STORYMIRROR

Sunanda Mohanty

Drama Action Thriller

3  

Sunanda Mohanty

Drama Action Thriller

ବିରହିଣୀ ଆର୍ଯ୍ୟବଧୂ

ବିରହିଣୀ ଆର୍ଯ୍ୟବଧୂ

2 mins
153


ଭାରତୀୟ ସଭ୍ୟତା ଓ ସଂସ୍କୃତିରେ ମହାଭାରତର ଶ୍ରେଷ୍ଠ ନାରୀ ଚରିତ୍ର ପାଞ୍ଚାଳୀ ବା ଦ୍ରୌପଦୀ ଯୁଦ୍ଧ ଶେଷରେ ବିରହରେ ମୁଣ୍ଡ କଚାଡି କାନ୍ଦୁଥିଲେ। ମାଆଙ୍କ ଆଦେଶକୁ ଶିରୋଧାର୍ଯ୍ୟ କରି ମାନି ନେଇଥିଲେ ପାଞ୍ଚପତି। ପାଞ୍ଚ ଜଣ ପରସ୍ପର ଠାରୁ ନିଶ୍ଚିନ୍ତ ଅଲଗା। ପାଞ୍ଚାଳୀ କିନ୍ତୁ ପାଞ୍ଚ ପାଞ୍ଚ ଭାଇଙ୍କର ମନ ନେଇ ସେମାନଙ୍କୁ ବୀରତ୍ଵ ରେ ଗରୀୟାନ କରି ମଧ୍ୟ, ସେହି ମହିଅସୀ ମହିଳା କୁରୁସଭା ତଳେ ବିବସ୍ତ୍ର ହେଲାବେଳେ କେହି ପିଠିରେ ପଡ଼ିନଥିଲେ। ତଥାପି ଆର୍ଯ୍ୟବଧୂ ,ଆର୍ତ୍ତତ୍ରାଣ ତଥା ସଖା, କୃଷ୍ଣଙ୍କର ଶରଣାପର୍ଣ୍ଣ ହୋଇ ରକ୍ଷା ପାଇଥିଲେ ମଧ୍ୟ ଯୁଦ୍ଧରେ ପାଞ୍ଚ ପତି ସହ ପାଞ୍ଚ ପୁତ୍ରଙ୍କୁ ହରାଇ ବିରହିଣୀ ସାଜି ଆକୁଳ ନୟନରେ କୃଷ୍ଣଙ୍କୁ ପଚାରୁ ଥିଲେ, ଏହା କଣ ମୋ ଭାଗ୍ୟ ସଖା କୃଷ୍ଣ?

  ସଖା କୃଷ୍ଣ ଉତ୍ତର ରଖିଥିଲେ ଭାଗ୍ୟ ନୁହେଁ କୃଷ୍ଣା, ଏହା କର୍ମର୍ଫଳ। ଆଶ୍ଚର୍ଯ୍ୟ ଚକିତ କୃଷ୍ଣା ତଥାପି ବିରହିଣୀ ହୋଇ ସୁଦ୍ଧା ଧର୍ଯ୍ୟ ରଖି ପଚାରିଥିଲେ କି ଅପକର୍ମ ସେ କରିଛନ୍ତି। କୃଷ୍ଣ ଉତ୍ତର ଦେଇଥିଲେ ପ୍ରଥମତଃ ମାଆଙ୍କ କଥା, ଠିକ ଭାବେ ବୁଝି ବିଚାରି ପଞ୍ଚ ପତି ବରଣ କରିବା କଣ ଉଚିତ ନଥିଲା କୃଷ୍ଣା? ଦ୍ୱିତୀୟ ରେ ଦୁର୍ଯ୍ୟୋଧନ ଯେତେ ଅହଙ୍କାରୀ ହଲେ ବି ତୁମ ସ୍ଵାମୀ ମାନଙ୍କର ଭାଇ। ତାଙ୍କର ତୁମ ପ୍ରତି ଆକର୍ଷଣ ଥିଲେ ବି ଶତ୍ରୁତା ନଥିଲା।ତାଙ୍କୁ ଅପମାନିତ କରିବା ପୁର୍ବରୁ ଭାବିବାର ଥିଲା ନା ନାହିଁ, ତୁମେ ପରା ଆର୍ଯ୍ୟ ସଂସ୍କୃତିର କୂଳ ବଧୂ?ସେଦିନ ଲଜ୍ଜିତ ଓ ନିନ୍ଦିତ କୃଷ୍ଣା କର୍ମକୁ ଆଦରି ବିରହ ଯାତନା ଭୋଗି ମଧ୍ୟ ତାଙ୍କ ଜନ୍ମ ତ ସେଇଥିପାଇଁ, ସେ ଜାଜ୍ଞସେନୀ । ହେଲେ ଗୁରେର କି ଦୋଷରେ ଅଭିଶପ୍ତ ଆଉ ଆଜି ସେ ବିରହିଣୀ ?

  ବଣ ମୁଳକରେ ଚଳିବା, କଷ୍ଟକରି, ଶ୍ରମ କୁ ଆଧାର କରି ଚଳି ଶିଖିଥିବା କହ୍ନେଇ, ତାର ସ୍ଵାମୀ କୁ ବିଦେଶ ପଠାଇ ସେ କଣ ଭୁଲ କର୍ମ କରିଛି? ନିଜ ପ୍ରଶ୍ନର ଉତ୍ତରରେ, ମନ ନାହିଁ କରୁଥିଲା ବେଳେ, ବିବେକ ହଁ କରୁଥିଲା। କହ୍ନେଇ ଥିଲା ବଣ ମୂଲକର ରାଜା।ସେ ବାଘ ସଙ୍ଗେ ଲଢ଼ି ପାରେ, ସାତତାଳ ନଈରେ ପହଁରି ପାରେ, ଧନୁ ତୀର ସାହାଯ୍ୟରେ ବନ୍ୟ ପ୍ରାଣୀ ଦାଉ ରୁ ନିଜକୁ ଓ ନିଜ ମୂଲକର ଲୋକଙ୍କୁ ରକ୍ଷା କରିପାରେ, କେବଳ ସେତିକି ନୁହେଁ ବଣୁଆ ହାତୀଙ୍କୁ ପୋଷା ମନାଇ ପାରେ।

   ସହରକୁ ଯାଇ ତାର ଯୋଗ୍ୟତା ଅନୁଯାୟୀ ସେ ମାହୁନ୍ତ ବାନିଗଲା ଆଉ ହାତୀମାନଙ୍କ ଦାଇତ୍ୱ ନେଇ ରହିଲା ସହରରେ। ଆଉ ଗୁରେଇ ବିରହରେ ଗୁମୁରେଇ ଗୁମୁରେଇ କାନ୍ଦିଲା ବେଳେ, ଅଙ୍ଗନୱାଡ଼ି ଦିଦଙ୍କଠୁ ଶୁଣିଥିବା ମହାଭାରତର ପାଞ୍ଚାଳୀଙ୍କ ଦୁଃଖଠୁ, ତା ଦୁଃଖ କେତେ ଅବା ଭାବି ସାନ୍ତ୍ଵନା ଦେଉଥିଲେ ବି ମନ ଝୁରୁଥିଲା ତା କହ୍ନେଇ କୁ।


Rate this content
Log in

Similar oriya story from Drama