ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବିଲେଇ କୌଶଳ ଶିଖିବାକୁ ମନା କରିଦେଲ

ବିଲେଇ କୌଶଳ ଶିଖିବାକୁ ମନା କରିଦେଲ

3 mins
6.6K


ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ବିଲେଇ କୌଶଳ ଶିଖିବାକୁ ମନା କରିଦେଲା

ବହୁ ଦିନ ତଳର କଥା l ବିରାଡିଟିଏ ଜଙ୍ଗଲରେ ରହୁଥିଲା l ସେଠାରେ ଗୋଟିଏ ମାଈ କୁକୁର ଥାଏ l ଉଭୟେ ବନ୍ଧୁ l ଅତ୍ୟନ୍ତ ଘନିଷ୍ଠ l ସେମାନେ ଏକାଠି ରହନ୍ତି, ଶିକାର କରନ୍ତି, ସାଥୀ ହୋଇ ବୁଲନ୍ତି, ଶୁଅନ୍ତି ବି l ବିଲେଇଟି ଭୀରୁ ଭୀରୁ , କିନ୍ତୁ ଧୂର୍ତ୍ତ l କୁକୁରଟି ଖୁବ୍ ଗର୍ବୀ ଓ

ସ୍ପଷ୍ଟବାଦୀ l ଆତ୍ମରକ୍ଷା ପାଇଁ ସେ ବହୁ ଉପାୟର ଅଧିକାରୀ l ସେଥିପାଇଁ ତା’ର ଗର୍ବ ବହୁତ l ସେ କହେ ଅନାୟସରେ ମୁଁ ନିଜକୁ ଶିକାରୀ କବଳରୁ ରକ୍ଷା କରିପାରିବି lତମେ ଜାଣିଛ ବୁଲା ଶିକାରୀମାନେ କୁକୁରକୁ ଧରିନେଇ ଶିଙ୍କୁଳିରେ ବାନ୍ଧି ଦିଅନ୍ତି l ସେମାନେ ତାଙ୍କର ଘର ଜଗିବାରେ ଓ ଶିକାର କାମରେ କୁକୁର ଲଗାନ୍ତି l ଫଳରେ କୁକୁରମାନେ ସ୍ୱାଧୀନତା ହରାନ୍ତି l ମୁଁ କିନ୍ତୁ ସେମାନଙ୍କ ଠାରୁ ଖସିଯିବାର ଶହେ ବାଟ ଜାଣେ l

ବିଲେଇ ଦୀର୍ଘଶ୍ୱାସ ପକାଇ କହିଲା - “ବୁଲା ଶିକାରୀମାନେ ଆମକୁ ମାରି ଖାଇ ଦିଅନ୍ତି l ସେଥିପାଇଁ ଆମେ ସବୁବେଳେ ସତର୍କ ରହୁ l ତୁମେତ ଏତେ କୌଶଳ ଜାଣିଛ,ମତେ କାହିଁକି କିଛି କୌଶଳ ଶିଖାଇ ଦେଉନାହଁ l ଫଳରେ ମୁଁ ସେମାନଙ୍କ ଠାରୁ ରକ୍ଷା ପାଇ ପାରିବି l”

“ଯେତେବେଳେ ମୁଁ କିଛି କାମ କରୁନଥିବି ଫାଙ୍କା ଥିବି ତତେ ମୁଁ ନିଶ୍ଚୟ ଏହା ଶିଖେଇ ଦେବି କିନ୍ତୁ ତମେ ଏତେ କୌଶଳ ଜାଣିବା ଦରକାର ନାହିଁ l ଗୋଟିଏ ବା ଦୁଇଟି କୌଶଳ ତମପାଇଁ ଯଥେଷ୍ଟ l” ଏହାଥିଲା କୁକୁରର ଉତ୍ତର l

ବିଲେଇଟି କିଛି ପ୍ରତ୍ୟୁତ୍ତର ଦେବାକୁ ଚାହୁଁଥାଏ l କିନ୍ତୁ ଏତିକିବେଳେ ପାଦଶବ୍ଦ ଶୁଣି ସେ ଅଟକିଗଲା l ସେ ଭୟଭୀତ ହୋଇ ଗୋଟିଏ ମାଟିଗଦା ଉପରକୁ ଚଢିଗଲା l ସେ ଦେଖିଲା ଦୂରରୁ ଦଳେ ଯାଯାବର ଶିକାରୀ ତାଙ୍କ ଆଡକୁ ଆସୁଛନ୍ତି l ସେମାନଙ୍କ ହାତରେ ତେଣ୍ଟା ଓ ଜାଲ l

ବିଲେଇ ତଳକୁ ଡେଇଁପଡି କୁକୁରକୁ କହିଲା - “ସାଙ୍ଗ ଦୌଡ l ଦୌଡ l ନିଜର ଜୀବନ ରକ୍ଷାକର l ଯାଯାବର ଶିକାରୀମାନେ ଇଆଡେ ଆସୁଛନ୍ତି l ଦୌଡ l ତାଙ୍କ ଆଗରୁ ଲୁଚିଯାଅ l ତମେ ଜାଣିଥିବା ଶହେ କୌଶଳରୁ ଗୋଟିଏ କୌଶଳ ପ୍ରୟୋଗକର l”

କୁକୁରଟି ଭୟଗ୍ରସ୍ତ l ତା’ର ପ୍ରଶ୍ନ - “ତମେ କଣ କହିବାକୁ ଚାହୁଁଛ ?”

“ତମେ ବ୍ୟସ୍ତ ହୁଅ ନାହିଁ l ମୁଁ ଯେଉଁ ଗୋଟିଏ ଉପାୟ ଜାଣିଛି ତାକୁ ପ୍ରୟୋଗ କରି ମୁଁ ନିଜକୁ ରକ୍ଷା କରି ପାରିବି l” ଏତିକି କହି ବିଲେଇଟି ଗୋଟିଏ ଗଛ ଉପରକୁ କୁଦା ମାରି

ଚଢିଗଲା l ପତ୍ର ଆଢୁଆଳରେ ଲୁଚି ଗଲା l

କୁକୁରଟି ଦୌଡିବାକୁ ଲାଗିଲା l ଦୌଡିଲା ବେଳେ ସେ ଭୁକୁଥାଏ l ତାକୁ ଖୋଜିବାରେ ଶିକାରୀଙ୍କର କିଛି ଅସୁବିଧା ହେଲା ନାହିଁ l ସେମାନେ ତା ଚାରିପଟେ ଘେରିଗଲେ l ତାକୁ ଧରି ନେଲେ l

ଶିକାରୀମାନେ ତାକୁ ଦେଖିଲେ କାଳେ ମାରିଦେବେ l ସେଥିପାଇଁ ବିଲେଇ ଗଛ ଉପରେ ଟିକିଏ ବି ହଲଚଲ ହେଲା ନାହିଁ l

ଏହା ଭିତରେ ଅନେକ ଦିନ ଚାଲିଗଲାଣି l କୁକୁରର କିଛି ଖୋଜଖବର ନାହିଁ l କିନ୍ତୁ ଦିନେ ସେ ଫେରିଲା l ବେକରେ ତା’ର ପଟି l ଭୃତ୍ୟତ୍ୱର ସନ୍ଦେଶ l ଦୁହିଁଙ୍କର ଭେଟ ହେଲା l କୁକୁର ବିଲେଇକୁ କହିଲା - “ମୁଁ ଶିକାରୀମାନଙ୍କ ପାଖରୁ ଚାଲି ଆସିଛି l ଏବେ ବି ଡେରି ହୋଇ ନାହିଁ l ତମେ ମତେ ତମର କୌଶଳଟି ଶିଖାଇ ଦିଅ l ଫଳରେ ମୁଁ ନିଜକୁ ରକ୍ଷା କରି ପାରିବି l ଆଗରୁ ଶିଖିଥିଲେ ମୁଁ ଧରା ପଡି ନଥାନ୍ତି l”

“ନାଁ ମୁଁ ଶିଖାଇ ପାରିବି ନାହିଁ l” ବିଲେଇଟି ରୁକ୍ଷ କଣ୍ଠରେ ଉତ୍ତର ଦେଲା l

କିନ୍ତୁ କୁକୁରଟିର ବାରମ୍ବାର ଅନୁରୋଧ ଶୁଣି ବିଲେଇ କହିଲା - “ଯଦି ମୁଁ ତତେ ମୋର କୌଶଳ ଶିଖାଇ ଦିଏ, ତେବେ ତୁ ମୋ ସହିତ ଗଛରେ ଚଢିଯିବୁ ସତ l କିନ୍ତୁ ତୋର ସ୍ୱଭାବ ବିଚିତ୍ର l ତୁ ଶିକାରୀ ଦେଖିଲେ ଭୁକିବୁ l ତୋର ଭୁକିବା ତୁ ନିୟନ୍ତ୍ରଣ କରିପାରିବୁ ନାହିଁ l ଫଳରେ ତୁ କେଉଁଠି ଲୁଚିଛୁ ଶିକାରୀ ଜାଣିଯିବ l ଫଳରେ ତୁ ଏକା ବିପଦରେ ପଡିବୁ ନାହିଁ, ତୋ ସାଥୀରେ ଯେ ଥିବ, ସେ ବି ବିପଦରେ ପଡିବ l ମୁଁ ତୋ ପାଖରେ ଥିଲେ ନିଜକୁ ସୁରକ୍ଷିତ ରଖି ପାରିବି

ନାହିଁ l ”

କୁକୁରଟି ରାଗିଗଲା l ସେ ବିଲେଇକୁ ଆକ୍ରମଣ କରି ମାରି ଦେବାକୁ ଚାହିଁଲା l କିନ୍ତୁ ବିଲେଇ ତା’ର କୌଶଳ ପ୍ରୟୋଗ କଲା l କୁକୁରର ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ସାଙ୍ଗେ ସାଙ୍ଗେ ଗଛ ଉପରକୁ ଚଢିଗଲା l

“ମୁଁ କଳେ ବଳେ କୌଶଳେ ଯେମିତି ହେଉ ତୋର କୌଶଳ ଶିଖିବି l ତୋର କୌଶଳ ଶିଖିବା ପାଇଁ ତୋର ମଳ ଖାଇବାକୁ ମଧ୍ୟ କୁଣ୍ଠାବୋଧ କରିବି ନାହିଁ l” କୁକୁର ଏତକ କହି ସେଠାରୁ ଚାଲିଗଲା l

କାଳେ କୁକୁର ତା’ର କୌଶଳ ଶିଖିଯିବ, ଏବେ ପର୍ଯ୍ୟନ୍ତ ମଧ୍ୟ ବିଲେଇର ଭୟ ରହିଛି l ସେଥିପାଇଁ ସେ ଗୋଟିଏ ଗାତ ଖୋଳି ସେଥିରେ ମଳତ୍ୟାଗ କରେ l ତା’ ଉପରେ ମାଟି ପକାଇ ତାକୁ ଘୋଡେଇ ଦିଏ l

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in

Similar oriya story from Classics