Prasanta Kumar Bidyadhar

Abstract Romance Inspirational

4  

Prasanta Kumar Bidyadhar

Abstract Romance Inspirational

ବନ୍ଧନ ଦୁଇ ହୃଦୟର

ବନ୍ଧନ ଦୁଇ ହୃଦୟର

5 mins
407


 କଥାରେ ଅଛି ବନ୍ଧୁତା ଓ ସମ୍ପର୍କକୁ ବଞ୍ଚାଇ ରଖିବାର ମାଧ୍ୟମ ହେଉଛି ଅମ୍ଳଜାନ , ଆଉ ଜୀବନ ରୂପୀ ପୃଥିବୀ ରେ ସେଇ ଅମ୍ଳଜାନ ହେଉଛନ୍ତି ଆପଣ ଓ ଆପଣଙ୍କ ବ୍ଯବହାର ।ସମୟର ଅର୍ନ୍ତରାଳରେ ମଣିଷ ସବୁକିଛି ବଦଳେଇ ଦେଇଥାଏ ଯେମିତି କି ଘର,ବସ୍ତୁ ,ସମ୍ପର୍କ । ତଥାପି ଏ ମଣିଷର ଦୁଃଖ ରହିଥାଏ କାହିଁକିନା ସେ ନିଜର ସ୍ବଭାବ ବଦଳାଇ ପାରିନଥାଏ । କିନ୍ତୁ ସମ୍ପର୍କ ରୂପୀ "ଶିକୁଳି" ମନ ପକାଇ ଦିଏ ଅନେକ କିଛି । ଏହି ତ ଜୀବନ !

     ରାମା ଓ ଶ୍ୟାମା ପିଲା ଦିନରୁ ଘନିଷ୍ଟ ବନ୍ଧୁ ଥିଲେ । ପାଠ ପଢିବା ଠାରୁ ଆରମ୍ଭ କରି ସବୁ କାର୍ଯ୍ୟରେ ସାଥୀ ହେଇ କରୁଥିଲେ । ଶୈଶବ ରୁ କିଶୋର ଅବସ୍ଥାକୁ ପ୍ରାପ୍ତି ହେଲେ , ପୁଣି ଯୁବକ । ପାଠ ପଢା ଚାଲିଥାଏ । କଲେଜ୍ ଦୁହେଁ ମିଶି ସାଥୀ ହେଇ ଯାଆନ୍ତି । କଲେଜ ଯିବା ସମୟରେ ଦେଖିଲେ ଦିନେ ଗୋଟିଏ ଯୁବତୀ ରାସ୍ତାରେ ବଡ଼ ଅସୁବିଧାର ସମ୍ମୁଖୀନ ହେଇଥିଲେ , ଯୁବତୀ ଜଣଙ୍କ କାହାକୁ କିଛି କହି ପାରୁ ନଥାନ୍ତି । ପ୍ରଚଣ୍ଡ ରୌଦ୍ରତାପରେ କିଏ ବା ଶୁଣିବ । ତେଣୁ ବିଚାରି ମନଦୁଃଖର ଚୁପ୍ ହେଇ ଠିଆ ହେଇଗଲେ । ଆଖିରୁ ଝରୁଛି ଉତପ୍ତ ଲହୁ । ଜୀବନରେ ସବୁ କିଛି ଯେପରି ସମାପ୍ତି ହେଇଯିବ । ଆଜି ଥିଲା ତାଙ୍କର ଜୀବନର ଗୋଟିଏ ମୂଲ୍ୟବାନ ସମୟ କାରଣ ଦୀର୍ଘ ଦିନର ପରିଶ୍ରମ କୁ ସେ ସତରେ ପରିଣତ କରିବା ପାଇଁ ଘରୁ ବାହାରିଥିଲେ । ବୋଧ ହୁଏ ସେଥି ପାଇଁ ସେ ଅନୂତପ୍ତ । ଏସବୁ ଘଟଣା ଦେଖି ରାମା ଓ ଶ୍ୟାମା ଯୁବତୀ ଜଣଙ୍କ ପାଖକୁ ଗଲେ । ପଚାରିଲେ ଦୁଃଖର କାରଣ । ମନିଷ ହେଇ ମଣିଷ ର କାମରେ ନଲlଗିଲେ ବୃଥା ସେ ଜୀବନ । ତେଣୁ ଦୁଇ ବନ୍ଧୁ ରାମା ଓ ଶ୍ୟାମା ଯୁବତୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡିଲେ ।

        ଆଜ୍ଞା , କିଛି ଅସୁବିଧା ହେଇଛି କି ? ବହୁତ୍ ଦୂରରୁ ଆମେ ଲକ୍ଷ୍ୟ କରୁଛୁ ଆପଣ କିଛି ଅସୁବିଧାରେ ପଡିଛନ୍ତି । ଅସୁବିଧାର କାରଣ କୁହନ୍ତୁ ଆମେ ପାରିବୁ ଯଦି, କିଛି ସାହଯ୍ୟ କରିବୁ । ନଈ ପାଣିରେ ବୁଡି ଯାଉଥିବା ଜୀବଟି ର କୁଟା ଖିଅକୁ ସାହାରା । ନାହିଁ ହଁ ମଧ୍ୟରେ ଯୁବତୀ ଜଣଙ୍କ କହିଲେ , ମୋର ଦିନ ୧୦ ଟା ରେ ଗୋଟିଏ ନିର୍ଣ୍ଣାୟକ ପରୀକ୍ଷା ଅଛି । ଆଜି ଯଦି ଠିକ୍ ସମୟରେ ମୁଁ ନପହଞ୍ଚିବି ମୋ ଲକ୍ଷ୍ୟ ବିଚ୍ୟୁତ ହେଇଯିବ ଆଉ ମୋର ସବୁ ପରିଶ୍ରମ ବୃଥା ହେବ । ଦୁଃଖ ଏତିକି ନୁହେଁ କିନ୍ତୁ ଆଜି ମୁଁ ହlରିଗଲେ ମୋ ଜୀବନର ସମାପ୍ତି ନିଶ୍ଚିନ୍ତ କାରଣ ମୁଁ ସେତେ ବଡ଼ ପରିବାରର ଝିଅ ନୁହେଁ । ଅନେକ ବୁଝାଇ ସୁଝାଇ ଶେଷ ଥର ପାଇଁ କହି ଆସିଥିଲି । ମୁଁ ବଚନ ବଦ୍ଧ । ଏହା ପରେ ବୋଧହୁଏ ମୋତେ କେବେ ସୁଯୋଗ ମିଳିବ ନାହିଁ ।

      ସବୁ କିଛି ଶୁଣିବା ପରେ , ରାମା ଓ ଶ୍ୟାମା କହିଲେ ଠିକ୍ ଅଛି ପରୀକ୍ଷା ଆପଣ ଦେବେ , ମୁଁ ଆପଣଙ୍କୁ ସେଠାରେ ଛାଡ଼ିଦେବି ଓ ଆପଣଂକ ସାଇକଲ କୁ ଶ୍ୟାମା ଠିକ୍ କରି ଆଣି ଆସିବ , ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯୁବତୀ ପରୀକ୍ଷା କେନ୍ଦ୍ରକୁ ଗଲେ । ସରିଲା ପରୀକ୍ଷା ,ଦୁଇ ସାଙ୍ଗ ରାମା ଓ ଶ୍ୟାମା ଅପେ୍ଷାକୃତ ଭାବେ ଅଛନ୍ତି , ଯୁବତୀ ଜଣଙ୍କ ଆସିଲେ , କହିଲେ ଅଶେଷ ଧନ୍ୟବାଦ ବନ୍ଧୁ । ମୁଁ ନିହାରିକା ଆପଣ ମାନଙ୍କ ପାଇଁ ଆଜି ଏଇ ଜାଗାରେ ପହଞ୍ଚି ପାରିଲି । କିଛି ସମୟ ପରେ ଝିଅଟି ଚାଲିଗଲେ , କିନ୍ତୁ କିଛି ଛାପ ଛାଡିଗଲେ।

       ବିତିଗଲା କିଛି ବର୍ଷ , ସମ୍ପର୍କ ବଢ଼ି ଚାଲିଲା ତିନିଜଣଙ୍କ ମଧ୍ୟରେ । ବିବାହ ବୟସ ହେଲା , ପୁଅ ଘର ଲୋକେ ଝିଅ ଦେଖା ଆରମ୍ଭ କରିଲେ ଠିକ୍ ସେହିପରି ଝିଅ ଘର ଲୋକେ ମଧ୍ୟ ଦେଖିଲେ । ସେଇ ଦେଖା ଥିଲା ପ୍ରଥମ ଓ ଶେଷ ଦେଖା ଏହି ତିନି ଜଣଙ୍କ ର । କଥା ଆଳରେ ନିହlରିକା କହିଥିଲେ ଯେ ମୋ ଘର ବୀର ପୁରୁଷତ୍ତମପୁର , ପୁରୀ । ଗୋଟିଏ ଝିଅ ସର୍ବଦା ଏମିତି ଗୋଟେ ସାଥୀ ଖୋଜିଥାଏ ଯିଏକି , ନାରୀଙ୍କ ସମ୍ମାନ କରେ , ଆଦର , ଯତ୍ନ କରେ , ସରଳ ବିଶ୍ୱାସୀ । ଶାନ୍ତ ସରଳ ସ୍ଵଭାବ ପୁଅକୁ । ରାମା ଓ ନିହାରିକା ଦୁଇ ଜଣଙ୍କ ମଧ୍ୟରେ କିଛି ସମ୍ପର୍କ ଗଢି ଉଠିଛି । ଯୋଗାଯୋଗ ର ମାଧ୍ୟମ ଥିଲା ଅନ୍ତର୍ଦେଶୀୟ ପତ୍ର ଯାହା ଭାରତୀୟ ଡାକ ବିଭାଗ ମାଧ୍ୟମରେ । କିଛି ଦିନରେ ଝିଅଟି ର ବିବାହ ସ୍ତିର ହେଲା ରାମlଙ୍କ ସହିତ ଯାହାଙ୍କୁ ସେ ପସନ୍ଦ କରୁଥିଲେ । କିନ୍ତୁ ଏହି ବିଷୟରେ ନା ଜଣା ଥିଲା ରାମା ଓ ନିହlରିକା ଙ୍କୁ । ଭାଙ୍ଗିଗଲା ସ୍ବପ୍ନର ସବୁ ଅଟ୍ଟlଲିକl , ନିମନ୍ତ୍ରଣ ସ୍ଥାନାନ୍ତରିତ ହେଲା , ଯଦିବା ରାମାଙ୍କର ଶୋଲପଣିଆ ବିବାହ କରିବାକୁ ସମର୍ଥ ଥିଲେ କିନ୍ତୁ ଝିଅ ପକ୍ଷର ସହମତି ନଥିଲା । ତେଣୁ କେହି କାହାର ମୁଖ ଦର୍ଶନ କରିବା କୁ ସକ୍ଷମ ନଥିଲେ ।

     ମନ୍ଦିର ରେ ଵିବାହ ସମ୍ପନ୍ନ ହେଲା । ଯେଉଁ ଅପେକ୍ଷିତ ମଧୁଚନ୍ଦ୍ରିକା ରାତ୍ରୀ ଅପେକ୍ଷା ରେ ପ୍ରତ୍ୟେକ ପୁଅ ଓ ଝିଅ ମନରେ ଅନେକ ଉତ୍କଣ୍ଠା ରଖି ରହିଥାଆନ୍ତି , ସେହି ରାତ୍ରୀ ଏଇ । ସମୟରେ ରାମା ନିଜର ଶୟନ କକ୍ଷକୁ ଯିବା ପୂର୍ବରୁ ଶ୍ୟାମା ମଜା ନେବା ପାଇଁ ଚାଲିଗଲେ । ନିହlରିକା ମୁଣ୍ଡରେ ହାତେ ଓଢନୀ ଦେଇ , ପ୍ରଥମ ଦର୍ଶନର ଭେଟି ସ୍ୱରୂପ ସାଷ୍ଟାଙ୍ଗ ପ୍ରଣିପାତ କରିଲେ , ତଥା ସରମିଯାଇ ଦୁଗ୍ଧ ଗ୍ଲାସ ବଢାଇଲେ ,ଠିକ୍ ସମୟରେ ଶ୍ୟାମା ମୁହଁ ରେ ସ୍ମିତ ହାସ୍ୟ ଦେଇ କହିଲେ , ବାଲିକେ , ତୁମର ସବୁ ମନୋସ୍କାମନା ପୂର୍ଣ୍ଣ ହେଉ । ତୁମ ହାତ କାଚ ବଜର ହେଉ । କିନ୍ତୁ ମୋତେ ଏମିତି ଦୁଗ୍ଧ ଦେବାର କାରଣ ? ଏବେ ପ୍ରଥମେ ମୋତେ ଟିକେ ମୁଁହ ଦେଖେଇ ଦିଅନ୍ତୁ ଆଉ ଶୟନ କରନ୍ତୁ । ଓଢାନି ଖୋଲିବା ପରେ ଦୁହେଁ ଚକିତ । ଶ୍ୟାମlଙ୍କୁ ଦେଖିବା ପରେ ସତେ ଯେମିତି ମୁଣ୍ଡରେ ବଜ୍ରପାତ ହେଇଗଲା । ନିହାରୀକା କହିଲେ ବନ୍ଧୁ ତୁମେ । କିନ୍ତୁ ବନ୍ଧୁ କିଛି ମାଗିବି ଆଜିର ଏଇ ଶୁଭ ଅବସର ରେ ।ମୋତେ ଦେଇ ପାରିବେ !

ହଁ , କୁହନ୍ତୁ କଣ ମlଗିବେ । ସମ୍ଭବ ହେଲେ ନିଶ୍ଚିତ ଦେବି ।

      ତାହାଲେ ଶୁଣନ୍ତୁ ବନ୍ଧୁ । ମୁଁ ଆପଣଙ୍କ ବନ୍ଧୁ ରାମାଙ୍କୁ ପସନ୍ଦ କରେ କିନ୍ତୁ ସେ ଏବେ କେଉଁଠି ଥିବେ କେଜାଣି । ବିବାହ ହେଇଗଲା ମୋର କିନ୍ତୁ ତାଙ୍କୁ ପଠାଇଥିବା ନିମନ୍ତ୍ରଣ ର ଜବାବ୍ ଦେଲେ ନାହିଁ । ଏବେ କୁହନ୍ତୁ ଜଣଙ୍କୁ ହୃଦୟ ଦେଇସlରିବା ପରେ କିପରି ମୁଁ ଆଉ ଜଣଙ୍କର ପତ୍ନୀ ହେଇ ପାରିବି ?

         ତାହାଲେ ଆପଣଙ୍କ କହିବା ଅନୁସାରେ , ଆପଣ ରାମାଙ୍କୁ ପ୍ରେମ୍ କରୁଛନ୍ତି । ତେବେ ମୁଁ ନିଶ୍ଚୟ ଖୋଜି ଆଣିବି ।କହି ଜୋର ଜୋର ରେ ହସିଲେ ।

      ରାମା ବନ୍ଧୁ ରାମା ଟିକେ ଆସିଲ ଏଠାକୁ , ଏଇ ଦେଖ ତୁମ ଧର୍ମପତ୍ନୀଙ୍କ ମୁଖାରବିନ୍ଦରୁ କିଛି ଗୋପନୀୟ କଥା । ରାମା , ଘର ଭିତରକୁ ଆସିଲେ , କହିଲେ କଣ ହେଇଛି କି ବନ୍ଧୁ ? ତୁମେ ବଡ଼ ଭାଗ୍ୟବାନ । ପ୍ରଥମେ ତୁମ ବlନ୍ଧବିଙ୍କୁ ଦେଖି ନେଲ , ହେଲେ ବନ୍ଧୁ "ସେଇ ବାନ୍ଧବୀ ନୀହାରିକା ଏଠି ଥିଲେ କେତେ ଖୁସୀ ଅନୁଭବ ହୋଇଥାଆନ୍ତେ । ଆମ ଦୁଇଜଣଙ୍କ ମଧ୍ୟରେ "ଶିକୁଳି" ତ ପଡ଼ିଲା କିନ୍ତୁ ଆଜି !

      କଥାକୁ କାଟି ଶ୍ୟାମା କହିଲେ ,"ଶିକୁଳି" ତ ପଡ଼ିଲା କିନ୍ତୁ ଆଜି କଣ ବନ୍ଧୁ । ଆଜି ମୋ ପ୍ରିୟ ବାନ୍ଧବୀ ଙ୍କ ସହିତ ମିଳନ ହେବ । ଆଉ ଏଇ ମିଳନ ଏମିତି ସେମିତି ନୁହେଁ , ଯୁଗ ଯୁଗ ର ତପସ୍ୟାର ଫଳ ବନ୍ଧନ ଦୁଇ ଦୃଦୟର

           ଦୁଇଟି ପ୍ରେମିକ , ପ୍ରେମିକାଙ୍କ ର । ଦୁଇଟି କୋମଳମତି ମନର , ହୃଦୟର ।ଦୁଇଟି ଆତ୍ମାର । ଆରେ ବନ୍ଧୁ ଏଇ ନିଅ ତୁମର ପ୍ରେମିକା , ପତ୍ନୀ ଓ ମୋ ବାନ୍ଧବୀ ନିହରିକା ଙ୍କୁ , ଯିଏ ତୁମକୁ ଅନନ୍ୟ ପ୍ରେମ କରୁଥିଲେ । ରାତି ବଦଳିପାରେ ସ୍ବପ୍ନ ନୁହେଁ, ରାସ୍ତା ବଦଳି ପାରେ ଲକ୍ଷ୍ୟ ନୁହେଁ । ସବୁବେଳେ ନିଜର ବିଶ୍ୱାସକୁ ଜଗାଇ ରଖନ୍ତୁ ସମୟ ଦିନେ ନା ଦିନେ ବଦଳିବ ।

          ୱିଶ ୟୁ ବୋଥ ଏ ହାପି ମ୍ୟାରେଡ ଲାଇଫ ।ଆପଣ ଦୁଇ ଜଣଙ୍କୁ ଶୁଭ ବିବାହର ହାର୍ଦ୍ଧିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ରାମା ଓ ନିହାରିକା ମିଶି କହିଲେ ବନ୍ଧୁ ଶ୍ୟାମା ,,"ଶିକୁଳି" ତ ପଡ଼ିଲା କିନ୍ତୁ ତୁମର ବନ୍ଧୁ ।

        ଆରେ ମୋର ଛାଡ଼ ଏବେ "ଶିକୁଳି" , ପଡିଛି "ବନ୍ଧନ ଦୁଇ ଦୃଦୟର" ସେ ହେଉଛନ୍ତି ରାମା ଓ ନିହାରିକା , ଟିକେ କ୍ଲୋଜ ହେଇ ଠିଆ ହୁଅ ଗୋଟେ ଫୋଟୋ ନେଇ ଯାଏ ।


Rate this content
Log in

Similar oriya story from Abstract