Narendra Prasad Behera

Classics

2  

Narendra Prasad Behera

Classics

ବିଶ୍ବାମିତ୍ର

ବିଶ୍ବାମିତ୍ର

3 mins
568


ରାମାୟଣରୁ କିଛି -୩୫

ବିଶ୍ବାମିତ୍ରମୁନି ରାଜା ଦଶରଥଙ୍କୁ ଦଶଦିନ ପାଇଁ କ'ଣ ମାଗିଥିଲେ ଓ କାହିଁକି ?

ବ୍ରହ୍ମର୍ଷି ବିଶ୍ବାମିତ୍ର ସିଦ୍ଧାଶ୍ରମ ନାମକ ତପୋବନରେ ରହି ସେଠାରେ ଜପ,ତପ,ଧ୍ଯାନ, ଧାରଣା, ହୋମ ଓ ଯଜ୍ଞରେ ସମୟ ଅତିବାହିତ କରୁଥାନ୍ତି । ତାଙ୍କ ପ୍ରଭାବରେ ଅନ୍ଯାନ୍ଯ ବହୁ ଋଷି ସେଠାରେ ରହି ଯଜ୍ଞାନୁଷ୍ଠାନମାନ ଅନୁଷ୍ଠିତ କରୁଥିଲେ । କିନ୍ତୁ ମହା ଭୟଙ୍କରୀ ତାଡକାରାକ୍ଷୀ ଓ ମାରୀଚ,ସୁବାହୁ ନାମକ ତା'ର ଦୁଇ ପୁତ୍ର ମିଶି ଋଷିମାନଙ୍କୁ ଯଜ୍ଞକର୍ମ କରାଇଦେଲେ ନାହିଁ । ସେମାନେ ଋଷିମାନଙ୍କ ଯଜ୍ଞ ନଷ୍ଟ କରିବା ସଙ୍ଗେ ସଙ୍ଗେ ସେମାନଙ୍କୁ ମାରିପକେଇଲେ । ଋଷିମାନଙ୍କୁ ମାରି ସେମାନଙ୍କ ମାଂସକୁ ଭକ୍ଷଣ କଲେ । ଏହା ଦେଖି ବ୍ରହ୍ମର୍ଷି ବିଶ୍ବାମିତ୍ର ବଡ଼ ବ୍ଯସ୍ତବିବ୍ରତ ହେଲେ । ବିଶ୍ବାମିତ୍ର ଇଛାକରିଥିଲେ ଏହି ରାକ୍ଷସ ରାକ୍ଷସୀମାନଙ୍କୁ ଅଭିଶାପ ଦେଇ ଭସ୍ମ କରିଦେଇ ପାରିଥାନ୍ତେ । କିନ୍ତୁ ସେ ଅଭିଶାପ ଦେଲେ ତାଙ୍କର ପୁଣ୍ଯ ହାନିହେବ ଜାଣି ସେ ସେମାନଙ୍କୁ କୌଣସି ଅଭିଶାପ ଦେଇନଥିଲେ । ତେବେ ସେମାନଙ୍କ ଅତ୍ଯାଚାରରୁ ଋଷିମାନଙ୍କୁ ତ ରକ୍ଷା କରିବାକୁ ହେବ ? ନଚେତ୍ ଯଜ୍ଞକର୍ମ ହେବ କିପରି ? ତହୁଁ ବିଶ୍ବାମିତ୍ର ସ୍ଥିର କଲେ ଅଯୋଧ୍ଯାର ରାଜା ଦଶରଥଙ୍କ ପୁତ୍ର ରାମଙ୍କୁ ସଙ୍ଗରେ ଆଣି ରାମଙ୍କଦ୍ବାରା ଏହି ରାକ୍ଷସ ରାକ୍ଷସୀମାନଙ୍କୁ ନିହତ କରାଇବେ । ଅଯୋଧ୍ଯାରେ ରାଜା ଦଶରଥ ଦିନେ ରାଜସଭାରେ ବସି ପାତ୍ରମନ୍ତ୍ରୀ ତଥା ଅନ୍ଯାନ୍ଯ ସଭାସଦମାନଙ୍କ ସହିତ ରାମଙ୍କର ବିବାହ ବ୍ଯବସ୍ଥା କରିବା ସମ୍ବନ୍ଧରେ ଆଲୋଚନା କରୁଥିଲେ । ଏତିକିବେଳେ ଦ୍ବାରପାଳ ଆସି କହିଲା-ମହାରାଜ, ଦ୍ବାରରେ ବିଶ୍ବାମିତ୍ରମୁନି ଉପସ୍ଥିତ । ସେ ଆପଣଙ୍କ ସହିତ ସାକ୍ଷାତ କରିବାକୁ ଚାହୁଁଛନ୍ତି । 

ମହର୍ଷି ବିଶ୍ବାମିତ୍ର ତାଙ୍କ ଦ୍ବାରଦେଶରେ ଉପସ୍ଥିତ । ଏକଥା ଶୁଣି ଦଶରଥଙ୍କ ମନରେ ଛାନିଆ ପଶିଗଲା । ବଡ଼ ପ୍ରତାପୀ ମୁନି ବିଶ୍ବାମିତ୍ର । ମୋ'ରି ବଂଶର ରାଜା ହରିଶ୍ଚନ୍ଦ୍ରଙ୍କୁ ଏହି ବିଶ୍ବାମିତ୍ର ପରାଭବ ଦେଇଥିଲେ । ଆଜି କି ଅଘଟଣ ଘଟିବ ? ଏହିସବୁ ଚିନ୍ତାରେ ଦଶରଥଙ୍କ ମନ ଭାରାକ୍ରାନ୍ତ ହୋଇପଡିଲା । ନିଜର କୁଳପୁରୋହିତ ବଶିଷ୍ଠମୁନିଙ୍କୁ ସଙ୍ଗରେ ଘେନି ରାଜା ଦଶରଥ ଦ୍ବାରଦେଶକୁ ଧାଇଁଗଲେ । ବିଶ୍ବାମିତ୍ରଙ୍କର ପାଦପୂଜା କରି ତାଙ୍କୁ ସସମ୍ମାନରେ ନିଜ ସିଂହାସନ ପାଖକୁ ପାଛୋଟି ଆଣିଲେ ଓ ଉତ୍କୃଷ୍ଟ ଆସନରେ ବସାଇଲେ । ବିଶ୍ବାମିତ୍ରଙ୍କୁ ଦଶରଥ କହିଲେ-ମୁନିବର,ଆପଣଙ୍କ ପଦରଜ ପଡି ମୋ ପୁର ଆଜି ଧନ୍ଯ ହେଲା । ଆପଣଙ୍କ ଦର୍ଶନ ପାଇ ମୁଁ ନିଜକୁ ବଡ ଭାଗ୍ଯବାନ ମନେକରୁଛି । କେବଳ ମୋ' ପାଇଁ ନୁହେଁ ସମଗ୍ର ଅଯୋଧ୍ୟାବାସୀଙ୍କ ପାଇଁ ଆପଣଙ୍କ ଆଗମନ ପରମ ସୌଭାଗ୍ୟର କଥା । ମୋ ପକ୍ଷରୁ ଏବଂ ସମଗ୍ର ଅଯୋଧ୍ୟାବାସୀଙ୍କ ପକ୍ଷରୁ ଆପଣଙ୍କୁ ମୁଁ ପରମ ଆନନ୍ଦରେ ସ୍ବାଗତ କରୁଛି । ତହୁଁ ଦଶରଥଙ୍କୁ ବିଶ୍ବାମିତ୍ର କହିଲେ- ହେ ରାଜା,ତୁମ୍ଭର ପ୍ରଜାମାନେ କୁଶଳରେ ଅଛନ୍ତି ତ ? ତୁମ୍ଭେ କୁଶଳରେ ଅଛ ତ ? ତୁମ୍ଭର ପରିବାରବର୍ଗ କୁଶଳରେ ଅଛନ୍ତି ତ ? 

ଦଶରଥ କହିଲେ-ମୁନିବର,ଆପଣଙ୍କ ସଦିଚ୍ଛାରୁ ଅଯୋଧ୍ଯାର ସମସ୍ତ କୁଶଳ । ମୋ ପରିବାର ସହ ମୋର ମଧ୍ଯ ସମସ୍ତ କୁଶଳ । ଆପଣଙ୍କ ପାଦଧୂଳି ମୋ ଦ୍ବାରରେ ପଡିଲା । ଏହା ହେଉଛି ମୋର ପରମ ସୌଭାଗ୍ୟ । କେଉଁ କାର୍ଯ୍ୟରେ ମୋ ପାଖକୁ ଆପଣଙ୍କର ଆଗମନ ତାହା ମୋତେ କୁହନ୍ତୁ । ଆପଣଙ୍କ ପାଇଁ ତାହା ମୁଁ ନିଶ୍ଚୟ ସାଧନ କରିବି । ବିଶ୍ବାମିତ୍ର କହିଲେ-ଆପଣଙ୍କର କୁଶଳ ସମାଚାର ଶୁଣି ମୁଁ ସୁଖୀ ହେଲି । ତୁମ୍ଭ କୁଳଗୁରୁ ବଶିଷ୍ଠଙ୍କ ଉପଦେଶ ମାନି ତୁମ୍ଭେ ରାଜ୍ଯ ପରିଚାଳନା କରୁଥିବାରୁ ଓ ନିଜକୁ ପରିଚାଳିତ କରୁଥିବାରୁ କୁଶଳ ତ ହବାରଇ କଥା । ହଁ , କେଉଁ କାର୍ଯ୍ଯରେ ମୁଁ ଆସିଛି ଵୋଲି ତୁମ୍ଭେ ମୋତେ ପଚାରୁଛ । ମୁଁ ତୁମ୍ଭଙ୍କୁ ଯାହା ମାଗିବାକୁ ଇଛା କରିଛି ତୁମେ ତାହା ଦେବା ପାଇଁ ପ୍ରଥମେ ସତ୍ଯ କଲେ ମୁଁ କହିବି । ଦଶରଥ କହିଲେ-ଆପଣ ଯାହା ମାଗିବେ ତାହା ମୁଁ ଆପଣଙ୍କୁ ଦେବା ପାଇଁ ସତ୍ଯ କଲି ।

ତହୁଁ ବିଶ୍ବାମିତ୍ରମୁନି ଦଶରଥଙ୍କୁ କହିଲେ-ମୁଁ ଏବଂ ମୋର ବହୁତ ମୁନି ଅରଣ୍ଯ ମଧ୍ୟରେ ସିଦ୍ଧାଶ୍ରମରେ ରହି ତପ ଆଚରଣ କରିଆସୁଥିଲୁ । ଏବେ ରାକ୍ଷସମାନଙ୍କ ଅତ୍ଯାଚାରରେ ଆମେ ସେଠି ଅତିଷ୍ଠ ହୋଇପଡୁଛୁ । ତେଣୁ ଯଜ୍ଞ କରିପାରୁ ନାହୁଁ । ଯଜ୍ଞ ଆରମ୍ଭକଲା ମାତ୍ରେ ସେମାନେ ନାନାଦି କୁତ୍ସିତ ପଦାର୍ଥ ପକାଇ ଯଜ୍ଞ ନଷ୍ଟ କରିଦେଉଛନ୍ତି ; କିନ୍ତୁ ଅଭିଶାପ ଦେବାଦ୍ବାରା ସେମାନେ ଭସ୍ମ ହେଲେ ମଧ୍ଯ ମୋର ପୁଣ୍ଯଫଳ ନଷ୍ଟ ହୋଇଯିବ । ସେହି କାରଣରୁ ଅନେକ ଦିନହେଲା ମୁଁ କାହାରିକୁ ଅଭିଶାପ ଦେଇନାହିଁ ଓ ସେମାନଙ୍କୁ ମଧ୍ଯ ଦେଉ ନାହିଁ । କୌଣସି ରାଜାଙ୍କୁ କହିଲେ ସେ ନିଶ୍ଚୟ ସେମାନଙ୍କୁ ନାଶ କରିବାକୁ ବାହାରି ପଡିବେ । କିନ୍ତୁ ତାଡକାରାକ୍ଷସୀ ଓ ତା'ର ଦୁଇପୁତ୍ର ମାରୀଚ ଓ ସୁବାହୁ ବଡ଼ ଶକ୍ତିଶାଳୀ ଓ ପ୍ରଚଣ୍ଡ । କୌଣସି ରାଜା ସେମାନଙ୍କୁ ଦମନ କରିପାରିବେ ନାହିଁ । ତେଣୁ ମୁଁ ଆସିଛି ତୁମ ଜ୍ଯେଷ୍ଠପୁତ୍ର ରାମକୁ ମୋ ସଙ୍ଗରେ ନେବା ପାଇଁ । ରାମ ଗଲେ ସେମାନଙ୍କୁ ଆକ୍ରମଣକରି ମାରିଦେଇ ପାରିବେ ଵୋଲି ମୋର ଦୃଢ ବିଶ୍ବାସ । ତେଣୁ ବର୍ତ୍ତମାନ ତୁମ୍ଭେ ରାମକୁ ମୋ ସହିତ ପଠାଅ । ଦଶଦିନ ପରେ ମୁଁ ତାକୁ ଆଣି ତୁମ ପାଖରେ ଛାଡିଦେଇଯିବି ।   

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା


Rate this content
Log in

Similar oriya story from Classics