ଲାଲମାଟି
ଲାଲମାଟି
ଦଶହରା ପାଇଁ ଗାଁକୁ ଯାଇଥାଏ ଲିଲି ବାପାଙ୍କ ସଙ୍ଗେ. ସେଇଠୁ ମଙ୍ଗଳ ଗ୍ରହରେ ପ୍ରଥମ ଦିନ ଥିଲା ସେଦିନ ତାର ଦେଖି ଲିଲି ଭାବୁଥିଲା ଆଜି ମୋର ମଙ୍ଗଳ ଗ୍ରହରେ ପ୍ରଥମ ଦିନ. ଦେଖାଯାଉ ଏଠାରେ କଣ ସବୁ ରହିଛି.ମଣିଷ ରୁପି ଏଲିଅନମାନେ ବୁଲୁଥିଲେ ସବୁଆଡେ. ପାହାଡ଼ଉପରେ ଥିଲେ ଖାଲି ଇଗୁଆନ. ସେମାନେ ମୁଣ୍ଡ ବଙ୍କେଇ ବଙ୍କେଇ ଦେଖୁଥିଲେ ମତେ ଓ ମୁଁ ଓଲ୍ହାଇଥିବା ମହାକାଶଯାନକୁ.ପ୍ରକୃତି କଣ ସବୁ ଖଞ୍ଜି ରଖିଛି ମଙ୍ଗଳଗ୍ରହରେ ବୁଲି ବୁଲି ଦେଖୁଥିଲି ମୁଁ. ନଈ ଥିଲା କିନ୍ତୁ ନଈରେ କିଛି ପାଣି ବା ଶୈବାଳ କିଛି ନଥିଲା. ଗଛ ଗୋଟେ କୋଉଠି ନଦେଖି ମୋର ପୃଥିବୀ କଥା ମନେପଡୁଥିଲା. ପୃଥିବୀ ପୃଷ୍ଠରେ ଥିବା ଗଛ ଯୋଗୁଁ ମଣିଷ ଓ ପ୍ରାଣୀମାନେ ବଞ୍ଚି ପାରୁଥିଲେ. ଏଠାରେ କୋଉଠି ଗଛଟିଏ ଦେଖାଯାଉନଥିଲା ଅର୍ଥାତ ପ୍ରାଣୀମାନେ ତ ବଞ୍ଚିବା ଅସମ୍ଭବ କଥା ତେବେ ଏଲିଅନମାନେ ବଞ୍ଚିଲେ କେମିତି? ପାହାଡ଼ସବୁରେ ଇଗୁଆନାମାନେ ମଧ୍ୟ ବଞ୍ଚିଲେ କେମିତି? ଅନ୍ୟାନ୍ୟ ଜୀବଜନ୍ତୁ ଅଛନ୍ତି କି ନାହିଁ?ଗଛ ବିନା ଅମ୍ଳଜାନ ପାଉଛନ୍ତି କେମିତି ପ୍ରାଣୀମାନେ. ଜଳ ସ୍ତର କୋଉଠି ଓ ତାର ଉତ୍ସ କୋଉଠି? ପାହାଡ଼ ତ ନାଲି ମାଟିରେ ଭରା.ଅନ୍ୟାନ୍ୟ ଅଞ୍ଚଳ ତ ନାଲି ମାଟିରେ ପରିପୂର୍ଣ୍ଣ. ତେବେ ମାଟିରୁ କଣ ଅମ୍ଳଜାନ ଉତ୍ପର୍ଣ୍ଣ ହେଉଛି ନା କଣ!
ମୋର ଇଛା ହେଉଥିଲା ପୁଣି ପୃଥିବୀ ପୃଷ୍ଠକୁ ଓଲ୍ହେଇ ଯାଇ ଗଛ ଚାରା ସବୁକୁ ପୋତିଦେବାକୁ ମଙ୍ଗଳ ଗ୍ରହରେ. ପୁଣି ଇଛା ହେଉଥିଲା ନାଲିମାଟି ନେଇ ବିଜ୍ଞାନ
ଗାରରେ ପରୀକ୍ଷା କରେଇବାକୁ. କଣ ଅଛି ଏ ନାଲିମାଟିର ବିଶେଷତ୍ୱ!ଆଉ କୋଉ ପ୍ରାଣୀ ଅଛନ୍ତି ନା ନାହିଁ?ଯଦି ଅଛନ୍ତି ଗଛ ବିନା ବଞ୍ଚିଛନ୍ତି କେମିତି!ଗଛ ନଥିଲେ ପ୍ରାଣୀଜଗତ ବଞ୍ଚିବା ତ ଅସମ୍ଭବ ହୋଇପଡିବ. ପୃଥିବୀ ପୃଷ୍ଠରୁ ମଣିଷ ଆସି ମଙ୍ଗଳଗ୍ରହରେ ବସବାସ କରିବାକୁ ଚାହିଁଲେ ଗଛ ବିନା ଜଳବାୟୁ, ଋତୁ ଓ ପ୍ରକୃତିରୁ ପାଉଥିବା ସବୁ ଉପାଦେୟ ତଥା ଉପାଦାନ କେମିତି ପାଇବ ମଣିଷ ଭାବି ଏପଟକୁ ସେପଟ ଚାହିଁଲା ବେଳକୁ ଦେଖିଲି ଡାଇନୋସର ଭଳି ଗୋଟେ ବିରାଟ ଜନ୍ତୁ ମୋ ଆଡକୁ ମାଡି ଆସୁଛି. ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇଯାଇଥିବା ଡାଇନୋସର ମଙ୍ଗଳଗ୍ରହରେ ଦେଖି କେତେ କଥା ଭାବିବାକୁ ଯାଉଥିବା ସମୟରେ ମାଡି ଆସୁଥିଲା ଡାଇନୋସର ମୋ ଆଡକୁ ତ ଡରରେ ମୋ ପାଟିରୁ ବାହାରୁଥିଲା ଡାଇନୋସୋର ଡାଇନୋସର ତ ବାପା ମୋ ପିଠି ଆଉଁସି ଆଉଁସି କହୁଥିଲେ କଣ ହେଲାରେ ମାଆ ମୋ ଝିଅର!ତ ମୁନି କହୁଥିଲା ବାପା ମଙ୍ଗଳ ଗ୍ରହରେ ଡାଇନୋସର ଏବେବି ବଞ୍ଚିଛି. ଗଛଟିଏ ନଥାଇ କେମିତି ପ୍ରାଣୀ ଜଗତ ବଞ୍ଚିଛି ବାପା!ମୁଁ ମଙ୍ଗଳ ଗ୍ରହରୁ ନାଲି ମାଟି ନେଇଆସିଛି ପରୀକ୍ଷା ପାଇଁ ବାପା. ଏଥର ଏ ନାଲି ମାଟି ପରୀକ୍ଷା କରି ଦେଖିବା ଏ ମାଟିରେ ଗଛ ହେବା ପାଇଁ କଣ ଦରକାର ଓ ଏ ମାଟିରେ ଜୀବଜଗତ କେମିତି ତିଷ୍ଠି ରହିପାରିବ ଯାହା ଦ୍ୱାରା ପୃଥିବୀ ଓ ମଙ୍ଗଳ ଭିତରେ ଯିବା ଆସିବା ଚାଲୁ ରହି ଆକାଶଗଙ୍ଗା ସୃଷ୍ଟି ହେବା ସହ ଗ୍ରହରୁ ଗ୍ରହକୁ ଯିବା ଆସିବା ସୁବିଧା ହୋଇପାରିବ. ବାପା ଏ ଭିତରେ ଜାଣି ସାରିଥିଲେ ମୁଁ ତାଙ୍କ ଝିଅ ଲିଲି ନିଶ୍ଚୟ ସ୍ବପ୍ନ ଦେଖୁଥିଲି ସତ ହେଲେ ସ୍ବପ୍ନରେ ମଧ୍ୟ ବହୁ ଶିକ୍ଷଣୀୟ କଥା ଥିଲା. ପ୍ରକୃତରେ ମଙ୍ଗଳ ଗ୍ରହର ଲାଲ ମାଟିରେ କଣ ଅଛି ଜାଣିବା ଖୁବ ଦରକାର.