STORYMIRROR

Pratap Guru

Children Stories

3  

Pratap Guru

Children Stories

କାଇଁଚ

କାଇଁଚ

3 mins
185

 ଦୀପ ଟିଏ ଆମକୁ ଲିଭିବା ପୂର୍ବରୁ ଆଲୋକ ପ୍ରଦାନ କରି ଥାଏ ଏଇ ସଂସାର ରେ ଆମେ ସମସ୍ତେ ଯଦି ଗୋଟିଏ ଗୋଟିଏ ଦୀପ ହୋଇଥାଏ ତେବେ ଆମେ ଆମର ଜୀବନ ଦୀପ ଲିଭିବା ପୂର୍ବରୁ କିଛି ନା କିଛି ଭଲ କାମ କରି ଏଇ ସଂସାର କୁ ଆଲୋକିତ କରିବା ଭଲ ମଣିଷର ପ୍ରଥମ କର୍ତ୍ତବ୍ୟ।


   ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ ଜାଣି ସୁଦ୍ଧା ଆମେ ଅନେକ ଭୁଲ୍ ଓ ଠିକ୍ କାମ କରିଥାଉ। ଗୋଟେ ଶିଶୁ ନିଷ୍ପାପ ନିଷ୍କଳଙ୍କ ହୋଇଥାଏ ଏଇ କାହାଣୀଟି ଗୋଟିଏ ଛୋଟ ଝିଅଟିଏ ନା ତାର କାଇଁଚ।


ଗୋଟିଏ ଗାଁ ରେ ରହୁଥାନ୍ତି କାଇଁଚ ଓ ତାର ବାପା ମା ସାନ ଭାଇ ଗୁଡୁ ଓ ତାର ଜେଜେବାପା କାଇଁଚ ବୟସ ଆଠ ବର୍ଷ ତୃତୀୟ ଶ୍ରେଣୀ ରେ ପଢୁଥାଏ ସାନ ଭାଇ ବହୁତ୍ ଛୋଟ ଥାଏ ଚାରି ବର୍ଷ ର । କାଇଁଚ ଗାଁ ସ୍କୁଲ୍ ରେ ପାଠ ପଢିବା ପାଇଁ ଯାଏ। କାଇଁଚ ର ବାପା ଚେନ୍ନାଇ ର ଗୋଟେ ବେସରକାରୀ କାରଖାନା ରେ ଶ୍ରମିକ ଭାବେ କାମ କରନ୍ତି । ତାଙ୍କର ମାସିକ ଦରମା ଦଶ ହଜାର ଟଙ୍କା ସିଏ ନିଜ ଖର୍ଚ୍ଚ ପାଞ୍ଚ ଶହ ଟଙ୍କା ରଖି ବାକି ଟଙ୍କା ଘରକୁ ପଠାଇ ଦିଅନ୍ତି। ବେଳେ ବେଳେ ଦରମା ମିଳିବ ବିଳମ୍ବ ହେଲେ କାଇଁଚ ର ମା ଟେଲିଫୋନ କରି ପଚାରନ୍ତି କେବେ ମିଳିବ ଦରମା ଟଙ୍କା ।


ଘର ଖର୍ଚ୍ଚ ଜେଜେବାପା ଙ୍କର ଔଷଧ କାଇଁଚର ତିଉସନ ଦରମା ସବୁ ସେଇ ଟଙ୍କାରେ ହେଇଯାଏ।


କାଇଁଚ ଭଲ ପାଠ ପଢେ ବୋଲି ସ୍କୁଲ ରେ ସାର୍ ମାନେ କାଇଁଚ କୁ ବହୁତ୍ ଭଲ ପାଆନ୍ତି।


କାଇଁଚ ର ବାପା ଛୁଟି ରେ ଆସନ୍ତି ଗୋଟେ ସପ୍ତାହ ରହି ପୁଣି ଚାଲି ଯାଆନ୍ତି ଯେଉଁ କେତେଦିନ ଘରେ ରୁହନ୍ତି କାଇଁଚ ର ଖୁସି କହିଲେ ନସରେ। କାଇଁଚ ର ବାପା ଘରକୁ ଆସିଥାନ୍ତି ସେ ତା ବାପା ଙ୍କ ସହିତ ବଜାରକୁ ଯାଇଥାଏ ତା ବାପା ପଚାରିଲେ ତୁ କଣ ନବୁ କାଇଁଚ କହିଲା ବାପା ମୁଁ ଗୁଦୁ ପାଇଁ ଗୋଟେ ଖେଳନା ନେବି ତା ବାପା ଗୋଟିଏ ଖେଳନା କିଣି ଦେଲେ ତା ବାପା ପଚାରିଲେ ତୋ ପଇଁ କଣ ନବୁ କାଇଁଚ କହିଲା ମୋର କିଛି ଦରକାର ନାହିଁ ମୋ ପାଇଁ ମୋ ବାପା ଘରକୁ ଆସିଛନ୍ତି ତା ଠାରୁ ବଡ ଖୁସି ଆଉ କିଛି ନୁହେଁ।


ଏତେ ବୁଦ୍ଧି ଆଉ ବୁଝିବା ଶକ୍ତି ଦେଖି ତା ବାପା କାଇଁଚ କୁ ଚାହିଁ ରହିଲେ।


ଏମିତି କେତେ ଦିନ ବିତିଗଲା ତା ବାପା ଚେନାଇ ରେ ଥାଆନ୍ତି


ହଠାତ୍ କାଇଁଚ କୁ ଜର ହେଲା ତା ଜେଜବାପା ତାକୁ ପାଖ ଡାକ୍ତରଖାନା କୁ ନେଲେ ଔଷଧ ନେଇ ଆସିଲେ ହେଲେ ଚାରିଦିନ ହେଲାଣି ଜର କମିବାର ନା ନେଉନଥାଏ।


ତା ମା ଫୋନ୍ କରି ତା ବାପାଙ୍କୁ ଡାକି ଦେଲେ।ତା ବାପା ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଲେ ସେଠାରେ ଦୁଇଦିନ ରହିଲା ପରେ ହଠାତ୍ କାଇଁଚ ର ଜର ବଢ଼ିବାରେ ଲାଗିଲା। ଡାକ୍ତରଖାନା ବେଡ୍ ଉପରେ ଶୋଇ ରହି ଥାଏ ପାଖରେ ତା ବାପା ଓ ମାଆ ଥାଆନ୍ତି । ତା ବାପା ପଚାରିଲେ ମା କାଇଁଚ ତତେ କେମିତି ଲାଗୁଚି କାଇଁଚ ର ସେଇ କୋହ ଭରା କେଇପଦ କଥା ଡାକ୍ତରଖାନା ର ସମସ୍ତ ଙ୍କ ଆଖିରେ ଲୁହ ଭାରିଦେଲା କାରଣ କାଇଁଚ କହିଲା ମା ମୁଁ ଭଲ ହେଇଗଲେ ସ୍କୁଲ୍ କୁ ଯିବି ମୋର ପରୀକ୍ଷା ଆଉ ଅଳ୍ପ ଦିନ ।


  ଏପଟେ ଗାଁ ସାରା ଲୋକ ଅପେକ୍ଷା କରି ରହିଥାନ୍ତି କେବେ କାଇଁଚ ଗାଆଁ କୁ ଫେରିବ।


ହଠାତ୍ ଖବର ଆସିଲା କାଇଁଚ ବ୍ରେନ୍ ମେଲେରିଆ ରେ ଡାକ୍ତରଖାନା ରେ ଚାଲିଗଲା।


ଦୀପ ଲିଭିଗଲା। ଗାଁ ସାରା ସମସ୍ତେ କାନ୍ଦି କାନ୍ଦି ଗାଁ ମଶାଣି ପର୍ଯ୍ୟନ୍ତ ଗଲେ କହୁଥାନ୍ତି କେଡ଼େ ସୁନ୍ଦର ଝିଅ କେତେ ସୁନ୍ଦର୍ ତା କଥା ଗାଁ ରେ ପୁରା ଶୁନଶାନ୍ ପରିବେଶ ହୋଇଯାଇଥାଏ।


  ତା ବାପା କିନ୍ତୁ ନିଶବ୍ଦ ହେଇଯାଇଥନ୍ତି।


ଗୋଟିଏ ସତ କାହାଣୀ ଟିଏ ଲେଖିଛି 


ଦୁଃଖ ତ ମତେ ବି ଲାଗିଲା ଅଜି କୁ ପାଞ୍ଚ ବର୍ଷ ହେଇଗଲାଣି ହେଲେ କାଇଁଚ କଥା ଏବେ ବି ଗାଁ ଲୋକ କୁହନ୍ତି କାଇଁଚ ଭଳି ଝିଅ ଟିଏ ଭାଗ୍ୟବାନ ବାପା ମାଆ କୁ ମିଳେ।



Rate this content
Log in

More oriya story from Pratap Guru