Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Inspirational

2  

Satyabati Swain

Inspirational

ଭୂତ

ଭୂତ

3 mins
423


ଋଷି ଉଁ ଉଁ

ତୁ ମୋ ଭାଇଟି।

କାଇଁ ତୋର ମା କୁ ସନ୍ଦେହ ହେଉଛି କି

ବଦମାସ

ସତ କହିଲେ ବଦମାସ

ମିଛ କହିଲେ କଣ ଉପାଧି ଦେବୁ ସାନା ନୀ

କିଲିକିଆ ବିଧା

ନାନୀ

ଶୁଣ ତୋ କାନ ଦେଖା ଗୋଟେ କଥା କହିବି;କାହାକୁ କହିବୁ ନାହିଁ।

କଥା ନାଁ ଶୁଣି ମୋ ଆଗ୍ରହ ବଢ଼ିଗଲା। କଣ କହିବୁ କହ। ମୋ କାନ ନାନୀ ପାଟି ପାଖକୁ ଚାଲିଗଲା। ନାନୀ ସାଉଁ ସାଉଁ କରି କଣ କହିଲା। ସବୁ ନ ଶୁଭିକେ ବି ଗୋଟେ ନାଁ ମୋତେ ଚମକାଇ ଦେଲା।

ଆଲୋକ

ସେଇଟା ତ ଆଦୌ ଭଲ ପିଲା ନୁହଁ। ମୋ ନାନୀ ଟି ଭାରି ସୁଧାର। କଣ କହିଲା ନାନୀ....ଆଲୋକକୁ ସେ...ନାଇଁ ନାଇଁ ଭୁଲ୍ ଶୁଣିଛି ସେ। ତା ନାନୀ କୋଟିଏରେ ଗୋଟିଏ। ଆଉ ସେ ଆଲୋକ ତୁଚ୍ଛା ବାତେରେଟା। ଅନେକ ଝିଅ ଜୀବନ ନଷ୍ଟ କରିଛି। ଏବେ କଣ ମୋ ନାନୀ ଉପରେ ତା ଆଖି


କିଛି ନ ଶୁଣିଲା ପରି କହିଲି ହେ ହେ ନାନୀ କଣ ଗୋଟେ ଆଲୋକ ଆଲୋକ ହେଉଛୁ ବା। ଏବେ ବା ରାତି ଅନ୍ଧାର।

ନାନୀ ମୋ ପାଟି ବନ୍ଦ କରି କହିଲା ଚୁପ୍ ଚୁପ୍ ନନା,ମା ଶୁଣିବେ।

ନନା ବୋଉ କୁ ଏତେ ଡର ତ ଆଲୋକ କଣ?

ଓହୋ ଋଷି ତୁ ମୋତେ ମାଡ଼ ଖୁଆଇବୁ ଜାଣ। ସେଥିପାଇଁ ତୋତେ କହୁଥିଲେ ତୁ ମୋ ଭାଇ ଟି।

ହଁ ଇଏ କି କଥା ଯେ ନାନୀ।

ତୁ ମୋତେ ଭଲ ପାଉ ଋଷି।

ଏଇଟା ବି ପ୍ରମାଣ ଦେବି ତୁ ବା ଆମ ଘରର ପ୍ରାଣ। ନନା ମା ,ଜେଜେ,ଜେଜେମା ଓ ମୋର ସୁନା ନାକୀ ସୋନା ନାନୀ। ଦେହ,ମନ,ଚିନ୍ତା ତୋ ପରା ସୁନା ପରି। ମା କୁହେ ସୁନା ଡାକୁଥିଲେ ତୋ ରଙ୍ଗ ଦେଖି ସମସ୍ତେ। ନନା କହିଲେ ହେ ମୋ ଝିଅକୁ ଗୋଟେ ପୁରୁଣା କାଳିଆ ନାଁ କଣ ଦେଉଛ। ତାକୁ ସୁନା ନୁହେଁ ଡାକିବି ସୋ ନା।

ଜାଣିଛୁ ଋଷି ଆଲୋକ ମୋତେ ଭଲ ପାଏ।


ମୁଁ ଫେଁ ଫେଁ ହସି ଉଠିଲି। ଆଲୋକ ତୋତେ ହା ହା। ସେ ପାଜୀ ନିକି,ନିମି,ରିଚି,ଇଭାକୁ ଥରେ ଥରେ ତ ଭଲ ପାଇ ସାରିଲାଣି। ଏବେ ତୋ ପାଳି ନା କଣ??


ଚୁପ୍ ବେ ତୁ ମୋ ଭାଇ ବୋଲି କହିଲି ସାହାଯ୍ୟ କରିବାକୁ। ମୋତେ ଉପଦେଶ ଦେଲା। କହ ମୋତେ ଆଲୋକ ସହ ଭେଟ କରାଇବୁ ନା ମୁଁ ଏକା ଏକା ପ୍ଲାନ କରିବି ଭେଟିବାର।


ନାନୀ ଖୁବ୍ ଅସହାୟ ଲାଗୁଥିଲା ମୋତେ। ନାନୀକୁ ମୋର ପ୍ରେମ ନିଶା ଘାରିଛି। ସବୁ ମିଠା ପିତା ଲାଗିବ। ସବୁ ଉପଦେଶ କଟୁ ବି। କଣ କରିବି ନାନୀ ମୋଠୁ ମାତ୍ର ଗୋଟିଏ ବର୍ଷ ବଡ଼। ଆମେ ଭାଇ ଭଉଣୀ କମ୍; ସାଙ୍ଗ ବେଶୀ। କେହି କାହା କଥା ଲୁଚାଉ ନାହୁଁ। ନାନୀକୁ ତେଇଶି। ଲାଷ୍ଟ ଇୟର ଇଞ୍ଜିନିୟରିଂ। ମୋର ଥାର୍ଡ ଇଅର।

  ନାନୀ ଏବେ ନୂଆ ନୂଆ ଯେଉଁ ଦୁନିଆଁରେ ପାଦ ଥାପିଛି ସେଠି ଠିଆ ହେବା ଅପେକ୍ଷା ପଡିବା ସମ୍ଭାବନା ଯଥେଷ୍ଟ ବେଶୀ। ଆଲୋକ ଏକ ନମ୍ବର ହାରାମୀ। ସୁନ୍ଦରୀ ଝିଅ ମାନଙ୍କୁ ଫସେଇ ଅୟସ କରେ। ଦିନା କେତେ ରିଚି ସହ ନାଚିଲା। ପୁଣି ନିମି ସହ। ନିମି ତ ତା ସହ ସମ୍ପର୍କ ରଖି ଗୋଟିଏ ପିଲା ଆବର୍ସନ କରି ସାରିଲାଣି। ଏବେ ବଦମାସ ମୋ ନାନୀ ଉପରେ ଆଖି ରଖିଛି। କଣ କରିବି...। ଯାହା କହିଲେ ନାନୀକୁ ତ ସବୁ ବିଷ ଲାଗିବ।

     ଏ ପ୍ରେମ ଟା ଏମିତି କାହିଁକି କିଛି ବୁଝିବାକୁ,ଶୁଣିବାକୁ ନାରାଜ ହୁଏ। କି ଆକର୍ଷଣ,

ଆସକ୍ତି କ୍ଷଣକେ ସବୁ ନିଜର ପର ହୋଇ ଯାଆନ୍ତି। କେବଳ ଭଲ ପାଉଥିବା ଲୋକଟି ସବୁଠୁ ଭଲ ଲାଗେ। ତାରି କଥା ସତ,ଅମୃତ। ଆଉ ସଭିଙ୍କ କଥା ଅଡୁଆ।

    ନାନୀ ତାର ଖସଡ଼ା ବାଟରେ ପାଦ ଥାପିଛି। ଖସିଯିବ ଯଦି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯିବ ଜୀବନ। ଛିଃ ଆଲୋକ। ସେଇଟା ମଣିଷ। ସମସ୍ତେ ଆଲୋକ କୁ ଜାଣିଛନ୍ତି। ନାନୀ କଣ କିଛି ଜାଣିନି କେମିତି କହୁଛି ସେ ଲମ୍ପଟ ଟା ତାକୁ ଭଲ ପାଏ।

    ସେମିତି ଠୋସ ପ୍ରମାଣ ନ ଦେଲେ ନାନୀ ମୁଣ୍ଡରୁ ଭଲ ପାଇବା ଭୂତ ଛାଡ଼ିବନି। ନାନୀ କଥାରେ ପ୍ରତିବାଦ ନ କରି ତାକୁ ସମର୍ଥନ କଲି। ତା ମନରେ ବିଶ୍ୱାସ ଜନ୍ମେଇଲି କି ଆଲୋକ ସହ ଭେଟ କରାଇବି। କେବଳ ସୁଯୋଗ ଅପେକ୍ଷାରେ। ମୋ ନାନୀ ଟା ଖାଲି ପଢି ଜାଣିଛି। ନଲେ ତା ମୁଁଣ୍ଡ ଟା ପୁରା ଫାଙ୍କା। ଜଟିଳ କଥା ପଶେନି ତା ମୁଣ୍ଡରେ।

    ନାନୀ କୁ ବଞ୍ଚେଇବାକୁ ଯାଇ ମୁଁ ନିମିର ସାହାଯ୍ୟ ନେଲି। ନିମି ଆଲୋକର ଚରିତ୍ର ଜାଣି ସାରିବା ପରେ ପ୍ରତିଶୋଧ ନେବାକୁ ଓର ଉଣ୍ଡୁଥିଲା। ତାର ମୋର ମନ୍ତ୍ରୀଣା କଲୁ ପୁଅକୁ ପାନେ ଦେବା। ଏଥରକ ପୁଅ ଏମିତି ଉଚିତ ଶିକ୍ଷା ପାଇବ ଯେ ଆଉ ଦିନେ କେଉଁ ଝିଅ ସହ ଖରାପ ସମ୍ପର୍କ ରଖିବାକୁ ସାହସ କରିବନି। ଆମ ପ୍ଲାନ ମୁତାବକ ନିମି ଫୋନ୍ ରେ ଡାକିବ ଆଲୋକକୁ ମଧୁସୂଦନ ପାର୍କ ଶେଷ ମୁଣ୍ଡ ଗଛ ତଳକୁ। ଆଲୋକ ନିମି କୋଳରେ ମୁଣ୍ଡ ରଖି ଶୋଇଥିବ। ସେତିକି ବେଳେ ଆଲୋକ ବାପାମା,କିଛି ସାଙ୍ଗ ତାର ଓ ମୋ ନାନୀ କୁ ଡାକି ସେ ଦୃଶ୍ୟ ଦେଖାଇବାର ଅଛି।

    ନିମି ବଦନାମ ହେଉ ପଛେ ତା ଜୀବନ ନଷ୍ଟ କରିଥିବା ଲୋକଟି ସବୁରି ଘୃଣାର ପତ୍ର ହେଉ ଚାହୁଁଥିଲା। ଆମ ପ୍ଲାନ ଅନୁଯାୟୀ ସବୁ କାମ ହେଲା। ଆଲୋକର କୃଷ୍ଣ ରୂପ କେବଳ ତା ବାପା ମା କି ତା ସାଙ୍ଗ ବା ମୋ ନାନୀ ଦେଖିଲା ନାହିଁ। ବରଂ ପୋଲିସ ବି ଦେଖିଲା। ନିମି ଓ ଆଲୋକକୁ ଥାନାକୁ ନେଲେ। ନିମିକୁ ଅସଦାଚରଣ ଅଭିଯୋଗରେ ଜେଲ ହାୱା ଖାଇବାକୁ ଗଲା ବେଳେ ନିମି କହିଲା କି ସେ ଦୁହେଁ ପରସ୍ପରକୁ ଭଲ ପାଆନ୍ତି। ଏକଥା ଶୁଣି ଆଲୋକ ବାପମାଙ୍କର ଉପସ୍ଥିତିରେ କୋର୍ଟ ମ୍ୟାରେଜ ହେଲା ଦୁହିଁଙ୍କର।

      ନିମି ବଂଚିଗଲା। ଆଉ ମୋ ନାନୀ ମୋତେ କୁଣ୍ଢେଇ କାନ୍ଦି କାନ୍ଦି କହୁଥିଲା ଋଷି ତୁ ଯାହା କହୁଥିଲୁ ସତ। ତୁ ସାନ ଟା ହୋଇ ମୋତେ ବୁଦ୍ଧି ଦେଲୁ;ଅଥଚ ମୁଁ କେତେ ଖରାପ। ମୋ ଭାଇକୁ ଅବିଶ୍ୱାସ କଲି। ସେବେଠୁ ନାନୀ ମୁଣ୍ଡରୁ ଭଲ ପାଇବା ଭୂତ ଏକବାରେ ଓହ୍ଲେଇ ଗଲା।

 ମୁଁ ସ୍ବସ୍ତିରେ ନିଃଶ୍ବାସ ମାରିଲି। ଆରେ ବାବାରେ ଏ କି ଭୂତରେ ବାବା



Rate this content
Log in

More oriya story from Satyabati Swain

Similar oriya story from Inspirational