STORYMIRROR

pranati Mahapatra

Drama Action

3  

pranati Mahapatra

Drama Action

ବିଜୟ ମହାନ୍ତି ଅନୂଭୂତିର ମଣିଷ

ବିଜୟ ମହାନ୍ତି ଅନୂଭୂତିର ମଣିଷ

1 min
250


ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଆଜି ହେଉଛି ଅଷ୍ଟମ ଦିବସ।ଖୁବ ଆଗ୍ରହ ଉତ୍ସାହର ସହ ସାତଦିନ ଅତିବାହିତ ହୋଇଯାଇଛି। ରାଜ୍ୟର ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ କଳାକାର ମାନଙ୍କୁ ଆମନ୍ତ୍ରିତ ଅତିଥି ଭାବରେ ଦେଖିବାକୁ ମିଳିଥିଲା। ଖୁବ ଆନନ୍ଦର ଦିନ ଆଜି। ଅପେକ୍ଷା କରିଛି ମୁଁ ଆଜି ମୋ ଲିଖିତ ନାଟକର ମଞ୍ଚସ୍ଥ ଦିବସ, ସେଥିରେ ପୁଣି ଅତିଥି ଆସୁଛନ୍ତି ମୋର ଅତିପ୍ରିୟ କଳାକାର ବିଜୟ ମହାନ୍ତି ମହୋଦୟ। ମୋ ବିଦ୍ୟାଳୟର ପିଲାମାନେ ନିଜ ହାତରେ ଗୋଟିଏ ସୁନ୍ଦର ଚିତ୍ର ଆଙ୍କିଛନ୍ତି ଭେଟି ଦେବେ ବିଜୟ ମହାନ୍ତିଙ୍କୁ। ମୁଁ ବି ଅପେକ୍ଷା କରିଛି ।


ଦିନ ଠିକ ଦୁଇଟା ପ୍ରାୟ। ପିଲାମାନେ ଖାଇସାରି ରିହଲସାଲ କରୁଛନ୍ତି। ମୁଁ ବି ସେଠାରେ ଥାଏ। ନାଟକର ଶୀର୍ଷକ ଥିଲା "ମମତାର ଆର୍ତ୍ତନାଦ"। ଶେଷ ଦୃଶ୍ୟ ଚାଲିଥାଏ।ହଠାତ ମଞ୍ଚ ଉପରେ ଆସି ଠିଆ ହୋଇଗଲେ ବିଜୟ ମହାନ୍ତି। ବାଃ ବାଃ ବାଃ କହି କରତାଳି ଦେଇ ଶେଷ ଦୃଶ୍ୟର ଶେଷ ଡାଇଲଗ କହୁଥିବା ପିଲାଟିକୁ କୁଣ୍ଢେଇ ପକେଇଲେ। ଆଉ ଭାବ ବିହ୍ଵଳିତ ହୋଇ କହି ପକେଇଲେ ସମସ୍ତେ ଯଦି ମାତୃମଣ୍ଡଳୀଙ୍କ ପାଇଁ ଏହି ପିଲା ଭଳି ସଂଗ୍ରାମାତ୍ମକ କଥା କହି କାମ କରନ୍ତେ, ତେବେ ମୋ ଭାରତରେ ରାମରାଜ୍ୟ ବହୁତ ଶୀଘ୍ର ଆସିଯିବ। କେବେବି ମାତୃ ଅବହେଳିତ ଅବା ବ୍ୟଭିଚାରିତ ର ଚିତ୍ର ଦୃଶ୍ୟମାନ ହେବ ନାହିଁ। ଆଜିର ଶିଶୁ କାଲିର ଭବିଷ୍ୟତ। ଏହିଭଳି ଶିକ୍ଷା ଦାନରେ ଦେଶର ପ୍ରଗତି ସମ୍ଭବ। ତେଣୁ ସମସ୍ତଙ୍କୁ ମୋର ଏହି ବାର୍ତ୍ତା କି ଏବେ ଠାରୁ ପିଲାମାନଙ୍କୁ ଏହିଭଳି ସୁଶିକ୍ଷା ଦିଅନ୍ତୁ। ତହିଁ ଉତ୍ତାରୁ ମୋ ଠାରୁ ନାଟକ ତଥା ମୋ ଲେଖା ବିଷୟରେ ଅନେକ କଥା ବୁଝିଥିଲେ ସେଦିନ ବିଜୟ ମହାନ୍ତି। ମୁଁ ତାଙ୍କୁ ମୋତେ ପ୍ରଥମ କବିତା ସଂକଳନ "ଭାବ ସମୁଦ୍ର" ଏବଂ ଗୋଟିଏ ନାଟକ ବହି ଦୈଇଥିଲି । ଭାବ ସମୁଦ୍ର ପୁସ୍ତକକୁ ମଥାରେ ଲଗାଇ ଜୟ ଜଗନ୍ନାଥ ବୋଲି କହିଥିଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama