ହଂସିନୀ
ହଂସିନୀ
ଭାଗ :-୧
---------
ସମସ୍ତ ପାଠକ ପାଠିକା ମାନଙ୍କୁ ମୋର ପ୍ରଣାମ । ଏହି କାହାଣୀ ଟିରେ କିଛି ତ୍ରୁଟି ରହି ଥିଲେ ମତେ ନିଶ୍ଚୟ ଜଣାଇବେ ଯାହା ମତେ ପରବର୍ତ୍ତୀ ଭାଗକୁ ଠିକ୍ ଲେଖିବା ପାଇଁ ସହଯୋଗ କରିବ |
ଦେବଗଡ଼ ପର୍ବତ ପାଦ ଦେଶରେ ବିରାଟ ନଗରୀ ରହିଅଛି । ନାଁ ତାର ସୂର୍ଯ୍ୟ ନଗର । ରାଜା ଭାନୁଦେବ ଙ୍କ ନିଖୋଜ ପରେ ଏହି ବିଶାଳ ନଗରୀକୁ ଶାସନ କରୁଛନ୍ତି ରାଜା ଭାନୁଦେବ ଙ୍କ କନିଷ୍ଠ ପୁତ୍ର ସୂର୍ଯ୍ୟ ଦେବ ସିଂ ଦେଓ କାରଣ ଜେଷ୍ଠ ଭ୍ରାତା ପ୍ରତାପ ସିଂ ଦେଓ ଥିଲେ ବିକଳାଙ୍ଗ ଯାହା ପାଇଁ ସେ ରାଜ୍ୟ ଚଳେଇବା ଭଳି ବିଶାଳ ଦାୟିତ୍ୱ କୁ ବହନ ର ଶକ୍ତି ତାଙ୍କ ପାଖେ ନାହିଁ......।
ତେବେ ଆସନ୍ତୁ ଯିବା ଆମେ କାହାଣୀ ନିକଟକୁ ....
କାହାଣୀରେ -
ପୂର୍ବ ଦିଗରେ ବାଳୁତ ସୁର୍ଯ୍ୟ ସୁନେଲି ରଶ୍ମି ଉଦୟ ହୋଇଛନ୍ତି ......।
ପ୍ରଭାତ ରୁ ଶୀଘ୍ର ଶୀଘ୍ର ରାଜ ଦରବାରରେ ଉପସ୍ଥିତ ହେବା ପାଇଁ ପଡି ଅଛି ଭାଳେଣି ତେଣୁ ମନ୍ତ୍ରୀ , ସେନାପତି , ରାଜ ଗୁରୁ ଆଦି ସମସ୍ତେ ଆଜି ଶୀଘ୍ର ଶୀଘ୍ର ପହଁଞ୍ଚି ସାରିଛନ୍ତି ରାଜ ଦରବାରରେ । ସମସ୍ତେ ରାଜ ଦରବାରରେ ପହଁଞ୍ଚି ନିଜ ନିଜ ଆସନ ଗ୍ରହଣ କଲେ ।
ସମସ୍ତ ଦ୍ଵନ୍ଦରେ ରହି ଥାଆନ୍ତି କାହିଁକି ଆଜି ଶୀଘ୍ର ଶୀଘ୍ର ରାଜ ଦରବାରରେ ଉପସ୍ଥିତ ହେବା ପାଇଁ ପଡ଼ିଛି ଭାଳେଣି । ସମସ୍ତେ ଚାହିଁ ରହିଛନ୍ତି ରାଜା ସୂର୍ଯ୍ୟ ଦେବଙ୍କ ଅପେକ୍ଷାରେ ।
ଅପେକ୍ଷାର ଅନ୍ତ ଘଟାଇ କିଛି ସମୟ ପରେ ରାଜା ସୂର୍ଯ୍ୟ ଦେବ ଉପସ୍ଥିତ ହେଲେ ଦରବାରରେ । ଦିବ୍ୟ ତାଙ୍କ ମୁଖ ମଣ୍ଡଳ । ତାଙ୍କ ଦିବ୍ୟ ମୁଖ ମଣ୍ଡଳରୁ ଜଣା ପଡୁଥିଲା ତାଙ୍କ ବୀରତ୍ୟର କାହାଣୀ । ରାଜା ସୂର୍ଯ୍ୟ ଦେବ ଥିଲେ ପ୍ରଜା ବତ୍ସଳ ରାଜା ପ୍ରଜା ମାନେ ତାଙ୍କୁ ବହୁତ୍ ଭଲ ପାଉଥିଲେ ରାଜା ମଧ୍ୟ ।
ରାଜା ଦରବାରରେ ଉପସ୍ଥିତ ହେଲା ପରେ ସମସ୍ତେ ତାଙ୍କୁ ପ୍ରଣାମ ଜଣାଇଲେ । ରାଜା ପ୍ରଣାମ ଗ୍ରହଣ କରି ସମସ୍ତଙ୍କୁ ନିଜ ନିଜ ଆସନ ଗ୍ରହଣ କରିବା ପାଇଁ ଆଦେଶ ଦେଲେ । ସମସ୍ତେ ଆସନ ଗ୍ରହଣ କଲା ପରେ ରାଜା ଯାଇ ରାଜ ସିଂହାସନରେ ବସିଲେ । ସମସ୍ତେ ବୁଡି ରହିଥିଲେ ଦ୍ଵନ୍ଦର କଳା ଅନ୍ଧାରରେ କେବଳ ରାଜା ହିଁ ଏହି ଦ୍ଵନ୍ଦର ମଲାଟ ହଟାଇ ପାରିବେ ତେଣୁ
ସେନାପତି ରାଜାଙ୍କୁ କହିଲେ - ମଣିମା , ଆପଣ ହିଁ ହଟାଇ ପାରିବେ ଜାତ ହୋଇ ଥିବା କଳା ଅନ୍ଧାରର ଦ୍ଵନ୍ଦ ......।
ରାଜା - କି ଦ୍ଵନ୍ଦରେ ଅଛନ୍ତି ସେନାପତି । ଆପଣଙ୍କୁ କେଉଁ କଳା ଅନ୍ଧାରର ଦ୍ଵନ୍ଦ ଗ୍ରାସ କରିଛି ଯାହା ମୁଁ ହିଁ ପାରିବି ଆପଣଙ୍କୁ କଳା ଅନ୍ଧାର ମଧ୍ୟରେ ଉଜ୍ଜଳ ଆଲୋକ ପ୍ରଦାନ କରି ?
ସେନାପତି - ମଣିମା , ଦ୍ଵନ୍ଦର କଳା ଅନ୍ଧାରରେ କେବଳ ମୁଁ ନୁହେଁ ଦରବାରରେ ଉପସ୍ଥିତ ସମସ୍ତେ ଏହି ଦ୍ଵନ୍ଦରେ ଅଛନ୍ତି । ତେଣୁ ବେଶୀ ବିଳମ୍ବ ନ କରି ଏହାର ସମାଧାନ କରନ୍ତୁ ମଣିମା ।
ମନ୍ତ୍ରୀ - ଛାମୁ ସେନାପତି ସତ୍ୟ କହୁଛନ୍ତି ମୁଁ ମଧ୍ୟ ଏହି ଦ୍ଵନ୍ଦରେ ଅଛି ।
ରାଜା - ତେବେ କୁହନ୍ତୁ ସେନାପତି ଦ୍ଵନ୍ଦ କାରଣ ବିଷୟରେ ।
ସେନାପତି - ମଣିମା , ଆପଣଙ୍କ ଆଦେଶରେ ଚକାର ବିଶୋଇ ପ୍ରଭାତରୁ ଯାଇ ମୋ ଭଙ୍ଗା କୁଡିଆର ଠକ୍ ଠକ୍ କଲା ଯାହା ପାଇଁ ଆମ ଘରଣୀ ରୋଷ କରିଛନ୍ତି ଆଉ ତାଙ୍କ ରୋଷ ପାଇଁ ମନ ମୋର ଅସ୍ତିର ଚାହିଁଲେ ବି ସ୍ଥିର ହଉନି ଏ ଅମାନିଆ ମନ ଯେ କେମିତିଆ ।
( ଦରବାରରେ ଉପସ୍ଥିତ ସମସ୍ତେ ହସି ଉଠିଲେ )
ରାଜା - ସେନାପତି , ମନ ଏକ ଯାଯାବର କେବେ ଏଇ କଥା ତ ଆଉ କେବେ ଆଉ ଏକ କଥା । ଯଦି ମନକୁ ସ୍ଥିର କରିବାର ଅଛି ତେବେ ମନକୁ ବାନ୍ଧି ରଖ ।
ସେନାପତି -ମନ ମୋର ଜମା
ବାନ୍ଧି ହଉ ନାହିଁ
ଭଙ୍ଗା ଆଳୟ ରେ ମୋର
ଈଶ୍ୱରଙ୍କ ଆପଣ ଚଳନ୍ତି ପ୍ରତିମା
ଅଜସ୍ୟ କୋଠରୀର ମାଲିକାର ।
ରାଜା - ସେନାପତି କେବେଠୁ ଆପଣ ସେନାପତି ପେଷା ଛାଡ଼ି ସାଜିଲେଣି କବି କାର କଣ ଘରଣୀଙ୍କ ରୋଷରେ ନା ମନର ଅସ୍ତିରତାରେ ।
ସେନାପତି - ମଣିମା , ଘରଣୀଙ୍କ ରୋଷରେ ହେଉ ଅବା ମନର ଅସ୍ତିରତାରେ ଏହା ତ ଏକା କଥା ନା ।
ଜଣଙ୍କ ଉପରେ ଜଣେ ନିର୍ଭର କରିଥାନ୍ତି ଏହାତ ପ୍ରକୃତିର ନିୟମ ।
ରାଜା - ଏହା ତ ନିରାଟ ସତ୍ୟ ଯେପରି ପ୍ରଜାଙ୍କ ପାଇଁ ରାଜା ଓ ରାଜାଙ୍କ ପାଇଁ ପ୍ରଜା ।
କିନ୍ତୁ କାହିଁକି ଘରଣୀ ଆପଣଙ୍କ କରିଛନ୍ତି ରୋଷ ।
ସେନାପତି - ମଣିମା , ସେକଥା ପଚାରି କାହିଁକି ମୋ ମନକୁ ଆଉ ଆଘାତ ଦେଉଛନ୍ତି । ଚକରା ବିଶୋଇ ର କବାଟ ଠକ୍ ଠକ୍ ରେ ଆମ ଘରଣୀଙ୍କ ନିଦ ଭାଙ୍ଗିଲା ପରେ ଖାଲିତ ମୋ ଉପରେ ରାଉ ରାଉ ହୋଇ ଚାଲିଲେ ।
ରାଜା - ଓ ....... ଘରଣୀ ତାହେଲେ ଆଜି ପ୍ରଭାତରୁ ଆପଣଙ୍କୁ ଶୁଭ ଅନୁକୂଳ କରି ସାରିଲେଣି ।
ସେନାପତି - ଏ ନାରୀ ଜାତି ଯେ କେମିତିଆ ଟିକିଏ ଟିକିଏ କଥାରେ ରୋଷ କରନ୍ତି ଆଉ ରୋଷ କରି ନିଜ କୁର୍ଷ୍ଣ କମଳ ମୁଖକୁ କଳାହାଣ୍ଡି ଭଳି କରିଥାନ୍ତି .......।
ରାଜା - ତେବେ ସବୁ ଘରଣୀ କଣ ଏହିପରି ହୋଇ ଥାଆନ୍ତି ।
ସେନାପତି - ମଣିମା , ଆମର ସିନା ଆଗରେ ନାହିଁକି ପଛରେ ନାହିଁ ଭଙ୍ଗା କୁଡିଆରେ ଫାଙ୍କ ଦିଶଇ ନାହିଁ ହେଲେ ଆପଣଙ୍କର ତ ଆଜସ୍ୟ ଧନ ରତ୍ନ । ଆମ ଘରଣୀଙ୍କ ପରି ମହାରାଣୀ କଣ ଆପଣଙ୍କ ଉପରେ ରୋଷ କରିପାରିବେ ଯଦି ବା ହୁଏ ଏହା ରାଣୀଙ୍କ ରୋଷ ନୁହେଁ ତ ଏହା ଅଭିମାନ ହିଁ ହବ ......।
ରାଜା - ସେନାପତି ଆପଣଙ୍କର ଯୋଉ କଥା ନା ମୂଳରୁ ତ ରାଣୀଙ୍କର ଦେଖା ଦର୍ଶନ ନାହିଁ ସେଥିରେ ପୁଣି ରୋଷ ଆଉ ଅଭିମାନର କଥା ଆସିଲା କେଉଁଠୁ ।
ସେନାପତି - ମଣିମା ବାସ୍ତବରେ ସିନା ଚକ୍ଷୁରେ ଦିଶି ନାହାନ୍ତି କିନ୍ତୁ ସ୍ବପ୍ନରେ ତ ନିଶ୍ଚୟ ଦିଶିଥିବେ ।
ରାଜା - ସ୍ବପ୍ନ କଣ ସବୁ ସତ ହୁଏ ସେଥିପାଇଁ ତ ମୁଁ ବାସ୍ତବ ପ୍ରୀତିକୁ ଖୋଜି ଚାଲିଛି ।
ସେନାପତି - ଖୋଜିବା ତ ଭୁଲ ନୁହେଁ କିନ୍ତୁ ସ୍ବପ୍ନ ବିନା କଣ ବାସ୍ତବ ଅଙ୍କିପାରେ ଭବିଷ୍ୟତର ପଟଚିତ୍ର ।
ଆମ ଭଳି ଛାର ମନୁଷ୍ୟଙ୍କ ପାଇଁ ହୋଇପାରେ କିନ୍ତୁ ଆପଣ ତ ଈଶ୍ୱରଙ୍କ ଚଳନ୍ତି ପ୍ରତିମା ।
ରାଜା - ସେମିତି କୁହନ୍ତିନି ସେନାପତି । ଦରବାରରେ ସିନା ଆପଣ ସାଜିଛନ୍ତି ସେନାପତିଙ୍କ ପଦବୀରେ କିନ୍ତୁ ମୋ ହୃଦୟରେ ବାଲ୍ୟ ବନ୍ଧୁର ସମ୍ପର୍କରେ ରହିଛନ୍ତି ।
ସେନାପତି - ଆପଣଙ୍କର ଏହି ବନ୍ଧୁ ତାକୁ ଚିର ଦିନ ପାଇଁ ସାଇତି ରଖିବି ମଣିମା । କଥା ଦଉଛି ସୁଦାମ ସାଜି ସବୁବେଳେ ଏହି ବନ୍ଧୁତା ସମ୍ମାନ ଦେବୀ ।
ଏତିକି ବେଳେ ମହଲ ବାହାରୁ ପ୍ରହରୀ ଆସି ରାଜାଙ୍କୁ ପ୍ରଣାମ କଲା ଆଉ କହିଲା - ମଣିମା , ଦେବ କନ୍ୟା ରାଜ୍ୟରୁ ଦୂତ ମାନେ ଆସିଛନ୍ତି ତାଙ୍କ ସାଙ୍ଗରେ ଦେବ କନ୍ୟାର ମହା ରାଜା ଆପଣଙ୍କୁ ଏକ ପତ୍ର ଲେଖିଛନ୍ତି ।
ସେନାପତି - ପତ୍ର ?
କ୍ରମଶଃ....
