Kalpana Kumari Pradhan

Inspirational

4.8  

Kalpana Kumari Pradhan

Inspirational

ବିବେକ

ବିବେକ

2 mins
790


ହରିଶ ବାବୁ ଏକ ସୁନ୍ଦର କୁକୁର ଟିଏ ପାଳି ଥିଲେ l ଯାର ନାମ ଥିଲା ମୋତି l ଲମ୍ବା ଲମ୍ବା କାନ ସାଙ୍ଗକୁ ଆକର୍ଷଣୀୟ ଚେହେରା l ଭାରି ମେଳାପି କାହାକୁ ଦେଖିଲେ ଭୁକେନି l ସେ ନିଜର ଛୁଆ ଭଳି ତାକୁ ପାଳନ୍ତି l ସେ କେବେ ତାକୁ ଆମିଷ ଖାଇବା କୁ ଦିଅନ୍ତିନି l କ୍ଷୀର ଭାତ ତାର ଭାରି ପସନ୍ଦ l ଯେପରି ଖାଦ୍ୟ ସେପରି ପ୍ରବୃତ୍ତି ଭଳି ଭାରି ଶାନ୍ତ ସ୍ଵଭାଵ ର ଥିଲା ସେ l ଯିଏ ବି ତାକୁ ଦେଖେ ସ୍ନେହ ରେ ତା ପିଠି କୁ ଆଉଁସି ଦିଏ l

ପ୍ରତିଦିନ ଅଫିସ କାମ ସାରି ଫେରିଲା ପରେ ହରିଶ ବାବୁ ତାକୁ ଧରି ଏକ ଉଦ୍ୟାନ କୁ ବୁଲିବାକୁ ଯାନ୍ତି l ସେଠି ହରିଶ ନିଜର ବନ୍ଧୁ ମାନଙ୍କ ସହ ବାର୍ତ୍ତାଳାପ କଲା ମଧ୍ୟରେ ମୋତି ମଧ୍ୟ ବନ୍ଧୁ କରି ନେଇ ଥାଏ ଦୁଇ ବତକ ସହ l ସେମାନ ଙ୍କ ସହ ଖେଳି ଖୁବ ଖୁସି ହୋଉଥିଲା ମୋତି l ସେଠାରେ ଥିବା ଲୋକ ମାନେ ଖାଦ୍ୟ ଖାଦକ ର ଏପରି ମଧୁର ସମ୍ପର୍କ ଦେଖି ଆଚମ୍ବିତ ହୁଅନ୍ତି l

ଦିନେ ହରିଶ ବାବୁ ଙ୍କୁ ଅଫିସ କାମରେ ବାହାରକୁ ଯିବାକୁ ପଡିଲା l ତେଣୁ ସେ ମୋତି ର ଦାୟିତ୍ୱ ଘରକାମ କରିବାକୁ ଥିବା ମାଧବ ହାତରେ ଦେଲେ l ସନ୍ଧ୍ୟା ରେ ତାକୁ ବୁଲାଇ ଆଣିବୁ ବୋଲି ମଧ୍ୟ କହିଗଲେ, ତା ସାଙ୍ଗ ମାନଙ୍କୁ ନ ଦେଖିଲେ ସେ ଠିକ ସେ ଖାଇବନି l

ସେ ଦିନ କିନ୍ତୁ ମାଧବ ଗତ ରାତିରେ ବଳି ଥିବା ଆମିଷ ତରକାରୀ ତାକୁ ଖାଇବା କୁ ଦେଲା l ପ୍ରଥମେ ସେ ଖାଇଲା ନାହିଁ କିନ୍ତୁ ଯେତେବେଳେ ତାକୁ ଜୋର ରେ ଭୋକ ଲାଗିଲା ସେ ଖାଇଲା l ଭଲ ବି ଲାଗିଲା ତାକୁ ସେ ପୂର୍ଵ ରୁ କେବେ ଏ ସ୍ୱାଦ ପାଇ ନଥିଲା l

ସନ୍ଧ୍ୟା ରେ ସବୁଦିନ ପରି ଉଦ୍ୟାନ କୁ ଗଲା l ବତକ ଦି ଟା ବି ଖୁସି ରେ ଦୌଡ଼ି ଆସିଲେ ତା ପାଖକୁ l ସବୁଦିନ ପରି ମୋତି ର ଦେହ ରେ ଲୋଟି ପଡି ଖେଳ କୁଦ କରିବାକୁ ଲାଗିଲେ l କିନ୍ତୁ ଆଜି କାହିଁକି କେଜାଣି ମୋତି କୁ ଏକ ଅଲଗା ଭାବନା ଘାରୁଥାଏ l ଯେତେବେଳେ ସେମାନେ ମୁହଁ ପାଖକୁ ଆସି ଗେଲ ହେଉଥିଲେ ଇଚ୍ଛା ହୋଉଥିଲା ମୋତି ର ତା ବେକକୁ କାମୁଡି ଧରିବାକୁ l ଧୀରେ ଧୀରେ ତାର ଏ ଭାବନା ତୀବ୍ର ହେବାକୁ ଲାଗେ l ଲହ ଲହ ଜିହ୍ୱା ପ୍ରସାରି ସେ ଯେବେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହୁଏ ବତକ ଦୁହେଁ ବଲ ବଲ ହୋଇ ଚାହିଁ ରହିଥାନ୍ତି l ତାଙ୍କରି ଏଇ ସରଳ ମୁହଁ ଏବଂ ବିଗତ ଦିନର ସ୍ମୃତି ନାଚି ଉଠେ ମୋତି ଆଗରେ l ହିଂସ୍ରତା ର ବସବର୍ତ୍ତୀ ହେବାକୁ ଯାଉଥିବା ମନ ଟା ତାର ପରାହତ ହୁଏ ବିବେକ ର ପ୍ରହାର ରେ l ପୁଣି ସ୍ନେହ ରେ ତାଙ୍କୁ ଆପଣେଇ ନିଏ l

ପଶୁ ଟିଏ ହେଇ ମଧ୍ୟ ସେ ନିଜ ର ଭାବନା କୁ ଅକ୍ତିଆର କରିନେଲା l କିନ୍ତୁ ଆଜିର ସମାଜରେ ଏହାର ଘୋର ଅଭାବ ପରିଲକ୍ଷିତ ହୁଏ l



Rate this content
Log in

Similar oriya story from Inspirational