational

3  

Satyanarayan Sahoo

Abstract Action Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

2 mins
189


ବୃକ୍ଷ ଲତା ଆମ କେତେ ଉପକାରୀ ! ପ୍ରାଣୀ ର ସ୍ୱାସ୍ଥ୍ୟ ଓ ଜୀବନଧାରଣ ର ସମସ୍ତ ଆବଶ୍ୟକ ତା ବୃକ୍ଷ ହିଁ ପୂରଣ କରେ । ପ୍ରାଣୀର ସ୍ବାସ୍ଥ୍ୟ ପାଇଁ ବିଶୁଦ୍ଧ ବାୟୁ ଅମ୍ଳଜାନ ଯୋଗାଇବା ସହିତଖାଦ୍ୟ ସୁରକ୍ଷା, ବସ୍ତ୍ର, ପରିଧାନ, ବିଭିନ୍ନ ପ୍ରକାର ଉପକରଣ ଓ ବାସଗୃହ ପରି ମୌଳିକ ସୁବିଧା ଯୋଗାଣ ନିମିତ୍ତ ବଣ ଜଙ୍ଗଲ ଓବୃକ୍ଷ ହିଁ ସବୁବେଳେ ସହାୟକ ହୋଇଥାଏ ।ଆମେ ଗଛ ତଳେ ବସୁ। ଜୀବର ପାଳକ ଭାବରେ ପାଳନ କରିବାର ଆବଶ୍ୟକତା କେବଳ ବୃକ୍ଷ ହିଁ ସବୁବେଳେ ଅନୁଭବ କରେ ।

ବୃକ୍ଷ ଲତା ବା ଉଦ୍ଭିଦ ଜଗତ ଅଭାବ ରୁ ପ୍ରାଣୀ ଜଗତ 

ବିନାଶ ପ୍ରାପ୍ତ ହୁଏ ।ଏ ବିଷୟ ରେ ପିଲାଙ୍କ ପାଇଁ ପ୍ରୋତ୍ସାହିତ କଲାଭଳି କାହାଣୀ ଟିଏ ।


ମିଟୁ ନାମରେ ଛୋଟ ପିଲା ଟିଏ ଥିଲା । ଗୋଟାଏ ମଫସଲ ଗାଁରେ।ସେ ରାମ, ରହିମ , ସମିମ୍ ଆଦି ବହୁ ସାଙ୍ଗ ମାନଙ୍କ ସହିତ ବିଦ୍ୟାଳୟ ଯାଏ। ପିଲାଟି ଦିନରୁ ବୃକ୍ଷ ଓ ଉଦ୍ଭିଦ ଜଗତ ର ସୁରକ୍ଷା ଓ ବିକାଶ ପାଇଁ ପ୍ରୋତ୍ସାହିତ କରିବା ସହିତ ଲୋକଙ୍କୁ ବୁଝାଏ । ଗଛ ର ଉପକାରିତା ସମ୍ପର୍କରେ ଚିନ୍ତା କରି ବହୁ ବିଷୟ ସହିତ ଜଡିତ ଥିବାତତ୍ତ୍ୱ ଉପଦେଶ ଇତ୍ୟାଦି ବହୁ ବିଷୟ ର ଅନୁସାରେ ଗବେଷଣା ଜାରି ରଖି ଗୃହର ଚାରି ପଟେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଯୁକ୍ତ ଦୁର୍ଲ୍ଲଭ ଉଦ୍ଭିଦ ରୋପଣ କରିଥାଏ। 


ଗାଆଁ ପରିବେଶ ଶାନ୍ତ ସରଳ । ଯେବେ ଯାହାର ଯେଉଁ ଔଷଧ ଦରକାର ପଡେ , ସେଇ ଲୋମାନେ ତାଙ୍କ ଘାରକୁ ଆସି ପ୍ରତିଦିନସେ ସବୁ ଔଷଧ ଓ ଚେର ମୁଳି ମାନ ନେଇ ଯାଆନ୍ତି । ସେ କହାରିଥରୁ କୌଣସି ପ୍ରକାର ଅର୍ଥ ଦାବୀ କରେ ନାହିଁ ।ଲୋକେ ଆପେ ଯାଚି ଦେଲେ ସେ ନିଏ ନାହଁ ।ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଯୁକ୍ତ ବୃକ୍ଷ ରୋପଣ ପ୍ରଭାବ ପଡି ସମ୍ପୃକ୍ତ ଥାନାର ପରିବେଶ ଶାନ୍ତ ସ୍ନିଗ୍ଧ ଶୀତଳ ଓ ମଧୁର ମନୋହର ଗନ୍ଧ ମୟ ହେବା ସହ ଶୋଭା ବିଭରେ ମନ ପ୍ରାଣ ଆକର୍ଷଣ କାରି ହୋଇ ଉଠି ଥାଏ ।


ସେ ନିଜର ସାଙ୍ଗ ମାନଙ୍କ ସହିତ ମିଶି ଔଷଧୀୟ ଉଦ୍ୟାନ ଗଠନ ପାଇଁ ଜୋରରେ ଲାଗି ପଡିଛନ୍ତି । ପାରେ ସଫଳ ହେବା ସହିତ ବହୁତ ଅଧିକ ସୁବିଧା ସୁଯୋଗ ପାଇ ପାରିଛନ୍ତି ।ବିଭିନ୍ନ ପ୍ରକାରର ଦୁର୍ମୂଲ୍ୟ ଦୁର୍ଲଭ ଜଡ଼ିବୁଟି ଓ ଔଷଧୀୟ ଚାରାଯଥା , ଗୁଜୁରାତି ଅଳେଇଚ ବାଦାମ, ଗୁଲ ମରିଚ, ଶତାବରୀ,

ପାତାଳ ଗରୁଡ, ହରିଡା, ବାହାଡ଼ା, ଅଁଳ।, ଯଷ୍ଟି ମଧୁ ପରି ବହୁ ବିଧଔଷଧୀ ର ଚାଷ ଦ୍ଵାରା ପ୍ରଚୁର ଅମଳ ଓ ଲାଭ ପ୍ରାପ୍ତ ହୋଇ ପାରି ଛନ୍ତି । ଫଳତ ସେ , ସ୍ଥାନ ରେ ବହୁ ପରିମାଣ ର ଔଷଧୀୟ ଗଛ

ଲତା ଓ ଗୁଲ୍ମ ର ସୁଗନ୍ଧ ରେ ଅବସ୍ଥିତ ପରିବେଶ ମଧୁର ତିକ୍ତଗନ୍ଧ ମିଶ୍ରିତ ଓ ଆନନ୍ଦ ଦାୟକ ହେଇ ଅଗ୍ରଗତି କରି ଚାଲିଛି ।



Rate this content
Log in

Similar oriya story from Abstract