ଭ୍ରମଣ
ଭ୍ରମଣ


ଜୀବନରେ ସୁଖ ଶାନ୍ତି , ଆତ୍ମ ସନ୍ତୋଷ ,ଆନନ୍ଦ ଉଲ୍ଲାସ ଓ ମନୋରଞ୍ଜନ ପାଇଁ ଭ୍ରମଣ ନିତ୍ୟାନ୍ତ ଆବଶ୍ୟକ। ସେଦିନ ହୋଇଥାଏ ଜନ୍ମାଷ୍ଟମୀ ମୋର ଜନ୍ମ ସ୍ଥାନ ମର୍ତ୍ତ୍ୟର ଭୂସ୍ବର୍ଗ ମୋର ଗାଁକୁ ଆସୁଥାଏ ସେଇ ବିତେଇଥିବ ପୁରୁଣା ସ୍ମୃତିକୁ ନେଇ । ଗ୍ରାମ୍ୟ ପରିବେଶ ବେଶ୍ ସୁନ୍ଦର୍ ଓ ଆକର୍ଷଣୀୟ । ଭାଇ ଚାରା ଓ ପରକୁ ନିଜର କରିବାର ସମ୍ପର୍କ ବେଶ୍ ନିଆରା ସହରୀଠୁ । ସୁଖର ବୈକୁଣ୍ଠ , ଆନନ୍ଦର ମହୋଦଧି , ହସ ଖୁସିର ପାହାଡ ମୋର ଏଇ ଜନ୍ମମାଟି । ମୋର ଜନ୍ମମାଟିରେ କୃଷ୍ଣ ଜନ୍ମରେ କୋରାର ସ୍ଵାଦ ବେଶ୍ ସ୍ଵତନ୍ତ୍ର ଏବଂ ଯାକ ଜମକରେ ମହାଆଡମ୍ବରରେ ପାଳନ ହୁଏ । କୋଉଥିରେ କମ୍ ନୁହେଁ ମୋର ଜନ୍ମ ମାଟି । ସାଙ୍ଗ ସାଥିଙ୍କ ମେଳରେ ଦାଣ୍ଡରେ ଧୂଳି ଖେଳ , ବାଗୁଡ଼ି ଖେଳ , କୋଳି ଖାଇବା ଦୃଶ୍ୟ, ଆମ୍ବ ତୋଟାରୁ ଆମ୍ବ ଚୋରି ଓ ସୂତିରେ ମାଛ ଧରିବାର ମଜା ଏବେ ବି ମନେପଡେ । ଜନ୍ମମାଟିର ଟିକେ ମଳୟ ବାଜିଲେ ଏବେବି ଦେହ କହି ଉଠେ ମୋ ଜନ୍ମମାଟି ମହାନ୍ ଆଉ ମହାନ୍ ।