STORYMIRROR

Suneet Kumar Gouda

Inspirational

3  

Suneet Kumar Gouda

Inspirational

ବୋଉ: ମୋ ପ୍ରେରଣାର ଉତ୍ସ

ବୋଉ: ମୋ ପ୍ରେରଣାର ଉତ୍ସ

1 min
211

ସ୍ନେହ,ମମତା,ଭଲ ପାଇବା, ତ୍ୟାଗ ଓ ଆନ୍ତରିକତା ଭଳି ଅନେକ ଶବ୍ଦର ସମାହାରରେ ଜନ୍ମନିଏ ଗୋଟିଏ ଶବ୍ଦ , ଯାହାକୁ ଉଚ୍ଚାରଣ କରି ମୁଁ ଜନ୍ମ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନ ପଥରେ ବିନା ଦ୍ବିଧାରେ ଅଗ୍ରସର ହେଉଛି । ସେ ସୁନ୍ଦର ଶବ୍ଦଟି 'ବୋଉ' । ନିଜର ମନସ୍କାମନା ପୂରଣ କରିବା ପାଇଁ ଭଗବାନଙ୍କୁ ପୁଷ୍ପାଞ୍ଜଲୀ ଦିଆଯାଏ କିନ୍ତୁ ମୋର ମନସ୍କାମନା ପୂରଣ ସକାଶେ ସେ କେତେ ଯେ ତ୍ୟାଗ ରୂପକ ପୁଷ୍ପାଞ୍ଜଳୀ ଦେଇଛି ତାହା କଳନା କରିବା ମୋ ପକ୍ଷେ ଅସମ୍ଭବ ତେଣୁ ବୋଧେ ତା'ର ନାମ ପୁଷ୍ପାଞ୍ଜଳୀ ।


ମୋର ପ୍ରଥମ ଶିକ୍ଷୟିତ୍ରୀ ରୂପେ ସେ ମୋତେ ଅନେକ ପ୍ରେରଣା ଦେଇଛି । ଜୀବନର ପ୍ରତିଟି ଅବସ୍ଥାରେ ତା'ରି ଦ୍ୱାରା ପ୍ରେରିତ ହୋଇ ମୁଁ ଆଜି ଏଠି ପହଞ୍ଚିପାରିଛି । ମଣିଷ ତିଆରି କାରଖାନାରେ ପାଇଛି ଚାକିରୀ । ପ୍ରେରଣାଦାୟିନୀ ରୂପେ ମୋତେ ଆଜି ବି ପ୍ରେରଣା ଦିଏ । ବୟସର ଅପରାହ୍ନରେ ପହଁଚିଲେ ସୁଦ୍ଧା ଆଜି ଭି ଦୁଃଖୀ ରଙ୍କିଙ୍କ ସେବା କରେ , ପଶୁପକ୍ଷୀଙ୍କୁ ଖାଦ୍ୟ ଦିଏ ଯାହାକୁ ଦେଖି ମୁଁ ମଧ୍ୟ ହୁଏ ଅନୁପ୍ରାଣିତ ଓ ପ୍ରେରିତ । ମଣିଷ ପରି ମଣିଷ ହେବାପାଇଁ ସର୍ବଦା ଦିଏ ପ୍ରେରଣା । ଧନ ଉପାର୍ଜନ ଅପେକ୍ଷା ମାନ ଉପାର୍ଜନକୁ ଗୁରୁତ୍ୱ ଦେଇ ଆଜି ମଧ୍ୟ ସେ ମୋତେ ସମାୟାନୁବର୍ତ୍ତି , କର୍ତବ୍ୟନିଷ୍ଠ , ଛାତ୍ରାନୁରାଗି ହେବାପାଇଁ ପ୍ରେରଣା ଦିଏ । ତେଣୁ ମୁଁ ଆଜି ଜଣେ ଶିକ୍ଷକ ହୋଇ ଗର୍ବିତ ଅନୁଭବ କରୁଛି । ମୋ ବୋଉ ମୋ ପାଇଁ ପ୍ରେରଣାର ଉତ୍ସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational