Akshayakumar Dash

Classics


3.1  

Akshayakumar Dash

Classics


ବିଘ୍ନରାଜ

ବିଘ୍ନରାଜ

2 mins 6 2 mins 6

ଭୋରରୁ ଉଠି ସୁଚିସ୍ମିତା ଫୁଲ ତୋଳୁଛି । ମୋ ନିଦ ଭାଙ୍ଗିଲା ବେଳକୁ ଫୁଲ ତୋଳି ଘରକୁ ପଶୁଛି । ପ୍ରାତଃ ପାଞ୍ଚଟା ହେବ । ଆକାଶ ମେଘାଛନ୍ନ । ଉଠିବାକୁ ଡେରି ହେଲେ ବି ସୁଚିସ୍ମିତାର କିନ୍ତୁ ନିଦ ଆଗରୁ ଭାଙ୍ଗି ଯାଇଛି । ପିଲାଟା ଏତେ ସକାଳୁ ଉଠି ଫୁଲ ତୋଳିବାର କାରଣ କଣ ପଚାରିଲି । କହିଲା ଆଜିପରା ଗଣଶ ଚତୁର୍ଥୀ । କରୋନାର ତାଡନାରେ ଭୁଲିଯିବାକୁ ପଡିଥିବା ଆମ ପର୍ବପର୍ବାଣୀ ପାଇଁ ନିଜକୁ ଦୋଷୀ ମନେ କଲି । କହିଲି ହଁ ତ ମୁଁ ଭୁଲି ଯାଇଛି । ପଚାରିଲି, କଣ ଘରେ ପୂଜା କରିବୁ ? ହଁ ମଉସା, କାଲି ବଜାରରୁ ରାଶିଲଡୁ, କଦଳୀ, ନଡ଼ିଆ, କରିଆ, ସବୁ ପୂଜା ଜିନିଷ ଆଣିଛି । କହିଲି, ତୁମ ସ୍କୁଲରେ ଏ ବର୍ଷ ପୂଜା ତ ହେଉନି । ସେଥିପାଇଁ ଘରେ ପୂଜା କରିବୁ । ହଁ କହିଲା । କଣ ଗଣେଶଙ୍କ ମୂର୍ତ୍ତି ଆଣିଛୁ । ନା ଆମଘରେ ଠାକୁରଘରେ ପିତ୍ତଳର ଛୋଟ ମୂର୍ତ୍ତି ପୂଜା ପାଉଛନ୍ତି । ତାଙ୍କୁ ପୂଜା କରିବି । ଭଲ କଥା । କଣ କଣ ଫୁଲ ଆଣିଲୁ ? ପଚାରିଲି ଫୁଲଚାଙ୍ଗୁଡ଼ି ଦେଖେଇ କହିଲା, ଏଇଟି ବେଲପତ୍ର, ଦୁବ, କାନକୋଳି ପତ୍ର, ଅରଖ, ଆମ୍ବଡାଳ, କନିଅର, ଟରାଟ, ମନ୍ଦାର, ଚମ୍ପା, ଗୋଲାପ, ଟଗର, ସୁଗନ୍ଧରାଜ, ମଲ୍ଲୀ । ଠିକ କରୁଛୁ । ସୁଚିସ୍ମିତାକୁ କହିଲି, କଣ ତୋର ନୂଆ ପୋଷାକ ହୋଇଛି । ନା କହିଲା । ମୁଁ କହିଲି, ସ୍କୁଲରେ ପୂଜା କରିଥିଲେ ନୂଆ ପୋଷାକ କିଣିଥାଆନ୍ତୁ ନାହିଁ । ହସିଦେଲା । କହିଲି ଦେଖ ତୁ ଆଜି ଭୋରୁ ଉଠି ଫୁଲତୋଳି ଗଣେଶଙ୍କ ପୂଜା କରିବାକୁ ଯାଉଛୁ, ସେଥିପାଇଁ ତତେ ଧନ୍ୟବାଦ ଜଣାଉଛି । ଯେତେ ବାଧା ବିପତ୍ତି ଆସିଲେ ବି ଆମ ପରମ୍ପରା ଅନୁଯାୟୀ ପୂଜାପର୍ବାଣୀ କେବେ ଭୁଲି ଯିବା ଉଚିତ ନୁହେଁ । ପୂଜାବିଧି ଆମକୁ ଶାନ୍ତି ଦେବା ସହିତ ଶୃଙ୍ଖଳାର ପଥ ମଜଭୁତ କରେ । ଗଣେଶ ମହାଦେବ ଆମ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ ହେବାକୁ ଆଶୀର୍ବାଦ ଦିଅନ୍ତି । ସେଥିପାଇଁ ଅନ୍ୟ ନାମ ବିଘ୍ନରାଜ । ଦେବତାମାନଙ୍କ ଭିତରେ ଶ୍ରେଷ୍ଟ । ବେଦରେ କୁହାଯାଇଛି, ସଂସାର ସୃଷ୍ଟିର କାରଣ ଗଣପତି ନିର୍ବିନ୍ନରେ ସମସ୍ତ କାର୍ଯ୍ୟକୁ ସମାପ୍ତ କରନ୍ତି । ତେଣୁ ଆଜି ଗଣେଶ ଚତୁର୍ଥୀ ନାମରେ ପବିତ୍ର ଦିବସ ସାରା ରାଷ୍ଟ୍ରରେ ଜନମାନସରେ ଆରାଧ୍ୟ ଦିନ । ତେବେ ତୁ ଯାଇ ଗାଧୁଆ କାମ ସାରି ପୂଜାର ଆୟୋଜନ କର । ମୁଁ ମଧ୍ୟ ତତେ ସହଯୋଗ କରିବି । ସୁଚିସ୍ମିତା ଦଶମ ଶ୍ରେଣୀର ଛାତ୍ରୀ । ବିଦ୍ୟାଳୟ ବନ୍ଦ । ଘରେ ପୂଜାବିଧି ଅନୁଯାୟୀ ପାଳନ କରିବାକୁ ଆଗେଇ ଆସିଛି । ପରିସ୍ଥିତି ଯେତେ ଜଟିଳ ହେଲେବି ଶ୍ରଦ୍ଧା ଓ ଆଗ୍ରହ ଥିଲେ ପଥ ପରିଷ୍କାର ଦିଶେ । ଆଜି ଦିନର ଉଦ୍ଦେଶ୍ୟ ବିଘ୍ନଦେବ ମହାଦେବଙ୍କ ପୂଜା ଏଥିପାଇଁ କରାଯାଏ । 



Rate this content
Log in

More oriya story from Akshayakumar Dash

Similar oriya story from Classics