Bidulata Sahoo

Inspirational

3  

Bidulata Sahoo

Inspirational

ଭୋଜି

ଭୋଜି

1 min
240


ଗତକାଲି ଆମ ପଡୋଶୀ ମିଶ୍ରବାବୁଙ୍କ ଝିଅ ବାହାଘର ହୋଇଥିଲା |ଭୋଜି ବି ହୋଇଥିଲା |କିନ୍ତୁ କରୋନା ପାଇଁ ଏବେ ଭୋଜିକୁ ଆଉ ବେଶି ଲୋକ ଆସୁନାହାନ୍ତି |ତେଣୁ କେତେଗୁଡିଏ ଖାଦ୍ୟ ବଳିପଡିଲା |

      ସକାଳୁ ମୁଁ ଶୁଣିଲି ମିଶ୍ରବାବୁ ଗୋଟିଏ ଲୋକକୁ ଡାକି କହୁଛନ୍ତି ବାରିଆଡେ ଗୋଟେ ଗାତ ଖୋଳି ଏସବୁକୁ ସେଠି ପୋତିଦେ |ମୁଁ ଭାବିଲି ଏ ସମୟରେ ଗାଈଗୋରୁ,କୁକୁର ଖାଇବାକୁ ପାଉନାହାନ୍ତି,ଖାଦ୍ୟ ନଷ୍ଟ ନ କରି ତାଙ୍କୁ ଦେଇଦେଲେ ଭଲ ହେବ |ମୁଁ ମିଶ୍ରବାବୁଙ୍କୁ କହିଲି ଆପଣ ଖାଦ୍ୟତକ ନ ପୋତି ଆଗରେ ଥିବା ଚାନ୍ଦିନି ପାଖକୁ ପଠାଇ ଦିଅନ୍ତୁ | ସେ ବି ଲୋକ ହାତରେ ସେଠାକୁ ପଠାଇ ଦେଲେ |ମୁଁ ଝାଡୁରେ ଚାନ୍ଦିନିଟିକୁ ସଫାକରିଦେଲି |ସେ ଲୋକଟିକୁ କହିଲି ଗୋଟିଏ ଜାଗାରେ ନଢ଼ାଳି ଚାରି,ପାଞ୍ଚ ଜାଗାରେ ଢ଼ାଳିଦେ |ସେ ସେହିପରି କରି ଚାଲିଗଲା |କିଛି ସମୟପରେ ବୁଲା କୁକୁର,ଗାଈ ଓ ଷଣ୍ଢଆସି ସେ ଖାଦ୍ୟତକ ଖାଇ ସଫା କରିଦେଲେ |ମୁଁ ଚାନ୍ଦିନିଟିକୁ ଧୋଇ ପରିଷ୍କାର କରି ଖୁସିରେ ଘରକୁ ଫେରିଲି |


Rate this content
Log in

Similar oriya story from Inspirational