Gangotri Priyadarshini

Inspirational

3  

Gangotri Priyadarshini

Inspirational

ବିସ୍ଥାପିତ ର ନୀଡ

ବିସ୍ଥାପିତ ର ନୀଡ

2 mins
286


ବିସ୍ଥାପିତ ମଣିଷର ଗୋଟେ ଅବସ୍ଥା । ଅଭିଶାପ ନା ଆଶୀର୍ବାଦ ? ଉଙ୍କିମାରୁଥାଏ ନାନାପ୍ରକାର ଆଶା ଆଶଙ୍କା । ଜୀବନରେ ସବୁ କିଛି ଅନିଶ୍ଚିତତା ଏଇଠୁ ଆରମ୍ଭ ହୁଏ । ଏକ ପ୍ରକାରେ ପ୍ରତ୍ୟେକ ମନୁଷ୍ୟ ଜନ୍ମରୁ ବିସ୍ଥାପିତ ହୋଇଥାଏ, ସବୁ ଆଶଙ୍କାରେ ବିତେ ଯେଣୁ । ଭବିଷ୍ୟତକୁ କିଏ ଦେଖିଛି ଯେ ସଚେତନ ହେବ ? ମଣିଷ ବି ଖୁବ୍ ପାରିବାର ; ଯେତେ ପରିସ୍ଥିତି ସଙ୍ଗୀନ ହେଲେ ବି ଜୀବନ ବଞ୍ଚିବାର ଭାବଧାରାରେ ଅବ୍ୟାହତି ଶୂନ୍ୟ । ସବୁକିଛି ଚିରାଚରିତ ଢଙ୍ଗରେ ଚାଲେ । 

ଏମିତି ଥିଲା କଳ୍ପନାର ଜୀବନ,ବାପା ମାଆଙ୍କ ସହ ଛାଡ଼ି ଆସିଥିଲା ପଶ୍ଚିମ ବଙ୍ଗର କେଉଁ ଏକ ଉପାନ୍ତ ନକ୍ସାହୀନ ଜାଗା ଛାଡି ,ସେଠି ପାଣି ପବନରେ ବନ୍ଧା ପଡ଼ିଥିଲା ତାର ଶୈଶବର ସବୁ ଦୁର୍ମୂଲ୍ୟ ସ୍ମୃତି ସବୁ ; ତାର ଭିଟା ମାଟି । ସାଙ୍ଗରେ ଥିଲା ବୋହି ନେଇ ପାରିଲା ଭଳି ସ୍ୱପ୍ନ ସରଞ୍ଜାମ ଯାହାକୁ ପାଥେୟ କରି ଅନ୍ତତଃ କିଛି ଦିନ ଚଳି ଯାଇହେବ । ଏଇ କିଛି ମାସ ଭିତରେ ସେ ବାପା ମାଆ, ସାଙ୍ଗରେ ଥିବା କେତେଜଣ ସମ୍ପର୍କୀୟମାନଙ୍କ କଥା ବାର୍ତ୍ତାରୁ ଠିକ୍ ବୁଝି ଯାଇଥିଲା ଜୀବନର କ୍ରୂର ହାସ୍ୟକୁ । ଯଥେଷ୍ଟ ବଡ଼ ହେଇ ଯାଇଥିଲା ଏଇ କିଛି ଦିନରେ, କୁନି ଝିଅ ଟେ ହେଲେବି କଳ୍ପନା ଦମ୍ଭ ଦେଉଥିଲା ତା ବାପା ମାଆଙ୍କୁ । ସବୁ ବାପା ମାଆ ପାଇଁ ପୃଥିବୀର ବଡ଼ ସମ୍ପତ୍ତି ତ ତାଙ୍କ ସନ୍ତାନ, ଏହା ତାକୁ ଆଉ ବୁଝିବାକୁ ବାକି ନଥିଲା । ଜୀବନରୁ ଜୀବନ ପର୍ଯ୍ୟନ୍ତ ବଞ୍ଚିବାର ପ୍ରୟାସ ତ ଜାରି ଥାଏ । ଏମିତି ଅମା ଅନ୍ଧାରରେ ଆଶାର ଟିକେ ଝଲକ ଉଙ୍କି ମାରିଲା ,ଯେତେବେଳେ ସରକାର ସେମାନଙ୍କୁ ରେଫ୍ୟୁଜିର ମୋହର ଲଗେଇ ଓଡ଼ିଶାର ବଣ ପାହାଡ ଘେରା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିବାକୁ ଆଦେଶ ଦେଲେ । ଆରମ୍ଭ ହେଲା ବାସ୍ତବତାର ନୂଆ ଜୀବନ ଯାତ୍ରା । ପଛକୁ ଫେରି ଚାହିଁବାର ଅବକାଶ ନଥିଲା । ପୁଣି ଜୀବନ ନେଲା ନୂଆ ମୋଡ଼, ଖୁସିର ଲହରୀ ସମୟ ସହ ଆଗକୁ ବଢ଼ି ଚାଲିଥିଲା । ବିସ୍ଥାପିତ ହେବାର ଦୁଃଖ ସୌଭାଗ୍ୟରେ ପରିଣତ ହେଲା । ମୋ କାହାଣୀର ଚରିତ୍ର କଳ୍ପନା ବର୍ତ୍ତମାନ ପୁଣି ଥରେ ବିସ୍ଥାପିତ । ଏଥର କିନ୍ତୁ ପରିଭାଷା ଭିନ୍ନ, ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂଆ ସଂସାର ଗଢ଼ିବା ଉଦ୍ଦେଶ୍ୟରେ । 



Rate this content
Log in

Similar oriya story from Inspirational