Trushna Das

Inspirational

3  

Trushna Das

Inspirational

ବିଭିନ୍ନତା ମଧ୍ୟରେ ଏକତା

ବିଭିନ୍ନତା ମଧ୍ୟରେ ଏକତା

6 mins
157


ରାନୁ ଖୁଡୀ ଓ ଶ୍ରବଣ କାକାଙ୍କର ଗୋଟିଏ ବୋଲି ପୁଅ ନିହାର। ରାନୁ ଖୁଡୀ ଓ ଶ୍ରବଣ କାକା ବହୁତ ପୁରୁଣା କାଳିଆର ମନ ଭାବର ଲୋକ। ସେ କେବେ ଗାଁରୁ ବାହାରକୁ ଯାଇ ନ ଥିଲେ। ସେମାନେ ସବୁବେଳେ ଜାତିଭାବ ମନରେ ରଖୁ ଥିଲେ। ଧର୍ମ ନେଇ ତାଙ୍କ ମନରେ ବହୁତ କଥା ଚାଲି ଥାଏ। ନିହାର ଗାଁ ବିଦ୍ୟାଳୟରେ ପାଠ ପଢା ସାରି ସହରରେ ପାଠ ପଢି ବଡ଼ ବୈଜ୍ଞାନିକ ହେଲା। ଆଉ ସହରରେ ପାଠ ପଢା ସରିଲା ପରେ ବିଭିନ୍ନ ପରୀକ୍ଷା ଦେଇ ସେ ମୁମ୍ବାଇରେ ବୈଜ୍ଞାନିକ ଭାବରେ ଚାକିରୀଟିଏ ପାଇଛି। 


ନିହାର ଯେତେବେଳେ ମୁମ୍ବାଇରେ ଚାକିରୀ କଲା ରାନୁ ଖୁଡୀ ଓ ଶ୍ରବଣ କାକା ସେଥିରେ ଖୁସି ନ ଥିଲେ। ତାଙ୍କର ମନରେ ଥିଲା ଯେ ସେଇଥି ବେଶୀ ମୁସଲମାନ ଲୋକ ରୁହନ୍ତି। ମୁମ୍ବାଇ ଗଲେ ଧର୍ମ ଜାତି ଭ୍ରଷ୍ଟ ହେବ। ତଥାପି ନିହାର ବାପା ମାଆଙ୍କୁ ବୁଝାଇ ମୁମ୍ବାଇ ଗଲା। ମୁମ୍ବାଇ ଯିବା ସମୟରେ ତାକୁ ତା ବାପା ମାଆ ବାରମ୍ବାର ଗୋଟିଏ କଥା କହି ଥିଲେ ଯେ ତୁ କେବଳ ହିନ୍ଦୁ ହୋଟେଲରେ ହିଁ ଖାଇବୁ। ମୁସଲମାନଙ୍କୁ ଛୁଇଁବୁ ନାହିଁ। ସେମାନଙ୍କୁ ଛୁଇଁଲେ ଆମ ବ୍ରାହ୍ମଣ ପଇତା ମାରା ପଡିବ। ଆମ ପୂର୍ବ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ। ଯଦି ବି ତୁ ଛୁଇଁ ଦେବୁ ଗୋବର ପାଣି ବୋତଲ ରଖି ଥାଆ ।ସାଙ୍ଗେ ସାଙ୍ଗେ ନିଜ ଉପରେ ଛିଞ୍ଚି ହେବୁ। ଯଦି କୌଣସି ଝିଅକୁ ଭଲ ପାଉ ଯେମିତି ସେ ଆମ ବ୍ରାହ୍ମଣ ଘରର ଝିଅ ହୋଇ ଥିବ। ଏମିତି ନାନା କଥା ସେମାନେ ନିହାରକୁ ବୁଝାଇଛନ୍ତି।


ନିହାର ବାପା ମାଆଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛି ଯେ ଏ ଜାତି ଧର୍ମ ଛୁଆଁ ଅଛୁଆଁ ଏ ସବୁ ଆଉ ନାହିଁ। ଆମେ ସବୁ ଏକ। ଆମର ପରିଚୟ କହିଲେ ଆମେ ଭାରତୀୟ।ହେଲେ ସେମାନେ ବୁଝିଲେ ନାହିଁ। ଶେଷରେ ନିହାର ତାଙ୍କ କଥାରେ ହଁ ମାରିଲା। ତାପରେ ଯାଇ ନିହାରଙ୍କୁ ସେମାନେ ମୁମ୍ବାଇ ଯିବା ପାଇଁ ଦେଲେ।


ମୁମ୍ବାଇରେ ନିହାରଙ୍କ ସହ ଟିଆର ଦେଖା ହେଲା। ଟିଆ ମଧ୍ୟ ନିହାର ସହ ବୈଜ୍ଞାନିକ ଭାବରେ କାମ କରୁ ଥାଏ। ଟିଆ ମରାଠି ବ୍ରାହ୍ମଣ ଘରର ଝିଅ। ହେଲେ ମୁମ୍ବାଇରେ ବଢ଼ି ଥିବାରୁ ସେ ଧର୍ମ ଜାତି ପ୍ରଥା ମାନେ ନାହିଁ। ନିହାର ସିନା ବାପା ମାଆଙ୍କୁ ହଁ କହିଥିଲା ଯେ ସେ ଧର୍ମଜାତି ପ୍ରଥା ମାନିବ ବୋଲି ହେଲେ ସେ ସବୁକୁ ବିଶ୍ୱାସ କରୁ ନ ଥାଏ।‌ଏମିତି ବି ତା ଅଫିସରେ ତ ଅଧା ମୁସଲମାନ। ସେ ସବୁ ହୋଟେଲରେ ଖାଏ। ମନ୍ଦିର ମସଜିଦ ସବୁଆଡେ ଯାଏ। ଧିରେ ଧିରେ ଟିଆ ସହ ନିହାର ପ୍ରେମ ସମ୍ପର୍କ ଦୃଢ ହେଲା। ଆଉ ଦୁହେଁ ବିବାହ କରିବାର ସ୍ଥିର କଲେ। ଏ କଥା ସେ ଫୋନରେ ତା ବାପା ମାଆଙ୍କୁ କହିଲା। ଓଡ଼ିଆ ଝିଅ ନ ହୋଇ ଥିବାରୁ ସେମାନେ ପ୍ରଥମେ ମନ ଊଣା କରୁ ଥିଲେ । ପୁଣି ନିଜ ମନକୁ ବୁଝାଇ ନେଲେ ଯେ ଯାହା ହେଲେବି ବ୍ରାହ୍ମଣ ଘରର ଝିଅ। ଯାହା ହେଲେ ବି ତା ମଧ୍ୟରେ ବ୍ରାହ୍ମଣ ସଂସ୍କାର ଥିବ। ଶେଷରେ ସେମାନେ ଏ ବିବାହ ପାଇଁ ରାଜି ହେଲେ।


ନିହାର ଛୁଟି ନେଇ ଘରକୁ ଆସିଲା ତା ବାପା ମାଆଙ୍କୁ ନେବା ପାଇଁ। ରାନୁ ଖୁଡୀ ଓ ଶ୍ରବଣ କାକା ଯିବା ସମୟରେ ଗୋଟିଏ ଟ୍ରାଭେଲ୍ ବାସ୍କେଟ ଧରିଲେ। ସେମାନେ ନିହାର ସହ ବସରେ କଲୋକଟା ଗଲେ। କଲୋକଟାରୁ ଟ୍ରେନ ଧରିଲେ। ଏସି ସେମାନଙ୍କୁ ସୁହାଇବ ନାହିଁ ବୋଲି ସ୍ଲିପର୍ କୋଚରେ ଟିକଟ ହୋଇଛି। ପାଖ ସିଟ ଦୁଇଟି ଖାଲି ଅଛି। ରାତି ସମୟରେ ଟ୍ରେନ ଧରିଲେ। ଆଉ ବିଛଣା କରି ଶୋଇଗଲେ। ସକାଳୁ ଉଠି ସେମାନେ ଦେଖୁଛନ୍ତି ଯେ ତାଙ୍କ ପାଖ ସିଟରେ ଦୁଇ ଜଣ ମୁସଲମାନ ବୃଦ୍ଧ ଦମ୍ପତ୍ତି ବସିଛନ୍ତି। ମୁସଲମାନ ଦେଖି ରାନୁ ଖୁଡୀ ଓ ଶ୍ରବଣ କାକାଙ୍କ ମୁଣ୍ଡ ଖରାପ ହୋଇ ଗଲା। ରାନୁ ଖୁଡୀ ଟ୍ରାଭେଲ ବାସ୍କେଟକୁ ଜୋରରେ‌ ଜାବୁଡ଼ି ଧରିଲେ ଆଉ ମନେ ମନେ ଭାବୁ ଥାଆନ୍ତି ଆହୁରି ଚବିଶ ଘଣ୍ଟା କେମିତି ଆମେ ଦିନ କାଟିବୁ। ନିହାର ସେ‌‌ ମୁସଲମାନ ଦମ୍ପତ୍ତିଙ୍କୁ ପଚାରିଲା ଆପଣ କୁଆଡେ ଯାଉଛନ୍ତି। ମୁସଲମାନ ବୃଦ୍ଧ ଜଣକ କହିଲେ ମୁଁ ରହିମ। ଏ ମୋ ବେଗମ୍ ହେନା।ମୋ ପୁଅ ଆଲମ ପାଖକୁ ଯାଉଛି। ତା ବେଗମର ଛୁଆ ହେବ ତ।


ରାନୁ ଖୁଡୀ ଓ ଶ୍ରବଣ କାକା ମନେ ମନେ ନିହାରଙ୍କ ଉପରେ ରାଗୁ ଥାଆନ୍ତି। କାରଣ ସେ ମୁସଲମାନଙ୍କ ସହ କଥା ହେଉ ଥାଆନ୍ତି। ରାନୁ ଖୁଡୀ ଟ୍ରେନର‌ କିଛି ଜିନିଷ ଖାଇବେ ନାହିଁ ବୋଲି ମନା କଲେ। ସେ ଦିନ ସାରାକ ସାଙ୍ଗରେ ଆଣି ଥିବା ଖାଦ୍ୟ ତାଙ୍କ ଟ୍ରାଭେଲ୍ ବାସ୍କେଟରୁ କାଢି ଖାଇଲେ। ଆଉ ଟିକିଏ ପରେ ଟିକେ ସେ ତିନି ଜଣଙ୍କ ଉପରେ ଗୋବର ପାଣି ବାସ୍କେଟରୁ କାଢି ଛିଞ୍ଚୁ ଥାଆନ୍ତି। ରାତିରେ ହେନା ମାଉସୀଙ୍କ ଦେହ ଖରାପ ହେବାରୁ ରହିମ ମଉସା ବ୍ୟାଗରୁ ଔଷଧ କାଢୁ ଥାଆନ୍ତି। ସେଇ ସମୟରେ ସେ ବଳ ହେବାରୁ ବ୍ୟାଗ୍ ଟାଣି କାଢି ପାରିଲେ ନାହିଁ। ନିହାର ତାଙ୍କୁ ସାହାଯ୍ୟ କଲା ଓ ବ୍ୟାଗରେ ଔଷଧ କାଢି ଦେଲା। ଏ ସବୁ ଦେଖି ରାନୁ ଖୁଡୀ ଓ ଶ୍ରବଣ କାକା ମୁଣ୍ଡରେ ହାତ ଦେଲେ। ଶ୍ରବଣ କାକା ନିହାରକୁ ବାଥରୁମ ଆଡ଼କୁ ଡାକି ନେଇ ପୁରା ଗୋବର ପାଣି ଛିଞ୍ଚି ପିଇବା ପାଇଁ କହିଲେ। ନିହାର କିନ୍ତୁ ପିଇବା ପାଇଁ ମନା କଲା। ଏ କଥାରେ ଶ୍ରବଣ କାକା ଅସନ୍ତୁଷ୍ଟ ହେଲେ।


ଯାହା ଯେମିତି ସକାଳ ହେଲା। ଟ୍ରେନ ଯାଇ ‌ମୁମ୍ବାଇ ସିଏଷ୍ଟି ଷ୍ଟେସନରେ ଅଟକିଲା। ନିହାର ନିଜର ସବୁ ବ୍ୟାଗ କାଢ଼ିବା ପରେ ବୃଦ୍ଧ ମୁସଲମାନ ଦମ୍ପତ୍ତିଙ୍କ ବ୍ୟାଗ ବି କାଢିଲା। ରାନୁ ଖୁଡୀ ମନେ ମନେ ରାଗି ପଞ୍ଚମ ହେଲେଣି।


ହିନ୍ଦୁ ଟେକ୍ସିରେ ଯିବେ କହି ଅଧା ଘଣ୍ଟା ଛିଡ଼ା ହେଲା ପରେ ଯାଇ ଗୋଟିଏ ଟେକ୍ସିରେ ଗଣେଶ ବାବାଙ୍କ ଫୋଟୋ ଦେଖି ବସିଲେ। ହେଲେ ଟ୍ରାଭେଲ୍ ବାସ୍କେଟକୁ ରାନୁ ଖୁଡୀ ଛାଡୁ ନ ଥାଆନ୍ତି।ହେଲେ କିଛି ସମୟ ଗଲା ପରେ ଜାଣିଲେ ଯେ ସେ ଡ୍ରାଇଭର ଜଣକ ମୁସଲମାନ। 


ନିହାରର ଫ୍ଲାଟରେ ପହଞ୍ଚିଲେ। ମୁସଲମାନ ଡ୍ରାଇଭର ତାଙ୍କ ବ୍ୟାଗ ସବୁ ଧରି ଥିବାରୁ ସବୁ ବ୍ୟାଗକୁ ଓ ତା ମଧ୍ୟରେ ଥିବା ଜିନିଷ ଓ ଲୁଗା ପଟା ସବୁକୁ ଧୋଇବାରେ ଲାଗିଲେ କାକା ଓ ଖୁଡୀ। ନିହାର ହୋଟେଲରୁ ଖାଇବା ମଗାଇ ଦେବ କହିବାରୁ ରାନୁ ଖୁଡୀ କହିଲେ ସେ ନିଜେ ରୋଷେଇ କରିବେ। ନିହାର ସବୁ ଖାଇବା ସାମଗ୍ରୀ ଆଣି ଦେଇ ମୁଢୀ ମିକ୍ସଚର ଖାଇ ଅଫିସ ଗଲା। ଆଉ କହିଲା ଦେଲା ବାହାରିକି ଥିବା ପାଇଁ ସେମାନେ ସନ୍ଧ୍ୟାରେ ଟିଆର ଘରକୁ ଯିବେ। ସନ୍ଧ୍ୟାରେ ଟିଆର ଘରକୁ ଗଲେ। ଟିଆ ଓ ତାର ପରିବାର ଲୋକ ରାନୁ ଖୁଡୀ ଓ ଶ୍ରବଣ କାକାଙ୍କୁ ଭଲ ଲାଗିଲା। ଦୁଇ ଦିନ ପରେ ମାନେ ଶୁକ୍ରବାର ଦିନ ଗଣେଶ ମନ୍ଦିରରେ ଲଗ୍ନଧରା କରିବାର ସ୍ଥିର କଲେ। ଟିଆ କାକା ଖୁଡୀ ଓ ନିହାରଙ୍କୁ ଛାଡ଼ିବା ପାଇଁ ତଳକୁ ଆସିଲା। ସେଇ ସମୟରେ ଗୋଟିଏ ମୁସଲମାନ ଛୁଆଟା ଗାଡ଼ି ସାମ୍ନାରେ ଆସି ଯାଉ ଥିବା ଦେଖି ତାକୁ ଧାଇଁ ଯାଇ ଟେକି ଆଣି ରାସ୍ତା କଡ଼ରେ ଛିଡ଼ା କଲା। ତାପରେ ଗୋଟିଏ ଖ୍ରୀଷ୍ଟିଆନ ଝିଅଟି ଆସି ଟିଆକୁ କୁଣ୍ଢେଇ କହିଲା ଦିଦି ମୁଁ ଆଜି ଡାନ୍ସ ପ୍ରତିଯୋଗିତାରେ ଫାଷ୍ଟ ହେଇଛି। ସେ ମିଠା କାଢି ଟିଆକୁ ଖୁଆଇ ଦେଲା। ଏ ସବୁ ରାନୁ ଖୁଡୀ ଓ ଶ୍ରବଣ କାକା ଦେଖି ଆଶ୍ଚର୍ଯ୍ୟ ହେଲେ। ଆଉ ତାଙ୍କୁ ଲାଗିଲା ଯେମିତି ତାଙ୍କ ଗୋଡ଼ ତଳୁ ମାଟି ଖସି ଯାଉଛି। ଘରକୁ ଆସି ନିହାରକୁ ରାନୁ ଖୁଡୀ କହିଲେ ତାକୁ କହି ଦେବୁ ଆମ ଘରକୁ ବିବାହ କରି ଆସିଲା ପରେ ଏ ସବୁ ଚଳିବ ନାହିଁ। ନିହାର କିଛି ନ କହି ଶୋଇବା ପାଇଁ ଗଲା।


ଲଗ୍ନଧରା ଦିନ ଆସିଲା। ସମସ୍ତେ ଗଣେଶ ମନ୍ଦିର ଯାଇ ପହଞ୍ଚିଲେ। ମନ୍ଦିର ପାଖରେ ମସଜିଦ । ରହିମ ମଉସା ଓ ଆଲମ କୋରାନ୍ ପଢିବା ପାଇଁ ଯାଉ ଥିଲେ। ସେଇ ସମୟରେ ନିହାରକୁ ଦେଖି ରହିମ ମଉସା ନିହାରକୁ ଡାକିଲେ। ନିହାର ଯାଇ ତାଙ୍କୁ ପ୍ରଣାମ କଲା। ରାନୁ ଖୁଡୀ ଏ ସବୁ ଦେଖି ରାଗି ଯାଉ ଥାଆନ୍ତି। ନିହାର ସେମାନଙ୍କୁ ତା ଲଗ୍ନଧରା ପାଇଁ ଡାକିବାରୁ ସେମାନେ କହିଲେ କୋରାନ ପଢି ଫେରିବା ବେଳକୁ ସେମାନେ ଦେଖା କରିବେ।


ସେଠାରୁ ଆସିବା ପରେ ରାନୁ ଖୁଡୀ ସାଙ୍ଗରେ ଧରି ଥିବା ଟ୍ରାଭେଲ୍ ବିସ୍କେଟରୁ ଗୋବର ପାଣି କାଢି ନିହାର ଉପରେ ଛିଞ୍ଚିଲେ। ତାପରେ ଲଗ୍ନଧରା ହେଲା। ଠିକ ଲଗ୍ନଧରା ସରିଛି ମନ୍ଦିର ଆଡ଼କୁ ରହିମ ମଉସା ଓ ଆଲମ ଯାଉଛନ୍ତି। ପୋଲିସ ମାଇକରେ କହିଲା ମନ୍ଦିର ଓ ମସଜିଦ ଖାଲି କର । ସେଠାରେ ଆତଙ୍କବାଦୀ ମାନେ ବୋମା ରଖିଛନ୍ତି। ଏ କଥା ଶୁଣି ଠେଲା ପେଲା ଲାଗିଲେ। ନିହାର ଓ ଟିଆ ତା ବାପା ମାଆଙ୍କୁ ଓ ପରିବାର ଲୋକଙ୍କୁ ନେଇ ବାହାରି ଆସି ଥାଆନ୍ତି । ନିହାର ଦେଖିଲେ ଯେ ତା ବାପା ନାହାଁନ୍ତି। ସେ ଘୁରି ଦେଖିଲା ବେଳକୁ ତା ବାପା ସେଇ ଟ୍ରାଭେଲ ବାସ୍କେଟ ଆଣିବା ପାଇଁ ମନ୍ଦିର ଆଡ଼କୁ ଯିଉଛନ୍ତ। ରହିମ ମଉସା ସେ ବାସ୍କେଟ ଧରି ତା ବାପାଙ୍କ ପାଖକୁ ଆସୁଛନ୍ତି। ଏତିକି ବେଳେ ଶ୍ରବଣ କାକା ତଳେ ପଡି ଯାଇଛନ୍ତି। ଆଉ ଠେଲାପେଲାରେ ମୁଣ୍ଡ ଫାଟି ଯାଇଛି। ରହିମ ମଉସା ତାଙ୍କୁ ଉଠାଉଛନ୍ତି। ସେପଟେ ଆଲମ ବ୍ରାହ୍ମଣମାନଙ୍କ ସହ ମିଶି ଗଣେଶ ମୂର୍ତ୍ତିକୁ ଉଠାଇ ସୁରକ୍ଷା ସ୍ଥାନକୁ ନେଉଛି।


ଶ୍ରବଣ କାକାଙ୍କୁ ଡାକ୍ତରଖାନା ନେବା ସମୟରେ ପୋଲିସ ସେ ଟ୍ରାଭେଲ୍ ବାସ୍କେଟକୁ ଯାଞ୍ଚ ପାଇଁ ନେଇ ଗଲା। ଶ୍ରବଣ କାକାଙ୍କ ଚେତା ଆସିଲା ବେଳକୁ ସେ ଦେଖିଲେ ଆଲମ ତାଙ୍କୁ ରକ୍ତ ଦେଉଛି। କାରଣ "ଓ" ନେଗେଟିଭ ରକ୍ତ ମିଳିବା କଷ୍ଟ ଥିଲା। ନିହାର ଯାଇ ମାଆ ଓ ବାପାଙ୍କୁ କହିଲା ଏବେ କ'ଣ କରିବା ମୁସଲମାନର ରକ୍ତ ଯେ ବାପାଙ୍କ ଦେହରେ ପ୍ରବାହିତ ହେଉଛି। ଆଉ ସେ ଗୋବର ପାଣି ଥିବା ଟ୍ରାଭେଲ୍ ବାସ୍କେଟ ବି ପୋଲିସ ନେଇ ଯାଇଛି।


ରାନୁ ଖୁଡୀ ଓ ଶ୍ରବଣ କାକା ନିଜ ଭୁଲ ବୁଝି ପାରିଲେ। ସେ ଆଲମକୁ ଡାକି କୁଣ୍ଢାଇ ଗେହ୍ଲା କଲେ। ଆଉ କହିଲେ ଜାତି ଧର୍ମ ଭେଦଭାବ ସବୁ ଭୁଲ। ଆମେ ହେଉଛୁ ଭାରତୀୟ ଆଉ ଆମେ ସବୁ ଏକ। ବିଭିନ୍ନତା ମଧ୍ୟରେ ଏକତା ଆଜି ମୁଁ ବୁଝୁଛି । ଆଲମ ସେଇ ସମୟରେ କହିଲା କାକା ଏବେ ମୋତେ ଫୋନ ଆସିଥିଲା ମୋର ଝିଅ ହୋଇଛି। ଆପଣ ମୋ ଝିଅକୁ ଆଶୀର୍ବାଦ ଦେବେ ନା। ଶ୍ରବଣ କହିଲେ ନିହାତି ନା। ଆମେ ସବୁ ତୁମ ଘରକୁ ଯାଇ ତୁମ ବେଗମ୍ ଆଉ ଝିଅକୁ ଆଶୀର୍ବାଦ ଦେବା।



Rate this content
Log in

Similar oriya story from Inspirational