ବିବର୍ତ୍ତନ (ସମାଜ ର )
ବିବର୍ତ୍ତନ (ସମାଜ ର )


ବିବର୍ତ୍ତନ
••••••••••
ମୁନି ୮ ବର୍ଷ ର ପିଲା ଟିଏ ।ଗପ ଶୁଣିବା ତାକୁ ଭାରି ପସନ୍ଦ ।ସବୁଦିନ ଜେଜେ ଙ୍କୁ ଭାରି ହଇରାଣ କରେ ।
ଗପ କୁହ , ଗପ କୁହ କହି ଘର କଂପେଇ ଦେବ ।
ଯିଏ ଯେମିତି ବି ଗପ କହିଲେ ତାର ମନ ମାନେନି ।ସେଇ ଦରକାର ଜେଜେ ।
ଜେଜେ ଙ୍କୁ ବି ଭଲ ଲାଗେ ନାତୁଣୀ ର ଏ ଗୁଣ ।
ସେଦିନ ଥାଏ ଅକ୍ଟୋବର ୨ ।ମୁନି ବିଦ୍ୟାଳୟ ରୁ ଆସି ଭାରି ଚିନ୍ତିତ ।କଣ ଗୋଟିଏ ଭାବୁ ଥାଏ ।
ଜେଜେ - ଆଲୋ ମା , କଣ ହେଲା କି ତୋର ।
ମୁନି - ମୁଁ ତୁମ ସହ କଟି ।
ଜେଜେ _ ଆଲୋ କାହିଁକି ।
ମୁନି __ ତୁମେ ମୋତେ ଏତେ ଗପ କହିଛ , କିନ୍ତୁ ଆଜି ଯାହା ଙ୍କ ଜନ୍ମ ଦିନ , କାହିଁ ତାଙ୍କ କଥା କହିନ ତ ।
ଜେଜେ __ ଓହୋ ।ଆମ ବାପୁଜୀ ।
ହେଲେ ତୁ କେମିତି ଜାଣିଲୁ ତାଙ୍କ କଥା ।
ମୁନି __ ଆଜି ପରା ସ୍କୁଲ ରେ ତାଙ୍କ କଥା ଆଲୋଚନା ହେଲା ।
ଜେଜେ __ ହଉ ତେବେ ଶୁଣ ।ମୁଁ କହୁଛି ।
ବାପୁଜୀ ଅହିଂସା ବଳ ରେ ଆଜି ଦେଶ କୁ ସ୍ଵାଧୀନ କାରେଇଛନ୍ତି । ସେଇପାଇଁ ତାଙ୍କୁ ଜାତିର ପିତା କୁହାଯାଏ ଆଉ କସ୍ତୁରବା ତାଙ୍କ ସ୍ତ୍ରୀ , ଯାହାଙ୍କୁ ଜାତିର ମାତା କୁହା ଯାଏ ।
ବାପୁଜୀ ସବୁବେଳେ କହିଥାନ୍ତି ଯେ
__ ଖରାପ୍ ଖରାପ୍ କଥା ଶୁଣିବା ନି ।
__ ଖରାପ୍ ଦେଖିବା ନି ।
___ ଖରାପ୍ କହିବାନି ।
ଭାରତ କୁ ରାମ ରାଜ୍ୟ କରିବା ତାଙ୍କର ସ୍ବପ୍ନ ଥିଲା ।
ଯେଉଁ ତିନି ମାଙ୍କଡ ବସନ୍ତିନି କି ମୂର୍ତ୍ତି ରେ ଦେଖିଛୁ ନା ...
ଜଣେ ପାଟି ବନ୍ଦ କରିଥିବ ,
ଜଣେ ଆଖି ବନ୍ଦ କରିଥିବ ,
ଜଣେ କାନ ବନ୍ଦ କରିଥିବ .।
ସେମାନେ ପରା ସେଇ କଥା ଜଣାନ୍ତି ।
କିନ୍ତୁ ଏବେ ବହୁତ୍ କିଛି ବଦଳି ଗଲାଣି ଲୋ ।
ଯିଏ ଖରାପ୍ କଥା କହୁଛି , ମିଛ କହୁଛି ସିଏ ହିଁ ଆଗରେ ଅଛି ।
ଯିଏ ଖରାପ୍ ଦେଖୁଛି , ଅନ୍ୟ କୁ ଲୋଟୁଛି ସିଏ ହିଁ ଆଗକୁ ବଢୁଛି ।
ଯିଏ ଖରାପ୍ ଶୁଣୁଛି ସିଏ ହିଁ ଚଟୁକାର କାମ କରୁଛି ।
କିନ୍ତୁ ସେ ସବୁ ଭଲ ନୁହେଁ ।
ସତ କହୁଥିବା ଲୋକ ଖାଲି କାନ୍ଦୁଛି ।
ସତ ଶୁଣିଥିବା ଲୋକ କୁ ସତ କହିବାକୁ ଦିଆ ଯାଉନି ।
ସତ୍ୟ ର ଜୟ ସ୍ଥାନ ରେ ମିଛ ରାଜୁତି କରୁଛି ।
ତେଣୁ ଆମ ସମାଜ ରେ ସଂସ୍କୃତି ର ବିବର୍ତ୍ତନ କିଛି ଖରାପ୍ ଦିଗ ରେ ହୋଇ ଗଲାଣି ।
ମୁନି ____ କଣ କରିବା କି ଆମେ ...?
ଜେଜେ __ ଆମେ ହିଁ ଦେଶ କୁ ଭଲ ବାଟରେ ନେବା ।
ତୁ ଆମର ଭବିଷ୍ୟତ ।ତୁ ଏବେ ଠୁ ସତ୍ୟ , ନ୍ୟାୟ , ଧର୍ମ ରାସ୍ତା ରେ ରହିବୁ ।
ଗାନ୍ଧୀ ଙ୍କ ତିନି ନିୟମ କୁ ମାନିବୁ ।
ଖରାପ୍ କୁ ପ୍ରତିରୋଧ କରିବୁ ।
ଯେତେ କଷ୍ଟ ହେଲେ ବି ନ୍ୟାୟ ରାସ୍ତା ରେ ଚାଲିବୁ , ତେବେ ଯାଇ ଦେଶ ଆଗେଇବ ।
ଗାନ୍ଧୀ ଙ୍କ ର ସେ ନୀତି କୁ ଖାଲି ସେ ମୂର୍ତ୍ତି ରେ ରଖିବାନି ।
ଦେଶ ର ଉନ୍ନତି ରେ ଏ ସବୁ ନିୟମ କୁ ଫୁଲ କରି ବିଛଣା କରେଇ ଦେବା।
ଯେଉଁ ବିବର୍ତ୍ତନ ଧ୍ବଂସ ଆଡ଼କୁ ଯାଉଛି ତାକୁ ପୁଣି ଥରେ ଉନ୍ନତି ପଥ କୁ ନେବା ।
ବୁଝିଲୁ କି ନାହିଁ ।
ମୁନି __ ହଁ ହଁ ବୁଝିଲି ।
ମୁଁ ଯାଏ ମା ପାଖକୁ କାଲି ଗୋଟେ ମିଛ କହିଥିଲି ସେଇଟା କୁ କ୍ଷମା ମାଗେ ଆଉ ସତ ଟା କହି ଆସେ ।
ମୁନି ଦଉଡ଼ି ଚାଲିଗଲା ।
ଆଉ ଜେଜେ ଭାବୁଥିଲେ ଏମିତି ଯଦି ସମସ୍ତେ ବୁଝି ଯାନ୍ତେ ତେବେ
ସତରେ ରାମ ରାଜ୍ୟ ସୃଷ୍ଟି ହୋଇ ପାରନ୍ତା ।
ଆମେ ବି ଶପଥ ନେବା କଥା ଖରାପ୍ କହିବାନି , ଶୁନି ବାନି , ଦେଖି ଵାନି ।
ସତ୍ୟ ର ଫୁଲ କୁ ବିଛେଇ ଦେବା , ନ୍ୟାୟ ର କାର ପେଟ ବିଛେଇ ଦେବା ।
ତେବେ ଯାଇ ଏ ବିବର୍ତ୍ତନ ଦେଶ ର ଉନ୍ନତି ରେ ଯାଇ ପାରିବ ।
ପୁଣି ମୁନି ଦଉଡ଼ି ଆସି କହିଲା ,, ଜାଣିଛ ଜେଜେ ମା ଖୁସି ହୋଇଗଲେ , ଆଉ ଏ ଗପ ଟା ସବୁଠୁ ଭଲ ଗପ ଥିଲା ।ମୋ ଗେହ୍ଲା ଜେଜେ ପରା , ଏମିତି ସବୁଦିନ ଗପ କହିବ ।
ଜେଜେ ହଁ ମାରି ନାତୁଣୀ ର ମୁଣ୍ଡ କୁ ଆଉଁଶୁ ଥିଲେ ଆଉ କହୁଥିଲେ ହଁ କହିବି କିନ୍ତୁ ତୁ ମୋତେ କଥା ଦେବୁ ଗାନ୍ଧୀ ଙ୍କ ତିନି ମାଙ୍କଡ ପରି ତୁ ବି ହେବୁ....... ।