samir sahoo

Others

4.0  

samir sahoo

Others

ବୋହୂ

ବୋହୂ

2 mins
177



ମୋର ଏହି କାହାଣୀ ଟି ପାରିବାରିକ , ରୋମାଞ୍ଚ କର ଓ ରହସ୍ୟମୟ । ଏହି କାହାଣୀ ର ନାୟିକା ଓ ତାର ପରିବାର ସଦସ୍ୟ କିଛି ଦୁଃଖ ସାମ୍ନା କରିଥିବା ଘଟଣା ଏବଂ ହସ ଖୁସି ରେ ବିତେଇ ଥିବା ସ୍ମୃତି ମୁଁ ଏଠାରେ ଉଲ୍ଲେଖ କରିଛି ।ଆମର ନାୟିକା ବୋହୂ ଟିଏ ସାଜି କେମିତି ସିଏ ଘାତ ପ୍ରତିଘାତ କୁ ସାମନା କରି ଚାଲିଛି ସେଇଆ ହିଁ ଏଠାରେ ଉଲ୍ଲେଖ ହୋଇଛି । ଆଶା କରେ ଆପଣ ମାନଙ୍କୁ ଭଲ ଲାଗିବ ......


କାହାଣୀ ର ନାଁ :- 

          ହାତରେ ଶଙ୍ଖା ,


ମଥାରେ ସିନ୍ଦୂର

                       ପାଦରେ ଅଳତା ଗାର ,

               ବେକ ରେ ମଙ୍ଗଳ ର ସୂତ୍ର 

           ଦୁଇ କୁଳ ର ଦୁହିତା ଯାଉଛି ଶାଶୁ ଘର

                 ପରିଚୟ ତାର 

          ମୋ କାହାଣୀ ର ନାଁ ବୋହୂ ର

  


 ନାରୀ ର ଅନେକ ରୂପ। ବାପା, ମା ଙ୍କ ପାଖରେ ମା ସ୍ଵରସତୀ । ଶାଶୁ , ଶଶୁର ଙ୍କ ପାଖରେ ମା ଲକ୍ଷ୍ମୀ । ପ୍ରେମିକ ପାଖରେ ପାଗଳିନୀ ରାଧା ତ ସ୍ଵାମୀ ପାଖରେ ସତୀ ସାବିତ୍ରୀ ଆଉ ଦୁଷ୍ଟ ଲୋକଙ୍କ ପାଖରେ ମା ଦୁର୍ଗା । ନାରୀ ଟିଏ ଯାହାକୁ ନିଜର କରିଦିଏ ତା ପାଇଁ ସେ ମୂତ୍ୟୁ ସହ ସଂଗ୍ରାମ କରିପାରେ ନହେଲେ ହସି ହସି ନିଜର ପ୍ରାଣ ବଳିଦିଏ । ସେ ଚାହିଁଲେ ଗଢ଼ିପାରେ ସ୍ବପ୍ନ ର ଦୁନିଆଁ ଆଉ ସେ ଚାହିଁଲେ ଭାଙ୍ଗି ପାରେ ସେହି ଦୁନିଆଁ ।


କାହାଣୀ --- ମାଘ ମାସର ହାଡ଼ ଭଙ୍ଗା ଶୀତ । ମୁକେଶ ଗାଁ ଭିତର କୁ ଯିବାର ରାସ୍ତାରେ  କାର ଚଳାଉ ଥାଆନ୍ତି ।  

ଗାଁ ର ରାସ୍ତାଟି ନାଲି ମାଟିରେ ଗଢା ଆଉ ଖାଲ ଢିପ । 

ରାସ୍ତା ଟିର ଦୁଇ ପାର୍ଶ୍ଵରେ ବିଲ ଆଉ ସବୁଜ ପଡିଆ । ରାସ୍ତା ର କଡେ କଡେ ଛୋଟ ଛୋଟ ଗଛ ଥାଏ ଆଉ ସେ ଗଛ ମାନଙ୍କରେ କାକର ଲାଗିଥାଏ । ସବୁଜ ପତ୍ର ରେ କାକର ର ଜଳ ଢଳ ଢଳ ହୋଇ ତଳକୁ ବୋହୁଥାଏ । ମୁକ୍ତ ବିହଙ୍ଗ ମାନେ ଖୁସି ଆନନ୍ଦ ରେ ଉଡ଼ି ବୁଲୁଥାନ୍ତି । 

ମୁକେଶ କାର ଚଳାଇ ଏସବୁ କୁ ଚାହିଁ ରହିଥାଏ ଆଉ ସେତିକି ବେଳେ ଗାଁ ରାସ୍ତାର ଖାଲ ମଧ୍ୟରେ କାର ଟି ର ଚକ ପଶିଗଲା ଯେତେ ଚେଷ୍ଟା କଲେ ବି ଖାଲ ଭିତରୁ ବାହାର କରିପାରିଲାନି ମୁକେଶ । ବ୍ୟସ୍ତ ହୋଇ କାର ଆଗରେ ଠିଆ ହୋଇଥାଏ ମୁକେଶ ଏବଂ ମନେ ମନେ କହୁଥାଏ - ଏ .. ସୁରେଶ ଟା କୁଆଡେ  

ଗଲା ତାକୁ କହିଥିଲି ମତେ ଆସି ନେବା ପାଇଁ କିନ୍ତୁ ........

କଣ କରିବି ଏବେ .... କି ଅଡୁଆରେ ପଡ଼ିଗଲି ଭଗବାନ ....।

ମୁକେଶ ହଉଛି ସହର ର ବିଶିଷ୍ଟ ଶିଳ୍ପ ପତି ମହେନ୍ଦ୍ର ଙ୍କ ପୁଅ ।

ସୁରେଶ ଆଉ ମୁକେଶ ଦୁଇଜଣ ଅନ୍ତରଙ୍ଗ ବନ୍ଧୁ । ସୁରେଶ ଗାଁ ରେ ରହେ କିନ୍ତୁ ୩ ପଢ଼ିବା ପାଇଁ ସୁରେଶ ସହର ରେ ଥିଲାବେଳେ ଦୁଇଜଣ ଏକାଠି ପଢୁଥିଲେ ଆଉ ସେହି ସମୟରେ ଦୁଇଜଣ ସାଙ୍ଗ ହୋଇଥିଲେ । ଆଉ ତା ପରେ ସୁରେଶ ୩ ପଢା ସରିଲା ପରେ ଗାଁ କୁ ଫେରିଆସିଲା ଗାଁ ରେ ରହି ଚାଷ ବାସ କରିବାପାଇଁ ଦୁଇଜଣ ସାଙ୍ଗ ଅଲଗା ହୋଇ ଗଲେ କେବଳ କେବେ କେବେ ଚିଠି ରେ କଥା ହୁଅନ୍ତି ଦୁଇଜଣ ।

ସାଙ୍ଗ କୁ ଦେଖିବା ପାଇଁ ବହୁତ ଇଚ୍ଛା ହେଲା ମୁକେଶ ର ତେଣୁ ଚିଠି ଟିଏ ପଠାଇ ଆଜି ସୁରେଶ ର ଗାଁ କୁ କାର ଧରି ବାହାରି ଆସିଛି । 

ମୁକେଶ କାର ଆଗରେ ସେହିଭଳି ଠିଆ ହୋଇଥାଏ ସେହି ସମୟରେ ରାସ୍ତାରେ ଜଣେ ଝିଅ ଟିଏ ଯାଉଥିଲା । ଝିଅଟି ବହୁତ ସୁନ୍ଦର । କେଶ କଳା କୁଂଚୁ କୁଂଚିଆ , ଦେହ ର ରଙ୍ଗ ଚମ୍ପା ଫୁଲ ପରି l 

ଝିଅଟିକୁ ମୁକେଶ ଚାହିଁ କହିଲା - ମତେ ଟିକେ କାର ଟିକୁ ଖାଲ ଭିତରୁ ବାହାର କରିବାରେ ସାହାଯ୍ୟ କରିବେ ।

( ଆଉ ତା ପରେ -------------୨ ଭାଗ ରେ ) 





Rate this content
Log in