samir sahoo

Tragedy Inspirational Others

3  

samir sahoo

Tragedy Inspirational Others

ନାରୀ ମନ ର ଅକୁହା କଥା

ନାରୀ ମନ ର ଅକୁହା କଥା

4 mins
364



ମଧ୍ୟାହ୍ନ ସମୟ ....। ସୂର୍ଯ୍ୟ ଆକାଶରେ ଠିକ୍ ମୁଣ୍ଡ ଉପରେ ଅଛନ୍ତି ..। ନିଆଁ ଭଳି ତେଜରେ ଘରଟି ଲାଗୁଥିଲା ଯେମିତି ଘରଟି ଗରମ ପାଣି ଭିତରେ ଫୁଟୁଛି । ଓଃ ....କି ଗରମ ! ଘର ର ସବୁ କାମ ସାରି ନଳିନୀ ଦେବୀ କେତେବେଳେ ସମୟ ଗୋଟେ ବାଜି ଗଲାଣି ଜଣା ନାହିଁ । ଗରମ ସହି ନ ପାରି ଝରକା ଗୁଡ଼ିକ ବନ୍ଦ୍ କରି ଦେଲେ ଆଉ ଏସି ଟିକୁ ଓନ କରି ନେଲେ । ଏସି ର ଥଣ୍ଡା ପବନ ରେ ଗରମ ରୁ ଦେହ ରୁ ବୋହୁ ଥିବା ଝାଳ ସବୁ ଛାଏଁ ଛାଏଁ ଶୁଖି ଗଲା ....। ସୋଫା ରେ ବସି ନଳିନୀ ଦେବୀ ଭାବୁଥାନ୍ତି ....

     ଏସି ର ଥଣ୍ଡା ପବନ ସିନା ଦେହରୁ ବୋହି ଆସୁଥିବା ଝାଳ କୁ ଶୁଖାଇ ଦେଲା କିନ୍ତୁ ମୁଁ ଦେଖିଥିବା ସବୁ ସ୍ବପ୍ନ କଳ୍ପନା ହେଇ ରହିଗଲା ...। ସେକଥା ଭାବିଲା ବେଳକୁ ହୃଦୟ ଯେମିତି ଏକ ସମୁଦ୍ର ଜଳରାଶିରେ ଭାସି ଉଠୁଛି । କେତେ ସ୍ବପ୍ନ ଦେଖିଥିଲି ଦିନେ ମୁଁ ଆଇପିଏସ ବନିବି ....। ସମାଜ ରେ ଘଟୁଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବି । ନିରୀହ ଲୋକ ମାନଙ୍କୁ ନ୍ୟାୟ ଦେବୀ । କିନ୍ତୁ ସେସବୁ ଖାଲି ମୋ କଳ୍ପନା ହୋଇ ରହିଗଲା । ହୃଦୟ ରେ ଚିତ୍ରିତ ହୋଇ ରହିଗଲା  । ଅନ୍ୟାୟ ହାତ ରେ ହ୍ୟାଣ୍ଡକପ ପିନ୍ଧାଇବା ଆଗରୁ ମୋ ହାତରେ ବିବାହର ଡୋର ବାନ୍ଧି ହୋଇଗଲା ....। ଏହି ଘର ସଂସାର ମୋର ସ୍ବପ୍ନ ନ ଥିଲା କିନ୍ତୁ ପରିସ୍ଥିତି ଏ ସମାଜ କେମିତି ଏ ନିରୀହ ଝିଅଟିର କୋହ କୁ ବୁଝିଥାନ୍ତ । ଏମିତି ଭାବୁ ଭାବୁ ତାଙ୍କର ମନେ ପଡ଼ି ଗଲା ଆଜି ବିଶ୍ଵ ନାରୀ ଦିବସ ...। ହାତରେ ପଡିଲା ଟିଭି ରୀମୋଟ କାଳ ବିଳମ୍ବ ନ କରି ଲଗାଇ ଦେଲେ ଆଜିର "ସମାଚାର " ......।

    ଟିଭି ରେ ଦେଉଥାଏ କେତେ ମନ୍ତ୍ରୀ ମାନଙ୍କ ଲମ୍ବା ଚଉଡ଼ା ଭାଷଣ ...। ଭାଷଣ ଶୁଣି ନ ପାରି ନଳିନୀ ଦେବୀ ସିଧା ଟିଭି ବନ୍ଦ୍ କରି ନେଲେ ....। ଆଖିରୁ ବୋହି ଯାଉଥାଏ ଲୁହ ଆଉ ଛାତି ରେ ଭରି ରହିଥାଏ ...କୋହ । ଅସହ୍ୟ ବେଦନା .....କୁ ଛାତି ରେ ଚାପି ରଖି ମନେ ମନେ ଭାବୁଥାନ୍ତି ....

------ ବନ୍ଦ୍ କର ! ବନ୍ଦ କର ଏସବୁ ! .....କେବଳ ନାରୀ ଦିବସ ରେ ଲମ୍ବା ଲମ୍ବା ଭାଷଣ ଦେବା ଅପେକ୍ଷା ମୂକ ହୋଇଯିବା ତା ଠୁ ଆହୁରି ଭଲ ....। ଏହି ମନ୍ତ୍ରୀ ଆଜି ସଂକଳ୍ପ ନିଅନ୍ତି ନାଁ ନାରୀ କୁ ରକ୍ଷା କରିବା ଆମ କାମ  କିନ୍ତୁ କେମିତି ବାକି ୩୬୪ ଦିନ ନାରୀ ଏତେ ଅସୁରକ୍ଷିତ ...। ଗୋଟେ ଦିନ ଲମ୍ବା ଚଉଡ଼ା ଭାଷଣ ଦେଇ ନାରୀ କୁ ପ୍ରଶଂସା ର ଅଳଙ୍କାର ରେ ପୋତି ପକାନ୍ତି ନାଁ ପୁଣି କେମିତି ଗୋଟେ ନାରୀ କୁ ଏତେ ଯନ୍ତ୍ରଣା ଦିଅନ୍ତି ....। ଦେବି ମନ୍ଦିର ରେ ଦେବୀ ଙ୍କୁ ନୂଆ ଶାଢ଼ୀ ଦେଇ ପୂଜା କରୁଥିବା ଏହି ପୁରୁଷ ପ୍ରାଧାନ୍ୟ ସମାଜ କେମିତି ଗୋଟେ ନାରୀ ଠାରୁ ତାର ବସ୍ତ୍ରକୁ କାଢି ନିଅନ୍ତି ....। ବଳାତ୍କାର ପୀଡ଼ିତା ବୋଲି ତାକୁ ସଜେଇ ଦିଅନ୍ତି ....।  


ନାରୀ କେବେ ଜାୟା , କେବେ ଭଗିନୀ , କେବେ ପୁଣି ସିଏ ଜନନୀ ...। ଯୁଗେ ଯୁଗେ ପୂଜନୀୟା , ବନ୍ଦନୀୟା , ମମତା ମାୟୀ ରାଜ ନନ୍ଦିନୀ କ'ଣ ସତରେ ଏହି ବାର୍ତ୍ତ୍ୟ ଏହି ସମାଜ ରେ ଗୋଟେ ନାରୀ ପାଇଁ ସତ ହେଇ ପାରୁଛି ...। ନାରୀ ର ଜୀବନ ରାସ୍ତା ଏକ ଧାରୁଆ ଖଣ୍ଡା ପରି ଯେଉଁ ଥିରେ ଭରି ରହିଛି ଅସଂଖ୍ୟ ଯନ୍ତ୍ରଣା ...। ନାରୀ ଏବେ ବହୁତ୍ ଆଗକୁ ଗଲାଣି । ସମାଜ ରେ ନିଜର ପରିଚୟ ବି ଗଢ଼ିଲାଣି କିନ୍ତୁ ତଥାପି ଏହି ପୁରୁଷ ପ୍ରାଧାନ୍ୟ ସମାଜ ରେ ନାରୀ ଅବହେଳିତା ....। ଘର ର ଛାଞ୍ଚୁଣି ପରି ସିଏ ଯେଉଁ ଛାଞ୍ଚୁଣି ଦୁନିଆଁକୁ ଏତେ ସୁନ୍ଦର କରେ ସେ ଛାଞ୍ଚୁଣି କାହିଁକି କବାଟ କୋଣ ର ଅନ୍ଧକାର ରେ ଲୁଚି ରହିଛି ....। ଝିଅ ଟି ଏ ଜନ୍ମ ହେଉ ହେଉ ତାକୁ ଘର ର ବୋଝ ବୋଲି କୁହାଯାଉଛି ....। ଏମିତି କି ପରୀକ୍ଷା କରି ଭ୍ରୁଣ ହତ୍ୟା    ବି କରା ଯାଉଛି ଏପରି କରିବାର ମୂଳ ଉଦ୍ଦେଶ୍ୟ ହେଉଛି "ଯୌତୁକ " । ଯୌତୁକ ହାସଲ କାରି ଭଦ୍ର ମୁଖା ପିନ୍ଧା ଲୋକ ମାନେ ଗୋଟେ ଝିଅ କୁ ଟଙ୍କା ସହ ତୁଳନା କରନ୍ତି । ତାଙ୍କ ମନ ପସନ୍ଦ ର ଡିମାଣ୍ଡ ନ ମିଳିଲେ ବାହା ବେଦୀରୁ ବାହାଘର ଭାଙ୍ଗି ଯାଉଛି ....। ଗୋଟେ ନାରୀ ଏଭଳି ଅତ୍ୟାଚାର ର ଶିକାର ହୋଇ ଆତ୍ମହତ୍ୟା ନିଜର ଶେଷ ରାସ୍ତା ବୋଲି ଭାବି ନେଉଛନ୍ତି ....। ଯଦି ବା ଝିଅଟି ଏ ଜନ୍ମ ହୁଏ ତାକୁ ଉଚ୍ଚ ଶିକ୍ଷିତ କରିବାକୁ ସୁଯୋଗ ଦିଆ ଯାଉନି ....। ଏ ସମାଜ ସବୁ ବେଳେ କହେ ମାଇପୀ ଝିଅ ପାଠ ପଢ଼ି କ'ଣ ହେବ ...... ଅଧୀକି ପୁଅ କୁ ପଢେଇଲେ ଘର ପୋଷିବ । ସମାଜ ଗଢ଼ିବ । କିନ୍ତୁ ଏ ସମାଜ କେବେ ଭାବିଛି ନାରୀ ବି ଅନ୍ୟାୟ ବିରୁଦ୍ଧରେ ଲଢ଼ି ପାରେ ତାର ବି ଗୋଟେ ହୃଦୟ ଅଛି ଇଚ୍ଛା ଅଛି ....। ଯେତେ ବେଳେ ମହିଶା ଅସୁର ଏଇ ସୃଷ୍ଟି କୁ ଛାର ଖାର କରି ବସି ଥିଲା ସେତେବେଳେ ଏହି ସମାଜ ରେ ଥିବା ଗୋଟି ଗୋଟି ପୁରୁଷ କୋଉଠି ଥିଲେ .... ସେତେବେଳେ ମାଆ ଦୁର୍ଗା ହିଁ ଏଇ ସାରା ସୃଷ୍ଟି କୁ ରକ୍ଷା କରି ଥିଲେ ସିଏ ବି ତ ଜଣେ ନାରୀ ଥିଲେ ....ତଥାପି ସିଏ ଅନ୍ୟାୟ ବିରୁଦ୍ଧ ରେ ଲଢ଼ି ଥିଲେ ସଫଳ ବି ହେଇଥିଲେ ହେଲେ କାହିଁକି ନାରୀ କୁ ଏବେ ବି ଘର କୋଣ ରେ ରଖା ଯାଇଛି ....। ରୋଷେଇ ଶାଳ ତା ଦୁନିଆଁ ....। ଯେଉଁ ବୟସରେ ହାତରେ ଖାତା କଲମ ଧରିବା କଥା ସେହି ବୟସ ରେ ହାତରେ ନାଲି ଶଙ୍ଖା ଆଉ ମଥାରେ ସିନ୍ଦୂର ଟୋପା ଲଗାଇ ଦିଆ ଯାଏ .....। ଘରୁ ବାହାରିବା ଗୋଟେ ନାରୀ ପାଇଁ ଅସୁରକ୍ଷିତ ...! ଦିନ ବେଳେ ରାଜ ପଥରେ ବି ଅସଂଖ୍ୟ ନାରୀ ବଳାତ୍କାର ର ଶିକାର ହେଉଛନ୍ତି ...। ଆଧୁନିକ ଯୁଗରେ ବି ଏହି ଅତ୍ୟାଚାର ର ସଂଖ୍ୟା କମି ନାହିଁ ....। ଫୁଟି ଉଠୁଥିବା ନିରୀହ ଫୁଲ ଟି କୁ ଏ ସମାଜ ଦଳି ଚକଟି ନଷ୍ଟ କରି ଦେଉଛି ....। 


କାହିଁକି ସମାଜ ରେ ନାରୀ ର ଭୂମିକା ମିଳୁ ନାହିଁ ...। କାହିଁକି ଘର ଚାରି କାନ୍ଥ ତାର ଦୁନିଆଁ ହେଇ ରହି ଯାଉଛି ....। କାହିଁକି ତାର ସ୍ବପ୍ନ ଖାଲି ସ୍ବପ୍ନ ହେଇ ରହି ଯାଉଛି ...। କାହିଁକି ର ଉତ୍ତର ସବୁ ବେଳେ କାହିଁକି ହିଁ ରହି ଯାଉଛି ....। ଖାଲି ବିଶ୍ଵ ନାରୀ ଦିବସ ରେ ଲମ୍ବା ଲମ୍ବା ଭାଷଣ ଦେଇ ଦେଲେ ହେବନି । ଏହି ସମାଜ ରେ ଘଟୁ ଥିବା ଅସଂଖ୍ୟ ନିର୍ଯାତନା କୁ ରୋକି ବାକୁ ହେବ । ଆମେ କଣ କରିବା ନ କରି ମୁଁ କଣ କରି ପାରିବି କହିବା ତାହେଲେ ଯାଇ ଏ ସମାଜ ବଦଳିବ ....। ଗୋଟେ ନାରୀ ଜୀବନ ରେ ସୁନ୍ଦର୍ ଆଲୋକ ଆସିବ .....।


କୋହ ମିଶା କଣ୍ଠ ରେ କାନ୍ଦି କାନ୍ଦି ଚିଲେଇ ଚିଲେଇ ଘର ଭିତରେ ଏସବୁ କହି ଉଠୁ ଥାଆନ୍ତି ....ନଳିନୀ ଦେବୀ ..... ।



Rate this content
Log in

Similar oriya story from Tragedy