Nibedita Mishra

Abstract Others

4  

Nibedita Mishra

Abstract Others

ବନ୍ଧୁକ ମୁନରେ ଜୀବନ

ବନ୍ଧୁକ ମୁନରେ ଜୀବନ

2 mins
519



ହ୍ଯାଣ୍ଡସ୍ ଅପ୍। ଚୁପଚାପ ରିମୋଟ ଟାକୁ ଟେବୁଲରେ ଥୋଇଦିଅ। 

ଚମକି ପଡିଲେ ଅନୁଭବ। ବୁଲି ପଡି ଦେଖିଲା ବେଳକୁ ନାତୀ ଟୋକାଟା ହାତରେ ପ୍ଲାଷ୍ଚିକ ବନ୍ଧୁକଟିଏ ନେଇ ତାଙ୍କୁ ତାଗିଦ କରୁଥାଏ। 

ତେଣୁ ତାକୁ ଦେଖି ଅନୁଭବ ଜାଣିଶୁଣି ଡରିବାର ଅଭିନୟ କଲେ। ଏହାଦେଖି ନାତିଟୋକା "ଜେଜେ ଡରିଗଲେ "ବୋଲି କହି ନାଚିବାକୁ ଲାଗିଲା। 

ଅନୁଭବ ନାତି ଟୋକାକୁ କୋଳକୁ ନେଇ ଗେଲ କରୁକରୁ କହିଲେ ଜାଣିଛୁ। ମୁଁ ସତରେ ଥରେ ବନ୍ଧୁକ ଆଗରେ ପଡିଯାଇଥିଲି। ଜେଜେଙ୍କ ଠୁ ଏତକ ଶୁଣି ନାତି ଜିଦି ଧରିଲା ପୁରା କାହାଣୀ କୁହ ବୋଲି। ତେଣୁ ଅନୁଭବ କହିବା ଆରମ୍ଭ କଲେ। 

ଥରେ ମୁଁ ଅନୁଭବ ମୋ ମାମୁଁଙ୍କ ଝିଅ ବାହାଘର ଲାଗି ମାମୁଁ ଘରକୁ ଯାଇଥିଲି। ମୋ ମାମୁଁଘର ସହର ଠାରୁ ବହୁ ଦୁରରେ। ଏକଦମ ଜଙ୍ଗଲ ଭିତରେ। ସେଠି ମାତ୍ର୨୦/୨୫ ଟି ଆମ ପରି ଆଦିବାସୀ ପରିବାର ରହନ୍ତି। ଦୋକାନ କହିଲେ ଗୋଟିଏ ମାତ୍ର ତେଜରାତି ଦୋକାନ ଥାଏ। ଯଦି କେବେ କିଛି ଖାଇବା ଜିନିଷ ସରିଯାଏ,ଆଉ ସେଇଟା ସେ ଦୋକାନରେ ନଥାଏ। ତେବେସେ ଦିନ ତାହା ବିନା ଚଳିବାକୁ ପଡେ। କାରଣ ସହର ଆସି ଜିନିଷ ନେବାକୁ ହେଲେ ପ୍ରାୟ ୧ ଦିନ ପୁରା ଲାଗିଯାଏ। 

ସେଥର ମାମୁଁଙ୍କ ଝିଅ ବାହାଘର ଥିବାରୁ ଆମେ ଯାଇଥାଉ। ଝିଅର ଗହଣାଗାଣ୍ଠି,କିଛି ରାସନ ସୌଦା ତଥା ଶାଢୀପଟା କିଣିବାକୁ ମୋ ମାମୁଁ ଓ ବାପା ବାହାରିଲେ। ମୁଁବି ସାଙ୍ଗରେ ଜିଦି କରିକରି ବାହାରିଲି। ଆମେ ସବୁ ସହର ସାରା ବୁଲି ବୁଲି କିଣା କିଣି କଲୁ। ଶେଷରେ ହୋଟେଲରେ ବସି ଜଳଖିଆ ଖାଉଥାଉ ଗୋଟେ ବସ ଫେଲ ହେଇଗଲୁ। ୨ଘଣ୍ଟା ପରେ ଆର ବସଟି ଥାଏ। ଏହିସମୟରେ ମାମୁଁଙ୍କର ଜଣେ ସାଙ୍ଗ ଦେଖାହେଲେ ସେ ଗପସପ କରୁକରୁ ଆମ ବସ ଆସିଗଲା। ଶେଷବସ ବୋଲି ଭିଡଥାଏ। ତେଣୁଆମେ ତିନିଜଣ ତରତର ହେଇ ବସରେ ଚଢିଗଲୁ। 

ବସଟା ଠିକ ଆସି ଆସି ଜଙ୍ଗଲ ମଝାମଝି ଅଟକି ଗଲା। ଦେଖିଲାବେଳକୁ ଆଖି ସାମ୍ନାରେ ୪/୫ଟା ଲୋକ ମୁହଁରେ କପଡା ବାନ୍ଧି ହାତରେ ବନ୍ଧୁକ ଧରି ଠିଆ ହେଇଥିଲେ। ଆମକୁ ବନ୍ଧୁକ ଦେଖାଇ ତଳକୁ ଓହ୍ଲାଇବାକୁ କହିଲେ ତା ପରେ ଜଣ ଜଣ କରି ସମସ୍ତଙ୍କ ତଲାସି ନେଲେ। ମୁଁସେତେବେଳେ ଡରିକି ପେଣ୍ଟରେ ମୁତି ସାରିଥାଏ। ରାତିବୋଧେ ୮/୯ଟା ହେବ। ମୋତେକିନ୍ତୁ ଲାଗୁଥାଏ ରାତି ୧୨/୧ ଟା ପରି। 

ମାମୁଁ ଗହଣା ତକ ନିଜ ସାର୍ଟ ଭିତରେ ଗୋଟେ ମୁଣିରେ ରଖିଥିଲେ । ସହଜେ ମୋଟାଲୋକ ତେଣୁ ପେଟ ଭିତରୁ ସେଇଟା ଜଣା ପଡୁ ନଥିଲା ବୋଧେ। ତଥାପି ସେମାନେ ସବୁ ପୁରୁଷ ଲୋକଙ୍କୁ ସାର୍ଟ ଖୋଲିବାକୁ କହିଲେ। ମାମୁଁ ବି ଖୋଲିଲେ। ତା ଭିତରୁ କିଛି ନ ପାଇ ସେମାନେ ଯେତିକି ଟେନସନ ନଥିଲେ ମାମୁଁ ସେତିକି ଟେନସନ ଥିଲେ କାଋଣ ମୁଣାଟି ନଥିଲା। ତଥାପି ମାମୁଁ ନରମାଲ ଥାଆନ୍ତି। କେତେସ୍ତ୍ରୀ ଲୋକଙ୍କ ଠୁ ସେମାନେ ଗହଣା ନେଇଗଲେ। କେତେଙ୍କଠୁ ଟଙ୍କା ପଇସା। ଆମେ କିଣିଥିବା ନୁଆ ଶାଢୀ ସବୁ ତଳେ ପକେଇ ଦେଲେ। ୟା ପରେ କଣ ହେଲା ମନେ ନାହିଁ କାରଣ ସେମାନେ ମଝିରେ ମଝିରେ ଯୋଉ ବିକଟାଳ ହସ ସାଙ୍ଗକୁ ଫାଙ୍କା ଫାଇରିଂ କରୁଥାଆନ୍ତି। ମୁଁ ସେଥିରେ ଡରି ବେହୋସ ହେଇ ଯାଇଥିଲି। 

ସକାଳୁ ଦେଖିଲି ମୋ ମାମୁଁଝିଅ ଭଉଣୀ ସେ ସବୁ ଗହଣା ପିନ୍ଧିଛି।ଯାହା ଆମେ କିଣିଥିଲୁ। ପରେ ଜାଣିଲି ଯେ ଆମେ ବନ୍ଧୁକ ଡରରେ ତରତର ହେଇ ବସରୁ ଓହ୍ଲାଇବା ବେଳେ ସେଇଟା ସିଟ ତଳେ ରହିଯାଇଥିଲା। ଡକାୟତ ମାନେ ଯେତେବେଳେ ପଳେଇଲେ। ସେତେବେଳେ ମାମୁଁ ବସରେ ଚଢି ସିଟରେ ବସିବା ବେଳେ ପାଇଲେ। ମନେମନେ ଠାକୁରଙ୍କୁ ଧନ୍ଯବାଦ ବି ଦେଲେ। 

ଏତିକି ବେଳକୁ ଅନୁଭବଙ୍କ ନାତି ଟୋକା ପଛରେ କେହି ଜଣେ ଆସି ହ୍ଯାଣ୍ଡସ୍ ଅପ କହିଲା। ସେ ଚମକି ପଡି ଦେଖିଲା ବେଳକୁ ସେ ତା ବାପା ଅନୁଭବଙ୍କ ପୁଅ ଥିଲେ। 

ବାପା ତୁମେ ମୋତେ ଡରେଇ ଦେଲ ବୋଲି ନାତିଟୋକା ଗୁଁ ଗୁଁ ହେଇକି କହିଲା। 

ଜେଜେ,ବାପା ଓ ପୁଅ ମିଶିକି ହସି ଉଠିଲେ।


Rate this content
Log in

Similar oriya story from Abstract