Maitreyee Kamila

Inspirational

4.0  

Maitreyee Kamila

Inspirational

ବିଶ୍ୱାସ

ବିଶ୍ୱାସ

2 mins
689


ବିଶ୍ୱାସ

ଛାତି ଭିତରଟା କୋରି ହୋଇଗଲା ଯେତେବେଳେ ସୁଲଗ୍ନା ଶୁଣିଲେ ନିଜ ଝିଅ ସୁରୁ ଠାରୁ କି ପ୍ରିୟନ୍ସ ଗୋଟେ ନୀଚ ଜାତି ଝିଅ ବିଧିକୁ ଭଲପାଇ ବାହାହେବା କଥା କହୁଛି। ଫୋନ ରେ ଏକଥା କହିବା ବେଳେ ଭାଇ ଟିକେ ଭାବ ବିହ୍ଵଳ ହେଇଗଲା ସେକଥା ସୁରୁ ଭଲ ଭାବେ ବୁଝି ଗଲା। ତା ଭାଇ ପ୍ରିୟନ୍ସ ଗୋଟେ multinatinal କମ୍ପାନୀ ରେ କାମ କରେ। ବାପାଙ୍କ ଆଗରେ କଥା ପକେଇବ କିଏ ଏ ନେଇ ଟିକେ ଦ୍ଵିଧା ରେ ପଡିଛି ସେ। ମାଙ୍କ ମନ ର ଅବସ୍ଥା ବୁଝିବାକୁ ଆଉ ବାକି ରହିଲା ନି। ପୁଣି କଥା ର ଖିଅ ଧରି କହିଲା ମା ସେ ଝିଅ ଭାଇ ଅଫିସ ରେ ହିଁ କାମ କରେ। ସୁଲଗ୍ନା ଠୀକ ଧରି ପାରିଲେ ଏଇ କିଛି ଦିନ ହେଲା ପ୍ରିୟନ୍ସ ର ଅନ୍ୟମାନସ୍କତା ଆଉ ସବୁବେଳେ ବ୍ୟସ୍ତ ମନଭାଵ। ଭଲ ହେଲା କଥାଟା ଜଣାପଡ଼ିଗଲା।ଖାଲି ଜାତି ଠିକ ଥିଲେ କିଛି ନ ଥାନ୍ତା। ଏ ବଂଶ ରେ ପ୍ରଥମ ବାହାଘର ।ଇସସ ମାନ ମହତ ଆଉ ରହିବ। କେମିତି ସ୍ୱାମୀ ଦୟାନନ୍ଦଙ୍କ ସାମ୍ନାରେ କଥା ଟା କହିବେ। ଏତେ ପୂଜାର୍ଚନା ବାରବ୍ରତ ପ୍ରଭୁ ଏଇ ଦିନ ଦେଖୀ ବାକୁ ଥିଲା।ସୁରୁ ହାତ ହଲେଇ କହିଲା ବଉ କଣ ଏତେ ଭାବୁଛୁ। ଆଷାଢ଼ ର ବର୍ଷା ଆଉ ବନ୍ୟା ଏକାବେଳେ ଉପଲବ୍ଧି ହେଲା ସୁଲଗ୍ନା ଙ୍କୁ। ନିଜ ବାକଶକ୍ତି ଲୋପ ପେଇଯିବ ପରି ଲାଗିଲା। ହଠାତ ଭୂମିକମ୍ପ ଆ ସିବ।ସମୁଦ୍ର ରେ ବଡ ବଡ ଲହଡି ଆସିବା ପରି ଲାଗିଲା। ଏମିତି ଗୋଟେ ଦିନ ଆଉ ଏଭଳି କିଛି ଶୁଣିବା ଆଗରୁ ମରି ନଗଲି କାହିଁଇକି। ଦୁନିଆ ଏପଟ ସେପଟ ହେବ ପରି ଲାଗୁଛି। ବାପାଙ୍କ ପାଦ ଶବ୍ଦ ଶୁଣି ପାରିଲା ସୁରୁ। ଜହେଲେ ହେବ ଆଉ ଲୁଚେଇ ଲାଭ କଣ ।ପାଣି ଗିଲାସ ଟେ ଧରି ଆସିଲା ସୁରୁ।ମା କଥା ପଚାରିଦେଲେ ବାପା।ଘର ଭିତରେ ଅଛି। ଜା ମା କୁ ଟିକେ ଡାକି ଦେ।ସୁଲଗ୍ନା ଆସିବାରୁ ଦୟାନନ୍ଦ କହିଲେ ଆଜି ପୁରହିତ ରାମନରେଶ ଦେଖା ହେଇଥିଲେ। ଭଲ ପ୍ରସ୍ତାବ ଟେ ଅଛି ବୋଲି କହୁଥିଲେ। ଝିଅ ଟି ଡିପ୍ଲୋମା ସାରି ଏଇ କିଛି ମାସ ହେବ କମ୍ପାନୀ join କରିଛି।

ମୁଣ୍ଡ ଭିତରେ କିଛି ପସୁନି ସୁଲଗ୍ନାନ୍କ ।ଇଛା ହେଉଛି ସେଇଠି ବସି ଜୋର ଜୋର ରେ କାନ୍ଦି ମନକୁ ହାଲ୍କା କରନ୍ତେ। ସୁରୁ କୁ ଲାଗିଲା ବାପାଙ୍କୁ କହିବା ସମୟ ଆସିଯାଇଛି। ଧୀରେ ସେ କହିବା ଆରମ୍ଭ କଲା ବାପା ଭାଇ ଗୋଟେ ଝିଅ ପସନ୍ଦ କରିଛି।

ଏଥର ଦୟାନନ୍ଦ ବୁଝି ପାରିଲେ ସୁଲଗ୍ନା ର ନିରୁତ୍ତର ରହିବାର କାରଣ।

ପ୍ରୀତନ୍ସ ର ବାହାଘର ଜୁ 5 ବର୍ଷ ପୁରିଲାଣି।ସୁଲଗ୍ନା ଆଜି ମଧ୍ୟ ଚୁପ ରହିଛନ୍ତି। ସାଇ ପଡିସା ସବୁ ଆଡେ ବହୁ ର ପ୍ରଶଂସା।

ବିଧି ଘରକୁ ଆସିବା ଦିନଠୁ ଏ ଘରର ନକ୍ସା ବଦଳି ଯାଇଛି। ପ୍ରତି କୋଣ ରେ ବିଧିର ହାତ ପରଶ ଲାଗି ସତେଜ ହୋଇ ଉଠିଛି। ସୁଲଗ୍ନା ହାତରୁ କାମ ଛଡେଇ ବିଧି ନିଜ ବୋହୁ ପଣିଆ ରେ ଜିତିଯାଇଛି।ଆଜି ଏ ଘରର ସବୁ ଜିନିଷ ବିଧି ହାତ ଛୁଆଁ ମାଗୁଛି।ପୂରଣତା ରୁ ସମ୍ପୁର୍ଣତା ଚାହିଁଥିବା ବିଧି ମା ହେବାକୁ ଯାଉଛି। ସୁଲଗ୍ନା ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ବୋହୁ କୁ ଖୁସି ରଖିବା ପେଇଁ।ଆକାଶ ରୁ ବାଦଲ ହଟେଇ ଏକ ନୂତନ ସକାଳର କିରଣ କୁ ସାରା ପରିବାର ର ଅପେକ୍ଷା।ଏ ବିଶ୍ୱାସ ଅତୁଟ। ନିଜ ଇଚ୍ଛାକୁ ବିଶ୍ୱାସ ରୂପକ ଭଲ ପାଇବାର ସଜେଇ ବିଧି ସମସ୍ତଙ୍କ ମନ ଜିଣି ପାରିଛି ତା ଅଗଣାରେ ତାରଭର୍ତି ଆକାଶ ଲମ୍ବିଯାଇଛି ଦୂର ଦିଗ ବଳୟ କୁ ସୁଲଗ୍ନା ଙ୍କ ପଣତ ଆଜି ପୁଣି ମାଆ ର ଆଶିଷ ଦେବାକୁ ଉଡ଼ବିଗ୍ନ।ଏଇଠି ଆକାଶ ପୁଣି ହସୁଛି ମନ ଖୋଲା ହସ।

ମୈତ୍ରେୟୀ କମିଳା


Rate this content
Log in

Similar oriya story from Inspirational