samir sahoo

Romance Tragedy Fantasy

3  

samir sahoo

Romance Tragedy Fantasy

ବୋହୂ ଭାଗ :-୦୨

ବୋହୂ ଭାଗ :-୦୨

2 mins
241


    


ଆଜିର ର ଅଧ୍ୟାୟ➪ ଝିଅ ଟି ମୁକେଶ ର କଥା ଶୁଣି କହିଲା- ହଁ ହଁ ବାବୁ ନିଶ୍ଚୟ ସାହାଯ୍ୟ କରିବି ...।


ମୁକେଶ ତାପରେ ଝିଅ ଟିର କଥା ଶୁଣି କହିଲା - ଓ .... ତମେ କେତେ ଭଲ । ମତେ ସାହାଯ୍ୟ କରିବା ପାଇଁ ରାଜି ହୋଇଗଲ ।


ଝିଅଟି କହିଲା --- ଥାଉ ଥାଉ ଏତେ ତେଲେଇବା ଦରକାର ନାହିଁ ଶୀଘ୍ର ଶୀଘ୍ର କୁହ କଣ କରିବାର ଅଛି ।

------  ଘର କୁ ଯିବାରେ ମୋର ବହୁତ୍ ଡେରି ହେଲାଣି ......।

----- କଣ ଶୁବୁଛିତ ...............।

 ମୁକେଶ କହିଲା - ହଁ ହଁ ଶୁବୁଛି ଶୁବୁଛି । କାର ଟିର ଡୋର ଖୋଲି ଭିତରକୁ ଗଲା । 

ଆଉ ତା' ପରେ କହିଲା - ଓ.... ମ୍ୟାଡମ ମୁଁ ଗାଡ଼ି ଷ୍ଟାର୍ଟ କରୁଛି ତମେ କାର କୁ ପଛ ପଟରୁ ଠେଲ ।

ଝିଅ ଟି କହିଲା - ହଉ ବାବୁ । ମୁଁ ଠେଲୁଛି ......।

ତା ପରେ ଝିଅଟି କାର ଟିକୁ ପଛ ପଟରୁ ଠେଲିଲା ଓ ମୁକେଶ କାର ଟିକୁ ଷ୍ଟାର୍ଟ କଲା । ଖାଲ ଭିତରୁ କାର ର ଚକା ବାହାରି ଗଲା ହେଲେ ଖାଲ ଭିତରେ ଥିବା କାଦୁଅ ପାଣି ଝିଅଟି ଉପରେ ଛିଟିକି ହୋଇ ଗୋଡ଼ ଠୁ ମୁଣ୍ଡ ଯାଏଁ ପଡ଼ିଗଲା ।


ଆଉ ଝିଅଟି କହିଲା - ଗଲା ...ଗଲା...। ସକାଳୁ ସକାଳୁ ଗାଧେଇ ଥିଲି ପୁଣି ଏବେ ମତେ ଗାଧେଇ ବା ପାଇଁ ପଡିବ ।


ମୁକେଶ ଝିଅଟିର ଅବସ୍ଥା ଦେଖି ଖିଲି ଖିଲି ହୋଇ ହସିଲା ଆଉ ତାକୁ ଚିଡାଇ ବାରେ ଲାଗିଲା ।


ଝିଅ ଟି ମୁକେଶ କୁ କହିଲା - ଏ ସହରୀ ବାବୁ ତମ ଯୋଗୁଁ ମୋର ଏପରି ଅବସ୍ଥା ହେଲା ଆଉ ତମେ ମତେ ଦେଖି ହସୁଛ ....।

ମୁକେଶ ହସିବା ବନ୍ଦ କରିବା ପାଇଁ ଚେଷ୍ଟା କରି କହିଲା - sorry sorry ମ୍ୟାଡମ

---------- ତମର ଏଇ ଯୋଉ ରାସ୍ତା ନା...........।


ଝିଅ ଟି - ଏ ସହରୀ ବାବୁ ସେମିତି କହିବନି ଆମ ଗାଁ ବହୁତ ସୁନ୍ଦର । ଆମ ଗାଁ ଆଗରେ ତମର ସେହି ସହର ର ସୌନ୍ଦର୍ଯ୍ୟ ଫିକା ପଡି ଯିବ।

ଦେଖୁଛ ଦେଖୁଛ ଆକାଶ ରେ କେମିତି ପକ୍ଷୀ ମାନେ ମୁକ୍ତ ଭାବରେ ଖୁସି ଆନନ୍ଦ ରେ ଉଡୁଛନ୍ତି । ଇଚ୍ଛା ହୁଏ ତ ମୁଁ ଗୋଟିଏ ପକ୍ଷୀ ଟିଏ ହୋଇଯାଆନ୍ତି ଆଉ ଏମିତି ମୁକ୍ତ ଭାବରେ ଖୁସି ଆନନ୍ଦ ରେ ବୁଲୁଥାନ୍ତି ।

ଝିଅଟି ଆକାଶ କୁ ଚାହିଁ ଥାଏ ।

ମୁକେଶ ଝିଅ ଟିକୁ କହିଲା - ଏତେ ଆଉ ଆକାଶ କୁ ଚାହଁନି ନହେଲେ ତମେ କାଉ ହେଇଯିବ ।

ଝିଅଟି କହିଲା - କାଇଁ ମୁଁ କଣ ତୁମକୁ କାଉ ଭଳିଆ ଦେଖାଯାଉଛି । 

ମୁକେଶ କହିଲା - ତମେ ପରା କହିଲ ତମେ ପକ୍ଷୀ ଟିଏ ହୋଇ ଆକାଶ ରେ ଉଡ଼ିବା ର ଇଚ୍ଛା ସେଥିପାଇଁ ......।

ତମେ କାଉ ହେଲେ ଭଲ ହବ କା....କା...... ହଉ ଥିବା ।

ଝିଅଟି ରାଗି ଗଲା । 

ମୁକେଶ କାନ ଧରି ବସ ଉଠୁ ହୋଇ କହିଲା - ଏବେ ତ ରାଗ ଶାନ୍ତ କର ।

ଝିଅଟି କହିଲା - ହଉ ମୁଁ ତମ ଉପରେ ରାଗିବା ଛାଡ଼ି ଦେଲି ...।

ମୁକେଶ - ଓ.... ଯାହା ହଉ ମା ଦୁର୍ଗା ଙ୍କ ରାଗ ଶାନ୍ତ ହେଲା ।


( ଆଉ ତା ' ପରେ ----------୦୩ ଭାଗ ରେ)





Rate this content
Log in

Similar oriya story from Romance