Suneet Kumar Gouda

Others

3.8  

Suneet Kumar Gouda

Others

କକରେ କ

କକରେ କ

2 mins
147


 "ଝୁମୁରି ..........ଆଲୋ ଏ ଝୁମୁରି.... କୁଆଡେ ଗଲୁ ?" ଘର ଆଗରେ ଡାକ ପକାଉଥାଏ ସନିଆ । ସନିଆ ଫୁଲବାଣୀରେ ଜଣେ ପୋଲିସ୍ ବାବୁଙ୍କ ଘରେ କାମ କରୁଥିଲା । ବାବୁଙ୍କ ଅବସର ପରେ ସେ ଏବେ ଗାଁ ସାହୁକାର ଘରେ କାମ କରେ । ଛୋଟ ପରିବାର । ବାପା,ମା, ସ୍ତ୍ରୀ ଓ ଝିଅଙ୍କୁ ନେଇ ଚାଲିଥାଏ ହସ ଖୁସିର ସଂସାର । ଅଳପ ଆୟରେ ମଧ୍ୟ ସମସ୍ତଙ୍କ ଆଶା ପୁରଣ ସେ ।


ସାହି ମଝିରେ ଏକ ଝଙ୍କାଳିଆ ଟଗର ଗଛ । ସନିଆ ଘରଠାରୁ ଶହେ ମିଟର ଦୁର ହେବ । ସେହି ଗଛ ତଳେ ଝୁମୁରି ଦୁଃଖରେ ବସିଥାଏ । ସନିଆ ତା'କୁ ଫୁଲବାଣୀରୁ ଆଣିବା ଦିନଠୁ ଏମିତି ମନ ମାରି କେବେ ରହିନଥାଏ । ପର ନ ଉଠିବା ବେଳରୁ ହିଁ ସନିଆ ତା'କୁ ହାତ ପାପୁଲିରେ ଧରି ଘରକୁ ଆଣିଥାଏ । ଏବେ ତ ଭାରି ହୃଷ୍ଟ ପୃଷ୍ଟ ଦିଶୁଥାଏ ସେ । କୁକୁଡ଼ା ହେଲେ ବି ସନିଆ ତାକୁ ସ୍ନେହରେ ' ଝୁମୁରି ' ଡାକେ ।


କା...କା.....କରି ଡାମରା କାଉଟା ଟଗର ଗଛର ଡାଳରେ ବସିଲା ଓ ଖୁମୁରିକୁ ଏମିତି ଦୁଃଖରେ ବସିବାର କାରଣ ପଚାରିଲା ।

ତମେ ଆଗ ମୋତେ କହିଲ କାଉ ଭାଇ "ପକ୍ଷୀ ହୋଇ ଜନ୍ମ ନେବା କଣ ଭୁଲ୍ ?" କ୍ଷୀଣ ସ୍ୱରରେ ପଚାରିଲା ଝୁମୁରି ।

" ଏମିତି କାହିଁ ପଚାରୁଛୁ" କହିଲା ଡାମରା କାଉ ।

"କଣ ବା ଆମେ ନ କରିଛେ ଏ ମଣିଷ ପାଇଁ , ତମେ କା କା ରାବି ସକାଳୁ ସଭିଙ୍କୁ ନିଦରୁ ଉଠାଅ ଆଉ ମୁଁ ବି " ଦୁଃଖିତ ହୋଇ କହିଲା ଝୁମୁରି ।

"ସେୟାତ , ଖାଲି ସେତିକି ! ପରିବେଶରେ ପଡିଥିବା ଅସନା ଆବର୍ଜନାକୁ ଖାଇ ପରିବେଶ ସଫା ବି ରଖୁଛେ " ଅଭିମାନ ସ୍ୱରରେ କହିଲା ଡାମରା କାଉ ।

" ଛାଡ ସେ କଥା, ଏସବୁ କହି କିଛି ଲାଭନାହିଁ " ବିଷର୍ଣ୍ଣ ବଦନରେ କହିଲା ଝୁମୁରି ।

"ଆରେ କଣ ହୋଇଛି କହ " ପୁଣି ଥରେ ବ୍ୟସ୍ତ ହୋଇ ପଚାରିଲା ଡାମରା କାଉ ।

କଣ ଆଉ କହିବି କାଉ ଭାଇ । କାଲି ରାତିରେ ମୁଁ ମୋର ଝୁଡ଼ିତଳେ ଶୋଇଥାଏ । ଫୁସୁରୁ ଫାସର ଶବ୍ଦ ଶୁଣି ମୋ ନିଦ ଭାଙ୍ଗିଗଲା । ପରିବାରର ସମସ୍ତେ ଛାଡଖାଇ ପର୍ବ କିପରି ପାଳିବେ ସେ ବିଷୟରେ କଥା ହେଉଥାନ୍ତି । କିଏ କହୁଥାଏ କାଲି ମାଛ ଆଣିବା ତ କିଏ କହୁଥାଏ ନାଇଁ ନାଇଁ କେବେଠୁ ଚିଙ୍ଗୁଡି ଖାଇନେ ଚିଙ୍ଗୁଡ଼ି ଆଣିବା । ଶେଷରେ ସନିଆ କହିଲା " ମୋ ପାଖେ ଏବେ ପଇସା ପତର ନାହିଁ" ....................

କିଛି ସମୟ ସମସ୍ତେ ନିରବ ହୋଇ ରହିଗଲେ । ମୁଁ ବି କାନ ଡେରି ଚୁପ ହୋଇ ଶୁଣି ରହିଥାଏ । ହଠାତ୍ ସନିଆ ପୁଣି କହିଲା " ଝୁମୁରିଟା ତ ଏବେ ବଡ଼ ହୋଇଗଲାଣି , କଟା କଟି କଲେ .........କିଲେ ଦେଢ଼ କିଲୋ ଆରାମରେ ହୋଇଯିବ " ।

ଏହା ଶୁଣି ମୋ ପାଦ ତଳର ମାଟି ଖସିଗଲା । କିଛି ସମୟ ପାଇଁ ହୋଇଗଲି ମୁଁ ଜ୍ଞାନଶୂନ୍ୟ । ଯେଉଁ ସନିଆ ମୋତେ ଖୁଦ ଦାନା ଦେଇ ଏଡୁଟେ ରୁ ଏଡ଼େ ବଡ଼ କଲା ଆଜି ସେ ମୋତେ ମାରିବ କହୁଛି । ବିଶ୍ୱାସ ହେଉନଥାଏ ମୋତେ । ମଣିଷ ଚେତନାରେ ରାକ୍ଷସଟା କେତେବେଳେ ଯେ ପ୍ରବେଶ କରେ ତାହା ଠଉରାଇବା ଭାରି କଷ୍ଟ ।

କାଉ ସବୁ କଥା ଶୁଣି ଭାରି ଦୁଃଖ କଲା । ସେ ଭି ନାଚାର । ସନିଆ ପଛପଟୁ ଆସି ଝାମ୍ପିନେଲା ଝୁମୁରିକୁ ଭୋକିଲା ରାକ୍ଷସ ଭଳି ।

ଝୁମୁରି କରୁଣ ଚିତ୍କାର ଛାଡୁଥାଏ

କକରେ କ .......କକରେ କ


Rate this content
Log in