samir sahoo

Drama

3.5  

samir sahoo

Drama

ହଂସିନୀ

ହଂସିନୀ

2 mins
151


  ସମସ୍ତ ପାଠକ ପାଠିକା ମାନଙ୍କୁ ମୋର ପ୍ରଣାମ ଦୟାକରି ଏହାର ପୂର୍ବ ଅଧ୍ୟାୟଟିକୁ ପଡ଼ିବା ପାଇଁ ଅନୁରୋଧ ।


ଦେବ କନ୍ୟା ରାଜାଙ୍କର ପତ୍ର ପ୍ରେରଣ ର କଥା ଶୁଣି ଉପସ୍ଥିତ ସମସ୍ତେ ଚିନ୍ତା ପଡିଗଲେ ।


ରାଜା - ମିତ୍ରଙ୍କର ପତ୍ର !!! ତେବେ ଯାଇ ଜଣେଇ ଦିଅ ରାଜ ଦରବାରରେ ସେ ପ୍ରବେଶ କରନ୍ତୁ 

ପ୍ରହରୀ - ଯଥା ଆଜ୍ଞା ମଣିମା ।

         (ପ୍ରହରୀ ପ୍ରସ୍ତାନ କରିଛି ) 


ରାଜା - କି ସମ୍ବାଦ ମିତ୍ର ଦେବ କନ୍ୟା ର ରାଜା ପଠାଇଥିବେ ବୋଲି ଆପଣ ଭାବୁଛନ୍ତି ସେନାପତି ?


ସେନାପତି - ସନ୍ଦେଶ ! ଭାବିବାରେ କଣ ଅଛି , ଯଦି ଭାବନା ସବୁ ସତ୍ୟ ହେଇଥାନ୍ତା ତେବେ ଭବିବାରେ କିଛି ମୂଲ୍ୟ ଥାଆନ୍ତା ।


ରାଜା - ଆପଣ ତେବେ କଣ କହିବାକୁ ଚାହୁଁଛନ୍ତି । ଭାବନା କଣ ସତ୍ୟ ହୁଏ ନାହିଁ । କିନ୍ତୁ ସ୍ବପ୍ନ ସବୁ ସତ୍ୟ ହୁଏ ବୋଲି ଏବେ ଆପଣ କହିଥିଲେ । ତେବେ ଭାବନା ଆଉ ସ୍ବପ୍ନ ସତ୍ୟ ହେବାରେ ବି ପାର୍ଥକ୍ୟ ରହି ଅଛି ।


ସେନାପତି - ମଣିମା !! ଭାରି ଚତୁର ତାରେ ଆପଣ ଏ ପ୍ରଶ୍ନ ପଚାରି ଛନ୍ତି । ଜାଣିଛି ବହୁତ୍ ଚତୁର ଓ ଜ୍ଞାନୀ ଆପଣ ସେଥିପାଇଁ .....।


ରାଜା - ଆପଣ ଭାରି ଚପଳ ଓ ବୁଦ୍ଧି ମାନ ସେନାପତି !!! ଏହା ଖାଲି ମୁଁ ନୁହେଁ ଏଇ ସୂର୍ଯ୍ୟ ନଗର ର ସମସ୍ତ ଅଧିବାସୀ ମାନେ ଜାଣିଛନ୍ତି ଯେ ସୂର୍ଯ୍ୟ ନଗର ର ସେନାପତି ଆଉ ମୋର ବାଲ୍ୟ କାଳ ର ସଖା ଭାରି ଚତୁର ଓ ବୁଦ୍ଧି ମାନ । କିନ୍ତୁ ମୋ ପ୍ରଶ୍ନ ର ଉତ୍ତର ମିଳି ଲାନି ଯେ ?


ସେନାପତି - ଭାବନାକୁ ମୂଲ୍ୟ ହୀନ ବୋଲି କହିନାହିଁ ମୂଲ୍ୟ ହୀନ ବୋଲି କହିଛିତ ମୁଁ ମୋର ନିଜ ଭାବନାକୁ । ଦେବ କନ୍ୟା ର ରାଜା କଣ ସମ୍ବାଦ ଦେଇ ଛନ୍ତି ତାହା ରାଜ ଦୂତ ଦରବାରରେ ଉପସ୍ଥିତ ହେଲା ପରେ ହିଁ ଜଣା ଯିବ ।


ରାଜା - ଠିକ୍ କହିଛନ୍ତି ସେନାପତି ଏହି ପ୍ରଶ୍ନର ଉତ୍ତର ରାଜ ଦୂତ ଉପସ୍ଥିତ ହେବା ପରେ ହିଁ ଜଣା ଯିବ ।


କିଛି ସମୟ ପରେ ରାଜାଙ୍କ ଠାରୁ ପ୍ରବେଶର ଆଦେଶ ପାଇ ରାଜ ଦୂତ ଦରବାରରେ ପ୍ରବେଶ କରିଛନ୍ତି ଏବଂ ପଛେ ପଛେ ଆସିଛନ୍ତି ଦୁଇ ତରୁଣୀ ଦେବ କନ୍ୟାର ରାଜ ଦାସୀ । ଜଣଙ୍କ ନାଁ ମଞ୍ଜରିକା ଆଉ ଜଣଙ୍କ ନାଁ ଦମୟନ୍ତୀ । ତାଙ୍କ ହସ୍ତରେ ଥାଏ ଦୁଇ ସ୍ଵର୍ଣ୍ଣ ଥାଳି ଗୋଟେ କେରେ ମିଷ୍ଟାନ୍ନ ଦ୍ରବ୍ୟ ଓ ଆଉ ଗୋଟିଏରେ ଏକ ସୁନ୍ଦର ପୁଷ୍ପ ମାଳା ।


ରାଜ ଦୂତ - ସୂର୍ଯ୍ୟ ନଗର ରାଜାଙ୍କର ଜୟ ହେଉ ।

ମାଞ୍ଜରିକା - ପ୍ରଣାମ ମଣିମା ।

ଦମୟନ୍ତୀ - ପ୍ରଣାମ ପ୍ରଭୁ ।


ରାଜା - ପ୍ରଣାମ ଗ୍ରହଣ କଲି । ତେବେ ଦେବ କନ୍ୟାର ରାଜାଙ୍କର ସବୁ କୁଶଳ ତ ......।


ରାଜ ଦୂତ - ଆଜ୍ଞା ମଣିମା । ଦେବ କନ୍ୟା ଏବେ ଶତ୍ରୁ ବିହୀନ ଓ ସୁରକ୍ଷିତ ।


ରାଜା - ମିତ୍ରଙ୍କର ସବୁ କୁଶଳ ବୋଲି ଶୁଣି ସୁଖ ପ୍ରଦ ହେଲି । ତେବେ ଆପଣଙ୍କର ଅଭିପ୍ରାୟ ଜଣାନ୍ତୁ ।କି ସନ୍ଦେଶ ପଠାଇଛନ୍ତି ମିତ୍ର ମୋର ।


ରାଜ ଦୂତ - ଏଇ ପତ୍ର ମଣିମା ।

ରାଜା - ରାଜ ଗୁରୁ ???

ରାଜ ଗୁରୁ - ଆଜ୍ଞା ଛାମୁ ।

ରାଜା - ମିତ୍ରଙ୍କର ପତ୍ରଟିକୁ ପଠନ କରନ୍ତୁ ରାଜ ଗୁରୁ । କି ସନ୍ଦେଶ ପଠେଇ ଥିବେ ଭାବି ଜିଜ୍ଞାସ୍ୟା ପାଇଁ ମନ ବ୍ୟାକୁଳ ହେଲାଣି ।

ରାଜ ଗୁରୁ - ଯଥା ଆଜ୍ଞା ଛାମୁ ।


ରାଜ ଦୂତଙ୍କ ଠାରୁ ପତ୍ରଟିକୁ ଆଣି ରାଜ ଗୁରୁ ପଠନ କରିବା ଆରମ୍ଭ କଲେ ।


ରାଜଗୁରୁ - ଦେବ କନ୍ୟାର ରାଜା ଏଠାରେ ଲେଖିଛନ୍ତି ......


କ୍ରମଶଃ.....



Rate this content
Log in

Similar oriya story from Drama