STORYMIRROR

samir sahoo

Children

4  

samir sahoo

Children

ଆସରେ ଗଢ଼ିବା ଦେଶ

ଆସରେ ଗଢ଼ିବା ଦେଶ

1 min
290

ଆସ ରେ ପିଲେ ଦଉଡ଼ି ଆସ 

     ଗଢ଼ିବା ଆମେ ଦେଶ 

ସ୍କୁଲ ଯିବା ପାଠ ପଢ଼ିବା

     ରଖିବା ଦେଶ ଯଶ।।


ଦେଶ ର ଆମେ ଭବିଷ୍ୟତ 

    ଉଜ୍ଜଳ ଆମ ଆଲୋକ 

ନକରିବା ଆମେ ଭବିଷ୍ୟତ କୁ 

   ଅନ୍ଧାର ମୟ ଗୋଲକ।।


ଖେଳିବା ଚାଲ ତାଳ ବଜାଇ 

     ଭୁଲି କଳହ ବାଦ 

 ସବୁଜ ଘାସେ ଝୁଣ୍ଟୁ ଥିବା 

   ଉଠାଇ ଟିକି ପାଦ।।


ରୁମାଲ ଚୋରି କବାଡି ଖେଳ 

   ବାଘ ଓ ଛେଳି ଖେଳ 

ଖେଳ ଲୁଚକାଳି ବୋହୂ ଚୋରି 

   ନ ରଖି ମନେ ଛଳ।।


ହାତରେ ହାତ ମିଶାଇ ଦିଅ 

   କାନ୍ଧେ ମିଳାଇ କାନ୍ଧ 

ଲୋଟି ଯାଆରେ ମାଟିର କୋଳେ 

   ବାନ୍ଧି ସମତା ବନ୍ଧ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children