STORYMIRROR

Pratap Guru

Comedy Horror Romance

3  

Pratap Guru

Comedy Horror Romance

ବୋଉ

ବୋଉ

2 mins
192

ବୋଉ ବୋଲି ଦୁଇଟି ଅକ୍ଷର ଏହାର ଅର୍ଥ କାହାକୁ ଅଛପା ମତୃଗର୍ଭ ରୁ ଧରାପୃଷ୍ଠ କୁ ଆସିଲା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ବୋଉ ଶବ୍ଦ ହିଁ ଆସିଥାଏ।କେତେ ଯେ ମଧୁର ଏହି ଶବ୍ଦ ଯେତେ ମମି ମମ୍ ମି ମୂମୁ ମୋମୋ ଡାକିଲେ ବି ବୋଉ ଶବ୍ଦ ର ମଧୁରତା କୌଣସି ଡାକରେ ନଥାଏ।ଶିଶୁ ଅବସ୍ଥାରେ ଯେତେବେଳେ ଆମେ ଝୁଣ୍ଟି ପଡୁ ଆମ ପାଟିରୁ ପ୍ରଥମେ ବୋଉ ଶବ୍ଦ ଆସିଥାଏ।ବୟସର ଅନ୍ତରାଳରେ ଯୌବନହେଉ କିମ୍ବା ବାର୍ଦ୍ଧକ୍ୟ କୌଣସି ସମୟରେ ପାଦରେ କଣ୍ଟା ଟିଏ ଫୁଟିଗଲେ ବୋଉ ଲୋ,,,, ବୋଲି ମଧୁର ଶବ୍ଦ ଟି ଆମ ପାଟିରୁ ବାହାରି ଆସିଥାଏ।


   ଆଜି ମୁଁ ଲେଖିବାକୁ କିଛି ଭାବିଲା ବେଳକୁ ମୋ ବୋଉ କଥା ମନେପଡ଼ିଲା ଭାବିଲି ମୋ ଲେଖା ଆରମ୍ଭ କରିବି ମୋ ବୋଉ ବିଷୟରେ କିଛି ଲେଖିବି।


ଆମେ ସମସ୍ତେ ବାପା ଙ୍କ ଠାରୁ ବୋଉ ପାଖରେ ଅଧିକାଂଶ ସମୟ ବିତେଇଥାଏ।ବୋଉ ଠାରୁ ଆମେ ବହୁତ କଥା ଶିଖିଥାଏ ଯେମିତି ପ୍ରଥମ ଶିକ୍ଷାଗୁରୁ ବୋଉ। ବୋଉ ପିଲାଦିନେ ଆମକୁ କେତେଗୀତ ଗାଇକି ଶୁଣାଏ କେତେ ଗପ କୁହେ । ଖାଦ୍ୟ ନଖାଇଲେ କେତେ ଜହ୍ନମାମୁଁ କୁ ଦେଖେଇ ଖୁଆଏ।ଚାଲିବା ସିଖାଇଥାଏ ବୋଉ।

ଯାହା ଜିଦ୍ କରୁ ବୋଉ ଆମକୁ ଦେବାପାଇଁ ଚେଷ୍ଟାକରି ଥାଏ।

ଆମ ମନରେ ଟିକିଏ ଦୁଃଖ ଦେଖିଲେ ବୋଉ ସହି ପାରେନି।

ବାପା ମାଡ଼ ଗାଳି ଦେଲେ ବୁଝେଇଦିଏ।ଯେତେବେଳେ କୌଣସି ସାଙ୍ଗସାଥୀ ପିଲାଙ୍କ ସହିତ ଝଗଡ଼ା କରିକି ଘରକୁ ଆସି ବୋଉକୁ କହିଲେ ବୋଉ କୁହେ ତା ସହିତ ସାଙ୍ଗ ହବୁନାହି ସେ ଦୁଷ୍ଟ ପିଲାଟା ମୋ ପୁଅ ତ ସୁନା।


ବୋଉ ଆଖିରେ ତା ସନ୍ତାନ ଯେତେ ଭୂଲ୍ କଲେ ବି ସବୁବେଳେ ଠିକ୍

ମୋ ଜୀବନରେ ମୁଁ ବୋଉ ଠାରୁ କେବେ ବି ମାଡ଼ ଖାଇନି କି ମୋର ଭାଈ ଭଉଣୀ କେହି ବୋଉ ଠାରୁମାଡ଼ ଖାଇବା ର ମୁ ଦେଖିନି।

ବେଳେ ବେଳେ ମୁ ଭାବେ ବୋଉ ର ଜନ୍ମ କଣ ଖାଲି ତା ସନ୍ତାନ ମାନଙ୍କର ମଙ୍ଗଳ ଚିନ୍ତା କରିବା ।

      ସନ୍ତାନ ମାନଙ୍କର କଣ ବୋଉ ପ୍ରତି କିଛି କର୍ତ୍ତବ୍ୟ ନାହିଁ

ମୁଁ ସେହି ସନ୍ତାନ ମାନଙ୍କୁ ଏଇ ଗପ ମାଧ୍ୟମରେ କହିବାକୁ ଚାହେଁ 

ଯେଉଁମାନେ ନିଜ ବୋଉକୁ ବୃଦ୍ଧାଆଶ୍ରମ ରେ ଛାଡି ଦେଉଛନ୍ତି ସେମାନଙ୍କୁ ମୋର ପ୍ରଶ୍ନ ତମେ କଣ ବୋଉ ଡାକ ପାଟିରେ ଧରିବା ଛାଡି ପାରିବ,

 ଏହି ଛୋଟ କଥାଟି ଯଦି ଭଲ ଲାଗେ ନିଶ୍ଚୟ ଉତ୍ତର ଦେବେ


            


Rate this content
Log in

More oriya story from Pratap Guru

Similar oriya story from Comedy