STORYMIRROR

Akshayakumar Dash

Crime Thriller

3  

Akshayakumar Dash

Crime Thriller

ଭୋକ

ଭୋକ

2 mins
335

ସବୁ ଦିନପରି ଆଜିବି ବିନା ସ୍କୁଲ ବାହାରିଲା । ମା'ତାର ଘର କାମ କରୁଥିଲେ । ବିନାର ସାଙ୍ଗ ଆସି ଡାକିଲା । ବିନା ତାର ବସ୍ତାନୀ କାନ୍ଧରେ ଗଳେଇ ତା ସାଂଗ ସହିତ ଗଲା । ଗଲାବେଳେ ତାର ମାଙ୍କୁ କହିଲା, 'ମା ଯାଉଛି ।ଦୁଇ ସାଙ୍ଗ କଥା ବାର୍ତ୍ତା ହୋଇ ବାହାରିଲେ । ଜଙ୍ଗଲ ବାଟ, ସରୁ ରାସ୍ତାଟିଏ, ଦୁଇ କଡରେ ବଡ଼ ବଡ଼ ସାଳ ଗଛ । କିଛି ଦୂର ଗଲାପରେ ସାଳନ୍ଦୀ ନଦୀ। ସେ ନଦୀରେ ଆନିକଟ ତିଆରି ହେଉଛି । କଣ୍ଟ୍ରାକ୍ଟର ତାର ସରଞ୍ଜାମ ରଖି କାମ କରୁଛି । କିଛି ଲୋକ କାମ କରୁଛନ୍ତି । ଦୁଇ ଝିଅକୁ ଦେଖି ଜଣେ ବାବୁ ପଚାରିଲେ।? ପିଲାମାନେ ଆଉ ଏବେ ଏବାଟେ ଆସିବନି । ବୁଲିକରି ନଈର ତଳ ବାଟେ ଯିବ । କାମ ବେଳେ ଦ୍ରୋଜର ଚାଲୁଛି । ତୁମ ପାଇଁ ବିପଦ ଅଛି । ଫେରିଲା ବେଳେ ସେବାଟେ ଯିବ । ଝିଅ ଦୁଇଜଣ ସବୁ କଥା ଶୁଣି ମନେ ମନେ ବିଚାର କଲେ ଏ ବାବୁ ଆମକୁ ଏଇବାଟରେ ଯିବାକୁ କାହିଁକି ବାରଣ କରୁଛି? କାମଟା ତ ଆରମ୍ଭ ହେଉଛି ।

ବିନାର ଆଗୁଆ ଛୁଟି ହେଲା, ଏକୁଟିଆ ଘରକୁ ଫେରୁଛି । ଆଦିବାସୀ ଲୋକକଂ ପିଲାମାନେ ଜଙ୍ଗଲକୁ ଭୟ କରିବା ଜାଣିନାହାନ୍ତି ।ସେମାନେ ଏଇଜଙ୍ଗଲରେ ବଢ଼ିଛନ୍ତି । ବିନା ବାବୁର କଥା ଅନୁସାରେ ନଦୀ କୂଳରୁ ତଳ ପଟରୁ ପଡିଥିବା ବାଟ ଦେଇ ଘରକୁ ଫେରୁଛି । ଏକୁଟିଆ ଆସୁଛି ବୋଲି ତର ତର ହୋଇ ପାଦ ପକାଉଛି । କିଏ ଜଣେ ତାର ପଛରୁ ଆସି ଗୋଟିଏ ଗାମୁଛା ରେ ତାର ମୁହଁକୁ ପକାଇ ବାନ୍ଧି ଦେଲା ଓ ତାକୁ ଟେକି ନେଇଗଲା ।

ବିନାର ବାପା ଓ ମା ଝିଅ ଘରକୁ ଫେରିବା ଡେରି ଦେଖି ଯାଇ ତାର ସାଙ୍ଗକୁ ପଚାରିଲେ । ସାଙ୍ଗ ତାର କହିଲା ,ସେତ କେତେବେଳୁ ଫେରିଲାଣି । ନଇଁ, ସ୍କୁଲ, ବାଟ ଘାଟ ସବୁଆଡେ ଖୋଜିଲେ। ସନ୍ଧ୍ୟା ସମୟରେ କୌଣସି ଉପାୟ ନଦେଖି ଥାନା ଆଇଆଇସିଙ୍କୁ ଭେଟି ସମସ୍ତ କହିଲେ। ଥାନା ବାବୁଙ୍କ ନେହୁରା ହେଲେ, ବାବୁ ମୋ ଝିଅକୁ ଖୋଜି ଦିଅନ୍ତୁ। ପିତା ଧନୁ ମୁଣ୍ଡା ଥାନା ବାବୁଙ୍କ ଗୋଡ଼ ତଳେ ପଡି ନେହୁରା ହେଲା । ମଝିଅକୁ ଫେରେଇ ଆଣନ୍ତୁ ବାବୁ ।

କଣ୍ଟ୍ରାକଟର ଲୋକ ଯେଉଁମାନେ କାମକୁ ଯାଞ୍ଚ କରୁଥିଲେ ତାଙ୍କ ଭିତରୁ ଜଣେ ଯେ କି ସେବାଟରେ ଯିବାକୁ ବାରଣ କରୁଥିଲା ସେଇଲୋକର କାମ ।ବିନାକୁ ସାଳ ବାଣ ଭିତରକୁ ନେଇ ଦୁଷ୍କର୍ମ କରି ଚାଲିଯାଇଛି । ବିନା ଅଚେତ ହୋଇ ପଡିଛି । ପୋଲିସ ବାଳାକୁ ମୋଟା ଅଙ୍କ ଦେଇ କେସଟିକୁ ଚପେଇ ଦେବାକୁ ଚକ୍ରାନ୍ତ କରିଛି । ପୋଲିସ ବାବୁ ଅଚେତ ଅବସ୍ଥାରେ ବିନାକୁ ଆଣି ଧନୁ ମୁଣ୍ଡାକୁ ଦେଇ ତୋର ବସ୍ତିକୁ ଫେରିଯିବା ପାଇଁ ଧମକ ଦେଉଛି । ସେତେବେଳେ ଅଧ ରାତିରେ ବିନାକୁ ତାର ବୁଆ ଧନୁମୁଣ୍ଡ କାନ୍ଧରେ ଧରି ଫେରୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Crime