Basanti Pattnaik

Inspirational

4.1  

Basanti Pattnaik

Inspirational

(ଭ୍ରମ)

(ଭ୍ରମ)

3 mins
474


           ନାଲି ଟୁକୁ ଟୁକୁ ରଙ୍ଗରେ ସଜାଇ ନାରୀଟି ହଠାତ୍ ଦେଖାକରିବାକୁ ଆସିଛି ବୋଲି କହି ଘର ଭିତରକୁ ଧସେଇ ପଶିଆସିଲା । ପିଲାମାନେ ମୋତେ ଡାକିଲେ ମା ତୁମକୁ କିଏ ଖୋଜୁଛନ୍ତି, ମୁଁ କର୍ମ ବ୍ୟସ୍ତ ଭିତରେ ତାଙ୍କୁ ‌‌‌‌‌‌‌‌‌ବସେଇବାକୁ କହିଲି ଓଃ ପାଣି ଗ୍ଲାସ୍ ନେଇ ନାରୀଟି ପାଖକୁ ଆସିଲି, ସେ ମୋତେ ଦେଖି କୁଣ୍ଢେଇ ପକେଇଲେ । ମୁଁ ତାଙ୍କ ପରିଚୟ ମାଗିଲି, ସେ ମୋର ଘର ସମ୍ମୁଖରେ ନୂଆ ଭଡାଟିଆ ବୋଲି କହିଲେ, ସେ ମୋତେ କହିଲେ ମୁଁ ଆପଣଙ୍କୁ କେବେଠାରୁ ଦେଖିଛି ।

                    ମୋର ନାମ ସୁହାନୀ ମିଶ୍ର, ମୋର ଆପଣଙ୍କ ସହିତ ପଦେ କଥା ହେବାକୁ ଇଚ୍ଛା ଥିଲା । ଆଜି ଚାଲିିଆସିଲି, ମୁଁ ପାଣି ବଢାଇବା ଭିତରେ ନାରୀ ଟିକୁ ତୀବ୍ର ନିରୀକ୍ଷଣ କଲି, ଆପାଦ ମସ୍ତକ ସୁସଜିତ, ଦେଖିବାକୁ ସୁନ୍ଦରୀରେ ଗଣା ହେବେ ।


                 ଆଧୁନିିିକା ଉଗ୍ର ପରିିିପାଟୀରେ ଆଚ୍ଛାଦିତ ନାରୀଟି । ବୟସ ପଚାଶ ପାଖାପାଖି, ସିନେମା ଠାଣିରେ କଥା ଶୈଳୀ । ମୁଁ ତାଙ୍କୁ ମୋର ସହିତ କଥା

ହେବାପାଇଁ ଆଗ୍ରହର କାରଣ ପଚାରିିିଲି । ସେ କହିଲେ ମୁଁ

ସମସ୍ତଙ୍କ ସହିତ ମିଶେନି, ରୂପବତୀ, ଗୁଣବତ୍ତା, ସ୍ବାଧିନ ଚେତା, ଆଧୁନିିକା ନାରୀ ମୋର ଭାରି ପସନ୍ଦ ତୁୁମ ସହ

ସାଙ୍ଗ ହେବାପାଇଁ ଚାହୁଁଛି ।                 

ମୁଁ ହସିଦେଇ ମନେ ମନେ ଭାବିଲି ସେ ମୋତେ କେଉଁ ରୂପରେ ବିବେଚନା କରିସାଂଗ ହେବା ପାଇଁ ଆସିଛି ମୁଁ ନିଜେ ବୁଝି ପାରିଲିନି ଓ ବୁଝି ବାକୁ ଚେଷ୍ଟା କରିଲି । ମୁଁ ତାଙ୍କୁ ଆଳାପ ଭିତରେ ସଂସାର ପ୍ରତି, ପରିବାର ପ୍ରତି ନାରୀର କର୍ତ୍ତବ୍ୟ ବିଷୟରେ ପ୍ରଶ୍ନ କରିଥିଲି, ସେ ଏଭଳି ପ୍ରଶ୍ନରେ ହଡଭଡ ହୋଇ ଗଲେ ଓ କହିଲେ ଦେଖ ଭ‌ଉଣୀ ନାରୀ ସବୁବେଳେ ସ୍ବାଧିନ ଚେତା ହେବା ଉଚିତ୍ । ନିଜ ପାଇଁ ସର୍ବଦା ସମୟ ଦେବା ଉଚିତ୍, ମୋର ପରିବାରରେ ସ୍ଵାମୀ ଓ ପୁତ୍ରମାନେ ଘର କାମ ବାଣ୍ଟିକି କରନ୍ତି । ମୁଁ ରୋଷେଇ କରିବାକୁ ଭଲ ପାଏ ନାହିଁ, କାରଣ ମୋର ହାତର ସୁନ୍ଦରତା ନଷ୍ଟ ହୋଇଯିବ । ମୋର ସ୍ବାମୀ ମୋତେ ଭାରି ଭଲ ପାଆନ୍ତି, ସେ ମୋତେ ସର୍ବଦା ମୁଁ ସଜେଇ ହୋଇ ରହିବା ପାଇଁ କହନ୍ତି, ମୁଁ ବୁଲିବାକୁ ଭଲ ପାଏ ।


ମୋ ମତରେ ନାରୀର ଚିନ୍ତାଧାରା ଆଧୁନିକ ହେବା ଉଚିତ୍, ମୁଁ ପୁଣି ପ୍ରଶ୍ନ କଲି ଆଧୁନିକତାର ଅର୍ଥ ତୁମ ମତରେ କଣ ? ସେ ମୋତେ ମୋ ଗୁରୁ ଭଳି ବୁଝାଇଲେ ତୁମେ ସାରା ଜୀବନ ପରିବାର, ସ୍ବାମୀ ପ୍ରତି ସମୟ ଦେଉଛ କଣ ଲାଭ ପାଉଛ ? ମୁଁ ଆଶ୍ଚର୍ଯ୍ୟରେ ତାଙ୍କର ମୁଖମଣ୍ଡଳକୁ ଦେଖି ବିବେଚନା କରୁଥିଲି, ତାଙ୍କ ମତରେ ଆମେ ଓଡ଼ିଶାରେ ଅଛୁ ତେଣୁ ଆମେ ମାଇଣ୍ଡ ଉଚ୍ଚ ନୁହେଁ, ବାହାରେ ସେମାନେ ଜୀବନକୁ ସୁନ୍ଦର ଭୋଗ କରୁଛନ୍ତି । ତାଙ୍କ ମତରେ ତମ ଯଦି ଏକ ସୁନ୍ଦର ଧନୀକ ଶ୍ରେଣୀର ପୁରୁଷଙ୍କୁ ପସନ୍ଦ କରୁଛ ଓ ସେ ମଧ୍ୟ ତୁମକୁ ପସନ୍ଦ କରୁଛନ୍ତି ତାହା ହେଲେ ପ୍ରେମକୁ ପ୍ରାଧାନ୍ୟ ଦେବା ଉଚିତ୍ ଏଥିରେ କ୍ଷତି କ'ଣ ?                  

     ଖାଲି ବିବାହ କରି ଗୋଟିଏ ପୁରୁଷ କିମ୍ବା ନାରୀ ସହ ସାରା ଜୀବନ କଟାଇ ଆଡଜଷ୍ଟ କରି ଚଳିବା କଣ ଆଧୁନିକତାର ଲକ୍ଷଣ ? ମୁଁ ତାଙ୍କୁ ଆଶ୍ଚର୍ଯ୍ୟରେ ବିବେଚନା କଲି କହିଲି, ଭ‌ଉଣୀ ଆଧୁନିକା ନାରୀକୁ ପସନ୍ଦ କରେ କିନ୍ତୁ ଉଗ୍ର ଚିନ୍ତା ଧାରାକୁ ଘୃଣା କରେ । ମୁଁ ଜଣେ ସମାଜ ସେବୀକା ଓ ସୌନ୍ଦର୍ଯ୍ୟ ବିଶେଷଜ୍ଞା ଅଟେ । ସମାଜ ପ୍ରତି କିଞ୍ଚିତ୍ କର୍ତ୍ତବ୍ୟ ନିଜସ୍ଵ ପ୍ରଚେଷ୍ଟାରେ କରିବା ପାଇଁ ଚାହେଁ, ନାରୀ ହୋଇ ନାରୀକୁ ବିବେଚନା କରେ । ନାରୀ ପୁରୁଷର ଭୋଗ୍ୟା ସାମଗ୍ରୀ ନୁହେଁ ନାରୀ ପୁରୁଷର ସହଯାତ୍ରୀ, ନାରୀ ଓ ପୁରୁଷ ପରସ୍ପରକୁ ବୁଝିବା ଦରକାର, ସମ୍ମାନ ଓ ବିଶ୍ବାସ ରଜୁରେ ସମ୍ପର୍କ ଗଢା । ବିଶ୍ବାସ ବିବାହର ଅନ୍ୟ ଏକ ନାମ । ପରସ୍ପର ପ୍ରତି ସମ୍ମାନ ଓ ବିଶ୍ବାସ ତୁଟିଗଲେ ସେ ସମ୍ପର୍କର ମାନେ କିଛି ନଥାଏ, ବିବାହ ବନ୍ଧନ କେବଳ ଆଡଜଷ୍ଟ ହୋଇ ରହିଯାଏ, ପରିବାରରେ ଶ୍ରଦ୍ଧା, ଭକ୍ତି, ସମ୍ମାନ ଓ ସତ୍ୟର ବିଲୋପ ଘଟେ, ସେକ୍ସ୍ ଏଭଳି ଏକ ଶବ୍ଦ ତାହାର ଅର୍ଥକୁ କଦର୍ଥ କରିବା ଉଚିତ୍ ନୁହେଁ । ତା ମାନେ ନୁହେଁ ଯେଉଁ ପୁ‌ରୁଷ ଓ ନାରୀ ତୁମକୁ ଭଲ ଲାଗିବ ତାହା ସହିତ ସମ୍ପର୍କ ସ୍ଥାପନ କରି ବିକୃତ ମନୋବୃତ୍ତିକୁ ସ୍ଥାନ ଦେବ ?

ଭୋଗ୍ୟ  ମନ ବୃତ୍ତି ଅବଲମ୍ବନ ଅନୁଚିତ୍ ନିଜକୁ ଏହି ଭଳି ମନୋବୃତ୍ତି ନେଇ ଗଢ଼ିବା ଓ ଆଧୁନିକା ନାରୀ ଭାବରେ ବିବେଚନା କରିବା ଅନୁଚିତ୍ । ଏହା କୁତ୍ସିତ ମନୋବୃତ୍ତିର ପରିଚୟ ଛଡ଼ା ଆଉ କିଛି ନୁହେଁ । ସେ ମୋତେ ହାସ୍ୟ ବଦନରେ ଆଶ୍ଚର୍ଯ୍ୟର ସହିତ ଦେଖୁଥାଆନ୍ତି । ତାଙ୍କ ମନରେ ସେ ମୋ ପ୍ରତିଟି ମୋନୋଭାବ ପୋଷଣ କରିଲେ ମୁଁ ଜାଣିନି ଟପ୍ ଟପ୍ ଲୁହ ଗଳି ପଡ଼ିଲା ତାଙ୍କ ଚକ୍ଷୁରୁ ସେ ମୋ ହାତ ଦୁଇଟାକୁ ଜାବୁଡି ଧରି କହିଲେ । ଚାକଚକ୍ ଦୁନିଆ ଭିତରେ ମୁଁ ହଜିଯାଇଥିଲି । ଏହା ଦୂରରୁ ସୁନ୍ଦର ବାସ୍ତବ କ୍ଷେତ୍ରରେ ପାଖରୁ ଅମାବାସ୍ୟାଠୁ ଅନ୍ଧକାର । ମୁଁ ଆସୁଛି କହି, ବିଦାୟ ନେଇଥିଲେ ।


Rate this content
Log in

Similar oriya story from Inspirational