STORYMIRROR

pawan Mohakul

Abstract Tragedy Inspirational

3  

pawan Mohakul

Abstract Tragedy Inspirational

ବିଡମ୍ବନା

ବିଡମ୍ବନା

1 min
186

ପିଲାଟି କାନ୍ଦୁଥିବାର ଦେଖି କାରଣ ଜାଣିବାକୁ ଚାହିଁଲି

ଉତ୍ତର ଶୁଣି ଲୁହ ଆପେ ଆପେ ଆସିଗଲା ।

ପିଲାଟି କହିଲା ମୋ ବାପା ମରି ଯାଇଛନ୍ତି, ଘରେ ମୋ ମାଆ ର ଦେହ ଭଲ ନାହିଁ, ଔଷଧ ଖାଉଛନ୍ତି । ଘରେ ଖାଇବାକୁ ନାହିଁ, ମୁଁ ହୋଟେଲ୍ ରେ ଅଇଁଠା ପ୍ଲେଟ ସଫା କରି ଦୁଇ ବେଳା ଭାତ ମୁଠାଏ ଖାଉଥିଲି, କିଛି ଖାଦ୍ୟ ମାଆ ପାଇଁ ନେଉଥିଲି ।ଯାହା ପଇସା ମିଳୁଥିଲା ମାଆ ପାଇଁ ଔଷଧ କିଣି ନେଉଥିଲି । ଏବେ ମୋତେ ହୋଟେଲ ମାଲିକ ବାହାର କରିଦେଲେ ମାସକର ଦରମା ଦେଇ ।ପଚାରିଲେ କହୁଛନ୍ତି, ତୁ କାମ କଲେ ମୋତେ ପୋଲିସ୍ ବାନ୍ଧିନେବ, ହୋଟେଲ୍ ବନ୍ଦ କରିଦେବେ ।

ପଚାରିଲି କଣ ପାଇଁ ହୋଟେଲ୍ ବନ୍ଦ କରିଦେବେ !

ସେ କହିଲେ ସରକାର ନିୟମ କରିଛନ୍ତି ଛୋଟ ପିଲାମାନେ କାମ କରି ପାରିବେ ନାହିଁ, ହେଲେ ବାବୁ ମୁଁ କଣ କରିବି?

ମୁଁ ସିନା ଚଳି ଯିବି, ମୋ ମାଆ ପାଇଁ ଔଷଧ କୋଉଠୁ ଆଉ କେମିତି ଆଣିବି ?

ମୋ ମାଆ ମରିଯିବ ବାବୁ ।

ବାପ ଛେଉଣ୍ଡ ହୋଇଥିଲି ।

ମାଆ ଛେଉଣ୍ଡ ହେଇଯିବି ।

ମୋତେ ସାହାଯ୍ୟ କର ବାବୁ ।

ମୁଁ ମୋ ମାଆ କୁ ହରେଇବକୁ ଚାହୁଁନି ।

ମୁଁ କାମ କରିବି ବାବୁ କାମ କରିବି ।

"ଯଦି ଛୋଟ ପିଲାକୁ କାମ ନକରିବାକୁ ନିୟମ ଅଛି

ତେବେ ମୋ ମାଆ କୁ ବଞ୍ଚାଇବାକୁ କଣ ନିୟମ ନାହିଁ.?


ଏହା ହିଁ ଆଜିକାଲି ର ବିଡମ୍ବନା ।


Rate this content
Log in

Similar oriya story from Abstract