ବୋହୂ
ବୋହୂ
ମୁକେଶ ନିଜ ହାତରେ ତୂଳୀ ଧରି ସମସ୍ତ ରଙ୍ଗ ଦୀପ୍ତି ଚେହେରାରେ ଉଜାଡି ଦେଉଥାଏ । ଯେତେ ସେହି ଗଭୀର ନେତ୍ର ଦୁଇଟିରେ ରଙ୍ଗ ବୋଳି ଦେଲେବି ମୁକେଶ ର ମନ ଜମାରୁ ବୁଝୁନଥାଏ । କଳା ଘନ ମୟୂର ପୁଚ୍ଛ ପରି ଶ୍ରାବଣ ଟିପ ଟିପ ବର୍ଷା ଆକାଶ ରୁ ଯେମିତି ଆଲିଙ୍ଗନ କରେ ଠିକ୍ ମୁକେଶ ବି ସେମିତି ଆଙ୍କୁଥାଏ ତାର ସେହି ଘନ କେଶ କୁ । ସେତିକି ବେଳେ ଦୀପ୍ତି ବାଥ୍ ରୁମ୍ ରୁ
- ଅସରପା ! ସହରୀ ବାବୁ ଅସରପା !
- ମୁକେଶ ଦୀପ୍ତି ର ଏଇ ଭୟ ଥରା କଣ୍ଠ ସ୍ବର ଶୁଣି ବାଥରୁମ ଆଡ଼କୁ ମୁହଁ ବୁଲାଇଲା ।
-
ବହୁତ୍ ଜୋର୍ରେ ବୁଲି ଯିବାରୁ ହାତରେ ଧରି ଥିବା ସେହି ଗଭୀର କଳା ରଙ୍ଗ ସେହି ଚିତ୍ରିତ ଛବିରେ ପଡ଼ିଗଲା । କଳା ରଙ୍ଗ ଛାୟା ଛବିଟି
ର ଚାରି ପଟେ ବିସ୍ତାରିତ ହୋଇଗଲା ଫଳରେ ଛବିଟି ଅସୁନ୍ଦର ଓ ନଷ୍ଟ ହେଇଗଲା । ମୁକେଶ ଛବିଟିକୁ ଦେଖି ବହୁତ୍ ଦୁଃଖିତ ହୋଇଗଲା ଏତେ ଶ୍ରଦ୍ଧାରେ ଆଙ୍କି ଥିବା ଛବିଟି ଯେତେବେଳେ ସାମାନ୍ୟ କାରଣ ବଶତଃ ନଷ୍ଟ ହେଇଯାଏ ତେବେ ଛାତି ର ସେହି ହୁତପିଣ୍ଡ ମାଂସାଳରେ ଯେମିତି ଏକ ଟ୍ରକ୍ ଚଲେଇ ନେଲା ଭଳି ଲାଗେ । କେତେ ସ୍ନେହରେ ଦୀପ୍ତି ର ଛବି ଆଙ୍କି ଥିଲା ସତେ କିନ୍ତୁ ସତରେ ସବୁ ରଙ୍ଗ ଠାରୁ ଏହି କଳା ରଙ୍ଗ ର ଗତି ବହୁତ୍ ଆଗୁଆ । ଯେମିତି ଏ ନୀଳ ବର୍ଣ୍ଣ ଆକାଶରେ କଳା ରାଣୀ ର କଳା ଅନ୍ଧାର ବିଛାଡ଼ି ଦିଏ ଓ ନିଜର ଉପସ୍ଥିତି ପାଇଁ ତାକୁ ନିଜ ପଛରେ ଲୁଚାଇ ଦିଏ । ର ମନ ହୃଦୟ ଏକ ବଡ ଆଘାତ ବାଜି ଥାଏ । ମନେ ମନେ କହୁଥାଏ
- - କଣ ହେଲା ! କେତେ ଶ୍ରଦ୍ଧା ବନେଇ ଥିବା ଏଇ ସୁନ୍ଦର୍ ଛବିଟି
ନଷ୍ଟ ହେଇଗଲା । ମୋତେ ଆଜି ବହୁତ୍ କଷ୍ଟ ଲାଗୁଛି । ମୋର ସାମାନ୍ୟ ଭୁଲ ପାଇଁ ଆଜି ମୋର ପ୍ରିୟ ସାଥୀ ଦୀପ୍ତି ଙ୍କ ଶରୀରରେ ଏ କଳା ରଙ୍ଗ ମାଖି ଦେଲି । ଦିନ ବେଳା ର ଆକାଶ ବକ୍ଷରେ ବାଘ , ଭାଲୁ ଆଙ୍କିଲା ବେଳେ ଏହି କଳା ହାଣ୍ଡି ମେଘ ଆସି ସେହି ସବୁ କୁ ଲୁଚାଇ ନେଲା ।
ଏମିତି ନିଜ ସହ ନିଜେ ଗପି ଚାଲିଥାଏ ମୁକେଶ ସେହି ଛବିଟିକୁ ଦେଖି । ମନ କୁ ଯେତେ ବୁଝାଇଲେ ମଧ୍ୟ ତାଙ୍କ ମନ ଵିଲ କୁଲ୍ ବୁଝୁ ନଥାଏ । ସେହି ସମୟରେ ପୁଣି ଥରେ ସେହିଭଳି ଦୀପ୍ତି ଙ୍କ ଆବାଜ୍ ଶୁବିଲା । ଏଥର ମୁକେଶ ନ ଅଟକି ବାଥ୍ ରୁମ୍ ଭିତରକୁ ପଶି ଗଲେ
- ଓହୋ ଦୀପ୍ତି ! ମୁଁ ମୁକେଶ କୋଉ ଅସରପା ନୁହଁ ! ତମ ପାଇଁ ମୋ ଛବିଟି
ବି ନଷ୍ଟ ହେଇଗଲା ।
ଦୀପ୍ତି ଟିକେ ରାଗି
- ଓହୋ ସହରୀ ବାବୁ ! ମୁଁ ତୁମକୁ ଅସରପା କହୁନି ମୁଁ ତ ମୋର ଏହି ଶାଢ଼ୀରେ ଲାଗିଥିବା ଏଇ ଅସରପା ବିଷୟରେ କହୁଛି ।
ଦୀପ୍ତି ଶାଢ଼ୀରେ ଅସରପା ଟିଏ ଲାଗିଥାଏ । ଅସରପା କୁ ଦେଖି ମୁକେଶ ର ଗୋଡ଼ ହାତ ବି ପାଣି ହେଇଗଲାଣି ।ଭୟରେ ତାର ଗୋଡ଼ ହାତ ଆଉ ଚାଲୁ ନଥିଲା ।
