ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବିଡାଏ କାଠ

ବିଡାଏ କାଠ

1 min
7.3K


ଗୋଟିଏ ଚାଷୀର ଚାରୋଟି ପୁଅ ଥିଲେ । ହେଲେ ସେମାନଙ୍କ ଭିତରେ କାହାରି ବି କାହା ସାଙ୍ଗରେ ମୋଟେ ପଡୁନଥିଲା । ଓଲଟି ସେମାନେ ଖାଲି ସବୁବେଳେ ନିଜ ଭିତରେ ଝଗଡା କରୁଥାନ୍ତି ।

ଦିନେ ଚାଷୀ ଚାରୋଟି କାଠିର ଗୋଟିଏ ବିଡାନେଇ ଘରକୁ ଫେରିଲା । ତା’ର ପୁଅମାନଙ୍କୁ ପାଖକୁ ଡାକି ସେ କାଠିର ବିଡାଟିକୁ ଭାଙ୍ଗିବା ପାଇଁ କହିଲା । ପୁଅମାନେ ଯେତେ ଚେଷ୍ଟା କଲେବି ସେ ବିଡାକୁ ମୋଟେ ଭାଙ୍ଗି ପାରିଲେ ନାହିଁ । ତାପରେ ଚାଷୀ ସେ ବିଡାଟି ଖୋଲି କାଠିଗୁଡିକୁ ଅଲଗା ଅଲଗା କରି ପୁଅମାନଙ୍କୁ ଦେଲା ଏବଂ ଭାଙ୍ଗିବା ପାଇଁ କହିଲା । ପୁଅମାନେ ସେସବୁ ଅତି ସହଜରେ ଭାଙ୍ଗିଦେଲେ ।

ଏଥର ସେ ଚାଷୀ ତାର ପୁଅମାନଙ୍କୁ କହିଲା, ତୁମେ ସବୁ ଦେଖିଲ, ଯେତେବେଳ ଯାଏଁ କାଠିଗୁଡିକ ଏକାଠି ଥିଲା ତୁମେମାନେ ଭାଙ୍ଗିପାରିଲ ନାହିଁ । ସେଗୁଡିକ ଅଲଗା ହେଲା ମାତ୍ରେ ତୁମେ ତାକୁ ଭାଙ୍ଗିଦେଲ । ସେହିପରି ଯେତେଦିନ ଯାଏଁ ତୁମେମାନେ ଏକାଠି ରହିବ ତୁମର କେହି ବି କିଛି ଅନିଷ୍ଟ କରିପାରିବେ ନାହିଁ, କିନ୍ତୁ ଅଲଗା ଅଲଗା ହୋଇଗଲେ ଯିଏ ନାହିଁ ସିଏ ତମର ଅନିଷ୍ଟ କରିବା ପାଇଁ ସାହସ କରିବ ।

ଏକଜୁଟ୍ ହୋଇ ରହିବାରେ ହିଁ ଶକ୍ତିଥାଏ ।


Rate this content
Log in

Similar oriya story from Children