Sunanda Mohanty

Drama Action Others

4  

Sunanda Mohanty

Drama Action Others

ବିଲେଇ କପାଳକୁ ଶିକା

ବିଲେଇ କପାଳକୁ ଶିକା

3 mins
2

ଗାଁରେ ବଡ଼ ହୋଇଥିବା ସଦାନନ୍ଦ ବାବୁ ମୂଳରୁ ରକ୍ଷଣଶୀଳ. ବିଶେଷ କରି ଆଜିକାଲିର ଝିଅ ବୋହୁମାନଙ୍କର ପିନ୍ଧା ପିନ୍ଧି, ବେଶ ବିନ୍ୟାସରେ ସେ ମର୍ମାହତ. ଓଢଣା ତଳେ ବଧୂର ମୁହଁ ଓ ଝିଅଟିଏ ଭିତରେ ଆଉ ଲାଜ ସରମ ରହୁନଥିବା ଦେଖିଲେ ତାଙ୍କୁ ଖୁବ କଷ୍ଟ ହୁଏ. ସେଥିରେ ପୁଣି ପ୍ରେମ ବିବାହ କରୁଥିବା ଝିଅ ପୁଅଙ୍କୁ ସେ ଅଲଗା ନଜରରେ ଦେଖନ୍ତି ଓ ଦୋଷ ଦିଅନ୍ତି ଝିଅମାନଙ୍କୁ. ପୁଅମାନେ ଯେ ଶୁଦ୍ଧ ସୁବର୍ଣ୍ଣ ସେକଥା ନୁହେଁ ତଥାପି ଝିଅ ପିଲା ପରିବାରରୁ ସଂସ୍କାର ପାଇଥିଲେ କେଵେ କୌଣସି ପୁଅକୁ ତା ବାପା ମାଆଙ୍କ ପାଖରୁ ଛଡେଇ ନେବାକୁ ସାହାସ କରିବନି ବୋଲି ତାଙ୍କର ଦୃଢ଼ ଧାରଣା. ପିଲାଦିନୁ ନିଜ ମାଉସୀ, ପିଇସୀ, ମାଆ, ଜେଜେମାଆ, ଆଈଙ୍କୁ ବିସ୍ଲେସଣ କରି ସେ ଦେଖିଛନ୍ତି ଓ ଶିଖିଛନ୍ତି କି ନାରୀ ହିଁ କେବଳ ପରିବାରର ନୁହେଁ ସମାଜର ଏକ ବତୀଖୁଣ୍ଟ. ନାରୀ ଯୁଗେ ଯୁଗେ ବନ୍ଦନୀୟା କେବଳ ସେମାନଙ୍କ ଚରିତ୍ର ପାଇଁ. ସୀତା, ସାବିତ୍ରୀ, ଅହଲ୍ୟା, ତାରା ଓ ମନ୍ଦୋଦରୀଙ୍କ ଠାରୁ ଆରମ୍ଭ କରି ସତୀ ଅନସୂୟାଙ୍କ ଚରିତ୍ରରେ ସେ ଦେଖିଛନ୍ତି ପାପ ମୋଚନ କରିପାରିବାର ଶକ୍ତି ରହିଛି ନାରୀଟିଏ ଭିତରେ.ଏ ଯୁଗରେ ମଧ୍ୟ ଦୃଷ୍ଟାନ୍ତମୂଳକ ନାରୀମାନଙ୍କର ଉଦାହରଣ ନାହିଁ ବୋଲି ନାହିଁ. ସେ କସ୍ତୁରବା ହୁଅନ୍ତୁ ବା କମଳା ଦେବୀ, ସେ ରମାଦେବୀ ହୁଅନ୍ତୁ ବା ଇନ୍ଦିରା ଗାନ୍ଧିଙ୍କଠାରୁ ଆରମ୍ଭ କରି ପ୍ରତିଭା ପାଟିଲଙ୍କ ପର୍ଯ୍ୟନ୍ତ.ନାରୀର ଓଢଣା ରୂପକ ଲଜ୍ୟାର ଭୂଷଣ ସାଙ୍ଗକୁ ଝିଅ ବା କନ୍ୟାଟିର ଲାଜ ଓ ସମ୍ମାନ ବୋଧ ପୁରୁଷକୁ ଅବାଟରୁ ବାଟକୁ ଆଣେ.

   ଏସବୁ କଥା ଶୁଣିଲେ ରମାନାଥ ହସନ୍ତି କହନ୍ତି ଯୁଗ କୋଉଠି ପହଞ୍ଚିଲାଣି ଆଉ ତୁ ସେଇ ପୁରୁଣା ପରମ୍ପରା ଓ ସଂସ୍କୃତିକୁ ଧରି ବସିଲେ ଚଳିବ?ତୋର ଏକମାତ୍ର ପୁଅ ପୁରବ ଯଦି ଆମେରିକାରେ କାହାକୁ ବାହା ହୁଏ ତୁ କଣ ତାକୁ ବୋହୁ ବୋଲି ଅସ୍ବୀକାର କରିପାରିବୁ ବୋଲି ପିଲାଦିନର ସାଙ୍ଗ ରମାନାଥ ପଚାରନ୍ତି ସଦାନନ୍ଦବାବୁଙ୍କୁ ତ ସଦାନନ୍ଦ କହନ୍ତି ମୁଁ ବାଜି ମାରି କହିପାରେ ମୋ ପୁଅ କେଵେ ସେମିତି କରିପାରିବ ନାହିଁ କିନ୍ତୁ ହଠାତ ବାପା ସଦାନନ୍ଦ ଓ ପୁଅ ପୁରବକୁ ଏକା କରି ସଦାନନ୍ଦବାବୁଙ୍କ ସ୍ତ୍ରୀ ତଥା ପୁରବର ବୋଉ କାମିନୀ ସ୍ବର୍ଗଆରୋହଣ କରିବା ପୂର୍ବରୁ ପୁଅ ପୁରବ ହାତରେ ନିଜ ଲକେଟଟି ଦେଇଯାଇଥିଲେ ବୋହୁକୁ ଦେବାକୁ କହି ତ ଏତେ ଦୁଃଖ ଭିତରେ ମଧ୍ୟ ସଦାନନ୍ଦବାବୁ ହସିଥିଲେ. ଭାବୁଥିଲେ ରମାନାଥଙ୍କ କଥା. ଯୁଗ କୁଆଡେ ଯାଇ ପହଞ୍ଚିଲାଣି. ତୁମ ଏ ଲକେଟ ପକା ପୁରୁଣା ହାର ତୁମ ବୋହୁ ପିନ୍ଧିବ ବୋଲି ଭାବୁଛ କାମିନୀ ବୋଲି କହିବାକୁ ଯାଇ କହିପାରିନଥିଲେ ସଦାନନ୍ଦ କାରଣ ସ୍ତ୍ରୀ କାମିନୀ ଏକା କରି ଚାଲିଯାଇଥିଲେ ଅନେକ ଅପୂରଣୀୟ ସ୍ବପ୍ନ ସବୁ ଭିତରୁ ପୁଅ ବାହାଘର ପାଇଁ ବୋହୁ ଦେଖା ସ୍ବପ୍ନକୁ ବାକି ରଖି ଓ ତାଙ୍କୁ ଏକା କରି.ଆଉ ଏବେ ସଦାନନ୍ଦଙ୍କୁ ଚିନ୍ତା ଘାରିଥିଲା ପୁରବ କାଳେ ଆମେରିକାରେ କୋଉ ଝିଅକୁ ବାହା ହୋଇପଡିବ!ଅନେକ ପ୍ରସ୍ତାବ ଭିତରୁ କୋଉଠି ହେଲେ ଝିଅ ପସନ୍ଦ ହେଉନଥିଲା ସଦାନନ୍ଦବାବୁଙ୍କର କାରଣ କୋଉ ଝିଅର ଜିମ ଯିବା ତାଙ୍କୁ ପସନ୍ଦ ହେଉନଥିଲା ତ କୋଉ ଝିଅର ଚୁଟି ଷ୍ଟାଇଲ ତାଙ୍କୁ ପସନ୍ଦ ହେଉନଥିଲା, କୋଉ ଝିଅର ହାଇହିଲ ପିନ୍ଧା ପସନ୍ଦ ନଥିଲା ତ କୋଉ ଝିଅର ଛୋଟ ଡ୍ରେସ ପିନ୍ଧା. ଶେଷକୁ ବାଲ୍ୟବନ୍ଧୁ ରମାନାଥ ପଚାରନ୍ତି ତୋର ତ କୋଉ ଝିଅ ପସନ୍ଦ ହେଉନି ଶେଷକୁ ପୁରବ ଆମେରିକା ଝିଅ ଆଣିବା ବୋଧେ ପକ୍କା.

  ସେଦିନ ଗାଁରେ ରମାନାଥଙ୍କ ଘରେ ବସିଥିବା ବେଳେ ତାଙ୍କ କଥା ସରିଛି କି ନାହିଁ ରମାନାଥଙ୍କ ଏକମାତ୍ର ଝିଅ ଆନି, ଶାଢ଼ୀ ପିନ୍ଧି ମଉସା ସଦାନନ୍ଦବାବୁଙ୍କୁ ମୁଣ୍ଡିଆ ମାରି କହୁଥିଲା ଆମ ଘରକୁ ଆପଣ ବହୁତ ଦିନ ପରେ ଆସିଛନ୍ତି ମଉସା. ଆଜି ଆମ ଘରେ ମୋ ହାତରନ୍ଧା ଖାଇକି ନିଶ୍ଚୟ ଯିବେ. ହଠାତ ସଦାନନ୍ଦ ବାବୁ ଚାହିଁଲେ ଆନିକୁ. ସୁନ୍ଦର ଶିକ୍ଷିତା ଆନିର ଦୁଇ ଯୋଡ଼ା ବେଣୀ ଓ ଶାଢ଼ୀ ପିନ୍ଧା ତାଙ୍କୁ ଖୁବ ପସନ୍ଦ ହେବା ସହ ଆନିର ମିଠାକଥା ଓ ହସ ହସ ମୁହଁ ଅପୂର୍ବ ଲାଗିଲା. ତା ହାତରନ୍ଧା ଓ ପରଷା ମଧ୍ୟ ଥିଲା ଠିକ କାମିନୀ ପରି. ରାତିରେ ପୁଅ ପୁରବକୁ ଫୋନ କରି ଆନିକୁ ବୋହୁ କରିବା କଥା ପଚାରିବାରୁ ପୁରବ କହିଥିଲା.ମୋ ବୋଉର ଲକେଟ ପିନ୍ଧିବାକୁ ଯୋଉ ଝିଅ ରାଜି ହେବ ସେ ହିଁ ମୋ ସ୍ତ୍ରୀ ହେବ ବାପା ବୋଲି କହିଥିଲା . ପୁଅ କଥା ଶୁଣି ସଦାନନ୍ଦ ଅପେକ୍ଷା କରିଥିଲେ ନୂତନ ସକାଳକୁ. ଆନି ବୋହୁ ହୋଇ ଆସିବା ପରେ କାମିନୀଙ୍କ ଲକେଟ ପକା ହାରଟିକୁ ପିନ୍ଧି ଏଘର ସେଘର ହେବା ଦେଖି ସଦାନନ୍ଦ ବାବୁ କହୁଥିଲେ ମୃଗ ନାଭିରେ କସ୍ତୁରୀ ଥାଇକି ସେ ଖୋଜିବୁଲେ ବୋଲି କଥାଟା ଏକଦମ ସତ.



Rate this content
Log in

Similar oriya story from Drama