STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ବନ୍ଧୁ

ବନ୍ଧୁ

2 mins
126

ବସନ୍ତ ବାବୁ ଖୁବ୍ ମେଳାପୀ, ମିଷ୍ଟଭାଷୀ ଓ ଅମାୟିକ ବ୍ୟକ୍ତିତ୍ୱ ସମ୍ପର୍ଣ୍ଣ ବ୍ୟକ୍ତି। ବୃତ୍ତିରେ ବ୍ୟବସାୟୀ ସିଏ। ସ୍ୱଭାବତଃ ଚିହ୍ନା ଅଚିହ୍ନା ସଭିଙ୍କ ସହିତ ସହଜରେ ମିଶି ପାରନ୍ତି ସେ। ମୁଖ-ପୋଥି, ମାନେ ଏଇ ଫେସ୍-ବୁକରେ ବନ୍ଧୁଙ୍କ ସଂଖ୍ୟା ପାଞ୍ଚ ହଜାର ଅତିକ୍ରମ କରିଯିବା ହେତୁ ଆଉ ଦୁଇ ଦୁଇଟି ପ୍ରୋଫାଇଲ୍ ବି ଖୋଲିଛନ୍ତି। ସମୁଦାୟ ବନ୍ଧୁ ସଂଖ୍ୟା ସାଢ଼େ ତେର ହଜାରରୁ ଅଧିକ। ନିଜର ଛବି କିମ୍ବା ମନର କଥା ମୁଖ-ପୋଥିରେ ପ୍ରକାଶ କରିବା ମାତ୍ରେ ପସନ୍ଦ ଓ ମନ୍ତବ୍ୟ ବର୍ଷା ହୁଏ। 


ବସନ୍ତ ବାବୁ ଦିନେ ମୁଖ-ପୋଥିରେ ତାଙ୍କର ବ୍ୟବସାୟିକ କ୍ଷତି ବିଷୟରେ ଉଲ୍ଲେଖ କରି ବନ୍ଧୁମାନଙ୍କ ସହଯୋଗ ଲୋଡ଼ିଲେ ଏହି ବିଷମ ପରିସ୍ଥିତିରୁ ମୁକୁଳିବା ପାଇଁ। ଏହା ଦେଖିବା ମାତ୍ରେ କିଛି ବନ୍ଧୁ ତାଙ୍କର ବନ୍ଧୁତାର ଡୋରିରୁ ମୁକ୍ତ ହୋଇଗଲେ ଆପଣା ଛାଏଁ କାଳେ କିଛି ଆର୍ଥିକ ସହାୟତା କରିବାକୁ ପଡ଼ିବ ଭାବି। ଆଉ କେତେକ ବ୍ୟବସାୟ କ୍ଷତିରେ ଚାଲିଥିବା ହେତୁ ଆହାଃ ପଦ ଭାଷୁଥିଲେ, ଭିନ୍ନ ଭିନ୍ନ ମତ ପୋଷଣ କରୁଥିଲେ କିନ୍ତୁ କୌଣସି ବନ୍ଧୁ କୌଣସି ପ୍ରକାରର ସାହାଯ୍ୟ, ସହଯୋଗ ଯୋଗାଇବା ପାଇଁ ଆଗଭର ନଥିଲେ।


ଦିନକୁ ଦିନ ମୁଖ-ପୋଥିରେ ଥିବା ବନ୍ଧୁତ୍ୱ ତାଲିକାରେ ବନ୍ଧୁଙ୍କ ସଂଖ୍ୟା ଦୃତ ଗତିରେ ହ୍ରାସ ପାଇବାକୁ ଲାଗିଲା। ତାଙ୍କ ଦ୍ୱାରା ପ୍ରକାଶିତ ଛବି ତଥା ଲେଖା ମୁଖ-ପୋଥି ପ୍ରାଚୀରର ପସନ୍ଦ ଓ ମନ୍ତବ୍ୟ ବିହୀନ ମରୁଡ଼ି ପ୍ରପୀଡ଼ିତ ଶସ୍ୟ କ୍ଷେତ୍ର ପରି ଦୃଶ୍ୟମାନ ହେଲା। ଦୁଃଖର ବାଦଲଘେରା ଆକାଶରେ ବିଜୁଳିର ଚମକ ସମ ବସନ୍ତ ବାବୁଙ୍କୁ ପ୍ରାପ୍ତ ହେଲା ବମ୍ପର ଲଟେରୀ! ପ୍ରତି ଥର ପରି ଏଥରକ ମଧ୍ୟ ସଭିଙ୍କ ଗୋଚରାର୍ଥେ ଖୁସି ଖବର ବାଣ୍ଟିଲେ ସିଏ ମୁଖ-ପୋଥିରେ। ବନ୍ଧୁଗଣ ସଭିଏଁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ କେହି ବି ଆନ୍ତରିକ ଭାବେ ଖୁସିନଥିଲେ। 


ମନ୍ତବ୍ୟ ପଢି ବସନ୍ତ ବାବୁ ହେଜୁଥିଲେ, "

ଦୁଃଖରେ ସମଭାଗୀ ହୋଇ ଦୁଃଖୀ ହେବା ପାଇଁ ତ ଅନେକ ବନ୍ଧୁ ମିଳିବେ, କିନ୍ତୁ ଖୁସିରେ ବାସ୍ତବିକ ଖୁସି ହେବା ବନ୍ଧୁ ବିରଳ। ଉପରଠାଉରିଆ ଢଙ୍ଗରେ ଶୁଭେଚ୍ଛା ତ ଅନେକ ଜଣାଇବେ ସମ୍ପର୍କ ରକ୍ଷା କରିବା ପାଇଁ ମାତ୍ର ଶୁଦ୍ଧାନ୍ତକରଣରେ ଖୁସି ହେବା କଠିନ କାର୍ଯ୍ୟ..." 



Rate this content
Log in

Similar oriya story from Inspirational