Parameswar Ojha

Inspirational Others

4  

Parameswar Ojha

Inspirational Others

ବୋଉ ମାନେ ଏମିତି

ବୋଉ ମାନେ ଏମିତି

2 mins
399



ସକାଳୁ କିଛି ଘର କାମ ସାରୁ ସାରୁ ମୁଁ ଦୋକାନ ବାହାରି ବାକୁ ଆଜି ଟିକେ ଡେରି ହୋଇଗଲା । ରୁଟିନ୍ ଅନୁଯାୟୀ ସକାଳ ପୂଜା ମୁଁ କରିବା କଥା ହେଲେ ଡେରି ଯୋଗୁଁ ଆଉ ଠାକୁର ପୂଜା କଲିନି ।ବରାଦ କରିଦେଲି , " ଏ ବୋଉ... ତୁ ପୂଜା କରିଦେବୁ ମୋର ଡେରି ହେଲାଣି , ତୁ ବାଢିଲୁ ଆଗ ( ପଖାଳ) ମୋତେ ଭୋକ କଲାଣି ।" 


 ବୋଉ କୁ କହିଲି ତ ବୋଉ ବାଢି ଦେଲା କଂସାଏ ପଖାଳ ସାଙ୍ଗକୁ ପୋଇ ରାଇ । ମୁଁ ଗୁଣ୍ଡାଏ ପଖାଳ ପୋଇ ରାଇ ରୁ ପୁଳେ ପାଟିରେ ପୁରେଇଛି ତ କେମିତି ଗୋଟେ ଅବାଗିଆ ଲାଗିଲା । ମୁଁ ମୁହଁ କୁ ବିକୃତ କରି କହିଦେଲି -" କଣ ବନେଇଛୁ ...ଏମିତି କଣ ଲାଗୁଛି. ହେସ୍.. ," 


ତାପରେ ଦୁଇ ଚାରି ମିନିଟ ମୋ ପାଇଁ ବୋଉ ର ତତ୍ପରତା , ଫଳ ସ୍ବରୂପ ମୋ ପଖାଳ କଂସା ଚାରି ପାଖରେ ଶୋଭା ପାଇଲେ ତିନୋଟି ତାଟିଆ , ଗୋଟେ ରେ ଥିଲା କାଗିଜି ଲେମ୍ବୁ ଚକଟା , ଆଉ ଗୋଟେ ରେ ଭଜା ମୁଗ ଜାଇ ସୋରିଷ ତେଲ ଆଉ ଲଙ୍କା ଗୁଣ୍ଡ କିଛି ଚୁନା ପିଆଜ ମିଶା , ଆଉ ଗୋଟେ ରେ ଥିଲା ରାଗ ବୁଟ ଯାଇ ମିକ୍ସର୍ । ତଥାପି ପଚାରୁଥାଏ ଆଉ କ'ଣ ଦେବି କି ..? 

 

ମୁଁ ଯେତେ ଚେଷ୍ଟା କଲେ ବି ତା ସ୍ବଭାବ କୁ ବଦଳେଇ ପାରିବିନି,  ମୋ ବୋଉ ସବୁବେଳେ ଏମିତି ..। ସେ କେବେବି ବଦଳେନି ।  ନାଇଁ ନାଇଁ ଭୁଲ୍ କହିଲି ସବୁ ବୋଉ  ମାନେ ବୋଧେ ଏମିତି ସେମାନେ କେବେ ବି ବଦଳନ୍ତିନି ।


ଖରା ବର୍ଷା ଶୀତ କାକର ସବୁବେଳେ ସବୁବେଳେ ଚାଲୁଥାଏ ମେସିନ୍ ପରି , କେବେ ବି ମୁହଁ ଖୋଲି କହେନି ତାର ଦେହ ଅସୁସ୍ଥ ଅଛି । ଯଦି ତୁମେ ତା ଅବସ୍ଥା ଗୁରୁତର ଦେଖି କିଛି ଆଣିଲ ତେବେ କହିବ , " କାଇଁ ଅଯଥା ଏତେ ଗୁଡେ ପଇସା ଖର୍ଚ୍ଚ କଲୁ କହିଲୁ କଣ ଦରକାର ଥିଲା ? କଣ ଟିକେ ହେଇଛି ସେ ବଳେ ଛାଁ କୁ ଛାଁ ଭଲ ହୋଇ ଯାଇ ନଥାନ୍ତା ? 


ବୋଉ ସବୁବେଳେ ବୋଉ .. ସେ କେବେବି ବଦଳେନି । 



Rate this content
Log in

Similar oriya story from Inspirational