STORYMIRROR

Rashmiranjan Sahoo

Comedy

2  

Rashmiranjan Sahoo

Comedy

ବିବର୍ତ୍ତନ

ବିବର୍ତ୍ତନ

2 mins
484

         

ରାସ୍ତା କଡରେ ପରିସ୍ରା କଲା ବେଳେ ହଟାତ ଆବିଷ୍କାର କଲି ପାଣିରେ ଭାସୁଥିଲେ ବିଅର ବୋତଲ ଓ ତା କଡରେ ଧ୍ୟାନସ୍ଥ ବେଙ୍ଗ । ବେଙ୍ଗ ବୋଧେ ବୋତଲରେ ଏକ୍ସପାଇରୀ ଡେଟ ଖୋଜୁଥିଲା ସନ୍ଦେହରେ କିମ୍ବା ବୋତଲକୁ କେମିତି ରିସାଇକେଲ କରିପାରିବ ସେ ବିଷୟରେ ଭାବୁଥିଲା ନହେଲେ ବିଅର ଟିକେ ଚାଖଲେ କେନ୍ତା ହୁଅନ୍ତା ଭାବୁଥିଲା କଣ ।

କେମିତି ବେଙ୍ଗ ସହ କଥା ହେବି ବୋଲି ଭାବିକି ଶେଷରେ ଗୋଟେ ଉପାୟ ପାଇଲି ଆଉ ଜୋରେ ବେଙ୍ଗ ଭଳି ରଡିକଲି । ସେଇଠୁ କଣ ହେଲାନା ବେଙ୍ଗ ଚମକିପଡ଼ିଲା ଆଉ ମୁହଁ ବୁଲେଇ ମୋତେ ନେହୁରା ହେଇ ଚାହିଁଲା କହିଲା ଭାଇ ମୁଁ ଟିକେ କନଫୁଜ଼ ଅଛି ଯେ ବୋତଲର ମାଲିକ କାଲି ଏଠି ବୋତଲ ଯାକ ପିଇଲା, ପିଇଲା ପରେ ଏଇ ହିଡରେ ମୁତିଲା ଆଉ ମୁତିଲା ପରେ ବହୁତ କାନ୍ଦିଲା । ହେଲେ କାନ୍ଦିଲା କାଇଁକି ଆଉ କାନ୍ଦିଲା ବେଳେ ନିଶ୍ୱାସ ତୋ ବିନା ମୋର ଚାଲେନା ଗୀତ କାଇଁକି ଗାଉଥିଲା ।

ସେଇଠୁ ମୋ ଛାତି ଧକ କଲା । ସେଠୁ ପଳେଇବା ଭଲ ବୋଲି ଭାବିଲି । ଯାହେଲେ ମୁଁ ବି ମଣିଷ ମୋର ହୃଦୟ ଅଛି ନିଶ୍ୱାସ ଅଛି ବୟସ ବି ଅଛି ହେଲେ ପ୍ରେମ ସେ 'ଥିଲା' 'ନାଇଁ' ହୁଏତ 'ଆସିବ' ଏମିତି ସମ୍ଭାବନା ବି ଅଛି ତେଣୁ ଅଯଥା ବେଙ୍ଗ ସହ କଥା ହେଇ ପୁରୁଣା ଘା କୋରିବା ଠୁ ପଳେଇବା ଭଲ ବୋଲି ଭାବିଲି । ହେଲେ ବେଙ୍ଗ ଛାଡିବାକୁ ନାରାଜ । କଣ କଲା ନା ତା ଲମ୍ବା ଅଠାଳିଆ ଜିଭକୁ ସିଧା ମୋ ଅଣ୍ଟାରେ ଗୁଡେଇ ଦେଲା । ମୁଁ ଆଉ ଯାଏ କୁଆଡେ ।

ହଉ ବସିଲି....ଏଥର କହ କଣ ହେଲା ତାପରେ ।

ବେଙ୍ଗ କହିଲା କହିବି କଣଟା ପଚାରିଲିପା ସେ "ନିଶ୍ୱାସ ତୋ ବିନା ମୋର ଚାଲେନା ଗୀତ କାଇଁକି ଗାଉଥିଲା"

ମୁଁ କଣ କହିବି କନଫୁଜ଼ ଥିଲି....ଲାଗୁଥିଲା ବେଙ୍ଗ ଏବେ ବେତାଳ ମୁଁ ରାଜା ।

ବହୁତ ଭାବିକି କହିଲି ତୁ ବେଙ୍ଗ ତୁ ଏସବୁ ବୁଝିପାରିବୁନି। ଏସବୁ ମଣିଷ ମାନଙ୍କ କାମ ସେଇଠୁ ହୋ ହୋ ହେଇ ମଣିଷ ଭଳି ହସିଲା ବେଙ୍ଗ ।

କହିଲା ଏବେ ବୁଝିପାରିବିକି ନାଇଁ କହ । ତୋତେ କହିଲି କହିବା ପାଇଁ । ତୁ କହିବୁ । ମୁଁ ଶୁଣିବି । ବୁଝିବିକି ନାଇଁ ମୋ ଉପରେ ରହୁ ।

ମୋତେ ଲାଗିଲା ସେ ପୁରା ପପୁ ପମପମ ବାଗିଆ ମୋତେ ଦାନ୍ତ ଦେଖେଇକି ଧମକେଇଲା ହସି ହସି ।

ମୁଁ ବି କହିବାକୁ ଚେଷ୍ଟା କଲି ।

ସେତେବେଳେ ବେଙ୍ଗ ମଣିଷ ଭଳି ଶୁଣୁଥିଲା ମୁଁ ବେଙ୍ଗ ଭଳି ପେଟେଇଥିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Rashmiranjan Sahoo

Similar oriya story from Comedy