Suneet Kumar Gouda

Tragedy

4.3  

Suneet Kumar Gouda

Tragedy

ଅନ୍ଧ କିଏ ?

ଅନ୍ଧ କିଏ ?

2 mins
340


ଡିସେମ୍ବର ମାସର ଶୀତୁଆ ରାତି । ଟ୍ରେନ ପହଁଚିଲା ବ୍ରହ୍ମପୁର ଷ୍ଟେସନରେ । ମୁଁ ଓ ରଞ୍ଜନ ଟ୍ରେନରୁ ଅବତରଣ କଲୁ । ସମୟ ଦେଖେ ତ ୧୨.୪୫ । କାଁ ଭାଁ କେତୋଟି ଯାତ୍ରୀ ବସିବା ପାଇଁ ନିର୍ମାଣ ହୋଇଥିବା ସିମେଣ୍ଟ ଚଟାଣ ଉପରେ ଶୋଇ ରହିଥାନ୍ତି । ପ୍ଲାଟଫର୍ମଟି ମଧ୍ୟ ବିଶ୍ରାମ ନେଉଥାଏ। ଆମ ଶରୀର ମଧ୍ୟ ବୋଲ ମାନୁନଥାଏ । ସକାଳ ହେବା ପର୍ଯ୍ୟନ୍ତ ପ୍ଲାଟଫର୍ମରେ ରହିବା ପାଇଁ ନିଷ୍ପତ୍ତି ନେଇସାରିଥାଉ କାରଣ ତା ପୂର୍ବରୁ ଗାଁକୁ ଯିବା ପାଇଁ କୌଣସି ବସ୍ ନଥାଏ । ରାତ୍ର ବଢିବା ସହ ଶୀତର ପ୍ରକୋପ ମଧ୍ୟ ବଢୁଥାଏ । ମୁଁ ସିମେଣ୍ଟ ଚଟାଣରେ ବସି ଧରିତ୍ରୀ ଦ୍ୱାରା ପ୍ରକାଶିତ ଗୋଟିଏ ପତ୍ରିକା ପଢୁଥାଏ ଓ ମୋ ପାଖରେ ରଞ୍ଜନ ଇୟର ଫୋନରେ ଗୀତ ଶୁଣୁଥାନ୍ତି । "ଶ୍ରୀ ଅରବିନ୍ଦ ଓ ଗାନ୍ଧୀ " ପ୍ରବନ୍ଧ ପଢ଼ାରେ ମୁଁ ନିଜକୁ ହଜାଇ ଦେଇଥିଲି । ହଠାତ୍ ରଞ୍ଜନ ମୋ କାନ୍ଧକୁ ହଲାଇ ଆମ ଠାରୁ ଦଶ ମିଟର ଦୂରରେ ଶୋଇରହିଥିବା ଦମ୍ପତି ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ।

- ଆରେ ଏ କଣ !

ଗୋଟିଏ ଯୁବକ ନିଜର କାମନାକୁ ଚରିତାର୍ଥ କରିବା ପାଇଁ ସ୍ତ୍ରୀ ଲୋକଟିର ଇଜତ ଉପରେ ......ଛି ....

- ଚାଲ ଆମେ ପ୍ରତିରୋଧ କରିବା ତା'କୁ

କ୍ରୋଧ ଓ ଦୁଃଖ ମିଶ୍ରିତ କଣ୍ଠରେ କହିଲି ରଞ୍ଜନଙ୍କୁ ।

- ନାଇଁ ଭାଇ ହଠାତ୍ କୌଣସି ପଦକ୍ଷେପ ନେବା ଉଚିତ୍ ନୁହଁ

ରଞ୍ଜନ ମୋତେ ବୁଝାଇଲେ ।

ସ୍ତ୍ରୀ ଲୋକଟି ନିଜକୁ ବାରମ୍ବାର ସଜାଡି ନେଉଥାଏ ଓ ମାନବ ରୂପୀ ରାକ୍ଷସ ଠାରୁ ବଞ୍ଚିବା ପାଇଁ କରୁଥାଏ ଅଦମ୍ୟ ପ୍ରୟାସ । ଏହି ଆଧୁନିକ ଯୁଗରେ ମୁଁ ରାବଣର ସତ୍ତାକୁ ଦେଖିପାରୁଥିଲି ସେ ଯୁବକ ଭିତରେ । ରାବଣ ତ କେବଳ ସୀତାଙ୍କୁ ଅପହରଣ କରିଥିଲେ , ପୁଣି ଛଦ୍ମ ବେଶରେ । ପାଖରେ ଶୋଇଥିବା ସ୍ୱାମୀ ଆଦୌ ପ୍ରତିକ୍ରିୟା ପ୍ରକାଶ କରୁନଥାନ୍ତି । ଯୁବକଟି ଏପଟ ସେପଟ ଚାହିଁ ପୁଣି କୁତ୍ସିତ କାମ କରିବା ପାଇଁ ଚେଷ୍ଟା କରୁଥାଏ । ଆଉ ସହ୍ୟ କରିପାରିଲୁ ନାହିଁ । ହଠାତ୍ ଆମେ ଦୁହେଁ ଚଟାଣ ଉପରୁ ଧଡ଼ କରି ଉଠିପଡ଼ି ଫୋନରେ କଥା ହେବାଭଳି ବାହାନା କଲୁ । ଆମକୁ ଜାଗ୍ରତ ହେବାର ଦେଖି ଯୁବକଟି ସେଠାରୁ ଛତ୍ରଭଙ୍ଗ ଦେଲା ।

କିଛି ସମୟ ପରେ ଆମେ ଲକ୍ଷ୍ୟ କଲୁ ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଧଳା ଵସ୍ତ୍ର ପରିଧାନ କରି ଆମ ଆଡକୁ ଆସୁଥାନ୍ତି । ଦୁଇଙ୍କ ହାତରେ ଥାଏ ଦୁଇଟି ବାଡ଼ି । ଯେତେବେଳେ ସେମାନେ ଆମ ନିକଟତର ହେଲେ ଆମେ ଜାଣିପାରିଲୁ ସେମାନେ ଦେଖିପାରନ୍ତି ନାହିଁ। ଦୁହେଁ ଥିଲେ ସମ୍ପୂର୍ଣ୍ଣ ଅନ୍ଧ । ଆମକୁ ଅତିକ୍ରମ କରି ସେମାନେ ଚାଲିଗଲେ ପ୍ଲାଟଫର୍ମର ଅନ୍ୟ ପାର୍ଶ୍ୱକୁ ।

ମୁଁ ସେତେବେଳେ ଭାବୁଥାଏ ବାସ୍ତବରେ ସେମାନେ ଅନ୍ଧ ନା ସବୁ ଦେଖି ନ ଦେଖିଲା ଭଳି ଅଭିନୟ କରୁଥିବା ଏ ସମାଜ ।


Rate this content
Log in

Similar oriya story from Tragedy